ସୁନା ଏବଂ ରୂପା ଦରରେ ହୋଇଛି ହ୍ରାସ, ସୁଧୁରୁଛି ସେୟାର ବଜାର।

ସୁନା ଏବଂ ଚାନ୍ଦି ଦରରେ ବଜାର ଖୋଲିବା ମାତ୍ରେ ହିଁ ହ୍ରାସ ଦେଖିବାକୁ ମିଳିଛି। ଏହି ପ୍ରତିଶତରେ ଅଧିକ ମାତ୍ରାରେ ହ୍ରାସ ସହିତ ସୁନା ଚାନ୍ଦି ବ୍ୟବସାୟ କରୁଥିଲା। ସୁନା ମଲ୍ଟି କମୋଡିଟି ଏକ୍ସଚେଞ୍ଜ ପାଖାପାଖି ୫୨୨ ଟଙ୍କା ହ୍ରାସ ପାଇଛି।ସେହିପରି ଚାନ୍ଦି ୭୦୮ ଟଙ୍କା ଖସିଛି।

କରୋନା ଭାଇରସ କାରଣରୁ ସାରା ବିଶ୍ୱର ସେୟାର ବଜାର ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏଥିରେ ସୁଧାର ଆସିଛି ଏବଂ କୁହାଯାଉଛି ଯେ ଆଗାମୀ କିଛି ଦିନ ମଧ୍ୟରେ ସୁନାର ମୂଲ୍ୟରେ ଅଧିକ ହ୍ରାସ ଦେଖିବକୁ ମିଳିବ। ତେବେ ସୁନା ପୂର୍ବପରି ୧୦ ଗ୍ରାମ ପ୍ରତି ୪୮ ହଜାର ଟଙ୍କାକୁ ଖସି ଆସିବାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ଅନ୍ତ ପର୍ଯ୍ୟନ୍ତ ସୁନା ସବୁଠୁ ଉଚ୍ଚ ସ୍ତରରେ ପହଞ୍ଚିପାରେ।

ଦୀପାବଳି ଅବସରରେ ଦେଖିବାକୁ ମିଳିବ ସୁନାର ମୂଲ୍ୟରେ ପରିବର୍ତ୍ତନ:

ମୋତିଲାଲ ଓସବାସର ଅସୋସିଏଟ ଭାଇସ ପ୍ରେସିଡେଣ୍ଟ ଅମିତ ସସେଜାଙ୍କ କହିବା କଥା ଯେ ସ୍ପଟ ଗୋଲ୍ଡର୍ $୧୮୪୦ ପ୍ରୟୀ ଆଉଁନ୍ସ ଉପରେ ଭଲ ସପୋର୍ଟ ରହିଛି। କୁହାଯାଉଛି ଯେ, ୧୦ ଗ୍ରାମ ପ୍ରତି ୪୮ ହଜାର ଟଙ୍କା ହୋଇପାରେ ସୁନା ମୂଲ୍ୟ। ସେ ନିବେଶକ ମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସୁନାରେ ହ୍ରାସ ହେବା କାରଣରୁ ନିବେଶ କରାଯାଇପାରିବ।

ମୋତିଲାଲ ଅସଓ୍ୱାଲ ଫାଇନାନ୍ସିଆଲ ସର୍ଭିସେସର ଉପାଧ୍ୟକ୍ଷ ନବନୀତ ଦମାନୀ କହିଛନ୍ତି ଯେ, ସୁନାଦର ୫୦ ହଜାର ଉପରେ ଥିବା ବେଳେ ରୁପା ୬୦ ହଜାର ପାଖାପାଖି ରହିଛି। ଏବେ ଉଭୟ ଦରରେ ହ୍ରାସବୃଦ୍ଧି ଜାରି ରହିବ। କରୋନା ପାଇଁ ସେୟାର ବଜାର ପ୍ରଭାବିତ ହେବାରୁ ଏପରି ସ୍ଥିତି ଉପୁଜିଛି।

ବିଶେଷଜ୍ଞ ଅଜୟ କୋଡିଆ କହିଛନ୍ତି ଯେ, ୨୦୦୭ରେ ସୁନାଦର ୧୦ ଗ୍ରାମ୍ ପିଛା ୯ ହଜାର ଟଙ୍କା ଥିଲା। ୨୦୧୬ରେ ଏହା ୩୧ ହଜାରରେ ପହଁଚିଥିଲା। ଅର୍ଥାତ ୩ଗୁଣା ଦର ବଢିଥିଲା । ଏବେ ୯ ବର୍ଷ ମଧ୍ୟରେ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି ସୁନା। ଏବେ ସୁନାରେ ନିବେଶ ବଢିଛି। ୨୦୧୮ ସେପ୍ଟେମ୍ବରରୁ ସୁନାର ଦର ହୁହୁ ହୋଇ ବଢିବାରେ ଲାଗିଥିଲା।

Leave a Reply

Your email address will not be published. Required fields are marked *