ଲୋକଡାଉନ ରେ ଭିକ ମାଗି ଭରୁଥିଲେ ପିଲାଙ୍କ ପେଟ, ସ୍ବାମୀ ଦେଇଦେଲେ ୩ ତଲାକ

ଲକଡାଉନ ସମୟରେ ସ୍ତ୍ରୀ କୁ ତିନିଥର ତଲାକ ତଲାକ ତଲାକ କହି ଛାଡପତ୍ର ଦେଲା ସ୍ଵାମୀ | ଭାରତୀୟ ଆଇନ ୨୦୧୯ ଅଧିନିୟମ ଅନୁସାରେ କୌଣସି ବ୍ୟାକ୍ତି ନିଜ ସ୍ତ୍ରୀ କୁ ଏପରି ତିନିଥର ତଲାକ  କହି ଛାଡପତ୍ର ଦେଇପାରିବ ନାହି | କିନ୍ତୁ ଆଇନକୁ ଅବମାନନା କରି ଉତ୍ତରପ୍ରଦେଶ ରେ ଏମିତି ଗୋଟେ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ | ପରିବାର ପରାମର୍ଶ କେଦ୍ରରେ ନିଜ ସ୍ତ୍ରୀ କୁ ତିନିଥର ତଲାଖ ତଲାଖ ତଲାଖ କହି ଛାଡପତ୍ର ଦେଇଛି ସ୍ଵାମୀ |ଏହି ଘଟଣା ପରେ ପୋଲିସ ଭାରତୀୟ ଆଇନ ଅଧିନିୟମ ୨୦୧୯ ଅନୁଯାଇ ସ୍ଵାମିକୁ ଗିରଫ କରିଛି ।

ଘଟଣାଟି ହେଉଛି ଉତ୍ତରପ୍ରଦେଶ ର ଘଣ୍ଡବା ଜିଲ୍ଲାର , ୮ ବର୍ଷ ତଳେ ଗୁଲନାଜ ଶିନ୍ଦ୍ଗି ନାମକ ଜେନ ମୁସଲମାନ ଝିଅ ଝାଁସୀ ର ଅଜହରଙ୍କୁ ବିବାହ କରିଥିଲେ | କିଛି ଦିନ ବହୁତ ଭଲସେ ଚାଲିଥିଲା ହସ ଖୁସିର ଜୀବନ କିନ୍ତୁ ସେଇ ଖୁସି ବେଶିଦିନ ରହିପାରିଲା ନହିଁ | ଅଜହର ନିଜ ସ୍ତ୍ରୀକୁ ଛାଡିଦେଇ ଲୋକଡାଉନ୍ ରେ କୁଆଡେ ଫେରାର ହେଇଗଲା | ସ୍ଵାମୀ ଚାଲିଯିବା ପରେ ସ୍ତ୍ରୀ ଗୁଲନାଜ ନିଜର ଦୁଇଟି ସନ୍ତାନଙ୍କୁ ପାଳିବା ପୋଷିବା ପାଇ ଭାରି କଷ୍ଟ କରିବାକୁ ପଡିଥିଲା |ଏମିତିକି ଦୁଇ ଓଳି ମୁଠେ ଖାଇବାକୁ ଦେବାପାଇ ଗୁଲନାଜ ଭିକ ମାଗିବାକୁ ବି ପଛେଇନଥିଲା |କାହିକି ନା ସେ ହେଉଛି ମା , କହିରଖୁ କି ଗୁଲନାଜ ଓ ଅଜହରଙ୍କ ସାତ ବର୍ଷ ର ଝିଅ ଓ ସାଢେ ଚାରି ବର୍ଷ ର ପୁଅ ଅଛି ।

ଗୁଲନାଜ ଶିନ୍ଦ୍ଗି ଯେତେବଳେ ପରିବାର ପରାମର୍ଶ କେନ୍ଦ୍ର ରୁ ବାହାରକୁ ଆସିଲେ ସେତେବେଳେ ସେ ସବୁକଥା ସମ୍ବାଦିକଙ୍କ ଆଗରେ କହିଲେ | ସେ କହିଲେ ବିବାହର କିଛି ଦିନ ପରେ ତାଙ୍କ ସ୍ଵାମୀ ତାଙ୍କୁ ଯୌତୁକ ଆଣିବା ପାଇ କହୁଥିଲେ ଓ ସେ ମନା କରିବାରୁ ତାଙ୍କୁ ମାଡ ମାରୁଥିଲେ |କିନ୍ତୁ ସାମାଜିକ ପରିସ୍ଥିତି କୁ ଭାବିକି ଗୁଲଜାନ ସବୁ କଷ୍ଟକୁ ଆଖିର ଲୁହରେ ସହିଯାଉଥିଲେ | କିନ୍ତୁ ଲକଡାଉନ ରେ ସ୍ଵାମୀ ଚାଲିଯିବା ପରେ ନିଜ ପିଲା ମାନଙ୍କୁ ବଞ୍ଚେଇରଖିବା ପାଇ ଗୁଲନାଜ ବହୁ କଷ୍ଟ ସହିଛନ୍ତି |

ନିଜ ପରିବାର ଓ ମାନ ମର୍ଯ୍ୟାଦା ଦୃଷ୍ଟିରୁ ନିଜ ସ୍ଵମୀଙ୍କ ସହ ଜୀବନ ଅତିବାହିତ କରିବା ଆସାରେ ଗୁଲନାଜ ଉତ୍ତରପ୍ରଦେଶ ସରକାରଙ୍କ ପରିବାର ପରାମର୍ଶ କେନ୍ଦ୍ରର ଆଶ୍ରୟ ନେଇଥିଲେ | କିନ୍ତୁ ସବୁ ଭାବନା ଭାବନା ରେ ହି ରହିଗଲା | ସ୍ଵାମିକୁ ପାଇବାତ ପଛର କଥା ସ୍ଵାମୀ ଆଇନକୁ ଅନଦେଖା କରି ସ୍ତ୍ରୀ କୁ ତିନିଥର ତଲାକ କହି ସବୁଦିନ ପାଇ ଛାଡପତ୍ର ଦେଇଦେଲା ।

ଭାରତୀୟ ଅଧିନିୟମ ୨୦୧୯ କୁ ଆଧାର କରି ଉତ୍ତରପ୍ରଦେଶ ପୋଲିସ ଉକ୍ତ ସ୍ଵମୀଙ୍କୁ ଗିରଫ କରିଥିବା ପୋଲିସ ସବ-ଇନ୍ସପେକ୍ଟର ବିଏଲ ମଣ୍ଡାଲେ ପ୍ରେସ ସମ୍ମିଳନୀ କରି ସୂଚନା ଦେଇଛନ୍ତି | ଭାରତୀୟ ସୁପ୍ରିମ କୋର୍ଟ ତିନ ତଲାକ ମାମଲାର ଆଇନ ବନେଇବା ପରେ ଦେଶର ଇଏ ହେଉଛି ପ୍ରଥମ ମାମଲା | ଭାରତ ପରି ଦେଶରେ ଯେଉଠି ନାରୀ ମାନଙ୍କୁ ପୂଜା କରାଯାଏ ସେଇଠି ଏପରି ସ୍ଵମୀଙ୍କୁ ଆପଣ କିପରି ଦେଖୁଛନ୍ତି ନିଶ୍ଚୟ କମେଣ୍ଟ କରିକି ଆମକୁ ଜଣେଇବେ ଓ ବହୁମାତ୍ରାରେ ସେୟାର କରିବେ ।

Leave a Reply

Your email address will not be published. Required fields are marked *