କଥାରେ ଅଛି ସତ କେବେ ଲୁଚି ରୁହେନା, ସତ କେହି କହିଦେଲେ ମଧ୍ୟ ହୋଇଯାଇନଥାଏ | ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ଯାହା ହୋଇଛି ତାହାର ସତ ମଧ୍ୟ ଦିନେ ନା ଦିନେ ସମସ୍ତଙ୍କ ସାମ୍ନାକୁ ଆସିଯିବ| ସୁଶାନ୍ତଙ୍କ ମାମଲାରେ ଏମ୍ସ ଫରେନସିକ ରିପୋର୍ଟ ଦେଇସାରିଛି କିନ୍ତୁ ଏପର୍ଯ୍ୟନ୍ତ ସିବିଆଇ ଏହାକୁ ନେଇ କିଛି କହି ନାହିଁ | ସୁଶାନ୍ତ ହିଁ ନିଜକୁ ମାରିଛନ୍ତି, ଏମ୍ସ ନିଜ ରିପୋର୍ଟରେ ଏହା ହିଁ କହିଛି |
ଏମ୍ସ ଏହି ରିପୋର୍ଟ ସେହି ବିସରା ଆଧାରରେ କହିଛନ୍ତି ଯାହା ଏମିସକୁ ମିଳିଥିଲା, ଯେଉଁ ବିସରାର ଯାଞ୍ଚ ଏମ୍ସ କରିଥଲା, କିନ୍ତୁ କିଛି ମିଡ଼ିଆ ରିପୋର୍ଟରେ ସାମ୍ନାକୁ ଆସିଛି ଯେ ସେହି ଵିସରା ସୁଶାନ୍ତଙ୍କର ନଥିଲା| କୂପର ହସ୍ପିଟାଲ ଯେଉଁ ଵିସରା ଏମ୍ସ ଟିମକୁ ଦେଇଥିଲା ତାହା ସୁଶାନ୍ତଙ୍କର ଵିସରା ନଥିଲା| କୂପର ହସ୍ପିଟାଲ ସଠିକ ଵିସରା ନଦେଇଥିବାରୁ ଏମ୍ସର ରିପୋର୍ଟ ଏହିଠାରୁ ହିଁ ଖାରଜ ହୋଇଯାଉଛି |
ବର୍ତ୍ତମାନ ସିବିଆଇ ହାତରେ ସବୁଠୁ ବଡ଼ ହତିଆର ରହିଛି ନାରକୋଟେଷ୍ଟ | ଯେତେବେଳେ କୌଣସି ମାମଲାରେ ପ୍ରମାଣ ନଷ୍ଟ କରିଦିଆ ଯାଇଥିବ, ଫରେନସିକ ବିଭାଗ ମଧ୍ୟ ସଠିକ ରିପୋର୍ଟ ଦେଇପାରୁ ନଥିବ ଏବଂ କେଶ ସମାଧାନ ହେବା ବଦଳରେ ଆହୁରି ଜଟିଳ ହେଉଥିବାର ନଜର ଆସୁଥିବ ସେତେବେଳେ ସବୁଠୁ ବଡ଼ ଉପାୟ ହେଉଛି ନାରକୋଟେଷ୍ଟ| ସିବିଆଇକୁ ୧୪ ଜୁନ ଦିନ ସୁଶାନ୍ତଙ୍କ ସହିତ ଉପସ୍ଥିତ ଥିବା ସିଦ୍ଧାର୍ଥ ପୀଠାନୀ, ଚାକର ନିରାଜ ଏବଂ କେଶବଙ୍କର ନାରକୋଟେଷ୍ଟ କରାଇବା ଆବଶ୍ୟକ, ସେହି ଆଧାରରେ ନିଜ ଯାଞ୍ଚ ଆଗକୁ ବଢାଇବା ଆବଶ୍ୟକ |
ଚଳଚ୍ଚିତ୍ର ଅଭିନେତା ଶେଖର ସୁମନ ଆରମ୍ଭରୁ ହିଁ ସୁଶାନ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ଯୁଦ୍ଧରେ ଲାଗି ରହିଛନ୍ତି| ସେ ମୁମ୍ବାଇ, ବଲିଉଡ ଏବଂ ବଲିଉଡର ଲୋକଙ୍କୁ ବହୁତ ନିକଟରୁ ଜାଣିଛନ୍ତି | ଦିବ୍ୟା ଭାରତୀ, ପରବୀନ ବାବି, ଜୀୟା ଖାନ ଠାରୁ ଆରମ୍ଭ କରି ଶ୍ରୀଦେବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ରହସ୍ୟମୟ ମୃତ୍ୟୁକୁ ନିଜ ଆଖି ସାମ୍ନାରେ ଦେଖିଛନ୍ତି ଶେଖର ସୁମନ, ସେ ଜାଣିଛନ୍ତି ଯେ ଏପରି କେସକୁ ବଲିଉଡ କିପରି ହାଇଜାକ କରିଥାଏ, ଯାହାଦ୍ୱାରା ବଡ଼ ବଡ଼ ତାରକା ଏବଂ ଷଡ଼ଯନ୍ତ୍ରକାରୀ ରକ୍ଷା ପାଇପାରିବେ| ଏମ୍ସର ଫରେନସିକ ରିପୋର୍ଟ ଆସିବାପରେ ଶେଖର ସ୍ପଷ୍ଟ ଭାବରେ କହିଥିଲେ ଯେ, ସୁଶାନ୍ତ କେଶ ତାହା ନୁହେଁ ଯାହା ଏମ୍ସ ନିଜ ରିପୋର୍ଟରେ କହୁଛି | ଶେଖରଙ୍କର କହିବା ମୁତାବକ, ବଲିଉଡ ଏବଂ ଦୁବାଇର ଚାପରେ ସୁଶାନ୍ତଙ୍କ କେସକୁ ଏକ ଭିନ୍ନ ରୂପ ଦିଆଯାଉଛି|
ଶେଖର ସୁମନଙ୍କ କହିବା ଅନୁସାରେ, ଯଦି ସୁଶାନ୍ତଙ୍କ କେସର ସତ ସାମ୍ନାକୁ ଆସିଲା ଏବଂ ସିବିଆଇ ଧାରା ୩୦୨ରେ କାମ କରିବା ଆରମ୍ଭ କରିଦେଲା ତେବେ ଅନେକ ନାମିଦାମୀ ବଡ଼ ତାରକାଙ୍କର ନାମ ସାମ୍ନାକୁ ଆସିଯିବ ସହିତ ଯେଉଁମାନେ ଦୁବାଇରେ ବସି ବଲିଉଡ଼କୁ ଚଳାଉଛନ୍ତି ସେମାନଙ୍କର ରାଜୁତି ମଧ୍ୟ ଶେଷ ହୋଇଯିବ| ତେବେ ଏମିତିରେ ସୁଶାନ୍ତଙ୍କୁ ଡିପ୍ରେସନର ଶିକାର ଏବଂ ନିଶାର ଶିକାର ଦର୍ଶାଇ କେସକୁ ରଫାଦଫା କରିଦିଆଯିବ ଯେପରି ଆଜି ପର୍ଯ୍ୟନ୍ତ କରାଯାଇଛି | ଦିବ୍ୟା ଭାରତୀ , ପରବୀନ ବାବି, ଜୀୟା ଖାନଙ୍କ କେସରେ ଯେମିତି ଭାବରେ ଡିପ୍ରେସନ ଏବଂ ନିଶାର କାହାଣୀ ଗାଢ଼ ଯାଇଥିଲା ସେହି ପ୍ରକାରର ସୁଶାନ୍ତଙ୍କ ପାଇଁ ମଧ୍ୟ କୁହାଯିବ ଯେମିତିକି ଏମାନଙ୍କର ସତ କେବେହେଲେ ସାମ୍ନାକୁ ଆସି ନପାରୁ|
ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଯେତେବେଳେ ସିବିଆଇ ଯାଞ୍ଚ ଆରମ୍ଭ କରିଥିଲେ ସେତେବେଳେ ଲାଗିଥିଲା କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିଯିବ ଏବଂ ଲଗାତର ଭାବରେ ସିବିଆଇ ଅନେକ ବଡ଼ କଥାର ଖୁଲାସା ମଧ୍ୟ କରିଥିଲା। କିନ୍ତୁ ଯେତେବେଳେ ବହୁତ କିଛି ସାମ୍ନାକୁ ଆସିବାକୁ ଲାଗିଲା ବହୁତ କିଛି ରହସ୍ୟ ଖୋଲିବାକୁ ଲାଗିଲା ସେତେବେଳେ ଅଚାନକ ସୁଶାନ୍ତଙ୍କ ପୁରା ମାମଲା ଡ୍ରଗ୍ସ ଆଡକୁ ମୋଡି ହୋଇଗଲା।
ସୁଶାନ୍ତଙ୍କ ମାମଲାର ଯାଞ୍ଚ ପୁଣିଥରେ ବନ୍ଦ ହେବା ଆରମ୍ଭ ହୋଇଯାଇଥିଲା ଏବଂ ଡ୍ରଗ୍ସ ମାମଲାରେ ଏନସିବି ମଧ୍ୟ ମୁମ୍ବାଇ ପୋଲିସ ପରି ବଲିଉଡଙ୍କ ହିରୋ, ହିରୋଇନଙ୍କ ପ୍ୟାରେଡ କରାଇବାକୁ ଲାଗିଲେ ଯାହାଦ୍ୱାରା ସୁଶାନ୍ତଙ୍କ କେସରେ କୌଣସି ଲାଭ ହେବ ନାହିଁ। ଏମିତିକି ଶୁସାନ୍ତଙ୍କ ପରିବାର ଲୋକମାନେ ମଧ୍ୟ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ ସୁଶାନ୍ତ ମାମଲା ଦବି ଯିବା ପଛରେ ସିଧା ସିଧା ସଲମାନଙ୍କର ସମ୍ବନ୍ଧ ରହିଥିବାର ସନ୍ଦେହ କରାଯାଉଛି।
ତେବେ କଣ ସଲମାନଙ୍କୁ ବଞ୍ଚାଇବା ପାଇଁ ହିଁ ସୁଶାନ୍ତଙ୍କ କେସ ଡ୍ରଗ୍ସ ଆଡକୁ ମୋଡିଦିଆ ଯାଇଛି। କଣ ଥିଲା ସେହି ଶହେ କୋଟିର ଡିଲ ଯେଉଁଥିରେ ସୁଶାନ୍ତଙ୍କୁ ଶେଷ କରିଦିଆଯାଇଥିଲା। ସୁଶାନ୍ତଙ୍କ କେସରେ ବର୍ତ୍ତମାନ କିଛି ହେଉ ହିଁ ନାହିଁ ଯାହା ହେଉଛି କେବଳ ଡ୍ରଗ୍ସ କେସରେ। ବାସ୍ତବରେ ସୁଶାନ୍ତଙ୍କ କେସରେ ପ୍ରଥମେ ସଲମାନଙ୍କ ନାମ ସାମ୍ନାକୁ ଆସିଥିଲା ଏବଂ ଏହା ସତ ଯେ ସୁଶାନ୍ତଙ୍କୁ ବଲିଉଡରେ କାମ କରିବାକୁ ଦେଇ ନଥିଲେ ସଲମାନ। ସୁଶାନ୍ତଙ୍କ ଠାରୁ ଫିଲ୍ମ ଛଡାଇ ନିଆ ଯାଇଥିଲା। ସଲମାନ ନିଜ ପାର୍ଟିରେ ସୁଶାନ୍ତଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ। କିନ୍ତୁ ଯେତେବେଳେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଆରୋପ ଲାଗିଲା ସେତେବେଳେ ସଲମାନଙ୍କ କଥା କେଉଁଠି ଅପସରି ଯାଇଥିଲା।
ବାସ୍ତବରେ ବର୍ତ୍ତମାନ ସମୟରେ ସବୁଆଡେ ମୁମ୍ବାଇର ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି kwanର ଚର୍ଚ୍ଚା ହେଉଛି। ଏଥିମଧ୍ୟରେ କିଛି ଲୋକ କହିଥିଲେ ଯେ KWANରେ ସଲମାନଙ୍କର ମଧ୍ୟ ଭାଗିଦାରୀ ରହିଛି। କିନ୍ତୁ ପରେ ସଲମାନଙ୍କ ଟିମ ପକ୍ଷରୁ ଏହାକୁ ମନା କରିଦିଆଯାଇଥିଲା ଯାହା ସତ୍ୟ ନୁହେଁ। ପ୍ରକୃତରେ KWANରୁ ହିଁ ସବୁକିଛି ଆରମ୍ଭ ହୋଇଥିଲା। KWAN କମ୍ପାନୀର ସଂସ୍ଥାପକ ଅନିର୍ବାଣଙ୍କ ଉପରେ ୨୦୧୮ରେ Mee Tooର ଆରୋପ ଲାଗିଥିଲା ଏବଂ ଅନିର୍ବାଣଙ୍କୁ କମ୍ପାନୀ ଛାଡିବାକୁ ପଡିଲା, ନିଜ ସେୟାର ମଧ୍ୟ ବିକ୍ରି କରିବାକୁ ପଡିଲା। ଏହି ସମୟରେ KWANର ସେହି ସେୟାର ଗୁଡିକ ଆଉ ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ Uniworld Being Talented(UBT) କିଣି ନେଇଥିଲା। ଏଥିସହିତ KWANର ବଡ଼ ଭାଗିଦାରୀ ହୋଇଯାଇଥିଲେ।
ତେବେ ସଲମାନ ଖାନ Being Human ନାମରେ ଏକ ଫାଉଣ୍ଡେସନ ଚଳାଉଛନ୍ତି ସେଥିରେ ମଧ୍ୟ ସଲମାନ ଖାନଙ୍କର ସିଧା ସଳଖ ଭାଗିଦାରୀ ନାହିଁ। ସଲମାନଙ୍କ ପୂର୍ବତନ ବନ୍ଧବୀ ପାକିସ୍ତାନର ସୋମି ଅଲ୍ଲୀଙ୍କ ସହିତ ଆହୁରି କିଛି ଲୋକଙ୍କର ମଧ୍ୟ Being Humanର ଭାଗିଦାରୀ ରହିଛି। ଏହି କମ୍ପାନୀରେ ମଧ୍ୟ UTBର ରାଇଟ୍ସ ରହିଛି। ତେଣୁ ସଲମାନଙ୍କର ଯେମିତି ଦଖଲ UBTରେ ରହିଛି ସେହିପରି ଦଖଲ KWANରେ ମଧ୍ୟ ରହିଛି।
KWAN କମ୍ପାନୀ ମାଧ୍ୟମରେ ହିଁ ସଲମାନ ଚୀନ ପର୍ଯ୍ୟନ୍ତ ପହଞ୍ଚିଥିଲେ ଏବଂ ଚୀନରୁ ହିଁ ସୁଶାନ୍ତଙ୍କ ଉପରେ ଚାପ ପକାଯାଇଥିଲା। ଏଥିପାଇଁ ସଲମାନ KWAN ଜରିଆରେ ଚୀନର କମ୍ପାନୀ ଇ-ଷ୍ଟାର ଫିଲ୍ମ ସହିତ ହାତ ମିଳାଇଥିଲେ ଏବଂ ସୁଶାନ୍ତଙ୍କ ସହିତ ଡିଲ କରିବାକୁ କହିଥିଲେ। ଏହା ହିଁ ସେହି ୧୦୦ କୋଟି ଟଙ୍କାର ଡିଲ ଅଟେ, ଯାହାଦ୍ୱାରା ସୁଶାନ୍ତଙ୍କୁ ଶେଷ କରିବାର ଥିଲା। ତେବେ ଏହି ଡିଲ ପାଇଁ ସୁଶାନ୍ତ KWANକୁ ୧୦ ପ୍ରତିଶତ ଅର୍ଥାତ ୧୦ କୋଟି ଟଙ୍କା ଦେବାର ଥିଲା। KWAN ତରଫରୁ ସୁଶାନ୍ତଙ୍କୁ କୁହାଯାଇଥିଲା ଯେ, ତାଙ୍କୁ ପ୍ରଥମେ ୧୦ କୋଟି ଟଙ୍କା ଦିଆଯିବ। ସୁଶାନ୍ତଙ୍କୁ KWAN କମ୍ପାନୀ ଉପରେ ବହୁତ ବିଶ୍ୱାସ ଥିଲା କିନ୍ତୁ ତାଙ୍କୁ ଜଣାନଥିଲା ଯେ ଏସବୁ ପଛରେ ସଲମାନ ଖାନ ତାଙ୍କ ପାଇଁ ଏତେବଡ଼ ଷଡଯନ୍ତ୍ରର ଜାଲ ବିଛାଇଛନ୍ତି।
ଏହି ଡିଲ ପାଇଁ ସୁଶାନ୍ତ ୧୦ କୋଟି ଟଙ୍କା ଜୟା ଶାହାଙ୍କୁ ଟ୍ରାନ୍ସଫର କରାଇଦେଇଥିଲେ। ଯାହା ED ପଚରାଉଚରା ସମୟରେ ଜୟା ପ୍ରକାଶ ମଧ୍ୟ କରିଥିଲେ ଯେ, ନୂତନ ପ୍ରୋଜେକ୍ଟ ପାଇଁ ୧୦ କୋଟି ଟଙ୍କା ଦିଆଯାଇଥିଲା। KWANଙ୍କୁ ୧୦ କୋଟି ଟଙ୍କା ଟ୍ରାନ୍ସଫର କରିବା ପରେ ସୁଶାନ୍ତଙ୍କୁ ଗୋଟିଏ ଟଙ୍କା ମଧ୍ୟ ମିଳି ନଥିଲା। ସୁଶାନ୍ତଙ୍କୁ ଏହି ଡିଲରେ ଧୋକା ଦିଆଯାଇଥିଲା। ସୁଶାନ୍ତଙ୍କ ଠାରୁ ଫିଲ୍ମ ଛଡାଇ ନେଇ ଶେଷରେ ଏକ ଡିଲ ମାଧ୍ୟମରେ ତାଙ୍କ ଆକାଉଣ୍ଟ ମଧ୍ୟ ଖାଲି କରିଦିଆ ଯାଇଥିଲା। ଏଥିରେ ସୁଶାନ୍ତ ଭାଙ୍ଗି ପଡ଼ିଥିଲେ। ଏହାପରେ ରିୟା ଚକ୍ରବର୍ତ୍ତୀଙ୍କର ଖେଳ ଆରମ୍ଭ ହୋଇଯାଇଥିଲା।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।