ପୀଡିତାକୁ ନେଇ ଦୁଇଟି ମେଡ଼ିକାଲ ରିପୋର୍ଟ, ଗୋଟିଏରେ ଦୁଷ୍କ-ର୍ମର ଉଲ୍ଲେଖ ଅନ୍ୟଟିରେ ଖାରଜ

ପରିଶେଷରେ ଜଣା ପଡିଥିଲା ଯେ, ପୀଡିତାଙ୍କ ଓଢଣୀରେ ତାଙ୍କର ବେକରେ ବନ୍ଧା ଯାଇଥିଲା। ପୀଡିତାଙ୍କ ବୟାନ ଆଧାରରେ ଚାରିଜଣ ସନ୍ଦିଗ୍ଧଙ୍କୁ ଆରୋପୀ ବୋଲି କୁହାଯାଇଥିଲା। ଏମଏଲସି ରିପୋର୍ଟ ମୁତାବକ, “ପୀଡିତାଙ୍କ ମୁହଁ ବନ୍ଦ କରାଯାଇଥିଲା” ଏବଂ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କରାଯାଇଥିବା ଆକ୍ରମଣର ସାମ୍ନା କରିବାକୁ ପଡିଥିଲା।

ହାଥରସର ପୀଡିତା ଆହତ ଅବସ୍ଥାରେ ଏକ ଭିଡ଼ିଓରେ ବୟାନ ଦେଇଥିଲେ ଯେ ତାଙ୍କର ଯୌନ ଉତ୍ପିଡନ କରାଯାଇଥିଲା, ତା’ର ଆଠ ଦିନ ପରେ ଅଲ୍ଲୀଗଡ଼ର ହସ୍ପିଟାଲ ପକ୍ଷରୁ ପୀଡିତାଙ୍କର ମେଡିକୋ ଲିଗଲ ନିରୀକ୍ଷଣରେ ବ୍ୟକ୍ତିଗତ ଅଙ୍ଗରେ “କମ୍ପଲିଟ ପେନିଟ୍ରେଶନ”, “ତଣ୍ଟି ଚିପିବା”, ଏବଂ “ମୁହଁ ବାନ୍ଧିବା”ର ଉଲ୍ଲେଖ କରାଯାଇଥିଲା।

କିନ୍ତୁ ଏହି ଅଲ୍ଲୀଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(AMU)ର ଜବାହରଲାଲ ନେହେରୁ ମେଡ଼ିକାଲ କଲେଜ (JNMC) ନିଜର ଅନ୍ତିମ ରାୟରେ ଫରେନସିକ ବିଶ୍ଳେଷଣକୁ ଦର୍ଶାଇ ଇଣ୍ଟରଫୋର୍ସ (ସଂଭୋଗ)ର ସମ୍ଭାବନାକୁ ଖାରଜ କରିଦିଆ ଯାଇଥିଲା।

୨୨ ସେପ୍ଟେମ୍ବରର ମେଡିକୋ ଲିଗଲ କେସ (MLC) ରିପୋର୍ଟ ଉତ୍ତରପ୍ରଦେଶ ପୋଲିସର ସେହି ଦାବିକୁ ଖଣ୍ଡନ କରିଥିଲା ଯେ, ଫରେନସିକ ଯାଞ୍ଚରେ ବଳା-ତ୍କାରର କୌଣସି ପ୍ରମାଣ ମିଳି ନଥିଲା। ଉତ୍ତରପ୍ରଦେଶରେ ଏଡିଜି (ଆଇନ ବ୍ୟବସ୍ଥା) ପ୍ରଶାନ୍ତ କୁମାର ଜୋର ଦେଇ କହିଥିଲେ ଯେ ପୀଡିତାଙ୍କ ସେମ୍ପଲରେ ଶୁକ୍ରାଣୁ ମିଳିନାହିଁ।

JNMCର୍ ଫରେନସିକ ମେଡିସିନ ବିଭାଗ ପକ୍ଷରୁ PRASTUT ଏମଏଲସି ମୁତାବକ ପୀଡିତା ଆକ୍ରମଣ ସମୟରେ ନିଜର ଚେତା ହରାଇ ଦେଇଥିଲେ।

ତଣ୍ଟି ଚିପି, ମୁହଁ ବନ୍ଦ କରି ଦେଇଥିଲେ ଧମକ:

ପରିଶେଷରେ ଜଣା ପଡିଥିଲା ଯେ, ପୀଡିତାଙ୍କ ଓଢଣୀରେ ତାଙ୍କର ବେକରେ ବନ୍ଧା ଯାଇଥିଲା। ପୀଡିତାଙ୍କ ବୟାନ ଆଧାରରେ ଚାରିଜଣ ସନ୍ଦିଗ୍ଧଙ୍କୁ ଆରୋପୀ ବୋଲି କୁହାଯାଇଥିଲା। ଏମଏଲସି ରିପୋର୍ଟ ମୁତାବକ, “ପୀଡିତାଙ୍କ ମୁହଁ ବନ୍ଦ କରାଯାଇଥିଲା” ଏବଂ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କରାଯାଇଥିବା ଆକ୍ରମଣର ସାମ୍ନା କରିବାକୁ ପଡିଥିଲା।

ପରିଶେଷରେ ମିଳିଥିବା ତଥ୍ୟ ସହ ଜଡିତ ଡାଇଗ୍ରାମ୍ସରେ ତଣ୍ଟି ଚିପିବା ଦ୍ଵାରା ପୀଡିତାର ବେକରେ ଲିଗଚର ଚିହ୍ନ ଡାହାଣ ପାର୍ଶ୍ୱରେ ୧୦×୩ ସେଣ୍ଟିମିଟର, ଏବଂ ବାମ ପାର୍ଶ୍ଵରେ ୫×୨ ସେଣ୍ଟିମିଟର ଥିଲା। କିନ୍ତୁ ଯୌନ କ୍ଷେତ୍ରକୁ ଦର୍ଶାଉଥିବା ଡାଇଗ୍ରାମରେ କୌଣସି ଆଘାତର ରିପୋର୍ଟ ନଥିଲା।

କମ୍ପଲିଟ ପେନିଟ୍ରେଶନ:

ତେବେ MLC ଫାଇଲ କରିଛି ଯେ ପୀଡିତା କୁ “କମ୍ପଲିଟ ପେନିଟ୍ରେଶନ”ର ସାମ୍ନା କରିବାକୁ ପଡିଥିଲା।

JNMCର ଫରେନସିକ ମେଡିସିନ ବିଭାଗର ସହକାରୀ ପ୍ରଫେସର ଡା. ଫେଜ ଅହମ୍ମଦଙ୍କ ପକ୍ଷରୁ ହସ୍ତାକ୍ଷରିତ ରିପୋର୍ଟରେ ଏକ ସେକ୍ସନରେ “ଜଣା ନାହିଁ” ଲେଖା ଯାଇଛି। ଏହି ସେକ୍ସନ ଏହ ସମ୍ବନ୍ଧରେ ଥିଲା ଯେ କଣ ପୀଡିତାଙ୍କ ଶରୀରର ଅଙ୍ଗ କିମ୍ବା କପଡ଼ାରେ ଭିତରେ କିମ୍ବା ବାହାରେ ଶୁକ୍ରାଣୁର ସେମ୍ପଲ ଥିଲା।

ଡାକ୍ତର ଭୂମିକା ଲେଖିଛନ୍ତି ଯେ, “ସ୍ଥାନୀୟ ନିରୀକ୍ଷଣ ଆଧାରରେ ମୋର ମତ ପେନିଟ୍ରେଟିଭ ଇଣ୍ଟରଫୋର୍ସ (ସମ୍ଭୋଗ)ର ସମ୍ବନ୍ଧରେ ରାୟ ସୁରକ୍ଷିତ ରହିଛି କାରଣ ଏଫଏସଏଲ ରିପୋର୍ଟର ଉପଲବ୍ଧତା ଦୀର୍ଘ ରହିଛି।”

ଭିନ୍ନ ରହିଛି ଅନ୍ତିମ ମତ:

କିନ୍ତୁ ୧୦ ଅକ୍ଟୋବର ଦିନ ହାଥରସ ଜିଲ୍ଲାର ସାଦାବାଦ ପୋଲିସ ପୋଲିସ ଷ୍ଟେସନକୁ ଦିଆଯାଇଥିବା ପତ୍ରରେ, ଜେଏନଏମସି ସେମ୍ପଲର ସମ୍ପୂର୍ଣ୍ଣ ଫରେନସିକ ଯାଞ୍ଚ ଦର୍ଶାଇଥିଲା ଏବଂ ପରିଶେଷରେ ଫଳାଫଳ ବାହାର କରିଥିଲା ଯେ ପୀଡିତାଙ୍କର ଯୌନ ଉତ୍ପିଡନ କରାଯାଇ ନାହିଁ। ଏଥିରେ ଲେଖା ଯାଇଛି ଯେ, “ଯୌନ କିମ୍ବା ଏନଲ ଇଣ୍ଟରଫୋର୍ସର କୌଣସି ସଂକେତ ନାହିଁ।”

ଡା. ଅହମ୍ମଦଙ୍କ ପକ୍ଷରୁ ହସ୍ତାକ୍ଷରିତ ପତ୍ରରେ ପୀଡିତାଙ୍କ ବେକ ଏବଂ ପିଠିରେ ଆଘାତର ଚିହ୍ନ ବିଷୟରେ ଉଲ୍ଲେଖ ରହିଛି। ଜେଏନଏମସିର ଫରେନସିକ ମେଡିସିନ ବିଭାଗ କହିଛି ଯେ, “ଶାରୀରିକ ଆକ୍ରମଣ (ବେକ ଏବଂ ପିଠିରେ ଆଘାତ)ର ପ୍ରମାଣ ରହିଛି।”

ବଳାତ୍କାରର ଆରୋପ ଉପରେ ମଧ୍ୟ ଭିନ୍ନ ଭିନ୍ନ ମତ:

ଏହା ପୂର୍ବରୁ ବିଜେପିର ଆଇଟି ସେଲ ପୀଡିତା ଏବଂ ତାଙ୍କ ମାଆଙ୍କୁ ଭିଡିଓ ଦେଖାଇ ବଳାତ୍କାରର୍ ଆରୋପକୁ ଡାଉନପ୍ଲେ କରିଥିଲେ। କିନ୍ତୁ ପୀଡିତାଙ୍କର ସେହି ବୟାନ ଏବଂ ତା’ର ଦୁଇଟି ଅନ୍ୟ ଭିଡିଓକୁ ସାବଧାନତା ସହିତ ଶୁଣିଥିଲେ ତେବେ ସାମ୍ନାକୁ ଆସିଥିଲା ଯେ ପୀଡିତାଙ୍କ ପକ୍ଷରୁ ଲଗାତର ଆକ୍ରମଣକାରୀଙ୍କ ପକ୍ଷରୁ ଯୌନ ଉତ୍ପିଡନ କରାଯାଇଥିବାର ଅଭିଯୋଗ କରିଥିଲେ।

ଇଣ୍ଡିଆ ଟୁଡେ ଦ୍ୱାରା ଯାଞ୍ଚ କରାଯାଇଥିବା ତିନୋଟିରୁ ଗୋଟିଏ ଭିଡ଼ିଓରେ, ସେହି ରବି ଏବଂ ସନ୍ଦିପଙ୍କୁ ତାଙ୍କର ଯୌନ ଉତ୍ପିଡନ କରିଥିବାର ନଜର ଆସିଛି। ଏହି କ୍ଲିପକୁ ୨୨ ସେପ୍ଟେମ୍ବର ଦିନ ଅଲ୍ଲୀଗଡ଼ର ସେହି ଜବାହରଲାଲ ନେହେରୁ ମେଡ଼ିକାଲ କଲେଜରେ କଥିତ ସ୍ତରରେ ରେକର୍ଡ କରାଯାଇଥିଲା।

ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *