୧୩ ଜୁନ ଦିନରେ ହୋଇଥିଲା ଭେଟ, ବର୍ତ୍ତମାନ ସାମ୍ନାକୁ ଆସିଲେ ଆଉଜଣେ ପ୍ରତକ୍ଷ୍ୟଦର୍ଶୀ

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଲଗାତର ନୂତନ ଖୁଲାସା ହେବାରେ ଲାଗିଛି। ସବୁଠୁ ବଡ଼ ଖୁଲାସା ଏହା ଯେ, ୧୩ ଜୁନ ରାତିରେ ସୁଶାନ୍ତଙ୍କୁ ରିୟା ଚକ୍ରବର୍ତ୍ତୀ ଭେଟିଥିଲେ। ବର୍ତ୍ତମାନ ୧୩ ଜୁନକୁ ନେଇ ଆଉଜଣେ ଦ୍ଵିତୀୟ ପ୍ରତକ୍ଷ୍ୟଦର୍ଶୀ ସାମ୍ନାକୁ ଆସିଛନ୍ତି ଏବଂ ବଡ଼ କଥା ଏହା ରହିଛି ଯେ, ଉଭୟ ପପ୍ରତକ୍ଷ୍ୟଦର୍ଶୀ କିଛିଦିନ ମଧ୍ୟରେ ସିବିଆଇ ପାଖକୁ ଯିବାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ନେଇଛନ୍ତି। ଦ୍ଵିତୀୟ ପ୍ରତକ୍ଷ୍ୟଦର୍ଶୀଙ୍କୁ ନେଇ ସେହି ସୁରଜିତ କହିଛନ୍ତି ଯିଏ ରିୟାଙ୍କ Sorry ବାବୁ କହିବାର କଥା ପ୍ରକାଶ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ୧୫ ଜୁନ ଦିନ ସକାଳୁ ସୁରଜିତ ହିଁ ରିୟାଙ୍କୁ ସୁଶାନ୍ତଙ୍କ ସହିତ ଭେଟ କରିବାକୁ ନେଇଯାଇଥିଲେ ଏବଂ ସେତେବେଳେ ସୁଶାନ୍ତଙ୍କୁ କ୍ଷମା ମାଗିଥିଲେ ରିୟା, କହିଥିଲେ sorry ବାବୁ।

ବର୍ତ୍ତମାନ ସେହି ସୁରଜିତଙ୍କ କହିବା କଥା ଯେ ୧୩ ଜୁନକୁ ରିୟା ନା କେବଳ ସୁଶାନ୍ତଙ୍କୁ ଭେଟିଥିଲେ ବରଂ ସୁଶାନ୍ତଙ୍କ ଘରକୁ ମଧ୍ୟ ଯାଇଥିଲେ। ସୁରଜିତ ଆହୁରି କହିଛନ୍ତି ରିୟା ଏବଂ ସୁଶାନ୍ତଙ୍କୁ ସାଙ୍ଗରେ ଦେଖିଥିବା ଆଉଜଣେ ପ୍ରତକ୍ଷ୍ୟଦର୍ଶୀ ତାଙ୍କ ପାଖରେ ଅଛନ୍ତି। ଏହାପୂର୍ବରୁ ବିଜେପି ନେତା ବିବେକାନନ୍ଦ ଦାବି କରିଥିଲେ ଯେ, ଜଣେ ପ୍ରତକ୍ଷ୍ୟଦର୍ଶୀ ତାଙ୍କ ପାଖରେ ଅଛନ୍ତି ଏବଂ ବର୍ତ୍ତମାନ ସୁରଜିତ ଦ୍ଵିତୀୟ ପ୍ରତକ୍ଷ୍ୟଦର୍ଶୀ ଥିବାର ଦାବି କରିଛନ୍ତି। ସୁରଜିତ ଆଗକୁ କହିଛନ୍ତି ୧୩ ଜୁନ ଦିନ ମଧ୍ୟ ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଥିଲା। ଝଗଡା ପରେ ରିୟା ଚକ୍ରବର୍ତ୍ତୀ ରାତିରେ ସୁଶାନ୍ତଙ୍କୁ ଗାଳି ଦେଇ ତାଙ୍କ ଘରୁ ବାହାରି ଯାଇଥିଲେ। ଏହାପରେ ମଧ୍ୟ ରିୟାଙ୍କୁ ଛାଡିବା ପାଇଁ ସୁଶାନ୍ତ ତାଙ୍କ ଘର ପର୍ଯ୍ୟନ୍ତ ଯାଇଥିଲେ।

ଏକ ବଡ଼ ନ୍ୟୁଜ ଚ୍ୟାନେଲ ଏହି ଖୁଲାସାକୁ ନେଇ ସୁରଜିତଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ଏପର୍ଯ୍ୟନ୍ତ ନିରବ କାହିଁକି ଥିଲେ। ଏହାର ଉତ୍ତରରେ ସୁରଜିତ କହିଥିଲେ ସିବିଆଇ ତାଙ୍କ ସହିତ ଯୋଗାଯୋଗ ହିଁ କରି ନଥିଲେ କିନ୍ତୁ ବର୍ତ୍ତମାନ ସେ ନିଜେ ସିବିଆଇଙ୍କୁ ଯୋଗାଯୋଗ କରିବାକୁ ଯାଉଛନ୍ତି। ଏଥିସହିତ ତାଙ୍କ ପଛରେ ବର୍ତ୍ତମାନ ଅନେକ ଲୋକ ସମର୍ଥନ ପାଇଁ ଉପସ୍ଥିତ ରହିଛନ୍ତି, ସେ ନିଡର ହୋଇ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ି ପାରିବେ।

ସୁଶାନ୍ତଙ୍କୁ ନେଇ ଏମ୍ସ ଫରେନସିକ ଟିମ ୭ ଗୋଟି ମହା ଖୁଲାସା କରିଛି, ପ୍ରଥମ ଖୁଲାସା ସୁଶାନ୍ତଙ୍କ ମୃତ୍ୟୁର ଦିନ କାରଣ ଏପର୍ଯ୍ୟନ୍ତ କୁପର ହସ୍ପିଟାଲ ଏହାକୁ ସ୍ପଷ୍ଟ କରି ନାହିଁ, ଏହାକୁ ନେଇ କେହି ୧୩ ଜୁନକୁ ସୁଶାନ୍ତ ମରିଥିଲେ ବୋଲି କହୁଛନ୍ତି ତ ଆଉ କେହି ୧୪ ଜୁନ କହୁଛନ୍ତି। ତେବେ ଏନେଇ ବର୍ତ୍ତମାନ ଫରେନସିକ ରିପୋର୍ଟରେ କୁହାଯାଇଛି ଯେ, ୧୩ ଜୁନକୁ ସୁଶାନ୍ତଙ୍କ ସହିତ ବହୁତ କିଛି ହୋଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ୧୪ ଜୁନକୁ ହିଁ ହୋଇଥିଲା। ଦ୍ଵିତୀୟ ଖୁଲାସା ସୁଶାନ୍ତଙ୍କ ମୃତ୍ୟୁର ସମୟକୁ ନେଇ କରାଯାଇଛି। କୁହାଯାଇଛି ଯେ, ସୁଶାନ୍ତ ୧୪ ଜୁନ ସକାଳୁ ୧୧ଟାରୁ ୧୨ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ତୃତୀୟ ଖୁଲାସା ସୁଶାନ୍ତଙ୍କ ପେଟରେ କିଛି ଥିଲା କି ନାହିଁ ଯାହା ବିସରା ଟେଷ୍ଟରୁ ପ୍ରକାଶ ହୋଇଥାଏ। କିଛିଦିନ ପୂର୍ବରୁ ଏମ୍ସର ଫରେନସିକ ଟିମ ସୁଶାନ୍ତଙ୍କର ବିସରା ଟେଷ୍ଟ କରାଇଥିଲା। ଏହି ଟେଷ୍ଟ ଏହା ଜାଣିବା ପାଇଁ କରାଯାଇଥିଲା ଯେ ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ପ୍ରୟୋଗ ଥିଲା କି ନାହିଁ। ଏହାଛଡା ସୁଶାନ୍ତଙ୍କ ବିସରା ଟେଷ୍ଟରେ ଏମ୍ଫେଟେମିନ, କେନବିସ, ଓପିୟୋଡି, କୋକିନ, ହେରୋଇନ ପରି ଡ୍ରଗ୍ସର ଟେଷ୍ଟ ମଧ୍ୟ ହୋଇଥିଲା। ଏଥିରୁ ଏହା ସନ୍ଧାନ କରାଯାଇ ପାରିବ ଯେ ସୁଶାନ୍ତ ସତରେ କୌଣସି ଡ୍ରଗ୍ସ ନେଇଥିଲେ କି ନାହିଁ।

ଆପଣଙ୍କର ସୂଚନା ପାଇଁ କହି ରଖୁଛୁ ଯେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯିବା ପରେ ଯେତେବେଳେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା ସେତେବେଳେ ପୋଲିସ ବିସରାଲ ଅଙ୍ଗ ପରି ଅନ୍ତ, ହୃଦୟ, କିଡନୀ, ଲିଭର ପରି ଅଙ୍ଗ ଗୁଡିକର ସେମ୍ପଲ ବାହାର କରାଇ ପାରିବେ। ସଧାରଣତଃ ଏହି ପ୍ରକ୍ରିୟା (ବିସରା ଯାଞ୍ଚ) ମୃତ୍ୟୁରେ ବିଷ କିମ୍ବା ଡ୍ରଗ୍ସ ବ୍ୟବହାରର ସନ୍ଦେହ ରହିଥିଲେ କରାଯାଇଥାଏ। ଏହି ଟେଷ୍ଟରେ ସୁଶାନ୍ତଙ୍କ ପେଟରୁ କୌଣସି ପ୍ରକାରର କିଛି ଜିନିଷ ମିଳି ନଥିଲା। ସୁଶାନ୍ତଙ୍କ ପେଟରେ କୌଣସି ବିଷ, ଡ୍ରଗ୍ସ କିମ୍ବା ଖାଦ୍ୟ ମଧ୍ୟ ମିଳି ନଥିଲା।

ଚତୁର୍ଥ ଖୁଲାସା ମୁତାବକ ସୁଶାନ୍ତଙ୍କର ମୃତ୍ୟୁ ନିଶ୍ୱାସ ବନ୍ଧ ହେବାରୁ ହୋଇଥିଲା ଏବଂ ତାଙ୍କ ବେକର ହାଡ଼ ଭାଙ୍ଗି ଯାଇଥିଲା। ପଞ୍ଚମ ଖୁଲାସା ହେଉଛି ସୁଶାନ୍ତଙ୍କ ଡ୍ରଗ୍ସ ସେବନକୁ ନେଇ ମଧ୍ୟ ଫରେନସିକ ଟିମ ଯାଞ୍ଚ କରିଥିଲା କିନ୍ତୁ ଏମ୍ସର ରିପୋର୍ଟ ମୁତାବକ ସୁଶାନ୍ତଙ୍କ ପେଟରୁ ବହୁତ ଶକ୍ତିଶାଳୀ ଡ୍ରଗ୍ସ ଅଧିକ ମାତ୍ରାରେ ମିଳିଛି ଏବଂ ଦୀର୍ଘ ସମୟରୁ ସୁଶାନ୍ତ ଡ୍ରଗ୍ସ ନେଉଥିଲେ। ଷଷ୍ଠ ଖୁଲାସା ମୁତାବକ ୧୪ ଜୁନ ଦିନ ସୁଶାନ୍ତଙ୍କ ରୁମକୁ ମୁଖ୍ୟ ଦ୍ୱାର ଦେଇ କେହି ଆସି ନାହାନ୍ତି କିନ୍ତୁ ଛାତ ଉପର ଦେଇ ଆସିବାର ସମ୍ଭାବନା ରହିଛି, ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନାହିଁ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *