ସୈନ୍ୟବାହିନୀ ଗାଡି ଗୁଡିକର ନମ୍ବର ପ୍ଲେଟ ଅନ୍ୟ ଗାଡିଠାରୁ କାହିଁକି ହୋଇଥାଏ ଭିନ୍ନ, ଆପଣ ମଧ୍ୟ ନିମିଷରେ ପଢିପାରିବେ

ଗତ ୬ ମାସରୁ ଲଦାଖର ପୂର୍ବ ଅଂଶରେ ଭାରତ-ଚୀନର ସେନା ସାମ୍ନାସାମ୍ନି ହୋଇଛି। ଶୀତ ଆଗମନ କରି ସାରିଛି ଏବଂ ସେଠାରେ ଅଗ୍ରୀମ ସୈନ୍ୟ କ୍ୟାମ୍ପରେ ମୁତୟନ ଯବାନଙ୍କ ପାଇଁ ରାସନ ପହଞ୍ଚାଇବାର କାମ ଜୋରଦାର ଜାରି ରହିଛି। ସୀମାନ୍ତ ଅଞ୍ଚଳରେ ସୈନ୍ୟ ବାହାନ ଗୁଡିକର ଗତିବିଧି ଶୀର୍ଷରେ ରହିଛନ୍ତି। ସେଠାକାର ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ବାହାନ ଗୁଡିକର ରେଜିଷ୍ଟ୍ରେସନ ଦେଖି ଅନୁମାନ ଲଗାଇ ନେଇଥାନ୍ତି ଯେ, ଏହା ନାଗରିକଙ୍କ ଯାନ କିମ୍ବା ସୈନ୍ୟ ବାହିନୀର ଯାନ। କିନ୍ତୁ ସୈନ୍ୟ ବାହିନୀର ନମ୍ବରକୁ ପଢିବା ସହଜ ହୋଇ ନଥାଏ। ଆସନ୍ତୁ ଜାଣିବା କେମିତି ପଢିପାରିବା ସୈନ୍ୟ ବାହିନୀ ଗାଡିର ନମ୍ବର….

ସେଣ୍ଟ୍ରାଲ ମୋଟର ଭେଇକଲ ନିୟମର ପାଳନ:

CAR HAMIRPUR

 

ସମଗ୍ର ଦେଶରେ ସାଧାରଣ ନାଗରିକ ମୋଟର ଯାନର ରେଜିଷ୍ଟ୍ରେସନ ରିଜନଲ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟର ପକ୍ଷରୁ କରାଯାଇଥାଏ। ସେହିଠାରେ ଏହି ନମ୍ବର ଗାଡିର ଆଗରେ ଏବଂ ପଛରେ ଲଗାଯାଇଥାଏ। ଏହି ଗାଡି ଗୁଡିକ ଉପରେ ସେଣ୍ଟ୍ରାଲ ମୋଟର ଭେଇକଲ ନିୟମର ପାଳନ କରିବାକୁ ପଡିଥାଏ, ଯାହା କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର ପକ୍ଷରୁ ଜାରି କରାଯାଇଥାଏ।

ସୈନ୍ୟ ବାହାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ:

ସେହିପରି ସୈନ୍ୟ ଗାଡି ଗୁଡିକ ଉପରେ ସେଣ୍ଟ୍ରାଲ ମୋଟର ଭେଇକଲ ନିୟମ ଲାଗୁ ହୋଇ ନଥାଏ। ସୈନ୍ୟ ଗାଡି ଗୁଡିକ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ରହିଥାଏ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ହିଁ ଏହାର ପଞ୍ଜିକରଣ ହୋଇଥାଏ। ଏଗୁଡିକର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ବହୁତ ବିଶେଷ ହୋଇଥାଏ, ଯାହାକୁ ପଢିବା ସହଜ ହୋଇନଥାଏ। ଏଥିସହିତ ନାଗରିକ ଗାଡି ଗୁଡିକରେ କେବଳ ପଞ୍ଜିକରଣ ସଂଖ୍ୟା ଲେଖାଯାଇଥିବା ବେଳେ ସୈନ୍ୟ ଗାଡି ଗୁଡିକରେ ସମ୍ପୂର୍ଣ୍ଣ ବିବରଣୀ ରହିଥାଏ।

ଉପର ଆଡକୁ ତୀରର ଚିହ୍ନ:

ସୈନ୍ୟ ଗାଡି ଗୁଡିକରେ ଉପର ଆଡକୁ ହୋଇ ତୀର ଚିହ୍ନ ରହିଥାଏ, ଯାହାକୁ “ବ୍ରାଣ୍ଡ ଏରୋ” କୁହାଯାଇଥାଏ। ଏହାକୁ ବ୍ରିଟିଶ କାଳରୁ ହିଁ ବ୍ୟବହାର କରାଯାଇ ଆସୁଛି, ଯାହାର ଅର୍ଥ ସରକାରୀ ସମ୍ପତ୍ତି ଅଟେ। ବ୍ରିଟିଶ କମନୱେଲଥ ଦେଶମାନଙ୍କରେ ଆଜି ମଧ୍ୟ ଏହାର ପ୍ରଚଳନ ରହିଛି। ଏହି ତୀର ଚିହ୍ନର ଲାଭ ଏହା ହୋଇଥାଏ ଯେ ନମ୍ବର ଭୁଲ ପଢ଼ାଯାଇ ନଥାଏ। ଯଦି ନମ୍ବର ପ୍ଲେଟ ଓଲଟା ମଧ୍ୟ ରହିଥାଏ ତେବେ ତିନ ଆଗକୁ ପଢ଼ାଯିବ।

ତୀର ଆଗକୁ ଦୁଇଟି ଅଙ୍କ:

ତୀର ଆଗକୁ ଦୁଇଟି ଅଙ୍କ ଲେଖାଯାଇଥାଏ, ଯାହା ପଞ୍ଜିକରଣ ବର୍ଷକୁ ଦର୍ଶାଇଥାଏ। ତା’ଆଗକୁ “ବେସ କୋଡ” ରହିଥାଏ। ବେସ କୋଡ ପରେ କ୍ରମାଙ୍କ ନମ୍ବର କିମ୍ବା ଭେଇକଲ ନମ୍ବର ଲେଖାଯାଇଥାଏ। କ୍ରମାଙ୍କ ନମ୍ବର ପରେ ଗାଡିର କ୍ଲାସ ଲେଖାଯାଇଥାଏ। ଯେଉଁଠାରେ ସାଧାରଣ ନାଗରିକଙ୍କର ଗାଡି ଗୁଡିକରେ ଆଗରେ ଏବଂ ପଛରେ ଧଳା, ହଳଦିଆ କିମ୍ବା ସବୁଜ ରଙ୍ଗର ପ୍ଲେଟ ଲାଗିଥାଏ। ସେହିପରି ସୈନ୍ୟ ଗାଡି ଗୁଡିକରେ ନମ୍ବର ପ୍ଲେଟର ବ୍ୟାକଗ୍ରାଉଣ୍ଡ ସବୁଜ କିମ୍ବା କଳା ହୋଇଥାଏ, ଯାହାକୁ ଅଧିକାରୀ ମାନେ ବ୍ୟବହାର କରିଥାନ୍ତି। ସେହିପରି ଏହି ଗାଡି ଗୁଡିକରେ ହେଉଥିବା ପରିବର୍ତ୍ତନ ଉପରେ ମୋଟର ଭେଇକଲ ନିୟମ ଲାଗୁ ହୋଇନଥାଏ।

ସେହିପରି ଆଗରେ ୟୁନିଟିର ପ୍ରତୀକ ଚିହ୍ନ ଏବଂ ୟୁନିଟିର ଗାଡି ନମ୍ବର ଲେଖାଯାଇଥା। ସେହିପରି ବଡ଼ ସୈନ୍ୟ ଯାନ ଗୁଡିକ ଉପରେ ହଳଦିଆ ରଙ୍ଗର ଅଙ୍କ ଲେଖା ହୋଇଥାଏ, ଯାହା ତା’ର କ୍ଷମତାକୁ ଦର୍ଶାଇଥାଏ। ଅର୍ଥାତ ଗାଡି କେତେ ଟନ ଓଜନ ସହି ପାରିବ। ସାଧାରଣ ସ୍ତରରେ ସୈନ୍ୟ ଗାଡି ଗୁଡିକର ରଙ୍ଗ ସବୁଜ (ଓଲିବ ଗ୍ରୀନ) ରହିଥାଏ, ଅନେକଥର ଗାଡି ଉପରେ କେମ୍ୟୁଫ୍ଲାଗ (ଜଙ୍ଗଲ)ର ରଙ୍ଗ ମଧ୍ୟ ରହିଥାଏ, ଯାହା ଦର୍ଶାଇଥାଏ ଯେ ସେ ଫାରୱର୍ଡ଼ ସସ୍ଥାନରେ ମୁତୟନ ରହିଛି।

ନମ୍ବର ପ୍ଲେଟ ଉପରେ ଷ୍ଟାର:

ସେହିପରି ଯଦି ଅଫିସରଙ୍କର ଗାଡି ଅଟେ ତେବେ ଏହି ନମ୍ବର ପ୍ଲେଟ ଉପରେ ଷ୍ଟାର ଗୁଡିକ ଅଙ୍କିତ ହୋଇଥାଏ, ଯାହା ଉପରେ ତାଙ୍କର ପଦବୀ ଲେଖାଯାଇଥାଏ। ଏଥିମଧ୍ୟରୁ ରେଡ ପ୍ଲେଟ ସୈନ୍ୟ ମାନଙ୍କ ପାଇଁ, ନେଭି ବ୍ଲୁ ପ୍ଲେଟ ଏୟାର ଫୋର୍ସ ପାଇଁ ଏବଂ ସ୍କ୍ୱାଡ ବ୍ଲୁ ଫ୍ଲେଟ ନେଭି ପାଇଁ ରହିଥାଏ। ବ୍ରିଗେଡିୟର ସ୍ତରରେ ଗୋଟିଏ ଷ୍ଟାର ଲଗାଯାଇଥାଏ। ଚିଫ ଅଫ ଆର୍ମି ଷ୍ଟାଫଙ୍କ ଲାଲ ରଙ୍ଗର ପ୍ଲେଟ ଉପରେ ଚାରୋଟି ଷ୍ଟାର ଲଗାଯାଇଥାଏ। ସେହିପରି ଚିଫ ଅଫ ନେଭାଲ ଏବଂ ଚିଫ ଅଫ ଏୟାର ଷ୍ଟାଫଙ୍କର ଗାଡି ଉପରେ ଚାରୋଟି ଷ୍ଟାର ରହିଥାଏ। ଏଥିସହିତ ଫିଲ୍ଡ ମାର୍ଶାଲ, ଏଡମିରଲ ଅଫ ଦ ଫ୍ଲିଟ ଏବଂ ଏୟାର ଫୋର୍ସ ମାର୍ଶାଲଙ୍କ ଗାଡି ଉପରେ ପାଞ୍ଚୋଟି ଷ୍ଟାର ଲଗାଯାଇଥାଏ।

Leave a Reply

Your email address will not be published. Required fields are marked *