କରୋନା ମହାମାରୀ ସମୟରେ ଦୁଇଜଣ ଭାଇ ତିଆରି କଲେ ଅଭୁତ ରୋବୋଟ, ଆରୋଗ୍ୟ କୋଭିଡ କେନ୍ଦ୍ର ପାଇଁ ଉତ୍ପାଦନ

ଝାରଖଣ୍ଡ ର ଜାମସେଦପୁରରେ ରହୁଥିବା ଦୁଇଭାଇ ଏମିତି ଏକ ରୋବୋଟ ତିଆରି କରିଛନ୍ତି , ଯାହା ୩୬୦ଡିଗ୍ରୀ ଯାଏ ବୁଲୀଥାଏ ଏବଂ ଘରରୁ ଅଫିସ ଯାଏ କେତେ କାମ ସହଜ କରିଥାଏ । କୋଭିଡ କେୟାର ସେଣ୍ଟର , ରେଷ୍ଟୁରାଣ୍ଟ ଭଳି ଯାଗାରେ ଏହି ରୋବୋଟ ଭଲ ଭୂମିକା ଗ୍ରହଣ କରିଥାଏ ।

ଏହି ରୋବୋଟ ତିଆରି କରିବାପାଇଁ ୭୫ହଜାର ଲାଗିଛି । ଆଦିତ୍ୟପୁରର ଦୁଇ ଭାଇ ଇଂଜୀନିୟର ରୋହିତ ଆନନ୍ଦ ଏବଂ ସାକେତ ଆନନ୍ଦ ଶୁକ୍ରବାର ଦିନ ଲଞ୍ଚ କରିଛନ୍ତି, ଏହି ରୋବୋଟ ଓ୍ୱାଇଫାଈ ରେ ମଧ୍ୟ କାମ କରେ,୨୦ କେଜି ପଯ୍ୟନ୍ତ ଓଜନ ଉଠାଇବାର କ୍ଷମତା ଅଛି,ଏହାର କ୍ଷମତା ବଢାଇବାର କାମ ଜାରି ଅଛି।

ରୋହିତ ଏବଂ ସୋକେତ୍ ଙ୍କ କହିବା ଅନୁଯାଇ ଏଥିରେ ଦୁଇଟି କ୍ୟାମେରା,ତିନି ଚାରି ଘଣ୍ଟା ଚାଲିବା ବ୍ୟାଟେରୀ,ତିନି ପ୍ରକାରର ଛୋଟ୍ ଛୋଟ କ୍ୟାମେରା ଲଗାଯାଇଛି,ଏହାକୁ ତିଆରି କରିବା ପାଇଁ ଜିନିଷ ଚେନ୍ନାଇ ଓ ମୁମ୍ବାଇ ରି ମାଗା ଯାଇଥିଲା।ଏହାକୁ କେମିତି ବ୍ୟବହାର କରାଯିବ ଏହା ଉପରେ କାର୍ଯ୍ୟ କରୁଛୁ।

ଏହା ଛଡ଼ା ଯୁବ ଇଞ୍ଜିନିୟର ସକେତ ର କହିବା ଅନୁଯାଇ ଆଗକୁ ଆମେ ଫାଷ୍ଟ ପ୍ରୋଟୋ ଟାଇପ ଲ୍ୟାବ ତିଆରି କରିବାର ଯୋଜନା ଅଛି,ଏହି ଲ୍ୟାବ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଗୋଟେ ଆଇଡ଼ିଆ ରୁ ନେଇକି ଜିନିଷ ତିଆରି ହେବା ଯାଏ ସମୟ କେମିତି କମ ହେବ।

ଏହି ଲ୍ୟାବରେ ଏନୋବେସନ ଏବଂ ରିସେର୍ଚ୍ ରେ ଯୋଡିହୋଇଥିବା ସବୁ ସୁବିଧା ଉପଲବ୍ଧ ଥିବ,ଯୁବ ଇଂଜିନିୟର ଦୁଇଭାଇ ଏବେ ଏହି ଏଡ୍ ବାକ୍ସ ରୋବୋଟ କୁ ଝାରଖଣ୍ଡ ସରକାରଙ୍କୁ ଦେଖେଇବାକୁ ଚାହାନ୍ତି ଏବଂ ଏହି ରୋଵୋଟ ସରକାରଙ୍କୁ ମାଗଣାରେ ଦେବାକୁ ଚାହାନ୍ତି,କାହିଁକି ନା କୋଭିଡ ରୋଗୀ ଙ୍କ ଚିକିତ୍ସା ରେ ରବୋଟ ସାହାଯ୍ୟ କରିପାରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *