ଭାଇରସର ଚିକିତ୍ସା, ICMR ବିକଶିତ କରାଇଲେ ଟେକ୍ନୋଲୋଜି

କରୋନା ଭାଇରସ ଭାରତ ସମେତ ସମଗ୍ର ଦୁନିଆରେ ହାହାକାର ସୃଷ୍ଟି କରିଛି। କରୋନା ଭାଇରସ ଦ୍ୱାରା ଦେଶରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ଏକ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। କରୋନା ଟିକା ବିକଶିତ କରାଯିବାର ସଂଘର୍ଷ ଭିତରେ Indian Council of Medical Research(ICMR) ହାଇଦ୍ରାବାଦର ଏକ କମ୍ପାନୀ ସହିତ ମିଶି କରୋନା ଚିକିତ୍ସା ପାଇଁ ନୂତନ ଉପାୟ ଖୋଜିଛି।

ହାଇଦ୍ରାବାଦର ଫାର୍ମା କମ୍ପାନୀ ବୟୋଲଜିକାଲ ଇ-ଲିମିଟେଡ଼ ସହଜେଟ ମିଶି ICMR କରୋନାର ଚିକିତ୍ସା ପାଇଁ ପ୍ୟୁରିଫାଇଡ ଏଣ୍ଟିସେରା ବିକଶିତ କରାଇଛନ୍ତି। ଏଥିରେ ପଶୁଙ୍କ ଠାରୁ ନିଆଯାଇଥିବା ବ୍ଲଡ ସିରମ ହୋଇଥାଏ ଯାହାଦ୍ୱାରା କରୋନା ଭାଇରସ ସଂକ୍ରମିତର ଚିକିତ୍ସା କରାଯିବ।

google

ଚିକିତ୍ସାର ଏହି ଟେକ୍ନୋଲୋଜିରେ କୌଣସି ବିଶେଷ ଏଞ୍ଜିଟନ ସହିତ ଲଢ଼ିବା ପାଇଁ ଶରୀରରେ ପ୍ରଥମରୁ ହିଁ ଏଣ୍ଟିବଡି ଉପସ୍ଥିତ ରହିଥାଏ। ଏହି ଟେକ୍ନୋଲୋଜିର ବ୍ୟବହାର କୌଣସି ବିଶେଷ ରୋଗର ଚିକିତ୍ସା ଅବସରରେ ତା’ଠାରୁ ରକ୍ଷା କରିବା ପାଇଁ ଇଞ୍ଜେକ୍ସନ ଜରିଆରେ କରାଯାଇଥାଏ। ଏହା ଜରିଆରେ ବର୍ତ୍ତମାନ କରୋନା ଦ୍ୱାରା ସଂକ୍ରମିତ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରାଯିବ।

ଆଇସିଏମଆର ଟ୍ୱିଟ ଜରିଆରେ କହିଛି ଯେ, କୋଭିଡ-୧୯ ପୀଡିତ ହୋଇଥିବା ରୋଗୀମାନଙ୍କୁ ପ୍ଲାଜ୍ମା ନିଆଯାଇପାରେ, କିନ୍ତୁ ଏଣ୍ଟିବଡି, ତା’ର ପ୍ରଭାବକାରିତା ଏବଂ ଏକାଗ୍ରତାକୁ ଏକ ରୋଗୀଙ୍କୁ ଅନ୍ୟ ରୋଗୀଙ୍କ ସହିତ ପରିବର୍ତ୍ତନ କରାଇଥାନ୍ତି ଏବଂ ଏଥିପାଇଁ ଏହାକୁ ରୋଗୀଙ୍କର ଚିକିତ୍ସା ପାଇଁ ଅବିଶ୍ୱାସନୀୟ ଉପାୟ ବନାଇ ଦେଇଥାନ୍ତି।

ଆଇସିଏମଆର ତରଫରୁ କୁହାଯାଇଛି ଯେ ଏଣ୍ଟିସେରା ଆଧାରିତ ଉପଚାର ପଦ୍ଦତି ମାଧ୍ୟମରେ କୋଭିଡ-୧୯ ସମୟରେ ଏହି ସଂକ୍ରମଣ ସହିତ ଲଢ଼ୁଥିବା ଲୋକଙ୍କର ଚିକିତ୍ସାରେ ସାହାଯ୍ୟ ମିଳିପାରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *