ବିଜେପି-କଂଗ୍ରେସ ମହିଳା ନେତା ମିଳିତ ଭାବେ ଚଳାଉଥିଲେ ସେକ୍ସ ରାକେଟ, ବର୍ତ୍ତମାନ ହୋଇଛନ୍ତି ଗିରଫ

ରାଜସ୍ଥାନ ବିଜେପି ଏବଂ କଂଗ୍ରେସର ପୂର୍ବ ମହିଳା ପଦାଧିକାରୀମାନଙ୍କ ଉପରେ ଚାଞ୍ଚଲ୍ୟକାରୀ ଆରୋପ ଲଗାଯାଇଛି। କିଛି ନାବାଳିକା ଝିଅମାନେ ଆରୋପ ଲଗାଇଛନ୍ତି ଯେ ସେ ସେକ୍ସ ର୍ୟାକେଟ ଚଳାଉଛନ୍ତି ଯେଉଁଥିରେ ଜଣେ ବିଜେପି ନେତ୍ରୀଙ୍କ ଗିରଫଦାରୀ ମଧ୍ୟ ହୋଇଯାଇଛି।

ଅରୋପ ଲଗାଯାଇଛି ଯେ ବିଜେପିର ସବାଇ ମାଧୋପୁରରୁ ପୂର୍ବ ଜିଲ୍ଲା ଅଧ୍ୟକ୍ଷ ସୁନିତା ବର୍ମା ଓରଫ ସମ୍ପତ୍ତି ବାଈ ଏବଂ କଂଗ୍ରେସ ସେବାଦଳ ମହିଳା ପ୍ରକୋଷ୍ଠର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ପୂଜା ଏବଂ ପୁନମ ଚୌଧୁରୀ ମିଳିତ ଭାବରେ ସେକ୍ସ ର୍ୟାକେଟ ଚଳାଉଥିଲେ, ଯେଉଁଥିରେ ନାବାଳିକା ନିରୀହ ଝିଅଙ୍କୁ ଫସାଇ ତାଙ୍କୁ ନେଇ ଖରାପ କାର୍ଯ୍ୟ କରାଯାଉଥିଲା।

ସବାଇ ମାଧୋପୁର ଜିଲ୍ଲାର ଯେତେବେଳେ ଜଣେ ନାବାଳିକା ଝିଅ ଏହି ମାମଲାର ଖୁଲାସା କରିଥିଲେ ସେତେବେଳେ ଏଥିରେ ଜିଲ୍ଲା କଲେକ୍ଟର କାର୍ଯ୍ୟାଳୟରେ କାମ କରୁଥିବା ଶିବରାମ ମିଣା, ଜିଲ୍ଲା ଉଦ୍ୟୋଗ କେନ୍ଦ୍ରରେ କାମ କରୁଥିବା ସନ୍ଦିପ ଶର୍ମା, ଇଲେକ୍ଟ୍ରିସିଆନ ରାଜୁ ଏବଂ ସୁନିତାଙ୍କ ସହଯୋଗରେ ହୀରାଲାଲଙ୍କ ସମେତ ବର୍ତ୍ତମାନ ସୁଦ୍ଧା ୫ ଜଣ ଲୋକଙ୍କର ଗିରଫ ହୋଇ ସାରିଛି। କଂଗ୍ରେସ ନେତ୍ରୀ ପୁନମ ଚୌଧୁରୀ ଫେରାର ରହିଥିବା ବେଳେ ବିଜେପି ନେତ୍ରୀ ସୁନିତା ବର୍ମାଙ୍କୁ ଗିରଫ କରି ନିଆଯାଇଛି।

ନାବାଳିକା ଝିଅ ନିଜର ବୟାନରେ କହିଛନ୍ତି ଯେ ବିଜେପି ଏବଂ କଂଗ୍ରେସଙ୍କର ଏହି ଉଭୟ ଜିଲ୍ଲା ସ୍ତରର ନେତା ରାଜ୍ୟର ଅନ୍ୟ ବଡ଼ ନେତା ମାନଙ୍କ ସହଜେଟ ମିଶି ସେକ୍ସ ର୍ୟାକେଟ ଚଳାଉଥିଲେ ଏବଂ ଝିଅମାନଙ୍କୁ ଅନ୍ୟ ଜିଲ୍ଲାରେ ମଧ୍ୟ ପଠା ଯାଉଥିଲା।

ବିଜେପିର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ସୁନିତା ବର୍ମା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିଛି ଦିନ ପୂର୍ବରୁ ଲେଖିଥିଲେ ଯେ ରାଜନୀତିରେ ବହୁତ ସଂଖ୍ୟାରେ ଚରିତ୍ରହୀନ ଅଟନ୍ତି ଏବଂ ସେମାନଙ୍କର ନାମ ଏବଂ କାମ ଉଭୟ ସେ ଜାଣନ୍ତି, ସମୟ ଆସିଲେ ସେ ସେହି ଲୋକମାନଙ୍କର ଖୁଲାସା କରିବେ। ବର୍ତ୍ତମାନ ପୋଲିସ ଏହି ପୁରା ମାମଲାର ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *