ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ବାଇକୁଲା ଜେଲରେ ଅଛନ୍ତି ଏବଂ ନିଜର ଜାମିନ ପାଇଁ ଓକିଲଙ୍କ ଜରିଆରେ ବହୁତ ପ୍ରୟାସ କରୁଛନ୍ତି। କିନ୍ତୁ ଏଥିମଧ୍ୟରେ ଏନସିବି ବମ୍ବେ ଉଚ୍ଚନ୍ୟାୟାଳୟ ସାମ୍ନାରେ ଗୋଟିଏ ପରେ ଗୋଟିଏ ସମସ୍ତ ରହସ୍ୟ ଖୋଲି ଦେଇଛନ୍ତି। ଏନସିବି ଏଥର ରିୟା ଚକ୍ରବର୍ତ୍ତୀଙ୍କ ଧନ୍ଦାକୁ ନେଇ ମହା ଖୁଲାସା କରିଛନ୍ତି। ଏନିସିବି କହିଛି ଯେ, ରିୟା ନିଜ ଘରୁ ହିଁ ଏହି ଧନ୍ଦା ବା ରାକେଟ ପରିଚାଳନା କରୁଥିଲେ ଏବଂ ହାଇ ପ୍ରୋଫାଇଲ କିମ୍ବା ବଡ଼ ଗ୍ରାହକଙ୍କ ପାଖକୁ ରିୟା ନିଜେ ଯାଉଥିଲେ। ଏନିସିବିକୁ ରିୟା ଚକ୍ରବର୍ତ୍ତୀଙ୍କ ଘରୁ ଏମିତି ଅନେକ ପ୍ରମାଣ ମିଳିଛି।
ଏନସିବି କହିଥିଲା ଯେ, ରିୟା ଚକ୍ରବର୍ତ୍ତୀଙ୍କ ଏକ ରାକେଟ ଚାଲିଥିଲା, ଏହି ଧନ୍ଦାର ମାଷ୍ଟରମାଇଣ୍ଡ ମଧ୍ୟ ରିୟା ଚକ୍ରବର୍ତ୍ତୀ ଥିଲେ। ରିୟାଙ୍କ ଘରୁ ଏସମସ୍ତ ଧନ୍ଦା ପରିଚାଳିତ ହେଉଥିଲା ଏବଂ ଏଥିରେ ରିୟାଙ୍କ ଭାଇ ଶୋବିକ ମଧ୍ୟ ଏଥିରେ ଶାମିଲ ରହିଥିଲେ। ଏନସିବି କହିଛି ଯେ ରିୟାଙ୍କ ଘରୁ ତାଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ମିଳିଥିଲା।
ରିୟା ଚକ୍ରବର୍ତ୍ତୀ ଲଗାତର ଜାମିନ ପାଇଁ ଆବେଦନ କରି ଆସୁଥିବା ବେଳେ ଏନସିବି ଏହାର ବିରୋଧ କରି ଗୋଟିଏ ପରେ ଗୋଟିଏ ରିୟାଙ୍କୁ ନେଇ ଖୁଲାସା କରିବାରେ ଲାଗିଛି। ଏନସିବି କୋର୍ଟରେ କହିଛି ଯେ, ରିୟା ଚକ୍ରବର୍ତ୍ତୀ ବଲିଉଡ ଦୁନିଆରେ ସବଠୁ ବଡ଼ ଧନ୍ଦା କରୁଥିଲେ ଏବଂ ରିୟା ହିଁ ଡ୍ରଗ୍ସର ଅଧିକାଂଶ କାମ ସମ୍ଭାଳୁଥିଲେ। ଅନେକ ଲୋକ କହୁଛନ୍ତି ରିୟାଙ୍କ ପାଖରେ କୌଣସି ଫିଲ୍ମ ନଥିବା ବେଳେ ତାଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା। କିପରି ସେ ଏତେ ମହଙ୍ଗା ଓକିଲ ହାୟର କରବା ସହିତ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏନସିବି ମୁତାବକ ରିୟାଙ୍କ ମହଙ୍ଗା ସୌକ ଏବଂ ଏତେ ଟଙ୍କା ଡ୍ରଗ୍ସ ଧନ୍ଦାରୁ ହିଁ ମିଳୁଥିଲା। ରିୟା ଡ୍ରଗ୍ସ ଧନ୍ଦାରୁ କୋଟି କୋଟି ଟଙ୍କା ଅର୍ଜନ କରୁଥିଲେ।
ରିୟାଙ୍କର ଡ୍ରଗ୍ସ ଧନ୍ଦାରେ ଅନେକ ବଡ଼ ବଡ଼ ହାଇ ପ୍ରୋଫାଇଲ ଗ୍ରାହକ ଥିଲେ। ଏନସିବି କହିଛି ଯେ, ଯେତେବେଳେ କୌଣସି ବଲିଉଡର ବହୁତ ବଡ଼ ବ୍ୟକ୍ତି ପାଖରେ ଡ୍ରଗ୍ସ ପହଞ୍ଚାଇବାକୁ ପଡିଥାଏ ସେତେବେଳେ ରିୟା ଚକ୍ରବର୍ତ୍ତୀ କୌଣସି ରିସ୍କ ନେଉନଥିଲେ ଏବଂ ନିଜେ ଯାଇ ଡ୍ରଗ୍ସ ଡେଲିଭରି କରୁଥିଲେ। ଏହି ମାଧ୍ୟମରେ ରିୟା ନିଜର ଫିଲ୍ମ କ୍ୟାରିୟର ମଧ୍ୟ ସଜାଡ଼ିବାକୁ ଚେଷ୍ଟା କରୁଥିଲେ। ରିୟାଙ୍କର ଏହି ଧନ୍ଦାରେ କୋଡ ୱାର୍ଡ ବ୍ୟବହାର କରାଯାଉଥିଲା। ରିୟାଙ୍କ ପାଖରେ ସମସ୍ତ ପ୍ରକାରର ଡ୍ରଗ୍ସ ମିଳୁଥିଲା।
ଏନସିବି ମୁତାବକ, ପେନ୍ସିଲ, ଆଇସକ୍ରିମ, ଟିଭି ରିମୋଟ ଏବଂ ନୂତନ ମୋବାଇଲ ଫୋନ ପରି କୋଡ ବ୍ୟବହାର କରାଯାଉଥିଲା। ପେନ୍ସିଲ ଅର୍ଥ ମାରଆନା, ଆଇସକ୍ରିମ ଅର୍ଥ କ୍ୟୁରେଟେଡ଼ ମାରଆନା, ରିମୋଟ ଅର୍ଥ ଚ’ରସ, ନୂତନ ଫୋନ ଅର୍ଥ ମାର୍କେଟରେ କିଛି ନୁଆଁ ଆସିଛି କି ନାହିଁ। ଏନସିବି ଏହି କୋଡକୁ ଡିକୋଡ କରିବା ସହିତ ରିୟାଙ୍କ ଘରୁ ମଧ୍ୟ ଅନେକ ଜିନିଷ ମିଳିଥିଲା। ଯେଉଁଥିରେ ଦେଢ଼ କିଲୋଗ୍ରାମ ଡ୍ରଗ୍ସ ରିୟାଙ୍କ ଘରୁ ମିଳିଛି। କେବଳ ଏହି ଦେଢ଼ କିଲୋ ଡ୍ରଗ୍ସ ମାମଲାକୁ ନେଇ ରିୟା ଚକ୍ରବର୍ତ୍ତୀ ଏବଂ ଶୋବିକଙ୍କୁ ୨୦ ବର୍ଷ ପାଇଁ ଜେଲ ହୋଇଯାଇ ପାରିବ। ଏଥିସହିତ ରିୟାଙ୍କ ଘରୁ ଏକ ଡାଏରି ମଧ୍ୟ ମିଳିଛି ଯେଉଁଠାରୁ କିଛି ଲୋକଙ୍କ ନାମ ପାଖରେ ଟଙ୍କାର ପରିମାଣ ଲେଖା ହୋଇଛି।
କୋର୍ଟରେ ଏନସିବି କହିଛି ଯେ ସୁଶାନ୍ତଙ୍କ ରୋଗ ବିଷୟରେ ଜାଣି ମଧ୍ୟ ରିୟା ତାଙ୍କୁ ଡ୍ରଗ୍ସ ଦେଇ ମୃତ୍ୟୁ ଆଡକୁ ଠେଲି ଦେଇଥିଲେ। ରିୟା କେବଳ ସୁଶାନ୍ତଙ୍କ ନାଁ ଏବଂ ପ୍ରତିଷ୍ଠାର ବ୍ୟବହାର କରିବା ପାଇଁ ତାଙ୍କ ପାଖକୁ ଆସିଥିଲେ। ସୁଶାନ୍ତଙ୍କ କେସରେ କିଛି ହେଉ କି ନହେଉ କିନ୍ତୁ କେବଳ ଡ୍ରଗ୍ସ କେସରୁ ହିଁ ରିୟାଙ୍କର ଜେଲରୁ ବାହାରିବା ଅସମ୍ଭବ ହୋଇଯିବ।
ସୁଶାନ୍ତଙ୍କୁ ନେଇ ଏମ୍ସ ଫରେନସିକ ଟିମ ୭ ଗୋଟି ମହା ଖୁଲାସା କରିଛି, ପ୍ରଥମ ଖୁଲାସା ସୁଶାନ୍ତଙ୍କ ମୃତ୍ୟୁର ଦିନ କାରଣ ଏପର୍ଯ୍ୟନ୍ତ କୁପର ହସ୍ପିଟାଲ ଏହାକୁ ସ୍ପଷ୍ଟ କରି ନାହିଁ, ଏହାକୁ ନେଇ କେହି ୧୩ ଜୁନକୁ ସୁଶାନ୍ତ ମରିଥିଲେ ବୋଲି କହୁଛନ୍ତି ତ ଆଉ କେହି ୧୪ ଜୁନ କହୁଛନ୍ତି। ତେବେ ଏନେଇ ବର୍ତ୍ତମାନ ଫରେନସିକ ରିପୋର୍ଟରେ କୁହାଯାଇଛି ଯେ, ୧୩ ଜୁନକୁ ସୁଶାନ୍ତଙ୍କ ସହିତ ବହୁତ କିଛି ହୋଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ୧୪ ଜୁନକୁ ହିଁ ହୋଇଥିଲା। ଦ୍ଵିତୀୟ ଖୁଲାସା ସୁଶାନ୍ତଙ୍କ ମୃତ୍ୟୁର ସମୟକୁ ନେଇ କରାଯାଇଛି। କୁହାଯାଇଛି ଯେ, ସୁଶାନ୍ତ ୧୪ ଜୁନ ସକାଳୁ ୧୧ଟାରୁ ୧୨ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ତୃତୀୟ ଖୁଲାସା ସୁଶାନ୍ତଙ୍କ ପେଟରେ କିଛି ଥିଲା କି ନାହିଁ ଯାହା ବିସରା ଟେଷ୍ଟରୁ ପ୍ରକାଶ ହୋଇଥାଏ। କିଛିଦିନ ପୂର୍ବରୁ ଏମ୍ସର ଫରେନସିକ ଟିମ ସୁଶାନ୍ତଙ୍କର ବିସରା ଟେଷ୍ଟ କରାଇଥିଲା। ଏହି ଟେଷ୍ଟ ଏହା ଜାଣିବା ପାଇଁ କରାଯାଇଥିଲା ଯେ ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ପ୍ରୟୋଗ ଥିଲା କି ନାହିଁ। ଏହାଛଡା ସୁଶାନ୍ତଙ୍କ ବିସରା ଟେଷ୍ଟରେ ଏମ୍ଫେଟେମିନ, କେନବିସ, ଓପିୟୋଡି, କୋକିନ, ହେରୋଇନ ପରି ଡ୍ରଗ୍ସର ଟେଷ୍ଟ ମଧ୍ୟ ହୋଇଥିଲା। ଏଥିରୁ ଏହା ସନ୍ଧାନ କରାଯାଇ ପାରିବ ଯେ ସୁଶାନ୍ତ ସତରେ କୌଣସି ଡ୍ରଗ୍ସ ନେଇଥିଲେ କି ନାହିଁ।
ଆପଣଙ୍କର ସୂଚନା ପାଇଁ କହି ରଖୁଛୁ ଯେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯିବା ପରେ ଯେତେବେଳେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା ସେତେବେଳେ ପୋଲିସ ବିସରାଲ ଅଙ୍ଗ ପରି ଅନ୍ତ, ହୃଦୟ, କିଡନୀ, ଲିଭର ପରି ଅଙ୍ଗ ଗୁଡିକର ସେମ୍ପଲ ବାହାର କରାଇ ପାରିବେ। ସଧାରଣତଃ ଏହି ପ୍ରକ୍ରିୟା (ବିସରା ଯାଞ୍ଚ) ମୃତ୍ୟୁରେ ବିଷ କିମ୍ବା ଡ୍ରଗ୍ସ ବ୍ୟବହାରର ସନ୍ଦେହ ରହିଥିଲେ କରାଯାଇଥାଏ। ଏହି ଟେଷ୍ଟରେ ସୁଶାନ୍ତଙ୍କ ପେଟରୁ କୌଣସି ପ୍ରକାରର କିଛି ଜିନିଷ ମିଳି ନଥିଲା। ସୁଶାନ୍ତଙ୍କ ପେଟରେ କୌଣସି ବିଷ, ଡ୍ରଗ୍ସ କିମ୍ବା ଖାଦ୍ୟ ମଧ୍ୟ ମିଳି ନଥିଲା।
ଚତୁର୍ଥ ଖୁଲାସା ମୁତାବକ ସୁଶାନ୍ତଙ୍କର ମୃତ୍ୟୁ ନିଶ୍ୱାସ ବନ୍ଧ ହେବାରୁ ହୋଇଥିଲା ଏବଂ ତାଙ୍କ ବେକର ହାଡ଼ ଭାଙ୍ଗି ଯାଇଥିଲା। ପଞ୍ଚମ ଖୁଲାସା ହେଉଛି ସୁଶାନ୍ତଙ୍କ ଡ୍ରଗ୍ସ ସେବନକୁ ନେଇ ମଧ୍ୟ ଫରେନସିକ ଟିମ ଯାଞ୍ଚ କରିଥିଲା କିନ୍ତୁ ଏମ୍ସର ରିପୋର୍ଟ ମୁତାବକ ସୁଶାନ୍ତଙ୍କ ପେଟରୁ ବହୁତ ଶକ୍ତିଶାଳୀ ଡ୍ରଗ୍ସ ଅଧିକ ମାତ୍ରାରେ ମିଳିଛି ଏବଂ ଦୀର୍ଘ ସମୟରୁ ସୁଶାନ୍ତ ଡ୍ରଗ୍ସ ନେଉଥିଲେ। ଷଷ୍ଠ ଖୁଲାସା ମୁତାବକ ୧୪ ଜୁନ ଦିନ ସୁଶାନ୍ତଙ୍କ ରୁମକୁ ମୁଖ୍ୟ ଦ୍ୱାର ଦେଇ କେହି ଆସି ନାହାନ୍ତି କିନ୍ତୁ ଛାତ ଉପର ଦେଇ ଆସିବାର ସମ୍ଭାବନା ରହିଛି, ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନାହିଁ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।