ଗଣଦୁ-ଷ୍କର୍ମ ପୀଡିତାଙ୍କ ପରିବାରକୁ ଧମକାଉଥିବା ବେଳେ ଡିଏମର ଭିଡିଓ ଭାଇରାଲ, ଡିଏମ କହିଲେ ନକଲି

ହାଥରସର ଜିଲ୍ଲା ଅଧିକାରୀ ପ୍ରବୀଣ କୁମାରଙ୍କ ଉପରେ ଗଣଦୁ-ଷ୍କର୍ମ ପୀଡିତାଙ୍କ ପରିବାର ଗମ୍ଭୀର ଆରୋପ ଲଗାଇଛନ୍ତି। ପୀଡିତାଙ୍କ ପରିବାର ଲୋକ ପ୍ରଶାସନ ଉପରେ ଧମକାଇବା ଏବଂ ଚାପ ପକାଇବାର ଆରୋପ ଲଗାଇଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ହାଥରସର ଡିଏମ ପୀଡିତାଙ୍କୁ ଧମକ ଦେଉଥିବାର ନଜର ଆସୁଛନ୍ତି। ହାଥରସର ଡିଏମ କହୁଛନ୍ତି ଯେ, ଗଣମାଧ୍ୟମ ଲୋକ ତ ଚାଲିଯିବେ, କିନ୍ତୁ ପ୍ରଶାସନ ଏଇଠି ରହିବ। ହାଥରସର ପୀଡିତା ପରିବାରଙ୍କ କହିବା କଥା ଯେ, ତାଙ୍କୁ ଧମକ ଦିଆ ଯାଉଛି। କେସକୁ ରଫା ଦଫା କରିବା ପାଇଁ ଚାପ ପକା ଯାଉଛି।

ଭିଡିଓରେ ହାଥରସର ଡିଏମ ପ୍ରବୀଣ କୁମାର ପୀଡିତାର ପରିବାରକୁ କହୁଛନ୍ତି ଯେ, ଆପଣ ନିଜର ବିଶ୍ୱାସନୀୟତା ଶେଷ କରନ୍ତୁ ନାହିଁ  | ମିଡ଼ିଆ ଲୋକ ଅଧା ଯାଇସାରିଛନ୍ତି କାଲି ସକାଳୁ ଆଉ ଅଧେ ଚାଲିଯିବେ, ଦୁଇ ଚାରି ଜଣ ରହିଯାଇଥିବେ କାଲି ସନ୍ଧ୍ୟା ପର୍ଯ୍ୟନ୍ତ, ଆମେ ଆପଣଙ୍କ ସହିତ ଠିଆ ହୋଇଛୁ, ବର୍ତ୍ତମାନ ଆପଣଙ୍କର ଇଚ୍ଛା ଯେ ଆପଣ ନିଜର ବୟାନ ବଦଳାଇବେ କି ନାହିଁ। ପୀଡିତାଙ୍କ ଭାଉଜ କହିଛନ୍ତି ଯେ, ଆମକୁ କୁହାଯାଉଛି ଯେ ତୁମ ଝିଅ ଯଦି କରୋନାରେ ମରିଯାଇଥାନ୍ତା ତାହେଲେ କଣ ତୁମକୁ କ୍ଷତିପୂରଣ ମିଳିଯାଇଥାନ୍ତା କି? ଆମକୁ ଧମକ ମିଳୁଛି। ବାପାଙ୍କୁ ଧମକ ଦିଆଯାଉଛି। ସେତେବେଳେ ସମୟ ଏପରି ଥିଲା ଯେ ଯାହା ମନକୁ ଆସୁଥିଲା ଆମେ ତାହା କହୁଥିଲୁ। ବର୍ତ୍ତମାନ ଏହି ଲୋକମାନେ ଆମକୁ ଏଠାରେ ରହିବାକୁ ଦେବେ ନାହିଁ।

ଡିଏମ ଖଣ୍ଡନ କଲେ ଏହି କଥା, କହିଲେ ଭୁଲ ଖବର କରାଯାଉଛି ପ୍ରସାରିତ:

ଡିଏମ ଏହି ମାମଲାରେ ଗୁରୁବାର ଦିନ ସନ୍ଧ୍ୟାରେ ନିଜ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ମୋତେ ଆଜି ଜଣାପଡିଲା ଯେ ପୀଡିତା ପରିବାର କୌଣସି କଥାକୁ ନେଇ ସନ୍ତୁଷ୍ଟ ନାହିଁ। ଏଥିପାଇଁ ମୁଁ ଆଜି ତାଙ୍କୁ ପୁଣିଥରେ ଭେଟିବାକୁ ଯାଇଥିଲି। ମୁଁ ତାଙ୍କର ରୁଷ୍ଟ ହେବାର କାରଣ ଜାଣିବାକୁ ଚେଷ୍ଟା କଲି। ଯେଉଁ ନକରାତ୍ମକ ଏବଂ ଭୁଲ ଖବର ପ୍ରସାରିତ ହେଉଛି, ମୁଁ ତାକୁ ଖଣ୍ଡନ କରୁଛି।

ADG Law and order କହିଲେ ହୋଇ ନଥିଲା ବଳା-ତ୍କାର:

ଏଥିମଧ୍ୟରେ, ଏଡିଜେ law and order ପ୍ରଶାନ୍ତ କୁମାର ଦାବି କରିଛନ୍ତି ଯେ ଯୁବତୀଙ୍କ ସହିତ ବଳାତ୍କାର ହୋଇ ନଥିଲା। ସେ କହିଛନ୍ତି ଯେ, ଯୁବତୀଙ୍କର ମୃତ୍ୟୁ ବେକରେ ଆଘାତ ଲାଗିବା ଏବଂ ସେହି କାରଣରୁ ଲାଗିଥିବା ଝଟକା ଯୋଗୁଁ ହୋଇଥିଲା। ଫରେନସିକ ରିପୋର୍ଟରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ସହିତ ବଳାତ୍କାର ହୋଇ ନଥିଲା। ପ୍ରଶାନ୍ତ କୁମାର କହିଛନ୍ତି ଯେ, ଏହି ଘଟଣା ପରେ ଯୁବତୀ ଜଣକ ପୋଲିସକୁ ଦିଆଯାଇଥିବା ବୟାନରେ ମଧ୍ୟ ନିଜ ସହିତ ବଳାତ୍କାର ହେବା କଥା କହି ନଥିଲେ।

ସେ କହିଥିଲେ ଯେ ତାଙ୍କ ସହିତ କେବଳ ମାରପିଟ କରାଯିବାର ଆରୋପ ଲଗାଇଥିଲେ। ସେ କହିଥିଲେ ଯେ, ସାମାଜିକ ସୌହାର୍ଦକୁ ବିଗାଡିବା ଏବଂ ଜାତୀୟ ହିଂସା ବଢାଇବା ପାଇଁ କିଛି ଲୋକ ତଥ୍ୟକୁ ଭୁଲ ଉପାୟରେ ପ୍ରସ୍ତୁତ କରୁଛନ୍ତି। ପୋଲିସ ହାଥରସ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଆମେ ସେହି ଲୋକଙ୍କୁ ଚିହ୍ନଟ କରି ଯିଏ ପରିବେଶ ଖରାପ କରିବା ଏବଂ ପ୍ରଦେଶରେ ଜାତୀୟ ହିଂସା ବଢ଼ାଇବାର ଚେଷ୍ଟା କରିଛନ୍ତି।

Leave a Reply

Your email address will not be published. Required fields are marked *