ସୁଶାନ୍ତଙ୍କ ପରିବାର ପ୍ରଥମଥର ସ୍ୱୀକାର କଲା ଦିଶାଙ୍କ ସହିତ କଂନେକ୍ସନ, ଯାଞ୍ଚ ଉପରେ ଉଠିଲା ପ୍ରଶ୍ନ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସିବିଆଇକୁ ଏମ୍ସ ଫରେନସିକ ରିପୋର୍ଟ ମିଳିସାରିଛି ବର୍ତ୍ତମାନ ସିବିଆଇ ଏହାର ପରବର୍ତ୍ତୀ ଯାଞ୍ଚ କରିବାକୁ ଯାଉଛନ୍ତି। ଏବେ ପୁଣିଥରେ ସିବିଆଇ ଟିମ ମୁମ୍ବାଇ ଯାଉଛି। ଏହାଛଡା ସିବିଆଇ ସୁଶାନ୍ତଙ୍କର ଦୁଇ ଭଉଣୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଥିଲା। ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ଘର ଲୋକ ସୁଶାନ୍ତଙ୍କ ସହିତ ଭୁଲ ହୋଇଥିବାର କହି ଆସୁଥିଲେ କିନ୍ତୁ ଏଥିମଧ୍ୟରେ ପ୍ରଥମଥର ପାଇଁ ସୁଶାନ୍ତଙ୍କ ପରିବାର ଦିଶା ସଲିୟନଙ୍କ କେସ ସହିତ ସୁଶାନ୍ତଙ୍କ କେସର ସମ୍ବନ୍ଧ ଯୋଡି ଦେଇଛନ୍ତି। ଏଥିପାଇଁ ପରିବାର ଲୋକ କହିଛନ୍ତି ଏହାକୁ ନେଇ ତାଙ୍କ ପାଖରେ ପକ୍କା ପ୍ରମାଣ ରହିଛି ଏବଂ ବହୁତ ଶୀଘ୍ର ସେମାନେ ଏହାକୁ ସିବିଆଇକୁ ଦେବେ।

ସୁଶାନ୍ତ ସିଂହ ରାଜପୁତଙ୍କ ଜଣେ ପରିବାର ସଦସ୍ୟ ନିଲୋତ୍ପଲ ମ୍ରିଣାଲ କହିଛନ୍ତି ଯେ, ପ୍ରଥମେ ଆମକୁ ମଧ୍ୟ ଲାଗିଥିଲା ଯେ କେବଳ ସୁଶାନ୍ତଙ୍କୁ ଶେଷ କରାଯାଇଥିଲା ଏବଂ ସୁଶାନ୍ତଙ୍କ ସହିତ ଦିଶାଙ୍କ ସଂଯୋଗ କେବଳ ଜଣେ ମ୍ୟାନେଜର ଭାବରେ ହିଁ ଥିଲା। କିନ୍ତୁ ନିଲୋତ୍ପଲ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପାଖରେ ପକ୍କା ପ୍ରମାଣ ରହିଛି ଯେ ସୁଶାନ୍ତ ଏବଂ ଦିଶାଙ୍କୁ ଗୋଟିଏ ଗ୍ୟାଙ୍ଗ ଶେଷ କରିଛି। ସେ ଏହାକୁ ନେଇ କହିଛନ୍ତି ଯେ, ସୁଶାନ୍ତ ମଧ୍ୟ ୮ଜୁନରୁ ଦିଶାଙ୍କ ମୃତ୍ୟୁ ପର ଠାରୁ କହୁଥିଲେ ଯେ ସେ ଲୋକମାନେ ତାଙ୍କୁ ମଧ୍ୟ ମାରିଦେବେ, ତାଙ୍କୁ ସେହି ଲୋକମାନେ ଛାଡିବେ ନାହିଁ। ଏହାକୁ ନେଇ ସୁଶାନ୍ତଙ୍କ ଭଉଣୀ ମିତୁ ମଧ୍ୟ କହି ସାରିଛନ୍ତି।

ନିଲୋତ୍ପଲ ଏହା ମଧ୍ୟ କହିଛନ୍ତି ଯେ, ସୁଶାନ୍ତ କୌଣସି ଏକ ବଡ଼ ଖୁଲାସା କରିଥାନ୍ତେ। କୌଣସି ଏକ ବଡ଼ ରହସ୍ୟ ସମସ୍ତଙ୍କ ସାମ୍ନାକୁ ଆଣିଥାନ୍ତେ। ଏଥିପାଇଁ ହିଁ ଦିଶାଙ୍କ ପରେ ସୁଶାନ୍ତଙ୍କୁ ହତ୍ୟା କରିଦିଆଗଲା। ନିଲୋତ୍ପଲ ୮ ଜୁନରୁ ୧୩ ଜୁନ ପର୍ଯ୍ୟନ୍ତ କାହାଣୀ କହିବାକୁ ଯାଇ ପ୍ରକାଶ କରିଥିଲେ ଯେ, ଏମିତି ଗୋଟିଏ ଦିନ ନଥିଲା ଯେତେବେଳେ ଦିଶାଙ୍କୁ ନେଇ ସୁଶାନ୍ତ କଥା ହୋଇ ନଥିଲେ ଏବଂ ଏପରି ଗୋଟିଏ ଦିନ ନଥିଲା ଯେତେବେଳେ ସୁଶାନ୍ତ ଭୟଭୀତ ହୋଇ ନଥିଲେ। ଏଥିସହିତ ଏପରି ଅନେକ ପ୍ରମାଣ ରହିଛି ଯାହା ସିବିଆଇକୁ ପ୍ରଦାନ କରାଯିବ।ଏହାଛଡା ସୁଶାନ୍ତଙ୍କ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ଏବଂ ଅଭିନେତା ଯୁବରାଜ ସିଂହ ଏହି ନୂତନ ଏବଂ ବଡ଼ ଖୁଲାସା କରିଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ଗୋଟିଏ କିମ୍ବା ଦୁଇ ସପ୍ତାହରୁ ନୁହେଁ ବରଂ ଦୀର୍ଘ ଦିନ ଧରି ସୁଶାନ୍ତଙ୍କୁ ଶେଷ କରିବା ପାଇଁ ଯୋଜନା କରୁଥିଲେ।

ଯୁବରାଜ ସିଂହ ଏକ ସମ୍ପୂର୍ଣ୍ଣ ନୂତନ ଖୁଲାସା କରିବାକୁ ଯାଇ କହିଥିଲେ ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ ରିୟା ଚକ୍ରବର୍ତ୍ତୀ ହର୍ମୋନର ଟ୍ୟାବ୍ଲେଟ ଦେଉଥିଲେ। ରିୟା କୌଣସି ଡାକ୍ତର ପରାମର୍ଶ ନକରି ସୁଶାନ୍ତଙ୍କୁ ହର୍ମୋନର ଟ୍ୟାବ୍ଲେଟ ଲଗାତର ଭାବରେ ଦେଉଥିଲେ। ତେବେ ସୁଶାନ୍ତଙ୍କ ଶରୀରରେ ହର୍ମୋନ ଅସନ୍ତୁଳନ ପାଇଁ ଏହି ଯୋଜନା ହେଉଥିଲା, ଅର୍ଥାତ ପୂର୍ଣ୍ଣ ରୂପରେ ବହୁତ ଚାଲାକିର ସହିତ ଏସବୁ କରାଯାଇଥିଲା। ହର୍ମୋନ ଅସନ୍ତୁଳିତ ହେବା ଦ୍ୱାରା ସୁଶାନ୍ତ ନିଜର ମସ୍ତିସ୍କ ଉପରେ ନିୟନ୍ତ୍ରଣ ରହୁ ନଥିଲା ଏବଂ ସୁଶାନ୍ତଙ୍କ ଜରିଆରେ ରିୟା ନିଜର ମନ ମୁତାବକ କରାଉଥିଲେ।

ଆଗକୁ ସୁଶାନ୍ତଙ୍କ ବନ୍ଧୁ ଯୁବରାଜ ହିଁ ଖୁଲାସା କରିଥିଲେ ଯେ, ସୁଶାନ୍ତଙ୍କୁ ଟ୍ରାକୁଳାଇଜଡ ମଧ୍ୟ କରୁଥିଲେ ରିୟା ଚକ୍ରବର୍ତ୍ତୀ। କାରଣ ଏହି ଟ୍ରାନକୁଲାଇଜରରକୁ ୧୩ ଜୁନ ଦିନ ସୁଶାନ୍ତଙ୍କ ଉପରେ ବ୍ୟବହାର କରାଯାଇଥିଲା। ତେବେ ରିୟା ଟ୍ରାଙ୍କୁଲାଇଜରର ବ୍ୟବହାର ସୁଶାନ୍ତଙ୍କୁ କାବୁରେ ରଖିବା ପାଇଁ କରୁଥିଲେ। Tranquilizerର ବ୍ୟବହାର ପଶୁ ମାନଙ୍କ ଉପରେ କରାଯାଏ, ଯାହା ବହୁତ ଭୟାନକ ହୋଇଥାଏ, ଅର୍ଥାତ ସିଂହ କିମ୍ବା ହାତୀ ପରି ପଶୁଙ୍କୁ Tranquilizer ଜରିଆରେ ବେହୋଶ କରାଯାଇଥାଏ ଏବଂ ସେତେବେଳେ ତାଙ୍କ ପାଖକୁ କେହି ମଧ୍ୟ ଯାଇପାରିବେ।

ଯୁବରାଜ ଆହୁରି କହିଛନ୍ତି ଯେ,ସୁଶାନ୍ତଙ୍କୁ ରିୟା ନିଦ ଔଷଧ ମଧ୍ୟ ଦେଇଥିଲେ , ପ୍ରତ୍ୟେକ ଦିନ ଦୁଇ କିମ୍ବା ତିନୋଟି ନିଦ ଟ୍ୟାବ୍ଲେଟ ସୁଶାନ୍ତଙ୍କୁ ଦିଆଯାଉଥିଲା। ଏବିଷୟରେ ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ଦିପେଶ ସାୱନ୍ତ ମଧ୍ୟ କହିଥିଲେ ଯେ, ସୁଶାନ୍ତଙ୍କୁ ପ୍ରତ୍ୟେକ ଦିନ ନିଦ ଟାଵଲେଟ ଦିଆଯାଉଥିଲା। ତେବେ ସମସ୍ତେ ଜାଣିଛନ୍ତି ଅଧିକ ଦିନ ନିଦ ଔଷଧ ଖାଇବା ଦ୍ୱାରା ମସ୍ତିସ୍କର ସ୍ଥିତି କଣ ହୋଇଥାଏ।

ଯୁବରାଜ କହିଥିଲେ ଯେ, ଅଧିକାଂଶ ସମୟରେ ତାଙ୍କର ସୁଶାନ୍ତଙ୍କ ସହିତ କଥାବାର୍ତ୍ତା ହୋଇଥାଏ ଏବଂ ତାଲାବନ୍ଦ ସମୟରେ ମଧ୍ୟ ସୁଶାନ୍ତଙ୍କ ସହିତ ଅନେକଥର କଥାବାର୍ତ୍ତା ହୋଇଛି କିନ୍ତୁ ଜୁନର ପ୍ରଥମ ସପ୍ତାହରେ ଯୁବରାଜଙ୍କର ସୁଶାନ୍ତଙ୍କ ସହିତ କେଵଳ ଥରେ ହିଁ କଥାବାର୍ତ୍ତା ହୋଇଥିଲା। ସେତେବେଳେ ସୁଶାନ୍ତଙ୍କ ମୁହଁରୁ ଭାଷା ମଧ୍ୟ ବାହାରୁ ନଥିଲା। ଯୁବରାଜ ମଧ୍ୟ କହିଛନ୍ତି ସୁଶାନ୍ତଙ୍କ ହତ୍ୟା ୧୪ ଜୁନ ନୁହେଁ ବରଂ ୧୩ ଜୁନକୁ ହୋଇଥିଲା। ଏହାକୁ ସିବିଆଇ ମଧ୍ୟ ସ୍ୱୀକାର କରିଛି ଯେ, ୧୩ ଜୁନକୁ ଅପରାହ୍ନ ୨ଟା ୨୨ ମିନିଟ ପରେ ସୁଶାନ୍ତଙ୍କର କୌଣସି ଖବର ନଥିଲା ସେ ଅଦୃଶ୍ୟ ହୋଇଯାଇଥିଲେ।

ଯୁବରାଜଙ୍କ ମୁତାବକ, ୧୩ ଜୁନ ଦ୍ୱିପ୍ରହର ୨ଟା ୨୨ରେ ସୁଶାନ୍ତଙ୍କ ଉପରେ ଟ୍ରାଙ୍କୁଲାଇଜରର ପ୍ରୟୋଗ କରାଯାଇଥିଲା। ଯାହାପରେ ସେହିଦିନ ରାତିରେ ତାଙ୍କୁ ଶେଷ କରିବାର ଯୋଜନା ମଧ୍ୟ ରହିଥିଲା। ଯେତେବେଳେ ଆକ୍ରମଣକାରୀମାନେ ସୁଶାନ୍ତଙ୍କୁ ଶେଷ କରାଯାଉଥିବା ବେଳେ ଘରେ ଉପସ୍ଥିତ ଥିବା ସିଦ୍ଧାର୍ଥ ପିଠାନି ସୁଶାନ୍ତଙ୍କୁ ବଞ୍ଚାଇବା ପାଇଁ ଆକ୍ରମଣକାରୀଙ୍କ ସହିତ ଲଢ଼ିଯାଇଥିଲେ। କିନ୍ତୁ ପିଠାନି ତାଙ୍କୁ ବଞ୍ଚାଇ ପାରି ନଥିଲେ ଏବଂ ଏହି କାରଣରୁ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ପହଞ୍ଚିଥିଲା। ପୀଠନିଙ୍କୁ ଏହି ସର୍ତ୍ତରେ ଛାଡି ଦିଆଯାଇଥିଲା ଯେ ସେ ଯେପରି କାହାକୁ କିଛି କହିବେ ନାହିଁ।

ଯୁବରାଜ କହିଛନ୍ତି ଯେ ସୁଶାନ୍ତ ଏକ ବହୁତ ବଡ଼ ରହସ୍ୟର ଖୁଲାସା କରିଥାନ୍ତେ ଏବଂ ଏହି ରହସ୍ୟକୁ ଲୁଚାଇବା ପାଇଁ ହିଁ ସୁଶାନ୍ତଙ୍କୁ ଶେଷ କରିଦିଆଗଲା। ସେ ଏହା ମଧ୍ୟ କହିଛନ୍ତି ଯେ , ଯଦି ସୁଶାନ୍ତ ସେଦିନ ରତରେ କୌଣସି ଉପରେ ବଞ୍ଚିଯାଇଥାନ୍ତେ ତାହେଲେ ମଧ୍ୟ ଆଗ ପରି ସାଧାରଣ ହୋଇ ପାରି ନଥାନ୍ତେ ସୁଶାନ୍ତ। କାରଣ ତାଙ୍କ ଉପରେ ଏତେ ଶକ୍ତିଶାଳୀ ଟ୍ରାଙ୍କୁଲାଇଜର ପ୍ରୟୋଗ କରାଯାଇଥିଲା ଯେ ତାଙ୍କ ମାନସିକ ସ୍ଥିତି କେବେହେଲେ ଠିକ ହୋଇ ପରିନଥାନ୍ତା, ସମ୍ପୂର୍ଣ୍ଣ ପାଗଳ ହୋଇଯାଇଥାନ୍ତେ ସୁଶାନ୍ତ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *