ସୀମାରେ ଲାଗି ରହିଥିବା ଉତ୍ତେଜନା ଭିତରେ ଭାରତରେ ବୁଧବାର ଦିନ ନୂତନ ଇତିହାସ ରଚିଛି। ଭାରତ ବ୍ରହ୍ମସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି, ଯାହା ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁକୁ ଧୂଳିସାତ କରିପାରିବ।
ଚୀନ ସହିତ ସୀମାରେ ଜାରି ରହିଥିବା ଉତ୍ତେଜନା ଭିତରେ ନିଜ ଶକ୍ତିକୁ ଦୃଢ କରିବାରେ ଲାଗି ପଡିଛି। ଏହି ପ୍ରକ୍ରିୟାରେ ବୁଧବାର ଦିନ ଦେଶକୁ ଏକ ବଡ଼ ସଫଳତା ମିଳିଛି। Defence Research and Development Organisation (DRDO) ବୁଧବାର ଦିନ ବ୍ରହ୍ମସ ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ କରିଥିଲା। ଏହା ଏହି କ୍ଷେପଣାସ୍ତ୍ରର ବିକଶିତ ଭର୍ଜନର ପରୀକ୍ଷଣ ଥିଲା, ଯାହାର ପରିସର ମାରକ କ୍ଷମତା ବଢ଼ାଇ ୪୦୦ କିଲୋମିଟର କରାଯାଇଥିଲା।
DRDO ମୁତାବକ, ଏହି ଟେଷ୍ଟକୁ ସଂସ୍ଥାର PJ-10 ପ୍ରୋଜେକ୍ଟ ଅନ୍ତର୍ଗତ କରାଯାଇଛି। ବୁଧବାର ଦିନ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ କରାଯାଇଥିଲା। ଯାହା ଭାରତର ସୈନ୍ୟ ଶକ୍ତିରେ ଆହୁରି ଅଧିକ ଦୃଢତା ଦେବା ପାଇଁ ପ୍ରୟୋଗ ହୋଇଛି। ଏହି କ୍ଷେପଣାସ୍ତ୍ରରେ ବ୍ୟବହାର କରାଯାଇଥିବା ଏୟାରଫ୍ରେମ ଏବଂ ବୁସ୍ଟରକୁ ଦେଶରେ ହିଁ ତିଆରି କରାଯାଇଛି।
The extended range BrahMos supersonic cruise missile that was test-fired off the coast of Odisha’s Balasore today. The missile can hit targets at a range of more than 400 kms. It is fitted with new indigenous booster and airframe. https://t.co/Wacj2GD4fv pic.twitter.com/ATLvoY8xE3
— ANI (@ANI) September 30, 2020
ବ୍ରହ୍ମସର ବିକଶିତ ଭର୍ଜନକୁ ଭାରତର DRDO ଏବଂ ରୁଷର NPOM ମିଶି ନିର୍ମାଣ କରିଛନ୍ତି। ଯାହା ୱାର ସିପ, ସବମରିନ, ଫାଇଟର ଜେଟ ଏବଂ ଭୂମି ଦ୍ୱାରା ଅବତରଣ କରାଯାଇ ପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ୱିଟ କରି DRDOକୁ ଏହି ସଫଳ ପରୀକ୍ଷଣ ପାଇଁ ଶୁଭେଚ୍ଛା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବ୍ରହ୍ମସ ପ୍ରଥମ ସୁପରସୋନିକ କ୍ରୁଜ ମିସାଇଲ ଅଟେ, ଯାହା ବର୍ତ୍ତମାନ ସମୟରେ ସେବାରେ ରହିଛି। ୨୦୦୫ରେ ଆଇଏନଏସ ରାଜପୁତ ଉପରେ ଭାରତୀୟ ନେଭି ଏହି କ୍ଷେପଣାସ୍ତ୍ରର ଇଣ୍ଡକ୍ସନ କରିଥିଲା। ବର୍ତ୍ତମାନ ଭବିଷ୍ୟତରେ ସମସ୍ତ ୱାର ସିପରେ ନୂତନ ବିକାଶର ସୁବିଧା ସହିତ ଏହାକୁ ଶାମିଲ କରାଯିବ।
ଏହାପୂର୍ବରୁ ଭାରତୀୟ ସେନା ମଧ୍ୟ ବ୍ରହ୍ମସ କ୍ଷେପଣାସ୍ତ୍ରକୁ ନିଜ ତିନୋଟି ରେଜିମେଣ୍ଟରେ ଶାମିଲ କରିଛି, ଅର୍ଥାତ ଯଦି ଶତ୍ରୁ କିଛି ମୂର୍ଖାମୀ କରେ ତେବେ ତାଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ। ଲଦାଖରେ ଚୀନ ସହିତ ଗତ କିଛି ମାସରୁ ଯେଉଁ ପ୍ରକାରର ଉତ୍ତେଜନାର ସ୍ଥିତି ରହିଛି, ଏପରି ସମୟରେ ଭାରତ ହାତରେ ନୂତନ ଶକ୍ତି ଲାଗିବା ଶତ୍ରୁକୁ ଚିନ୍ତାରେ ପକାଇପାରେ। ଭାରତ ଲଗାତର ଦେଶୀ ଏବଂ ବିଦେଶୀ ହତିଆରରେ ସେନାକୁ ଦୃଢ଼ କରିବାରେ ଲାଗି ପଡିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।