କୋରୋନା ମହାମାରୀ ସାରା ଦୁନିଆରେ ଖରାପ ପ୍ରଭାବ ପକାଉଛି। ଏବେଯାଏଁ ଏହି ସଂକ୍ରମଣ କୁ ରୋକିବା ପାଇଁ କୌଣସି ଭାକସିନ ଆସିନାହିଁ। ଏହା ଭିତରେ ଗୁଜୁରାଟ ରାଜକୋଟ ରେ ଆରମ୍ଭ ହୋଇଥିବା ଦେଶର ଦ୍ୱିତୀୟ କୋବିଡ ଅଟୋଷ୍ପି ସେଣ୍ଟର ରିପୋର୍ଟ ରେ ଚମାକାଇଲା ଭଳି କଥା ସାମ୍ନାକୁ ଆସିଛି। ପରୀକ୍ଷାରୁ ଜଣାପଡିଛି କୋରୋନା ସଂକ୍ରମଣ ରୁ ଫୁସଫୁସ୍ କୁ ଏତେ ପ୍ରଭାବିତ କରିଥାଏ ସିଏ ପଥର ହୋଇଯାଇଥାଏ। ଏଥିରେ ମଣିଷ ନିଃଶ୍ୱାସ ନେଇପାରେ ନାହିଁ ଆଉ ତାର ମୃତ୍ୟୁ ହୋଇଯାଏ।
ଫୁସଫୁସ୍ କୁ ଚାରିପାଖ ରୁ କରିଥାଏ ଆକ୍ରମଣ:

କୋରୋନା ସଂକ୍ରମଣ ରେ ନିଜ ଜୀବନ ହରାଇଥିବା ଛଅ ଜଣ ବ୍ୟକ୍ତିଙ୍କୁ ଅଟୋସ୍ପି ରିପୋର୍ଟ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସେଣ୍ଟର ଡା ହେତଲ ବ୍ୟାଡ କହିଲେ କି ସଂକ୍ରମଣ ହୋଇଥିଲେ ଫୁସଫୁସ୍ ରେ ଫିବ୍ରୋସିସ୍ ବହୁତ ବଢିଯାଇଥାଏ। ଏହା ଏକ ପ୍ରକାରର ବେମାରୀ ଅଟେ, ଯେଉଁଥିରେ ଟିସୁ ଖରାପ ହେବାକୁ ଲାଗିଥାଏ। ଏଥିରେ କାଶ ହେବା ଆରମ୍ଭ ହୋଇଯାଏ। ଏଥିରେ ଟିଭି ବା ନିମୋନିଆ ରେ ଫିବ୍ରୋସିସ୍ ଫୁସଫୁସ୍ ର ଟିସୁ ବା ତଳ କୋଷ ରେ ହୋଇଥାଏ। କିନ୍ତୁ କୋରୋନା ସଂକ୍ରମଣ ଫୁସଫୁସ୍ କୁ ଚାରିପାଖରୁ ଘେରି ହୋଇରହି ଥାଏ। ଏଥିରେ ଫୁସଫୁସ୍ ପଥର ଭଳି ଟାଣ ହୋଇଯାଇଥାଏ। ଏଥିରେ ଫୁସଫୁସ୍ କୁ ଖୋଲା ପବନ ପାଂହଚି ପାରେ ନାହିଁ ଓ ମଣିଷକୁ ନିଃଶ୍ୱାସ ନେବା ରେ ଅସୁବିଧା ହୋଇଥାଏ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।