୧୪ ଜୁନକୁ ସୁଶାନ୍ତ ନିଜ ବାନ୍ଦ୍ରା ସ୍ଥିତ ବାସଭବନରେ ମୃତ୍ୟୁବରଣ କରିଥିଲେ ଏବଂ ତା’ପରେ କିଛି ଦିନ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ଏହି କେସର ଯାଞ୍ଚ କରିଥିଲା। ଏହାପରେ କେସ ତଦନ୍ତ ପାଇଁ ସିବିଆଇ ହାତକୁ ଯାଇଥିଲା। ପ୍ରଥମେ ମୁମ୍ବାଇ ପୋଲିସର ଯାଞ୍ଚ ଉପରେ ସମସ୍ତେ ପ୍ରଶ୍ନ ଉଠାଇଥିଲେ ଏବଂ ସିବିଆଇକୁ କେସ ମିଳିଥିଲା।
ସିବିଆଇ ପ୍ରାରମ୍ଭିକ ତଦନ୍ତରେ ବହୁତ ଭଲ କାମ କରିଥିଲା, ବହୁତ ବଡ଼ ବଡ଼ କଥା ମଧ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ପ୍ରାୟ ଗତ ଦୁଇ ସପ୍ତାହ ହେବ ସିବିଆଇ ଅଚାନକ ସୁଶାନ୍ତଙ୍କ କେସରେ ଅବହେଳା କରୁଥିବାର ଦେଖିବାକୁ ମିଳୁଛି। ସିବିଆଇ ଅଚାନକ ନିରବ ହୋଇଯାଇଛି। ସୁଶାନ୍ତଙ୍କ ମାମଲାରେ ବର୍ତ୍ତମାନ ସିବିଆଇ ମୁମ୍ବାଇ ପୋଲିସକୁ ଅନୁସରଣ କରୁଥିବାର ନଜର ଆସୁଛନ୍ତି। ସମସ୍ତଙ୍କୁ ଛାଡି ବର୍ତ୍ତମାନ ସିବିଆଇ ସୁଶାନ୍ତଙ୍କ ପରିବାର ପଛରେ ପଡି ଯାଇଛି।
ଖବର ରହିଛି ଯେ ବର୍ତ୍ତମାନ ସୁଶାନ୍ତଙ୍କ ଦୁଇଜଣ ଭଉଣୀଙ୍କୁ ଗିରଫ କରାଯିବାର ପ୍ରସ୍ତୁତି ଚାଲିଛି। ରିୟା ଚକ୍ରବର୍ତ୍ତୀଙ୍କ ଆରୋପକୁ ଆଧାର କରି ସୁଶାନ୍ତଙ୍କ ଦୁଇ ଭଉଣୀଙ୍କୁ ନୋଟିସ ପଠାଇ ଦେଇଛନ୍ତି। ତେବେ ସୁଶାନ୍ତଙ୍କ କେସରେ ସିବିଆଇ ପାଖାପାଖି ଗତ ଦେଢ଼ ମାସ ହେବ ତଦନ୍ତ କରୁଛି। ସମସ୍ତଙ୍କୁ ଲାଗୁଥିଲା କିଛି ଦିନ ମଧ୍ୟରେ ସିବିଆଇ ସବୁକିଛି ସତ ସାମ୍ନାକୁ ନେଇ ଆସିବ। କିନ୍ତୁ ସିବିଆଇ କିଛି କରିବା ତ ଦୂରର କଥା ଓଲଟା ସୁଶାନ୍ତଙ୍କ ଭଉଣୀଙ୍କ ଉପରେ ଆରୋପ ଲଗାଉଛି।
ବର୍ତ୍ତମାନ ସିବିଆଇ ସୁଶାନ୍ତଙ୍କ ଦୁଇଜଣ ଭଉଣୀ ପ୍ରିୟଙ୍କା ଏବଂ ମିତୁଙ୍କୁ ନୋଟିସ ପଠାଇଛନ୍ତି। ଏଥର ସିବିଆଇ ସୁଶାନ୍ତଙ୍କ ଭଉଣୀଙ୍କୁ ଧାରା ୩୦୬ରେ ପଚରାଉଚରା ପାଇଁ ଡକାଇଛନ୍ତି। ତେବେ ଧାରା ୩୦୬ କାହାକୁ ଆତ୍ମହତ୍ୟା କରିବାକୁ ଉସୁକାଇବା ପାଇଁ ରହିଥାଏ। କେହି ଯଦି ଏପରି ସ୍ଥିତି ଉପୁଜାଇଥାନ୍ତି ଯେ, ଯେପରି ଜଣେ ଲୋକ ନିଜେ ନିଜକୁ ଶେଷ କରିନେବେ, ଏପରି ସ୍ଥିତିରେ ଧାରା ୩୦୬ ଲାଗୁ ହୋଇଥାଏ।
ତେବେ ସିବିଆଇ ମୁତାବକ ସୁଶାନ୍ତଙ୍କର ଆଉ କେହି କିଛି କରି ନାହାନ୍ତି ସେ ନିଜେ ନିଜକୁ ଶେଷ କରି ନେଇଛନ୍ତି, ଏଥିପାଇଁ ବର୍ତ୍ତମାନ ଏହି କେସରେ ଧାରା ୩୦୬ ଲାଗୁ ହୋଇଯାଇଛି। ଧାରା ୩୦୬ ଆଧାରରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ଏବଂ ମିତୁ ସିଂହଙ୍କୁ ସିବିଆଇ ଡକାଇଛି। ମିତୁ ୮ ଜୁନରୁ ନେଇ ୧୨ ଜୁନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହିତ ତାଙ୍କ ବାନ୍ଦ୍ରାସ୍ଥିତ ଫ୍ଲାଟରେ ରହିଥିଲେ ଏବଂ ମୁମ୍ବାଇରେ ସୁଶାନ୍ତଙ୍କର ସବୁଠୁ ନିକଟବର୍ତ୍ତୀ ମିତୁ ହିଁ ଥିଲେ। ସେହିପରି ସୁଶାନ୍ତଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତିର ନମିନି ରହିଛନ୍ତି ପ୍ରିୟଙ୍କା।
ରିୟା ଚକ୍ରବର୍ତ୍ତୀ ଆରୋପ ଲଗାଇଥିଲେ ଯେ ମିତୁ ସିଂହ ୮ ଜୁନରୁ ନେଇ ୧୨ ଜୁନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଫ୍ଲାଟରେ ହିଁ ଥିଲେ। ମିତୁ ସେଠାରେ କଣ କଲେ ଏବଂ ସୁଶାନ୍ତଙ୍କ ସହିତ ସେହି କିଛିଦିନ ମଧ୍ୟରେ କଣ ହୋଇଥିଲା ତାହା ତଦନ୍ତ ହେବା ଉଚିତ। କେବଳ ଏତିକି ନୁହେଁ ପ୍ରିୟଙ୍କାଙ୍କ ଉପରେ ମଧ୍ୟ ଆରୋପ ଲଗାଇଥିଲେ ରିୟା ଚକ୍ରବର୍ତ୍ତୀ। କହିଥିଲେ ଯେ, ସୁଶାନ୍ତଙ୍କ ଜୀବନରେ ତାଙ୍କ ଭଉଣୀ ପ୍ରିୟଙ୍କା ଦଖଲ ଦେଉଥିଲେ। ସୁଶାନ୍ତ ମଧ୍ୟ ପ୍ରିୟଙ୍କାଙ୍କୁ ପସନ୍ଦ କରୁ ନଥିଲେ ବୋଲି କହିଛନ୍ତି ରିୟା। ଏଥିସହିତ ରିୟା ଆହୁରି କହିଛନ୍ତି ସାମୁଏଲ ମିରାଣ୍ଡାଙ୍କର ଭର୍ତ୍ତି ମଧ୍ୟ ପ୍ରିୟଙ୍କା କରାଇଥିଲେ। ତେବେ ଯେକୌଣସି ଭଉଣୀ ନିଜ ଭାଇ ଉପରେ ଯେତେ ରାଗିଥିଲେ ଯେତେ ଝଗଡା କରିଥିଲେ ମଧ୍ୟ କେବେହେଲେ ତା’ର ହତ୍ୟା କରି ପାରିବ ନାହିଁ, ଏହା କେବେ ସମ୍ଭବ ହିଁ ନୁହେଁ।
ଦେଶର ସବୁଠୁ ବଡ଼ ଫରେନସିକ ବିଶେଷଜ୍ଞ ସୁଶାନ୍ତଙ୍କ କେସର ଯାଞ୍ଚ କରୁଛନ୍ତି ଏବଂ ଏହି ଟିମକୁ ଏମ୍ସ ଫରେନସିକ ଟିମର ମୁଖ୍ୟ ସୁଧୀର ଗୁପ୍ତା ନେତୃତ୍ୱ କରୁଛନ୍ତି। ସେହି ସୁଧୀର ଗୁପ୍ତାଙ୍କ ଜରିଆରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଦିଆଯାଇଛି। ଏହି ରିପୋର୍ଟରେ ଅନେକ କଥା ରହିଥିବା ବେଳେ ଏମିତି ୫ ଗୋଟି କଥା ରହିଛି ଯାହା ସୁଶାନ୍ତଙ୍କ କେସକୁ ସମ୍ପୂର୍ଣ୍ଣ ଓଲଟାଇ ଦେଉଛି। ସର୍ବପ୍ରଥମେ ଏମ୍ସର ଫରେନସିକ ଟିମ କହିଛନ୍ତି ଯେ, ଆମେ ହତ୍ୟା ହୋଇଛି ବୋଲି ସ୍ପଷ୍ଟ ଭାବରେ ମନା କରୁ ନାହୁଁ। ସୁଶାନ୍ତଙ୍କ ସହିତ ଭୁଲ ହୋଇଥିଲା ତାକୁ ମଧ୍ୟ ମନା କରାଯାଇ ପାରିବ ନାହିଁ। ସୁଶାନ୍ତଙ୍କୁ ହତ୍ୟା ମଧ୍ୟ କରାଯାଇଥାଇପାରେ।
ରିପୋର୍ଟରେ ହୋଇଥିବା ଦ୍ଵିତୀୟ ଖୁଲାସା, ଫରେନସିକ ଟିମର ଏହି ରିପୋର୍ଟରେ କୌଣସି ଭ୍ରମ କିମ୍ବା ବିବାଦ ନାହିଁ ଏବଂ ଏହା ରିପୋର୍ଟରେ ଲେଖା ଯାଇଛି। କାରଣ ଫରେନସିକ ଟିମରେ ଭିନ୍ନ ଭିନ୍ନ ଅଧିକାରୀଙ୍କର ଭିନ୍ନ ମତ ରହିଥାଏ କିନ୍ତୁ ଏହି କେସରେ ଯାଞ୍ଚ ଟିମର ସମସ୍ତ ସଦସ୍ୟଙ୍କର ସମାନ ମତ ରହିଛି। ତୃତୀୟ ଖୁଲାସା ମୁତାବକ, ଫରେନସିକ ଟିମ ଏହି ରିପୋର୍ଟ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ୧୪ ଜୁନକୁ ଆଉ ଥରେ ଦୋହରାଯିବା ଆଧାରରେ ନେଇଛନ୍ତି। ଯେଉଁ ଦୃଶ୍ୟ ସେଠାରେ ପୁନଃ ନିର୍ମିତ ହୋଇଥିଲା ଏବଂ ଯାହା ଦେଖାଯାଇଥିଲା ତାହାର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଚତୁର୍ଥ ଖୁଲାସା ହେଉଛି ଯେ, ଫରେନସିକ ଟିମକୁ ନିଜର ଏହି ନିଷ୍ପତ୍ତି ଏବଂ ରିପୋର୍ଟକୁ ନେଇ କିଛି ପ୍ରମାଣ ମିଳିଯାଇଛି। ଆଉକିଛି ପ୍ରମାଣ ଖୋଜା ଚାଲିଛି। ପଞ୍ଚମ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହେଉଛି ଫରେନସିକ ଟିମର ମୁଖ୍ୟ ସୁଧୀର ଗୁପ୍ତା କହିଛନ୍ତି ଯେ ନିଷ୍ପତ୍ତି ପୂର୍ଣ୍ଣ ରୂପରେ ତଥ୍ୟ ମୁତାବକ ହୋଇଛି ଏବଂ ଏଥିରେ କୌଣସି ପକ୍ଷପାତ କରାଯାଇ ନାହିଁ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।
ଏହାକୁ ନେଇ ଆପଣଙ୍କର ମତା ମତ