କୋରନା ଭାଇରସ ଲକ୍ ଡାଉନ୍ ସମୟରେ ଲୁଡୁ ଆଉ ଥରେ ଘରେ ଘରେ ଲୋକପ୍ରିୟ ଖେଳ ହେଇଗଲା ଓ ପରିବାର ସବୁ ସଦସ୍ୟ ବହୁତ୍ ଆନନ୍ଦରେ ଏକାଠି ବସି ଖେଳିଲେ। ଲୁଡୂ ଖେଳରେ ଜଣେ ବାପା ତା ଝିଅକୁ ହରାଇ ଦେଲେ ,ସେହି କାରଣରୁ ସମ୍ପର୍କ ବାପ୍ ଝିଅଙ୍କର ନଷ୍ଟ ହୋଇଗଲା।ଏବେ ଝିଅ ହାରିବା କାରଣରୁ ସେ ନିଜର ପିତା ସହ ସମ୍ପର୍କ ରଖିବାକୁ ଚାହେଁ ନାହିଁ ଏବଂ ଏହି ମାମଲା ଫ୍ୟା ମିଲ୍ କୋର୍ଟ ଯାଇ ପହଞ୍ଚି ଯାଇଛି।
ଖେଳକୁ ଏବେ ଯାଏ ଲୋକସହିତ ଯୋଡିହେବାକୁ ,ମିଳାମିଶା, ସମ୍ପର୍କ ବାନେଇବାର ଏକ ମାଧ୍ୟମ କୁହାଯାଉଥିଲା କିନ୍ତୁ ସମୟ ବଦଳିବା ସହ ଜିତିବା ହାରିବା ନଷ୍ଟ ହେବାର କାରଣ ହେଇଯାଉଚି,ଏହିଭଳି ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଯେଉଁଥିରେ୨୪ ବର୍ଷର ଝିଅକୁ ନିଜର ବାପା କେବଳ ଏଇଥି ପାଇଁ ଭଲଲାଗେ ନାହିଁ କାରଣ ତା ବାପା ଲୁଡୁ ଖେଳରେ ତାକୁ ହରାଇ ଦେଲେ।
ଭୋପାଳରେ ରହୁଥିବା ୨୪ବର୍ଷର ଯୁବତୀ ନିଜର ଭାଇଭଉଣୀ ସହିତ ଲୁଡୁ ଖେଳୁଥିଲା ,ଖେଳଖେଳରେ ଯେତେବେଳେ ବାପା ଝିଅକୁ ଗୋଟି ରେ ଆଉଟ୍ କରିଦେଲେ ଝିଅ ମନରେ ଏହି କଥା ଭାବିକି ସମ୍ପର୍କ ଭାଙ୍ଗିବାକୁ ଲାଗିଲା ଓ ବାପାକୁ ଘୃଣା କରିବାକୁ ଲାଗିଲା ।ଖେଳ ସରିବା ପରେ ଯୁବତୀ ମନରେ ବାପା ପାଇଁ ଘୃଣା ଏତେ ବଢ଼ିଗଲା ଯେ ଘଟଣା ଫ୍ୟାମିଲି ପରାମର୍ଶ କେନ୍ଦ୍ର ଯାଏ ପହଁଚିଗଲା।
ଫ୍ୟାମିଲ୍ କୋର୍ଟ ର ପରାମର୍ଶ ଦାତା ସରିତା ରଜନି କହିଲେ କିଛିଦିନ ତଳେ ଆମ ପାଖକୁ ୨୪ବର୍ଷର ଏକ ଯୁବତୀ ଆସିଥିଲା ସେ କହିଲା ଯେବେ ସେ ନିଜର ଭାଇ ଭଉଣୀ ଏବଂ ବାପା ସହିତ ଲୁଡୁ ଖେଳୁଥିଲା ସେଇ ଖେଳ ରେ ତାର ବାପା ତାକୁ ହରେଇଦେଲେ ଏହାପରେ ତାକୁ ଏମିତି ଲାଗିଲା ବାପା ଆଉ ତା ମଧ୍ୟରେ ସମ୍ପର୍କ ନଷ୍ଟ ହେଇଯାଇଛି ।ତାକୁ ଲାଗିଲା ବାପା ତା ପାଇଁ ସବୁ କିଛି କରୁଥିଲେ ସବୁ ଖୁସି ଦିଅନ୍ତି ସେ କେମିତି ତାକୁ ହରାଇ ଦେଲେ।
ଯୁବତୀର କହିବା ଅନୁଯାୟୀ ମତେ ପିତାକୁ ବାପା କହିବାକୁବି ମନ ହଉନି ,ଏହି ଅଦ୍ଭୁତ ଘଟଣା କୁ ନେଇକି ପରାମର୍ଶ ଦାତା ସରିତା କହିବା ଅନୁଯାଇ ସେହି ଝିଅର ଚାରି ଥର କାଉନସେଲିଂ କରାଯାଇଛି ଯେଉଁଥିରେ କିଛି ସୁଧାର ଆସିଛି।
ଫ୍ୟାମିଲ କୋର୍ଟର କାଉନସିଲର ସରିତା କହିଲେ ଆଜିକାଲିର ପିଲାଙ୍କୁ ଆମେ ଜିତିବାର ଅଭ୍ୟାସ କରିଦେଇଛନ୍ତି ସେମାନେ ହାରିବା ସହିପାରନ୍ତିନି । ସେମାନଙ୍କୁ କହିବାକୁ ହେବ ହରିବାଜିତିବା ସମାନ ।ଏହି କାରଣ ପାଇଁ ଏମିତି ଘଟଣା ସାମ୍ନାକୁ ଆସିଛି।