ରିୟା ଚକ୍ରବର୍ତ୍ତୀଙ୍କର ଜାମିନ ଆବେଦନ ଉପରେ ୨୯ ସେପ୍ଟେମ୍ବର ଗତକାଲି ଦିନ ପୁଣିଥରେ ଶୁଣାଣି ହୋଇଥିଲା ଏବଂ ରିୟାଙ୍କୁ ପୁଣିଥରେ ବମ୍ବେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ବର୍ତ୍ତମାନ ଏହି ଅବସରରେ ରିୟା ଏକ ନୂତନ ହଙ୍ଗାମା କରିଥିଲେ, ଏମିତିକି ରିୟାଙ୍କ କାର୍ଯ୍ୟକଳାପରେ ବିଚାରପତି ମଧ୍ୟ କ୍ରୋଧିତ ହୋଇଯାଇଥିଲେ। ଜଜ୍ ରିୟାଙ୍କ ସହିତ ତାଙ୍କ ଓକିଲଙ୍କୁ ମଧ୍ୟ ତାଗିଦ କରିଥିଲେ। ଜେଲ ସୁତ୍ର ମୁତାବକ ରିୟା ଏଥର ନିଜ ପୋଷାକ, ବାଳ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ଏବଂ ସମସ୍ତଙ୍କ ସାମ୍ନାରେ ଗାଳି ବକିବା ଆରମ୍ଭ କରିଦେଇଥିଲେ।
ରିୟା ପୁଣିଥରେ ଜାମିନ ପାଇଁ କୋର୍ଟ ପହଞ୍ଚିଥିଲେ ଏବଂ ଏଥର ଶୁଣାଣି ବମ୍ବେ ଉଚ୍ଚ ନ୍ୟାୟାଳୟରେ ହିଁ ଥିଲା। କିନ୍ତୁ ରିୟାଙ୍କୁ ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଭିଡ଼ିଓ କଂଫେରେନ୍ସ ଜରିଆରେ ବାଇକୁଲା ଜେଲରୁ ହିଁ ଶାମିଲ ହେବାର ଥିଲା। ସକାଳ ଠିକ ୧୧ଟା ସମୟରେ ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଥମେ ରିୟାଙ୍କ ଓକିଲ ଦଲିଲ ଦେଇଥିଲେ ଯେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସର ଯେଉଁ ମାତ୍ରା କିଣୁଥିଲେ ଅଥବା ଡ୍ରଗ୍ସର ଯେଉଁ ମାତ୍ରା ସେବନ କରୁଥିଲେ ତାହା ଏତେ ଅଧିକ ନୁହେଁ ଯେ ସେଥିପାଇଁ ତାଙ୍କୁ ଏତେ ଅଧିକ ଦିନ ପର୍ଯ୍ୟନ୍ତ ଜେଲରେ ରଖାଯିବ। ରିୟାଙ୍କ ଓକିଲ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ରିୟା ଚକ୍ରବର୍ତ୍ତୀ ପଚରାଉଚରାରେ ସାହାଯ୍ୟ କରୁଥିବା ବେଳେ ତାଙ୍କୁ ଜେଲରେ ରଖିବାର କୌଣସି ଅର୍ଥ ହିଁ ନାହିଁ।
ଏହାପରେ ଏନସିବି ନିଜ ଦଲିଲ ଦେଇଥିଲା। ଏନିସିବି କହିଥିଲା ଯେ, ରିୟାଙ୍କ କହିବା କଥା ଯେ ସେ ନିଜ ବୟଫ୍ରେଣ୍ଡ ପାଇଁ ଡ୍ରଗ୍ସ କିଣିଥିଲେ ତେବେ ଏହା ଡ୍ରଗ୍ସ ସେବନ କରିବା ଠାରୁ ବଡ଼ ଅପରାଧ ହୋଇଗଲା ଏବଂ ଏଥିରେ ଜାମିନ ମିଳିବା ହିଁ ଆବଶ୍ୟକ ନାହିଁ। ଏଥିସହିତ ଏନସିବି ଆହୁରି କହିଥିଲେ ଯେ ରିୟା ବାହାରକୁ ଗଲେ ପ୍ରମାଣ ଏବଂ ସାକ୍ଷ୍ୟକୁ ନଷ୍ଟ କରିବା ପାଇଁ ଚେଷ୍ଟା କରି ପାରନ୍ତି। ଏତିକି ଶୁଣିବା ପରେ ରିୟା ଚକ୍ରବର୍ତ୍ତୀ ଅନିୟନ୍ତ୍ରିତ ହୋଇଯାଇଥିଲେ ଏବଂ ଯେଉଁ ଚେୟାର ଉପରେ ରିୟା ବସିଥିଲେ ତାକୁ ହିଁ ଉଠାଇ ଫୋପାଡି ଦେଇଥିଲେ। ଜେଲରୁ ମିଳିଥିବା ସୂଚନା ମୁତାବକ ରିୟା ଚିତ୍କାର କରି କହିବାକୁ ଲାଗିଲେ ମୋତେ ଏହିଠାରେ ହିଁ ଶେଷ କରିଦିଅ, ମୋତେ ମାରିଦିଅ, ମୋତେ କେବେହେଲେ ଜାମିନ ଦେବ ନାହିଁ।
ଏହି ଅବସରରେ ଦୁଇଜଣ ଜେଲ କର୍ମୀ ତାଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ରିୟା ସେମାନଙ୍କୁ ଧକ୍କା ମାରି ହଟାଇ ଦେଇଥିଲେ। ବଡ଼ କଥା ଥିଲା ଯେ ରିୟାଙ୍କର ଏସବୁ ହଙ୍ଗାମା ଭିଡ଼ିଓ କଂଫେରେନ୍ସ ଜରିଆରେ ଓକିଲଙ୍କ ସହିତ ବିଚାରପତି ମଧ୍ୟ ଦେଖୁଥିଲେ। ରିୟା ଚିତ୍କାର କରିବା ସହିତ ଗାଳି ବକିବା ଆରମ୍ଭ କରିଦେଇଥିଲେ, ସେ ସୁଶାନ୍ତଙ୍କୁ ମଧ୍ୟ ବହୁତ କିଛି ଖରାପ କରି କହିଥିଲେ। ଏତିକିରେ ଅଟକି ନଥିଲେ ରିୟା ନିଜ ବାଳ ସହିତ ନିଜର ହିଁ ପୋଷାକ ଫାଡ଼ିବାକୁ ଚେଷ୍ଟା କରିଥିଲେ। ଏସବୁ ଦେଖିବା ପରେ କୋର୍ଟର ବିଚାରପତି ରିୟାଙ୍କ ସହିତ ତାଙ୍କ ଓକିଲଙ୍କୁ ମଧ୍ୟ ତାଗିଦ କରିଥିଲେ। ଏଥିରେ ରିୟାଙ୍କ ଓକିଲ କହିଲେ ଯେ ରିୟାଙ୍କର ମାନସିକ ସ୍ଥିତି ଠିକ ନାହିଁ ଏଥିପାଇଁ ତାଙ୍କର ଜେଲରୁ ବାହାରକୁ ଆସିବା ଜରୁରୀ ଅଟେ। କିନ୍ତୁ ଏଥିରେ ବିଚାରପତି ଜାମିନ ମଞ୍ଜୁର କରି ନଥିଲେ।
ତେବେ ସୁଶାନ୍ତଙ୍କ ମାମଲାରେ ସିବିଆଇ ଚୁପ ବସିଥିବା ବେଳେ ଏନସିବି କିଛି ନା କିଛି କରି ଆସୁଛି ଏବଂ ଏଥିମଧ୍ୟରେ ପଚରାଉଚରା ପାଇଁ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଡ଼କାଯାଇଥିଲା। ଏହି ତିନି ଜଣଙ୍କ ଉପରେ ଡ୍ରଗ୍ସକୁ ନେଇ ଆରୋପ ରହିଥିଲା। କିନ୍ତୁ ଦୀପିକାଙ୍କ ମାମଲା ସାମାନ୍ୟ ଭିନ୍ନ ଏଥିପାଇଁ ଥିଲା କାରଣ ଦୀପିକାଙ୍କର କୌଣସି ପ୍ରକାର ସୁଶାନ୍ତଙ୍କ ସହିତ ସିଧାସଳଖ ସମ୍ବନ୍ଧ ନଥିଲା, କିନ୍ତୁ ସାରା ଏବଂ ଶ୍ରଦ୍ଧାଙ୍କର ସୁଶାନ୍ତଙ୍କ ସହିତ ସିଧା ସମ୍ପର୍କ ଥିଲା।
ସାରା ପଚରାଉଚରା ସମୟରେ କହିଥିଲେ ଯେ, ଫେବୃଆରୀ ୨୦୧୮ରେ ସୁଶାନ୍ତ ଏବଂ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା। ସାରା କହିଛନ୍ତି ଯେ, ସେ କେବେହେଲେ ସୁଶାନ୍ତଙ୍କ ସହିତ ଡ୍ରଗ୍ସ ନେଇ ନାହାନ୍ତି କିନ୍ତୁ ସୁଶାନ୍ତ ସବୁବେଳେ ଡ୍ରଗ୍ସ ନେଉଥିଲେ ଏବଂ ଫିଲ୍ମର ଶୁଟିଙ୍ଗ ସ୍ଥାନରେ ମଧ୍ୟ ସେ ଡ୍ରଗ୍ସ ନେଉଥିଲେ। କେବଳ ଏତିକି ନୁହେଁ ସାରା କହିଲେ ସେ ସୁଶାନ୍ତଙ୍କ ସହିତ ଅନେକ ପାର୍ଟିରେ ଯାଇଛନ୍ତି ଏବଂ ସେ ସେଠାରେ ଡ୍ରଗ୍ସ ନେଇ ନଥିଲେ କିନ୍ତୁ ସୁଶାନ୍ତ ସେହି ପାର୍ଟିରେ ମଧ୍ୟ ଡ୍ରଗ୍ସ ନେଇଥିଲେ। ବର୍ତ୍ତମାନ କନିକା ଡିଲୋନ ଏସବୁ କଥାର ଉତ୍ତର ରଖିଛନ୍ତି। କନିକା ଡିଲୋନ ଯିଏକି ସୁଶାନ୍ତଙ୍କ ପାଇଁ କେଦାରନାଥ ଫିଲ୍ମର କାହାଣୀ ଲେଖିଥିଲେ।
ତେବେ କନିକା ଏକ ଖବରକାଗଜ ସହିତ କଥାବାର୍ତ୍ତା ସମୟରେ କହିଥିଲେ ଯେ, “ମୁଁ କେଦାରନାଥ ଫିଲ୍ମ ଶୁଟିଙ୍ଗ ସମୟରେ ଉପସ୍ଥିତ ରହୁଥିଲି ଏବଂ ମୋର ମନେ ଅଛି ସୁଶାନ୍ତଙ୍କୁ ଭ୍ୟାନିଟି ଭିତରକୁ ଯିବା ପାଇଁ ସାରା ଅଲ୍ଲୀ ଖାନ ଜିଦ କରୁଥିଲେ। ଆଗକୁ ମଧ୍ୟ କନିକା ସ୍ପଷ୍ଟ ଭାବରେ କହିଥିଲେ ଯେ, ଯେତେବେଳେ ଆମେ ଉତ୍ତରାଖଣ୍ଡରେ ଆମେ ଫିଲ୍ମର ଶୁଟିଙ୍ଗ କରୁଥିଲୁ ସେତେବେଳେ ସାରା ଅଲ୍ଲୀ ଖାନଙ୍କୁ କେବଳ ଡ୍ରଗ୍ସ ହିଁ ଦେଖାଯାଉଥିଲା। ସାରା ଆଗରୁ ହିଁ ଡ୍ରଗ୍ସ ନେଉଥିବା ବେଳେ କେଦାରନାଥର ସେଟରେ ତାଙ୍କର ଏହି ଅଭ୍ୟାସ ବହୁତ ବଢ଼ି ଯାଇଥିଲା କାରଣ ହିମାଳୟ ଅଞ୍ଚଳରେ ଯେଉଁଠାରେ ଶୁଟିଙ୍ଗ ଚାଲୁଥିଲା ସେଠାରେ ସହଜରେ ଡ୍ରଗ୍ସ ଉପଲବ୍ଧ ହେଉଥିଲା।
ସାରା ଅଲ୍ଲୀ ଖାନଙ୍କୁ ପଚରାଉଚରା ପରେ କନିକା ବଡ଼ ଖୁଲାସା କରିଛନ୍ତି ଯେ, ସୁଶାନ୍ତଙ୍କୁ ସାରା ବାଧ୍ୟ କରୁଥିଲେ ଭ୍ୟାନିଟି ଭ୍ୟାନକୁ ଯିବା ପାଇଁ ଯେଉଁଥିରେ ସେ ଡ୍ରଗ୍ସ ନେବା ସହିତ ସୁଶାନ୍ତଙ୍କୁ ମଧ୍ୟ ଡ୍ରଗ୍ସ ନେଇ ପାରିବେ ଆଉ ସାରାଙ୍କୁ ଡ୍ରଗ୍ସ ନେବା ପାଇଁ କମ୍ପାନୀ ମିଳିଯିବ। ତେବେ କେଦାରନାଥ ସାରା ଅଲ୍ଲୀ ଖାନଙ୍କର ପ୍ରଥମ ଫିଲ୍ମ ଥିଲା ଏବଂ ଫିଲ୍ମକୁ ଆସିବା ପୂର୍ବରୁ ହିଁ ତାଙ୍କର ଡ୍ରଗ୍ସର ଅଭ୍ୟାସ ଥିଲା।
ଶ୍ରଦ୍ଧା କପୁରଙ୍କ ବିଷୟରେ କହିବାକୁ ଗଲେ ସେ ସୁଶାନ୍ତଙ୍କ ସହିତ ଫିଲ୍ମ “ଛିଚୋରେ”ରେ କାମ କରିଥିଲେ ଏବଂ ଶ୍ରଦ୍ଧା ଏନସିବି ପଚରାଉଚରା ସମୟରେ କହିଥିଲେ ଯେ, ସୁଶାନ୍ତ ଫିଲ୍ମ ଶୁଟିଙ୍ଗ ସମୟରେ ଭ୍ୟାନିଟି ଭ୍ୟାନ ଭିତରେ ଡ୍ରଗ୍ସ ନେଉଥିଲେ ଏବଂ ଏହା କେବଳ ଥରେ ନୁହେଁ ବରଂ ଅଧିକାଂଶ ସମୟରେ ସୁଶାନ୍ତ ଏପରି କରୁଥିଲେ। ଶ୍ରଦ୍ଧା ଆହୁରି କହିଛନ୍ତି ଯେ, ସେ ସୁଶାନ୍ତଙ୍କ ଦ୍ଵାରା ଆୟୋଜିତ ସେହି ପାର୍ଟିରେ ନିଶ୍ଚିତ ଯାଇଥିଲେ ଯାହା ଛିଚୋରେ ରିଲିଜ ପରେ ହୋଇଥିଲା କିନ୍ତୁ ପାର୍ଟିରେ ଶ୍ରଦ୍ଧା କପୁର ଡ୍ରଗ୍ସ ନେଇ ନଥିଲେ। କିନ୍ତୁ ଏଠାରେ ମଧ୍ୟ ସୁଶାନ୍ତ ଏବଂ ତାଙ୍କ ବନ୍ଧୁ ଡ୍ରଗ୍ସ ନେଇଥିଲେ।
ତେବେ କନିକା ଡିଲୋନ ଶ୍ରଦ୍ଧା କପୁରଙ୍କୁ ନେଇ ମଧ୍ୟ କହିଛନ୍ତି ଯେ, କେଦାରନାଥ ଫିଲ୍ମ ସମୟରେ ମୋର ସୁଶାନ୍ତଙ୍କ ସହିତ ଭଲ ସମ୍ପର୍କ ସ୍ଥାପିତ ହୋଇଯାଇଥିଲା। କନିକା ହିଁ କହିଲେ ଯେ, ସୁଶାନ୍ତ “ଛିଚୋରେ” ଫିଲ୍ମର ସଫଳତା ପାଇଁ ପାର୍ଟି ଦେଇଥିଲେ କେଉଁଥିରେ ଅନେକ ଲୋକଙ୍କ ସହିତ ତାଙ୍କୁ ଅର୍ଥାତ କନିକାଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲେ। କନିକା କହିଥିଲେ ଯେ, ସେହି ପାର୍ଟିରେ ରିୟା ଚକ୍ରବର୍ତ୍ତୀ ଏବଂ ଶ୍ରଦ୍ଧା କପୁର ଉଭୟ ଖୋଲାଖୋଲି ଭାବରେ ଡ୍ରଗ୍ସ ନେଉଥିଲେ କାରଣ ନିଜେ ଶ୍ରଦ୍ଧା ଏତେ ନିଶାରେ ଥିଲେ ତାଙ୍କୁ ଚେତା ହିଁ ନଥିଲା ଯେ କଣ ହେଉଛି। ବର୍ତ୍ତମାନ ଏନସିବି ସାରା, ଶ୍ରଦ୍ଧା ଏବଂ ଦୀପିକା ପାଦୁକୋନଙ୍କର ମୋବାଇଲ ଫୋନ କସ୍ଟଡିରେ ନେଇ ଯାଇଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।