ଆମେରିକାର ସ୍ପେସ ଏଜେନ୍ସି ନାସାର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜଳର ଉତ୍ସ ଖୋଜି ନେଇଛନ୍ତି। ବୈଜ୍ଞାନିକମାନଙ୍କୁ ମଙ୍ଗଳ ଗ୍ରହର ମାଟି ତଳୁ ଅର୍ଥାତ ମାଟି ଭିତରୁ ତିନୋଟି ହ୍ରଦ ମିଳିଛି । ଆପଣଙ୍କୁ କହି ରଖୁଛୁ ଯେ ଦୁଇବର୍ଷ ପୂର୍ବରୁ ମଧ୍ୟ ମଙ୍ଗଳ ଗ୍ରହର ଦକ୍ଷିଣୀ ଧ୍ରୁବରେ ଏକ ବହୁତ ବଡ଼ ଲୁଣି ପାଣି ବିଶିଷ୍ଟ ହ୍ରଦର ସନ୍ଧାନ ମିଳିଥିଲା। ଏହି ହ୍ରଦ ବରଫ ତଳେ ଲୁଚି ରହିଥିଲା। ଅର୍ଥାତ ଯଦି ସେହି ପାଣିକୁ ଉପଯୋଗୀ କରାଯାଇପାରେ ତେବେ ଭବିଷ୍ୟତରେ ମଙ୍ଗଳ ଗ୍ରହ ଯାଇ ଜନବସତି ସ୍ଥାପିତ କରାଯାଇ ପାରିବ।
ୟୁରୋପୀୟ ସ୍ପେସ ଏଜେନ୍ସିର (ESA) ସ୍ପେସକ୍ରାଫ୍ଟ ମାର୍ସ ଏକ୍ସପ୍ରେସ ୨୦୧୮ରେ ଏକ ସ୍ଥାନରେ ବରଫ ତଳେ ଲୁଣି ପାଣି ଯୁକ୍ତ ହ୍ରଦ ଖୋଜିଥିଲେ। ଏହି ହ୍ରଦକୁ ସଠିକ ଭାବରେ ପ୍ରମାଣିତ କରିବା ପାଇଁ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ମାର୍ସ ଏକ୍ସପ୍ରେସ ସେଟେଲାଇଟ ୨୯ ଥର ଏହି ଅଞ୍ଚଳ ଦେଇ ଚଳାଇଥିଲେ ଏବଂ ଫୋଟୋ ଉତ୍ତୋଳନ କରାଯାଇଥିଲା । ସେହି ଅଞ୍ଚଳର ଆଖପାଖରେ ତାଙ୍କୁ ଏଥର ପୁଣି ଆହୁରି ତିନୋଟି ହ୍ରଦ ଦେଖା ଦେଇଛି। ଏହି ତିନୋଟି ହ୍ରଦ ପାଇଁ ସ୍ପେସକ୍ରାଫ୍ଟକୁ ୨୦୧୨ରୁ ୨୦୧୯ ଭିତରେ ୧୩୪ ଥର ନିରକ୍ଷଣ କରିବାକୁ ପଡିଲା ।
ମଙ୍ଗଳ ଗ୍ରହର ପୃଷ୍ଠରେ ପାଣି ତରଳ ସ୍ଥିତିରେ ଦେଖା ଯାଇଛି। ବିଜ୍ଞାନ ମେଗଜିନ ନେଚର ଏଷ୍ଟ୍ରୋନୋମୀରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି। ୨୦୧୮ରେ ଖୋଜା ଯାଇଥିବା ହ୍ରଦ ମଙ୍ଗଳ ଗ୍ରହର ଦକ୍ଷିଣ ଭାଗରେ ରହିଛି। ଏହା ବରଫ ଦ୍ୱାରା ଢ଼ାଙ୍କି ହୋଇଛି। ଏହା ପାଖାପାଖି ୨୦ କିଲୋମିଟର ଚଉଡା ରହିଛି। ଏହା ମଙ୍ଗଳ ପୃଷ୍ଠାରେ ମିଳିଥିବା ଆଜି ପର୍ଯ୍ୟନ୍ତର ସବୁଠୁ ବଡ଼ ଜଳଭାଗ ଅଟେ।
ରୋମ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଏଲାନା ପେଟିନେଲି କହିଛନ୍ତି ଯେ, ଆମେ ଦୁଇ ବର୍ଷ ପୂର୍ବରୁ ଆବିଷ୍କୃତ ହ୍ରଦ ଆଖପାଖରେ ହିଁ ଆହୁରି ତିନୋଟି ହ୍ରଦ ଆବିଷ୍କାର କରିଛୁ। ମଙ୍ଗଳ ଗ୍ରହରେ ପାଣିର ସ୍ତ୍ରୋତ ଗୁଡିକର ବହୁତ ଦୁର୍ଲ୍ଲଭ ଏବଂ ପ୍ରଭାବଶାଳୀ ଗଠନ ଦେଖାଯାଇଛି। ଯାହାକୁ ଆମେ ବୁଝିବାକୁ ପ୍ରୟାସ କରୁଛୁ। ପ୍ରଥମେ ଅନୁସନ୍ଧାନରେ ମଙ୍ଗଳର ଧରା ପୃଷ୍ଠ ତଳେ ତରଳ ଜଳର ସମ୍ଭାବନା ଚିହ୍ନ ମିଳିଥିଲା।
ମଙ୍ଗଳ ଗ୍ରହ ଏକ ଶୁଖିଲା କିମ୍ବା ବଂଜର ଭୂମି ନୁହେଁ ଯେପରି ଆଗରୁ ଚିନ୍ତା କରାଯାଉଥିଲା। କିଛି ନିଶ୍ଚିତ ପରିସ୍ଥିତିରେ ମଙ୍ଗଳ ଗ୍ରହରେ ପାଣି ତରଳ ଅବସ୍ଥାରେ ମିଳିଛି। ବୈଜ୍ଞାନିକମାନେ ଦୀର୍ଘ ସମୟରୁ ଏହା ମାନି ଆସୁଛନ୍ତି ଯେ ଦିନେ ପୁରା ଲାଲ ଗ୍ରହରେ ପାଣି ଭରପୂର ମାତ୍ରାରେ ପ୍ରବାହିତ ହେଉଥିଲା। ୩ ଆରବ ବର୍ଷ ପୂର୍ବରୁ ଜଳବାୟୁରେ ଆସିଥିବା ବଡ଼ ପରିବର୍ତ୍ତନ କାରଣରୁ ମଙ୍ଗଳର ସମ୍ପୂର୍ଣ୍ଣ ରୂପ ବଦଳି ଯାଇଥିଲା।
ଅଷ୍ଟ୍ରେଲିଆର ସ୍ଵିନବର୍ନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଏଲନ ଡଫି ଏହାକୁ ଏକ ବଡ଼ ଉପଲବ୍ଧିର ଆଖ୍ୟା ଦେଇ କହିଛନ୍ତି ଯେ, ଏହା ଦ୍ୱାରା ଜୀବନର ଅନୁକୂଳ ପରିସ୍ଥିତି ଗୁଡିକର ସମ୍ଭାବନା ଖୋଲିଥାଏ। ଏହାପୂର୍ବରୁ ଆମେରିକା ସ୍ପେସ ଏଜେନ୍ସି ନାସା ଘୋଷଣା କରିଥିଲା ଯେ ମଙ୍ଗଳରେ ୨୦୧୨ରେ ଓଲ୍ହାଇଥିବା ଅନୁସନ୍ଧାନକାରୀ ରୋବୋଟ କ୍ୟୁରିୟୋସିଟିକୁ ଭୂମି ଉପରେ ୩ ଆରବ ବର୍ଷ ପୁରୁଣା କର୍ବନିକ୍ ଅଣୁ ମିଳିଥିଲା। ଏସବୁ ଏହି କଥା ଆଡକୁ ସଂକେତ କରୁଛି ଯେ, ସେ ସମୟରେ ଏହି ଗ୍ରହରେ ଜୀବନ ସମ୍ଭବ ଥିଲା।
ଆମେରିକା ରୋବୋଟ ରୋବର କ୍ୟୁରିୟୋସିଟି ଏବଂ ESAର ସେଟେଲାଇଟ କାରଣରୁ ଏହା ସନ୍ଧାନ କରିବା ସହଜ ହୋଇଯାଇଛି ଯେ, ମଙ୍ଗଳ ପୃଷ୍ଠରେ କେଉଁ ସ୍ଥାନରେ ଆଦ୍ରତା ରହିଛି ଏବଂ କେଉଁ ସ୍ଥାନରେ ଶୁଖିଲା। ରୋବର୍ସ ସନ୍ଧାନ କରିଛି ଯେ, ସେଠାରେ ପବନରେ ବହୁତ ଅଧିକ ଆଦ୍ରତା ରହିଛି। ଏହି ଗ୍ରହର ପୃଷ୍ଠକୁ ଅନୁସନ୍ଧାନ କରିବାରେ ଲାଗିପଡିଥିବା ରୋବର୍ସ ମଧ୍ୟ ସନ୍ଧାନ ପାଇଛି ଯେ ଏହାର ମାଟି ପୂର୍ବରୁ କରାଯାଇଥିବା ଅମୁମାନ ଅପେକ୍ଷା ଅଧିକ ଆଦ୍ର ରହିଛି।