ପତ୍ନୀ ସାଙ୍ଗରେ ଯିବାପାଇଁ ମନା କରିବାରୁ ଯୁବକ ଜଣକ ଶଶୁର ଘରେ ନିଜ ଦେହରେ ଲଗାଇଲା ନିଆଁ, ଅବସ୍ଥା ଗୁରୁତର

ମହାରାଷ୍ଟ୍ର ଲିସାଡି ଗେଟର ଲଖ୍ୟିପୁରା ରେ ଯୁବକ ଜଣକ ପତ୍ନୀ ଘରର ଆଗରେ ନିଆଁ ଲଗେଇଦେଲେ। କୁହାଯାଉଛି କି ଯୁବକ ଓ ତା ପତ୍ନୀ ମଧ୍ୟରେ କିଛି ଝଗଡ଼ା ଚାଲିଥିଲା, ଆଉ ସେ ନିଜର ବାପ ଘରକୁ ଚାଲିଆସିଥିଲା। ଯୁବକ ଜଣକ ପତ୍ନୀ କୁ ଘରକୁ ଯିବା କଥା କହିଲା, କିନ୍ତୁ ପତ୍ନୀ ଯିବାପାଇଁ ମନା କରିଦେଲା ତାପରେ ଯୁବକ ଜଣକ ନିଆଁ ଲଗେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ପରିବାର ଲୋକମାନେ କୌଣସି ପ୍ରକାରରେ ପାଣି ପକାଇ ନିଆଁ ଲିଭାଇଲେ। ଏହାପରେ ଯୁବକକୁ ଡାକ୍ତଖାନା ନେଇଗଲେ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବାରୁ ପୋଲିସ ଠିକ ସମୟରେ ପହଞ୍ଚି ଏହି ଘଟଣାର ତଲାସ ଆରମ୍ଭ କରିଦେଲେ। ପୋଲିସ ଙ୍କ କହିବା କଥା କି ଚାରି ମାସ ପୂର୍ବରୁ ଦୁଇଜଣ ଙ୍କର ବିବାହ ହୋଇଥିଲା।୧୫ ଦିନ ପୂର୍ବରୁ ମାରପିଟ ପରେ ଶାଇସ୍ତା ପତି ଓ ଶଶୁର ଘର ଲୋକଙ୍କ ନାରେ ଖରଖୋଦା ଥାନାରେ ଅଭିଯୋଗ ର ରିପୋର୍ଟ ଲେଖିଥିଲା। ଅଭିଯୋଗ ଏହା ଥିଲା କି, ସାହିଲ ନିଜ ପତ୍ନୀକୁ ମରାମରି କରୁଛି ଓ ଯୌତୁକ ମାଗୁଛ୍ତି।

ଶାଇସ୍ତା ର ପରିବାର ଲୋକେ ନିଜ ଝିଅକୁ ଘରକୁ ନେଇ ଆସିଲେ। କିନ୍ତୁ ରବିବାର ଦିନ ସାହିଲ ନିଜେ ପତ୍ନୀକୁ ନେବାପାଇଁ ଶଶୁର ଘରେ ପହଞ୍ଚିଲା, ତାହାପରେ ସେ ଯିବାକୁ ମନା କରିଦେଲା। ଯୁବକ ଜଣକ ନିଆଁ ଲଗେଇ ଦେଲା। ଏହି ଘଟଣା ବିଷୟରେ ପଚରା ଉଚରା କରିବାପାଇଁ ପୋଲିସ ଦୁଇଜଣ ଲୋକଙ୍କୁ କଷ୍ଟଡି ରେ ନେଇଛନ୍ତି।

କୁହାଯାଉଛି କି ରବିବାର ଦିନ ଶାଇସ୍ତା କୁ ବୁଝେଇବା ପାଇଁ ଓ ଘରକୁ ନେବାପାଇଁ ସାହିଲ ନିଜ ଶଶୁର ଘରେ ପହଞ୍ଚି ଥିଲା କିନ୍ତୁ ଯେତେବେଳେ ଶାଇସ୍ତା ଯିବାପାଇଁ ମନା କରିଦେଲା ସେତେବେଳେ ସାହିଲ ନିଜ ଦେହରେ ନିଆଁ ଲଗେଇଦେଲା।

ପୋଲିସ କହୁଛନ୍ତି କି ପୁରା ଘଟଣା ବିଷୟରେ ତଲାସ କରାଯାଉଛି, ଯାହା ବି ତଥ୍ୟ ମିଳିବ ତାର ଆଧାରରେ ଆଗକୁ ନିଷ୍ପତ୍ତି ନିଆଯିବ, କିନ୍ତୁ ଏବେ ଯୁବକ ଙ୍କ ଅବସ୍ଥା ବହୁତ ଖରାପ ଅଛି, ଯାହାର ଚିକିତ୍ସା ଡାକ୍ତଖାନା ରେ କରାଯାଉଛି ।

Leave a Reply

Your email address will not be published. Required fields are marked *