ଗ୍ୟାଙ୍ଗ-ରେପ ପୀଡିତା ଙ୍କ ମୃତ୍ୟୁ, ପ୍ରଶାସନ କହିଲେ କଟା ହୋଇନଥିଲା ଜିଭ

ଉତ୍ତର ପ୍ରଦେଶ ର ହାଥରସ ଜେଲର ବୁଲଗଡ଼ି ଗାଁ ରେ ଚୁପଚାପ ଘଟିଛି ମାରାତ୍ମକ ର ଘଟଣା ହୋଇଛି। ଏହି ବସ୍ତି ର ଝିଅ ସହ ଏମିତି ଛାତି ଦୋହଲାଇଲା ଭଳି ଘଟଣା ହୋଇଛି କି ମଣିଷପଣିଆ ଶର୍ମ ହରା ହୋଇ ସାରିଛି। ବସ୍ତିରେ ପୋଲିସ ଉପସ୍ଥିତ ଅଛନ୍ତି। ନେତା ମାନଙ୍କ ର ଯିବା ଆସିବା ଜାରୀ ଅଛି। କାଶ ଏହି ସକ୍ରିୟତା ଓ ଜାଗୃକତା ପ୍ରଥମରୁ ହୋଇଥାନ୍ତା ତାହେଲେ ହାଥରସ ର ଝିଅ ଆଜି ଜୀବିତ ଥାନ୍ତା।

୧୪ ସେପ୍ଟେମ୍ବର ରେ ହାଥରସ ଜେଲ ଚନ୍ଦପା ଥାନାର ବୁଲଗଡି ଗାଁ ରେ ଯେଉଁ  ଦଳିତ ଯୁବତୀ ଙ୍କ ସହ ଗ୍ୟାଙ୍ଗରେପ ହୋଇଛି। ଆଜି ସକାଳେ ଦିଲ୍ଲୀ ର ସଫଦରଜଙ୍ଗ ହସ୍ପିଟାଲ ରେ ତାର ନିଃଶ୍ୱାସ ଅଟକିଗଲା । ୧୫ ଦିନ ହେବ ସେ ଜୀବନ ଆଉ ମରଣ ସହ ଲଢ଼ୁଥିଲା, କିନ୍ତୁ ହିଂସ୍ରପଶୁ ଭଳି ମଣିଷ ତାର ଏମିତି ଖରାପ ଅବସ୍ଥା କରିଦେଇଥିଲେ କି ଡାକ୍ତର ଙ୍କ ଏତେ ଚେଷ୍ଟା ପରେ ବି ତାକୁ ବଞ୍ଚାଇ ପାରିଲେ ନାହିଁ।

ଯୁବତୀ, ମାଆ ଙ୍କ ସହ ଚାରା କାଟିବା ପାଇଁ କ୍ଷେତ କୁ ଯାଇଥିଲା। ଚାରା କାଟୁ କାଟୁ ଯୁବତୀ ଜଣକ ନିଜ ମାଆ ଠାରୁ ଅଲଗା ହୋଇଗଲା। ଏବେ କିଛି ସମୟ ହୋଇଥିଲା କି ଗାଁ ର ଚାରି ଜଣ ଯୁବକ ତା ପାଖାପାଖି ଆସି ତାକୁ ଧମକାଇ ଓ ତାକୁ ଓନିରେ ବାନ୍ଧି ବାଜରା କ୍ଷେତ ରେ ଘୋଷାଡି ନେଲେ। ଯୁବକ ମାନେ ତା ସହ ଜବରଦସ୍ତି କଲେ। ଆରୋପ ଏହା କି ମରାମରି କରି ଝିଅ ର ମଝି ହାଡ଼ ଭାଙ୍ଗି ଦେଲେ।

ଜିଭ କଟିବାର ଆରୋପ ମଧ୍ୟ ଲାଗିଥିଲା। କିନ୍ତୁ ଜିଲ୍ଲା ଅଧିକାରୀଙ୍କ କହିବା କଥା ଜିଭ କାଟିବା କଥା ମିଛ ଅଟେ। ଚାରିଜଣ ଆରୋପି ଙ୍କୁ ଗିରଫ କରାଯାଇ ସାରିଛି। ଏସିସି ବା ଏସଟି ହାଥରସ ର ଝିଅ କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ପାଇଁ ଦିଆହୋଇଛି। ସାଥିରେ ପ୍ରଶାସନ ତରଫରୁ ଯଥା ସମ୍ଭବ କାରବାର ର ଆଶ୍ୱାସନା ଦିଆଯାଇଛି।

ଆରୋପି ଝିଅ କୁ ମରି ଯାଇଥିବାର ଭାବି ଛାଡି ପଳାଇଗଲେ। ଝିଅ ର ମାଆ ଯେତେବେଳେ ଖୋଜି ଖୋଜି ସେଠି ପହଞ୍ଚିଲା ତ ସକତ୍ ହୋଇଗଲା । ତାକୁ ତୁରନ୍ତ ଚିକିତ୍ସା ପାଇଁ ଅଲିଗଡ ର ଜିଏନ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଝିଅ ର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ତାକୁ ଭଲ ଚିକିତ୍ସା ପାଇଁ ଦିଲ୍ଲୀ ର ସଫଦରଜଙ୍ଗ ହସ୍ପିଟାଲ ରେ ଭର୍ତ୍ତି କରାଗଲା, ଯେଉଁଠି ଆଜି ତାର ମୃତ୍ୟୁ ହୋଇଗଲା।

ଡାକ୍ତର ଙ୍କ କହିବା କଥା କି ଝିଅ ଅବସ୍ଥା ବହୁତ ଖରାପ ଥିଲା। ତାକୁ ବଞ୍ଚାଇବା ବହୁତ କଷ୍ଟକର ଥିଲା। ଆମେ ତାକୁ ବେଣ୍ଟିଲେଟର ରେ ରଖିଥିଲୁ। ତାର ନିଃଶ୍ୱାସ ରଖିବା ପାଇଁ ଔଷଧ ର ବଡ଼ ଡୋଜ ଦିଆଯାଉଥିଲା। କିନ୍ତୁ ଏହା ସବୁ କାମ କଲା ନାହିଁ। ଆଜି ସକାଳ ୬ ଟାରେ ତାର ନିଃଶ୍ୱାସ ଅଟକିଗଲା। ମୃତ୍ୟୁ ର ଅସଲ କାରଣ ପୋଷ୍ଟମାର୍ଟମ ରିପୋର୍ଟ ଆସିଲେ ଜଣା ପଡ଼ିବ।

ସେହି ଯୋଗୀ ସରକାର ରେ ମନ୍ତ୍ରୀ ଓ ସରକାର ଙ୍କ ପ୍ରବକ୍ତା ସିଦ୍ଧାର୍ଥ ନାଥ ସିଂହ କହିଲେ କି ଏହା ଛାତି ଦୋହଲାଇଲା ଭଳି ଘଟଣା ଅଟେ। ସରକାର ତୁରନ୍ତ ଆକ୍ସନ ନେଇଛନ୍ତି । ଦୋଷୀ ଧରାପଡିଛି ଓ ଖୁବ୍ ଶୀଘ୍ର ସେ ଝିଅ କୁ ନ୍ୟାୟ ଦିଆଯିବ। ଖୁବ୍ ଶୀଘ୍ର ଝିଅ ର ମୃତ ଶରୀର ମଧ୍ୟ ତା ପରିବାର ଲୋକଙ୍କୁ ଦିଆଯିବ।

ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କହିଲେ କି ଏହି ଘଟଣା କୁ ରାଜ୍ୟ କାନୁନ ବ୍ୟବସ୍ଥା ସହ ଯୋଡ଼ା ହେବାର ଦେଖାଯିବ ନାହିଁ। ଉତ୍ତର ପ୍ରଦେଶ ରେ ମହିଳା ମାନଙ୍କ ପ୍ରତି ଅପରାଧ ବଢ଼ି ନାହିଁ ଆଗ ଅପେକ୍ଷା କମ ହୋଇଛି। ଏହି ଘଟଣାର ଚିନ୍ତା ମୋତେ ମଧ୍ଯ ଅଛି। ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା କରାଯିବ ଏହି ଘଟଣା ଦ୍ୱିତୀୟ ଥର ନ ହେବାପାଇଁ ପୁରା ଚେଷ୍ଟା କରାଯିବ ।

Leave a Reply

Your email address will not be published. Required fields are marked *