ଏପରି ଦାୟିତ୍ବହୀନତା, ରୋଗିଣା ଝିଅକୁ ନେଇ ଯାଉଥିବା ବେଳେ ରାସ୍ତାରେ ଶେଷ ହୋଇଗଲା ଆମ୍ବୁଲାନ୍ସର ଅକ୍ସିଜେନ, ଛଟପଟ ହୋଇ ମରିଗଲା ଝିଅ

ରାଜସ୍ଥାନରୁ ଦାୟିତ୍ବହୀନତାର ବଡ଼ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ରୋଗିଣା ଝିଅ ସରକାରୀ ସିଷ୍ଟମ ସାମ୍ନାରେ ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି। ଯେଉଁଠାରେ ଗମ୍ଭୀର ସ୍ଥିତିରେ ଜୋଧପୁରକୁ ରେଫର କରିଦିଆ ଯାଇଥିଲା, ଯୁବତୀଙ୍କୁ ନେଇଯାଉଥିବା ସମୟରେ ଆମ୍ବୁଲାନ୍ସର ମଧ୍ୟ ରାସ୍ତାରେ ହିଁ ଅକ୍ସିଜେନ ଶେଷ ହୋଇଯାଇଥିଲା। ଝିଅଟିକୁ ହସ୍ପିଟାଲରୁ ୨୦ କିଲୋମିଟର ଦୂରରେ ହିଁ ମୃତ୍ୟୁ ହୋଇଯାଇଥିଲା।

ଦାୟିତ୍ବହୀନତାର ଟପିଲେ ସମସ୍ତ ସୀମା:

ବାସ୍ତବରେ, ବଡ଼ମେର ଜିଲ୍ଲାର ଜେସର ଗାଁର ୧୭ ବର୍ଷୀୟ କିଶୋରୀକୁ ପେଟରେ ଯନ୍ତ୍ରଣା ପରେ ବାଡ଼ମେରର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ଥିତିରେ କୌଣସି ସୁଧାର ହୋଇ ନଥିଲା ସେଥିପାଇଁ ଡାକ୍ତର ମାନେ ହାତ ଉଠାଇ ଦେଇଥିଲେ ଏବଂ ଅକ୍ସିଜେନ ଲଗାଇ ତାଙ୍କୁ ସରକାରୀ ଆମ୍ବୁଲାନ୍ସ ଦ୍ୱାରା ଜୋଧପୁର ରେଫର କରିଦେଇଥିଲେ। କିନ୍ତୁ ଦାୟିତ୍ବହୀନତା ଏତେ ଅଧିକ କରିଦେଇଥିଲେ ଯେ ଆମ୍ବୁଲାନ୍ସରେ ଏତିକି ମଧ୍ୟ ପରୀକ୍ଷା କରି ନଥିଲେ ଯେ ସେଥିରେ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ ସିଲିଣ୍ଡର ଅଛି କି ନାହିଁ।

ଛଟପଟ ହୋଇ ସିଷ୍ଟମ ଆଗରେ ହରାଇ ଦେଲେ ପ୍ରାଣ:

ରୋଗିଣା ଝିଅଟିକୁ ଯେତେବେଳେ ସୋମବାର ଦିନ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିଲା ସେତେବେଳେ ମଝି ରାସ୍ତାରେ ଅକ୍ସିଜେନ ସରି ଯାଇଥିଲା। ଏହି ଅବସରରେ ଝିଅଟିର ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଥିଲା। ଏହି ସୂଚନା ଯେତେବେଳେ ଆମ୍ବୁଲାନ୍ସର ସଂଚାଳକ ଏବଂ ନର୍ସିଙ୍ଗ ଷ୍ଟାଫକୁ ମିଳିଥିଲା ସେତେବେଳେ ତାଙ୍କ ହାତ ଗୋଡ଼ ଫୁଲି ଯାଇଥିଲା। ସେପଟେ ଆମ୍ବୁଲାନ୍ସ କର୍ମଚାରୀ ଗାଡି ଏବଂ ଝିଅକୁ ଛାଡି ମୌକା ଦେଖି ଫେରାର ହୋଇଯାଇଥିଲେ।

ସ୍ୱଳ୍ପ ବ୍ୟସ୍ତତା ହେଲା ମୃତ୍ୟୁର କାରଣ:

କୁହାଯାଉଛି ଯେ, ହସ୍ପିଟାଲ ଡାକ୍ତର ମାନେ ଆମ୍ବୁଲାନ୍ସରେ ଦୁଇଜଣ ନର୍ସଙ୍କୁ ଯେତେବେଳେ ଅକ୍ସିଜେନ ବିଷୟରେ ପଚାରିଥିଲେ ସେତେବେଳେ ସେ କହିଥିଲେ ଯେ ସିଲିଣ୍ଡର ଭରି ରହିଛି। କିନ୍ତୁ ଅକ୍ସିଜେନ ମିଟରରେ ବହୁତ କମ ମାତ୍ରା ଦେଖାଉଥିଲା। କିଶୋରୀଙ୍କୁ ଆମ୍ବୁଲାନ୍ସ ଦ୍ୱାରା ନେଇ କବାସରୁ ଆଗକୁ ଯାଇଥିଲେ ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ଅଧିକ ଖରାପ ହୋଇଯାଇଥିଲା।

କାନ୍ଦି କାନ୍ଦି ପରିବାର ଲୋକ କରିଲେ ହଙ୍ଗାମା:

ପରିବାର ଲୋକମାନେ ଯେତେବେଳେ ଏହି ଦାୟିତ୍ବହୀନତା ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ସେମାନେ ଜବରଦସ୍ତ ହଙ୍ଗାମା କରିଥିଲେ। ସେ କହିଥିଲେ ଯେ ଆମ ଝିଅ ସରକାରୀ ସିଷ୍ଟମର ଦାୟିତ୍ବହୀନତା କାରଣରୁ ମରି ଯାଇଛି। ଏହାପରେ ସେ ଆମ୍ବୁଲାନ୍ସ ଚାଳକ ଏବଂ ସେମାନଙ୍କ କର୍ମଚାରୀଙ୍କ  ବିରୋଧରେ  ପୋଲିସ ପାଖରେ ଅଭିଯୋଗ କରିଥିଲେ।

ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *