ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଯେବେଠାରୁ ସାମ୍ନାକୁ ଆସିଛି ସେବେଠୁ ମହାରାଷ୍ଟ୍ରର ଶିବସେନା ସରକାର ଏବଂ ମୁମ୍ବାଇ ପୋଲିସ ଉପରେ ବିଭିନ୍ନ ପ୍ରକାରର ଆରୋପ ଲଗାଯାଉଛି ଯେ ସେ ଆରୋପୀଙ୍କୁ ରକ୍ଷା କରୁଛନ୍ତି। ଏଥିମଧ୍ୟରେ ଦିଶା ସଲିୟନଙ୍କ କେସ ମଧ୍ୟ ସୁଶାନ୍ତଙ୍କ କେସ ସହିତ ଖୋଲିଥିବାର ନଜର ଆସିଲା। ଅରନବ ଗୋସ୍ୱାମୀଙ୍କ ସମେତ ଅନେକ ଲୋକ ସିଧା ସଳଖ ଆଦିତ୍ୟ ଠାକରେଙ୍କ ନାଁ କହିଥିଲେ।
ବର୍ତ୍ତମାନ ମୁମ୍ବାଇରୁ ସବୁଠୁ ବଡ଼ ଖବର ଏହା ରହିଛି ଯେ, ମହାରାଷ୍ଟ୍ରରେ ସରକାର ବଦଳିବାକୁ ଯାଉଛି। ସୁଶାନ୍ତଙ୍କ କେସକୁ ନେଇ ପୁଣିଥରେ ବିଜେପି ଏବଂ ଶିବସେନା ସରକାର ଏକତ୍ରିତ ହୋଇ ପାରନ୍ତି ଏବଂ ଉଭୟ ମିଶିକରି ସରକାର ଗଠନ କରି ପାରନ୍ତି। ଏଥିପାଇଁ ଶିବସେନାର ସଞ୍ଜୟ ରାୱତ ଏବଂ ବିଜେପିର ପର୍ଣ୍ଣାଣ୍ଡିସଙ୍କ ମଧ୍ୟରେ ଏକ ହୋଟେଲରେ କଥାବାର୍ତ୍ତା ମଧ୍ୟ ହୋଇଛି। ତେବେ କଣ ଏସବୁ ଆଦିତ୍ୟ ଠାକରେଙ୍କୁ ବଞ୍ଚାଇବା ପାଇଁ କରାଯାଇଛି ଏବଂ ପୁଅକୁ ବଞ୍ଚାଇବା ପାଇଁ ଉଦ୍ଧବ ଠାକରେ ବିଜେପି ସହିତ ହାତ ମେଳାଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।
୧୪ ଜୁନକୁ ସୁଶାନ୍ତ ନିଜ ବାନ୍ଦ୍ରା ସ୍ଥିତ ବାସଭବନରେ ମୃତ୍ୟୁବରଣ କରିଥିଲେ ଏବଂ ତା’ପରେ କିଛି ଦିନ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ଏହି କେସର ଯାଞ୍ଚ କରିଥିଲା। ଏହାପରେ କେସ ତଦନ୍ତ ପାଇଁ ସିବିଆଇ ହାତକୁ ଯାଇଥିଲା। ପ୍ରଥମେ ମୁମ୍ବାଇ ପୋଲିସର ଯାଞ୍ଚ ଉପରେ ସମସ୍ତେ ପ୍ରଶ୍ନ ଉଠାଇଥିଲେ ଏବଂ ସିବିଆଇକୁ କେସ ମିଳିଥିଲା। ସିବିଆଇ ପ୍ରାରମ୍ଭିକ ତଦନ୍ତରେ ବହୁତ ଭଲ କାମ କରିଥିଲା, ବହୁତ ବଡ଼ ବଡ଼ କଥା ମଧ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ପ୍ରାୟ ଗତ ଦୁଇ ସପ୍ତାହ ହେବ ସିବିଆଇ ଅଚାନକ ସୁଶାନ୍ତଙ୍କ କେସରେ ଅବହେଳା କରୁଥିବାର ଦେଖିବାକୁ ମିଳୁଛି। ସିବିଆଇ ଅଚାନକ ନିରବ ହୋଇଯାଇଛି।
ତେବେ ଏହାର କୌଣସି ଅନ୍ୟ କାରଣ ରହିଥିବାର ସନ୍ଦେହ କରାଯାଉଛି କାରଣ ନିକଟରେ ହିଁ ମହାରାଷ୍ଟ୍ର ଶିବସେନା ସରକାରର ସଞ୍ଜୟ ରାୱତ ଏବଂ ବିଜେପିର ଦେବେନ୍ଦ୍ର ପର୍ଣ୍ଣାଣ୍ଡିସଙ୍କ ମଧ୍ୟରେ ଏକ ହୋଟେଲରେ କଥାବାର୍ତ୍ତା ହୋଇଛି। ଖବର ରହିଛି ଯେ ଏହି କଥାବାର୍ତ୍ତା ମହାରାଷ୍ଟ୍ରରେ ନୂତନ ସରକାର ଗଠନକୁ ନେଇ ହୋଇଛି। ଚର୍ଚ୍ଚା ହେଉଛି ଯେ ମହାରାଷ୍ଟ୍ରରେ ପୁଣିଥରେ ସେନା ଏବଂ ବିଜେପି ମିଶି ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ତେବେ ଏହାର କାରଣ ଆଦିତ୍ୟ ଠାକରେ ହୋଇଥିବେ ବୋଲି ସନ୍ଦେହ କରାଯାଉଛି। ଅନେକ ଲୋକ ଆଦିତ୍ୟଙ୍କ ଉପରେ ସିଧା ସଳଖ ଗମ୍ଭୀର ଆରୋପ ଲଗାଇଥିଲେ।
ଏହାପୂର୍ବରୁ ଶୁଭ୍ରମନ୍ୟମ ସ୍ୱାମୀଙ୍କ ଉପରେ ଏମିତି ହିଁ କିଛି ପ୍ରଶ୍ନ ଉଠିଥିଲା। ତାଙ୍କ ଉପରେ ଆରୋପ ଲାଗିଥିଲା ଯେ ସେ ଆରୋପୀଙ୍କୁ ରକ୍ଷା କରୁଛନ୍ତି ଏବଂ ସୁଶାନ୍ତଙ୍କ କେସକୁ ବର୍ତ୍ତମାନ ହତ୍ୟା ବଦଳରେ ଆତ୍ମହତ୍ୟା ପ୍ରମାଣିତ କରିବାକୁକୁ ଚାହୁଁଛନ୍ତି ସେଥିପାଇଁ ଏମ୍ସର ଡାକ୍ତର ଏବଂ ଫରେନସିକ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି।
ଆରୋପ ମୁତାବକ ସ୍ୱାମୀ ଜଣେ ବଡ ରାଜନେତାଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି କାରଣ ସେହି ରାଜନେତାଙ୍କ ପିତା ସ୍ୱାମୀଙ୍କର ବହୁତ ଘନିଷ୍ଠ ଅଟନ୍ତି ଅର୍ଥାତ ଅଚାନକ ଶୁଭ୍ରମନ୍ୟମ ସ୍ଵାମୀ ଓଲଟି ଯାଇଛନ୍ତି। ତେବେ ସ୍ୱାମୀଙ୍କ ଉପରେ ଆରୋପ ଲଗାଉଥିବା ବେଳେ ତାଙ୍କ ଟ୍ୱିଟରରୁ ଲଗାତର ସୁଶାନ୍ତଙ୍କ ସପକ୍ଷରେ ଟ୍ୱିଟ କରାଯାଉଛି। ସ୍ଵାମୀ ଏପର୍ଯ୍ୟନ୍ତ ନିଜ ଉପରେ ଲାଗିଥିବା ଆରୋପକୁ ନେଇ କିଛି ପ୍ରତିକ୍ରିୟା ରଖିନଥିବା ବେଳେ ଏହା ଏକ ମିଥ୍ୟା ଆରୋପ ବୋଲି ପ୍ରତିତ ହେଉଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।