ସୁଶାନ୍ତଙ୍କୁ ମାରିବା ପ୍ରଥମେ କରାଗଲା ଟ୍ରାନକ୍ୟୁଲାଇଜ, ରାତିରେ ଲଢ଼ି ପଡ଼ିଥିଲେ ପୀଠାନି,୧୩ ଜୁନରୁ ନିସ୍ତବ୍ଧ ହୋଇଯାଇଥିଲେ ସୁଶାନ୍ତ

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତର ଅନେକ ପ୍ରକାରର ଖୁଲାସା ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତ୍ୟ ବାହାରକୁ ଆସିନାହିଁ। ଏଥିମଧ୍ୟରେ ସୁଶାନ୍ତଙ୍କୁ  ନେଇ ଏକ ସମ୍ପୁର୍ଣ୍ଣ ନୂତନ ଖୁଲାସା ହୋଇଛି ଏବଂ ଏହି ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ସୁଶାନ୍ତଙ୍କ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ଏବଂ ଅଭିନେତା ଯୁବରାଜ ସିଂହ ଏହି ନୂତନ ଏବଂ ବଡ଼ ଖୁଲାସା କରିଛନ୍ତି ଯେ, ରିୟା ଚକ୍ରବର୍ତ୍ତୀ ଗୋଟିଏ କିମ୍ବା ଦୁଇ ସପ୍ତାହରୁ ନୁହେଁ ବରଂ ଦୀର୍ଘ ଦିନ ଧରି ସୁଶାନ୍ତଙ୍କୁ ଶେଷ କରିବା ପାଇଁ ଯୋଜନା କରୁଥିଲେ।

ଯୁବରାଜ ସିଂହ ଏକ ସମ୍ପୂର୍ଣ୍ଣ ନୂତନ ଖୁଲାସା କରିବାକୁ ଯାଇ କହିଥିଲେ ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ ରିୟା ଚକ୍ରବର୍ତ୍ତୀ ହର୍ମୋନର ଟ୍ୟାବ୍ଲେଟ ଦେଉଥିଲେ। ରିୟା କୌଣସି ଡାକ୍ତର ପରାମର୍ଶ ନକରି ସୁଶାନ୍ତଙ୍କୁ ହର୍ମୋନର ଟ୍ୟାବ୍ଲେଟ ଲଗାତର ଭାବରେ ଦେଉଥିଲେ। ତେବେ ସୁଶାନ୍ତଙ୍କ ଶରୀରରେ ହର୍ମୋନ ଅସନ୍ତୁଳନ ପାଇଁ ଏହି ଯୋଜନା ହେଉଥିଲା, ଅର୍ଥାତ ପୂର୍ଣ୍ଣ ରୂପରେ ବହୁତ ଚାଲାକିରସହିତ ଏସବୁ କରାଯାଇଥିଲା। ହର୍ମୋନ ଅସନ୍ତୁଳିତ ହେବା ଦ୍ୱାରା ସୁଶାନ୍ତ ନିଜର ମସ୍ତିସ୍କ ଉପରେ ନିୟନ୍ତ୍ରଣ ରହୁ ନଥିଲା ଏବଂ ସୁଶାନ୍ତଙ୍କ ଜରିଆରେ ରିୟା ନିଜର ମନ ମୁତାବକ କରାଉଥିଲେ।

ଆଗକୁ ସୁଶାନ୍ତଙ୍କ ବନ୍ଧୁ ଯୁବରାଜ ହିଁ ଖୁଲାସା କରିଥିଲେ ଯେ, ସୁଶାନ୍ତଙ୍କୁ ଟ୍ରାକୁଳାଇଜଡ ମଧ୍ୟ କରୁଥିଲେ ରିୟା ଚକ୍ରବର୍ତ୍ତୀ। କାରଣ ଏହି ଟ୍ରାନକୁଲାଇଜରରକୁ ୧୩ ଜୁନ ଦିନ ସୁଶାନ୍ତଙ୍କ ଉପରେ ବ୍ୟବହାର କରାଯାଇଥିଲା। ତେବେ ରିୟା ଟ୍ରାଙ୍କୁଲାଇଜରର ବ୍ୟବହାର ସୁଶାନ୍ତଙ୍କୁ କାବୁରେ ରଖିବା ପାଇଁ କରୁଥିଲେ। ଟ୍ରାଙ୍କୁଲାଇଜରର ବ୍ୟବହାର ପଶୁ ମାନଙ୍କ ଉପରେ କରାଯାଏ, ଯାହା ବହୁତ ଭୟାନକ ହୋଇଥାଏ, ଅର୍ଥାତ ସିଂହ କିମ୍ବା ହାତୀ ପରି ପଶୁଙ୍କୁ ଟ୍ରାଙ୍କୁଲାଇଜର ଜରିଆରେ ବେହୋଶ କରାଯାଇଥାଏ ଏବଂ ସେତେବେଳେ ତାଙ୍କ ପାଖକୁ କେହି ମଧ୍ୟ ଯାଇପାରିବେ।

ଯୁବରାଜ ଆହୁରି କହିଛନ୍ତି ଯେ,ସୁଶାନ୍ତଙ୍କୁ ରିୟା ନିଦ ଔଷଧ ମଧ୍ୟ ଦେଇଥିଲେ , ପ୍ରତ୍ୟେକ ଦିନ ଦୁଇ କିମ୍ବା ତିନୋଟି ନିଦ ଟ୍ୟାବ୍ଲେଟ ସୁଶାନ୍ତଙ୍କୁ ଦିଆଯାଉଥିଲା। ଏବିଷୟରେ ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ଦିପେଶ ସାୱନ୍ତ ମଧ୍ୟ କହିଥିଲେ ଯେ, ସୁଶାନ୍ତଙ୍କୁ ପ୍ରତ୍ୟେକ ଦିନ ନିଦ ଟାଵଲେଟ ଦିଆଯାଉଥିଲା। ତେବେ ସମସ୍ତେ ଜାଣିଛନ୍ତି ଅଧିକ ଦିନ ନିଦ ଔଷଧ ଖାଇବା ଦ୍ୱାରା ମସ୍ତିସ୍କର ସ୍ଥିତି କଣ ହୋଇଥାଏ।

ଯୁବରାଜ କହିଥିଲେ ଯେ, ଅଧିକାଂଶ ସମୟରେ ତାଙ୍କର ସୁଶାନ୍ତଙ୍କ ସହିତ କଥାବାର୍ତ୍ତା ହୋଇଥାଏ ଏବଂ ତାଲାବନ୍ଦ ସମୟରେ ମଧ୍ୟ ସୁଶାନ୍ତଙ୍କ ସହିତ ଅନେକଥର କଥାବାର୍ତ୍ତା ହୋଇଛି କିନ୍ତୁ ଜୁନର ପ୍ରଥମ ସପ୍ତାହରେ ଯୁବରାଜଙ୍କର ସୁଶାନ୍ତଙ୍କ ସହିତ କେଵଳ ଥରେ ହିଁ କଥାବାର୍ତ୍ତା ହୋଇଥିଲା। ସେତେବେଳେ ସୁଶାନ୍ତଙ୍କ ମୁହଁରୁ ଭାଷା ମଧ୍ୟ ବାହାରୁ ନଥିଲା। ଯୁବରାଜ ମଧ୍ୟ କହିଛନ୍ତି ସୁଶାନ୍ତଙ୍କ ହତ୍ୟା ୧୪ ଜୁନ ନୁହେଁ ବରଂ ୧୩ ଜୁନକୁ ହୋଇଥିଲା। ଏହାକୁ ସିବିଆଇ ମଧ୍ୟ ସ୍ୱୀକାର କରିଛି ଯେ, ୧୩ ଜୁନକୁ ଅପରାହ୍ନ ୨ଟା ୨୨ ମିନିଟ ପରେ ସୁଶାନ୍ତଙ୍କର କୌଣସି ଖବର ନଥିଲା ସେ ଅଦୃଶ୍ୟ ହୋଇଯାଇଥିଲେ।

ଯୁବରାଜଙ୍କ ମୁତାବକ, ୧୩ ଜୁନ ଦ୍ୱିପ୍ରହର ୨ଟା ୨୨ରେ ସୁଶାନ୍ତଙ୍କ ଉପରେ ଟ୍ରାଙ୍କୁଲାଇଜରର ପ୍ରୟୋଗ କରାଯାଇଥିଲା। ଯାହାପରେ ସେହିଦିନ ରାତିରେ ତାଙ୍କୁ ଶେଷ କରିବାର ଯୋଜନା ମଧ୍ୟ ରହିଥିଲା। ଯେତେବେଳେ ଆକ୍ରମଣକାରୀମାନେ ସୁଶାନ୍ତଙ୍କୁ ଶେଷ କରାଯାଉଥିବା ବେଳେ ଘରେ ଉପସ୍ଥିତ ଥିବା ସିଦ୍ଧାର୍ଥ ପିଠାନି ସୁଶାନ୍ତଙ୍କୁ ବଞ୍ଚାଇବା ପାଇଁ ଆକ୍ରମଣକାରୀଙ୍କ ସହିତ ଲଢ଼ିଯାଇଥିଲେ। କିନ୍ତୁ ପିଠାନି ତାଙ୍କୁ ବଞ୍ଚାଇ ପାରି ନଥିଲେ ଏବଂ ଏହି କାରଣରୁ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ପହଞ୍ଚିଥିଲା। ପୀଠନିଙ୍କୁ ଏହି ସର୍ତ୍ତରେ ଛାଡି ଦିଆଯାଇଥିଲା ଯେ ସେ ଯେପରି କାହାକୁ କିଛି କହିବେ ନାହିଁ।

ଯୁବରାଜ କହିଛନ୍ତି ଯେ ସୁଶାନ୍ତ ଏକ ବହୁତ ବଡ଼ ରହସ୍ୟର ଖୁଲାସା କରିଥାନ୍ତେ ଏବଂ ଏହି ରହସ୍ୟକୁ ଲୁଚାଇବା ପାଇଁ ହିଁ ସୁଶାନ୍ତଙ୍କୁ ଶେଷ କରିଦିଆଗଲା। ସେ ଏହା ମଧ୍ୟ କହିଛନ୍ତି ଯେ , ଯଦି ସୁଶାନ୍ତ ସେଦିନ ରାତିରେ କୌଣସି ଉପରେ ବଞ୍ଚିଯାଇଥାନ୍ତେ ତାହେଲେ ମଧ୍ୟ ଆଗ ପରି ସାଧାରଣ ହୋଇ ପାରି ନଥାନ୍ତେ ସୁଶାନ୍ତ। କାରଣ ତାଙ୍କ ଉପରେ ଏତେ ଶକ୍ତିଶାଳୀ ଟ୍ରାଙ୍କୁଲାଇଜର ପ୍ରୟୋଗ କରାଯାଇଥିଲା ଯେ ତାଙ୍କ ମାନସିକ ସ୍ଥିତି କେବେହେଲେ ଠିକ ହୋଇ ପାରିନଥାନ୍ତା , ସମ୍ପୂର୍ଣ୍ଣ ପାଗଳ ହୋଇଯାଇଥାନ୍ତେ ସୁଶାନ୍ତ।

୧୪ ଜୁନକୁ ସୁଶାନ୍ତ ନିଜ ବାନ୍ଦ୍ରା ସ୍ଥିତ ବାସଭବନରେ ମୃତ୍ୟୁବରଣ କରିଥିଲେ ଏବଂ ତା’ପରେ କିଛି ଦିନ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ଏହି କେସର ଯାଞ୍ଚ କରିଥିଲା। ଏହାପରେ କେସ ତଦନ୍ତ ପାଇଁ ସିବିଆଇ ହାତକୁ ଯାଇଥିଲା। ପ୍ରଥମେ ମୁମ୍ବାଇ ପୋଲିସର ଯାଞ୍ଚ ଉପରେ ସମସ୍ତେ ପ୍ରଶ୍ନ ଉଠାଇଥିଲେ ଏବଂ ସିବିଆଇକୁ କେସ ମିଳିଥିଲା। ସିବିଆଇ ପ୍ରାରମ୍ଭିକ ତଦନ୍ତରେ ବହୁତ ଭଲ କାମ କରିଥିଲା, ବହୁତ ବଡ଼ ବଡ଼ କଥା ମଧ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ପ୍ରାୟ ଗତ ଦୁଇ ସପ୍ତାହ ହେବ ସିବିଆଇ ଅଚାନକ ସୁଶାନ୍ତଙ୍କ କେସରେ ଅବହେଳା କରୁଥିବାର ଦେଖିବାକୁ ମିଳୁଛି।

ସିବିଆଇ ଅଚାନକ ନିରବ ହୋଇଯାଇଛି । ତେବେ ଏହାର କୌଣସି ଅନ୍ୟ କାରଣ ରହିଥିବାର ସନ୍ଦେହ କରାଯାଉଛି କାରଣ ନିକଟରେ ହିଁ ମହାରାଷ୍ଟ୍ର ଶିବସେନା ସରକାରର ସଞ୍ଜୟ ରାୱତ ଏବଂ ବିଜେପିର ଦେବେନ୍ଦ୍ର ପର୍ଣ୍ଣାଣ୍ଡିସଙ୍କ ମଧ୍ୟରେ ଏକ ହୋଟେଲରେ କଥାବାର୍ତ୍ତା ହୋଇଛି। ଖବର ରହିଛି ଯେ ଏହି କଥାବାର୍ତ୍ତା ମହାରାଷ୍ଟ୍ରରେ ନୂତନ ସରକାର ଗଠନକୁ ନେଇ ହୋଇଛି। ଚର୍ଚ୍ଚା ହେଉଛି ଯେ ମହାରାଷ୍ଟ୍ରରେ ପୁଣିଥରେ ସେନା ଏବଂ ବିଜେପି ମିଶି ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ତେବେ ଏହାର କାରଣ ଆଦିତ୍ୟ ଠାକରେ ହୋଇଥିବେ ବୋଲି ସନ୍ଦେହ କରାଯାଉଛି। ଅନେକ ଲୋକ ଆଦିତ୍ୟଙ୍କ ଉପରେ ସିଧା ସଳଖ ଗମ୍ଭୀର ଆରୋପ ଲଗାଇଥିଲେ।

Leave a Reply

Your email address will not be published. Required fields are marked *