କରୋନା ଭାଇରସ ବେଶେଷଜ୍ଞ ମହାମାରୀର ତୃତୀୟ ଲହଡି ପାଇଁ ଚେତାବନୀ ଦେଇଛନ୍ତି। ଯଦିଓ ଦୁନିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଚିହ୍ନଟ କରିବା ପାଇଁ ସ୍ପଷ୍ଟ ନିୟମ ନାହିଁ ଯେ କେଉଁ ସ୍ଥିତିରେ କରୋନାର ମାମଲା ବଢିବାକୁ ଏକ ନୂତନ ଲହଡି କୁହାଯାଏ। ସେହିପରି, ବ୍ରିଟେନର ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ସଂକ୍ରାମକ ରୋଗର ପ୍ରଫେସର ମାର୍କ ବୁଲ ହାଉସ କହିଛନ୍ତି ଯେ, କରୋନାର ତୃତୀୟ ଲହଡି ଆସିବାର ସମ୍ଭାବନା ରହିଛି।
independent.co.ukର ରିପୋର୍ଟ ମୁତାବକ, ବ୍ରିଟିଶ କରୋନା ବିଶେଷଜ୍ଞ ମାର୍କ ବୁଲହାଉସଙ୍କ କହିବା କଥା ଯେ ତାଲାବନ୍ଦ ଦ୍ୱାରା କରୋନା ଶେଷ ହୁଏ ନାହିଁ, ବରଂ ସମସ୍ୟା କିଛି ସମୟ ଆଗକୁ ବଢିଯାଏ। ସୂଚନାଯୋଗ୍ୟ ଯେ ବ୍ରିଟେନର ଦ୍ଵିତୀୟଥର କରୋନାର ମାମଲା ବଢିବାକୁ ଲାଗିଛି ଏବଂ ପୁଣିଥରେ ଦେଶରେ ଜାତୀୟ ତାଲାବନ୍ଦ ହେବାର ଆଶଙ୍କା ଜନ୍ମ ନେଇଛି।
ପ୍ରଫେସର ମାର୍କ ବୁଲହାଉସଙ୍କ କହିବା କଥା ଯେ, ନିକଟବର୍ତ୍ତୀ ବିପଦକୁ ରୋକିବା ପାଇଁ କୋଠର ପଦକ୍ଷେପ ନେବା ଉଚିତ ଯାହାଦ୍ୱାରା ବର୍ତ୍ତମାନ ସଂକ୍ରମଣ କମ ହୋଇଯାଉ, କିନ୍ତୁ ଏହାଦ୍ବାରା ଭାଇରସ ପଳାଇଯାଏ ନାହିଁ। ବିବିସି ୱନର ଏକ ଶୋ’ରେ ଭାଗ ନେଇ ପ୍ରଫେସର ବ୍ରିଟେନର ସନ୍ଦର୍ଭରେ କହିଥିଲେ ଯେ, ଗତ ଆକଳନରେ ମଧ୍ୟ ସେପ୍ଟେମ୍ବରରେ ଦ୍ଵିତୀୟଥର ତାଲାବନ୍ଦର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା।
ଯେତେବେଳେ ପ୍ରଫେସର ମାର୍କ ବୁଲହାଉସଙ୍କୁ ପଚରାଯାଇଥିଲା ଯେ, କରୋନାର ତୃତୀୟ ତରଙ୍ଗ ମଧ୍ୟ ଆସିବ କି ନାହିଁ, ସେ କହିଥିଲେ ଯେ ଏହା ସମ୍ପୂର୍ଣ୍ଣ ସମ୍ଭବ ଅଟେ। ସେ କହିଛନ୍ତି ଯେ ଯଦି ଆସନ୍ତା ୬ କିମ୍ବା ୧୨ ମାସରେ ଭ୍ୟାକ୍ସିନ ନଆସିପାରେ ତେବେ ଆମକୁ ବିକଳ୍ପ ରାସ୍ତା ଖୋଜିବାର ଆବଶ୍ୟକତା ପଡିବ, ଯେପରିକି ଅଧିକ ଜନସଂଖ୍ୟା ପାଇଁ ପରୀକ୍ଷା ବ୍ୟବସ୍ଥା ଇତ୍ୟାଦି।
ବ୍ରିଟିଶ କରୋନା ଭାଇରସ ବିଶେଷଜ୍ଞ କହିଛନ୍ତି ଯେ, ନିକଟ ଅତୀତରେ ହିଁ ବିଶ୍ୱବିଦ୍ୟାଳୟରେ କରୋନାର ବହୁତ ମାମଲା ସାମ୍ନାକୁ ଆସିବା ପୂର୍ବାନୁମାନ ମୁତାବକ ହିଁ ହୋଇଛି। କହି ରଖୁଛୁ ଯେ, ବ୍ରିଟେନରେ କରୋନା ଭାଇରସ ଦ୍ୱାରା ୪ ଲଷ ୩୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି, କିନ୍ତୁ ୪୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।