ମଶା କାମୁଡିବା ଦ୍ବାରା କେତେପ୍ରକାରର ରୋଗ ହୋଇଥାଏ ଓ କେତେ ମଣିଷଙ୍କର ଜୀବନ ମଧ୍ଯ ଚାଲି ଯାଏ। ବର୍ଷା ଋତୁରେ ମଶା ଅଧିକ ହୋଇଥାନ୍ତି ଓ ତାଙ୍କ ପାଇଁ ରୋଗ ହେବାର ଆଶଙ୍କା ମଧ୍ଯ ବଢିଯାଏ। ଏଥିପାଇଁ ବର୍ଷା ଋତୁରେ ମଶାଠୁ ସତର୍କତା ରେ ରହିବା ନିହାତି ଜରୁରୀ ହୋଇଥାଏ ଓ ଘର ଚାରିପାଖ ସଫା ସୁତୁରା ରଖିବା ସବୁଠୁ ଅଧିକ ଜରୁରୀ ହୋଇଥାଏ। ମଶା ମାନଙ୍କ ଉପରେ ବହୁତ ପରୀକ୍ଷା ମଧ୍ଯ କରାଯାଉଛି। ଯେଉଁଥିରେ ଜଣାପଡିଛି କି ମଶା ମାନେ ଗୋଟିଏ ବ୍ଲଡ ଗ୍ରୁପ ର ଲୋକମାନଙ୍କୁ ବହୁତ ଅଧିକ କାମୁଡି ଥାନ୍ତି। ଚାରି ପ୍ରକାରର ବ୍ଲଡ ଗ୍ରୁପ ଥାଏ। ଯାହାକି A,B,AB ଓ O ନାମର ବ୍ଲଡ ଗ୍ରୁପ। ପ୍ରତ୍ୟେକ ବ୍ୟକ୍ତିଙ୍କର ଏହି ଚାରୋଟି ବ୍ଲଡ଼ ଗ୍ରୁପ ମଧ୍ୟରୁ ଗୋଟିଏ ବ୍ଲଡ ଗ୍ରୁପ ହୋଇଥାଏ।
ବହୁ ପରୀକ୍ଷାରୁ ଜଣାପଡିଛି କି ମଶା ‘O’ ବ୍ଲଡ଼ ଗ୍ରୁପ ର ଲୋକମାନଙ୍କୁ ଅଧିକ କାମୁଡି ଥାଏ, ‘A’ବ୍ଲଡ ଗ୍ରୁପ ର ଲୋକମାନଙ୍କୁ ମଶା କମ୍ କାମୁଡି ଥାଏ।’AB’ ବ୍ଲଡ଼ ଗ୍ରୁପର ଲୋକମାନଙ୍କୁ ମଶା ମାନେ ସାମାନ୍ୟ ଅଳ୍ପ କାମୁଡି ଥାନ୍ତି।
ବ୍ଲଡ଼ ଗ୍ରୁପ ଛଡ଼ା ମଶା ମଣିଷକୁ ଗନ୍ଧ ରୁ ମଧ୍ଯ କାମୁଡି ଥାନ୍ତି। ଏଥିପାଇଁ ଯେଉଁ ଲୋକଙ୍କର ଅଧିକ ଝାଳ ବାହାରିଥାଏ ମଶା ସେମାନଙ୍କୁ ଅଧିକ କାମୁଡି ଥାନ୍ତି। ଝାଳରେ ଲାକ୍ଟିକ ଏସିଡ, ୟୁରିକ ଏସିଡ, ଏମୋନିଆ ଆଦି ରହିଥାଏ ଓ ଏମାନଙ୍କର ଗନ୍ଧ ର କାରଣ ରୁ ମଶା କାମୁଡି ଥାଏ।
ଗର୍ଭବତୀ ମହିଳା ମାନଙ୍କ ପାଇଁ ମଧ୍ୟ ବିପଦ:
ବହୁ ପରୀକ୍ଷା ରୁ ଏହା ଜଣାପଡିଛି କି, ଗର୍ଭବତୀ ମହିଳା ମାନଙ୍କୁ ମଶା ଅଧିକ କାମୁଡି ଥାଏ। ଗର୍ଭବତୀ ମହିଳା ମାନେ ବହୁତ ଜୋର ନିଃଶ୍ୱାସ ନେଇଥାନ୍ତି ଓ ମଶା କାର୍ବନ ଡ଼ାଇଅକସାଇଡ୍ ଗ୍ୟାସ ଆଡ଼କୁ ଟାଣି ହୋଇଯାଇଥାନ୍ତି, ଏହାଛଡ଼ା ଶରୀରରେ ଗରମ ର ତାପମାତ୍ରା ଅଧିକ ହୋଇଥିବାରୁ ମଶା ଅଧିକ କାମୁଡି ଥାଏ।
ଆଇସୋଲ୍ୟୁସିନ ଅଧିକ ହେବା:
ଯେଉଁ ଲୋକଙ୍କ ଶରୀରରେ ଆଇସୋଲ୍ୟୁସିନ ଅଧିକ ଥାଏ, ତାଙ୍କୁ ମଶା ଅଧିକ କାମୁଡି ଥାଏ। ଏହାଛଡ଼ା କୁହାଯାଏ କି, ଯେଉଁ ଲୋକ ଅଧିକ ବିଅର ପିଅନ୍ତି ତାଙ୍କୁ ମଶା ମଧ୍ଯ ବହୁତ ହଇରାଣ କରିଥାନ୍ତି। ଏହା ବିଷୟରେ ପରୀକ୍ଷା ଏବେ କରାଯାଉଛି।
ମଶା କାମୁଡିବା କୁ ନେଇ ଏବେ ଆହୁରି ମଧ୍ୟ ପରୀକ୍ଷା କରାଯାଉଛି ଓ ଏହା ସନ୍ଧାନ କରାଯାଉଛି କି ମଶା ମାନେ ଆଉ କେଉଁ ସବୁ କାରଣରୁ ମଣିଷକୁ କାମୁଡି ଥାଏ