ଲଖନଉ, ପ୍ରତିଦିନ ସମ୍ବାଦପତ୍ର ଏବଂ ଟିଭି ରେ ବାଳିକା ଓ ନାବାଳିକା ଝିଅ ମାନଙ୍କ ସହ ହଉଥିବା ଦୁଷ୍କର୍ମ ଏବଂ ଦୁଃବ୍ୟବହାର ଆସିଥାଏ । ଏବେ ସେମିତି ଏକ ଚମକୀଲା ଭଳିଆ ଘଟଣା ଲଖନଉ ରେ ଦେଖିବାକୁ ମିଳିଛି ଭାଇ ନିଜର ନାବାଳିକା ଭଉଣୀକୁ ବର୍ଷ ଯାଏ ଦୁଷ୍କର୍ମ କରୁଥିଲା ଯେତେବେଳେ ପୀଡ଼ିତାକୁ ଜଣାପଡିଲା ସିଏ ପ୍ରତିବାଦ କରିବାକୁ ଚେଷ୍ଟା କଲା ତାର ମା’ ତାକୁ ଚୁପ ରହିବାକୁ କହିଲା ,ମା’ ଦୋଷୀ ପୁଅର ସହ ଥିଲା ପ୍ରତିବାଦ କରୁନଥିଲା ।
ବାସ୍ତବରେ ଏହି ଘଟଣା ପୋଲିସ ଏବଂ ମିଡ଼ିଆ ସେତେବେଳେ ପହଁଚିଲା ଯେତେବେଳେ ପୀଡିତା ୧୦୯୦ରେ ଅଭିଯୋଗ କଲା । ପୀଡିତ କହିଲା ଭାଇ ୮ବର୍ଷ ହେଲାଣି ତାକୁ ବଳାତ୍କାର କରୁଥିଲା । ପୀଡିତା ଭଉଣୀ ୧୦୯୦ରେ କଲ କଲାପରେ ଡି.ସି.ପି. ଏବଂ ଅନ୍ୟ ପୋଲିସ ଅଧିକାରୀ ମାନେ ପହଞ୍ଚି ମା ଓ ପୁଅ କୁ ଗିରଫ କରି ଜେଲକୁ ପଠେଇଲେ ।
ମିଡ଼ିଆ ରିପୋଟର ମାନେ କହିବାନୁଯାୟୀ ଲଖନଉର ପି.ଜି.ଆଇ ଥାନା ଅଧୀନରେ ଥିବା ପୀଡିତାର ବୟସ ୧୬ବର୍ଷ ।ପୀଡିତାର ମା ନର୍ସ କାମ କରୁଥିଲା ।ପୀଡିତା ଅଭିଯୋଗକଲା ଲଗାତାର ଭାଇ ତା ସହିତ ୮ବର୍ଷ ଯାଏ ଦୁଷ୍କର୍ମ କରୁଥିଲା । ଯେତେବେଳେ ସେ ସେଇ କଥା ବୁଝି ଜାଣିବାକୁ ପାଇଲା ପ୍ରତିବାଦ କଲା ।
ବିରୋଧ କଲାପରେ ପୀଡିତାର ଭାଇ ଥାନାରେ ଅଭିଯୋଗ ନକରିବାକୁ କହି, ଜୀବନରୁ ମାରିଦେବାକୁ ଧମକ ଦେଇ ,ଲଗାତାର ତାକୁ ଦୁଷ୍କର୍ମ କରୁଥିଲା । ଏହି ଘଟଣାକୁ ପୀଡିତା ତା ମା ପାଖରେ ଅଭିଯୋଗ କଲା ପରେ ମା ଝିଅକୁ ଚୁପ ରହିବାକୁ କହିଲା ଏବଂ ନିଜ ପୁଅର ସାଥ ଦେଉଥିଲା । ଚିନ୍ତିତ ହୋଇ ପୀଡିତା ୧୦୯୦ରେ କଲ କରି ପୋଲିସ କୁ ସବୁ ଘଟଣା କହିଲା ।
ସୂଚନା ପାଇବା ପରେ ଡି.ସି .ପି ଚାରୁ ନିଗମ ସହିତ ଅନ୍ୟ ଅଧିକାରୀମାନେ ପୀଡିତା ପାଖରେ ପହଞ୍ଚି ତା ସହିତ କଥା ହେଲେ ।ତାପରେ ମା ଏବଂ ଭାଇ ବିରୋଧରେ କେସ ଦେଲା ପରେ ପୋଲିସ ମା ଏବଂ ଭାଇକୁ ଗିରଫ କଲା ପୀଡ଼ିତାକୁ ବାଳସରକ୍ଷଣ ଗୃହ କୁ ପଠାଇଲେ ।
ଡି.ସି .ପି ଚାରୁ ନିଗମଙ୍କ କହିବା ଅନୁଯାଇ ପୀଡିତା ପ୍ରଥମେ ୧୦୯୦କୁ କଲ କରି ଅଭିଯୋଗ କରିଥିଲା ,ତାପରେ ଘଟଣା ସ୍ଥଳରେ ପୋଲିସ ଅଧିକାରୀ ମାନେ ପହଂଚି ତାର ବୟାନ ରେକର୍ଡ କଲେ।
ବୟାନ ରେ ଥିଲା ତାର ଭାଇ ତାକୁ ଦୁଷ୍କର୍ମ କରୁଥିଲା ମା ତା ସାଥ ଦେଉଥିଲା । ଭାଇ ୮ବର୍ଷ ଯାଏ ରେପ କରୁଥିଲା । ପୀଡିତାର ଅଭିଯୋଗପରେ ଆଧାର କରି ଏଫ.ଆଇ.ଆର ରିପୋର୍ଟ ଅନୁଯାଇ ମା ଏବଂ ପୁଅକୁ ଗିରଫ କରି ଜେଲ ପଠେଇଲେ। (୩)