ମୁଣ୍ଡକୁ ଖାଉଥିବା ଏମିବା ଦ୍ବାରା ହେଲା ପିଲାର ମୃତ୍ୟୁ, ଆମେରିକାର ଆଠଟି ସହରରେ ସତର୍କତା ଜାରୀ

ଆମେରିକାରେ ମୁଣ୍ଡକୁ ଖାଉଥିବା ଏମିବା ର ଗୋଟିଏ ଘଟଣା ପରେ ଆଠଟି ସହରରେ ସତର୍କତା ଜାରୀ ହୋଇଛି। ଘରକୁ ସପ୍ଲାଏ ହଉଥିବା ପାଣିରେ ମୁଣ୍ଡକୁ କୁ ଖାଉଥିବା ଏମିବା ରହୁଛି ବୋଲି ଜଣାପଡିଛି। ଟେସ୍ୱାସ ର ଜେକ୍ସନ ସହରରେ ଗୁରୁତ୍ୱପୂର୍ଣ୍ଣ ସତର୍କତା ର ଘୋଷଣା କରାଯାଇଛି।

ନିଗ୍ଲେରିଆ ଫୋଲେରି ନାମର ଏହି ଏମିବା ଯଦି ନାକ ଦ୍ବାରା ଶରୀରରେ ପ୍ରବେଶ କରେ ତାହେଲେ ସେ ମୃତ୍ୟୁ ର କାରଣ ହୋଇପାରେ। ନାକ ଦ୍ବାରା ଏହି ଏମିବା ରେ ସଂକ୍ରମିତ ହୋଇଥିବା ୯୦-୯୫% ଲୋକଙ୍କର ମୃତ୍ୟୁ ହୋଇଥାଏ।

ଏହା ପୂର୍ବରୁ ଆମେରିକାର ଟେସ୍ୱାସ ରେ ୮ ସେପ୍ଟେମ୍ବର ଦିନ ମୁଣ୍ଡକୁ ଖାଉଥିବା ଏମିବା ଦ୍ବାରା ଛଅ ବର୍ଷ ପିଲାର ମୃତ୍ୟୁ ହୋଇଯାଇଛି। ତଲାସ କରିବାରୁ ଜଣା ପଡ଼ିଲା ପିଲାଟି ଏମିବା ଦ୍ବାରା ସଂକ୍ରମିତ ହୋଇଥିଲା। ସ୍ଥାନୀୟ ଅଧିବାସୀ ଙ୍କ କହିବା କଥା କି ନିଗ୍ଲେରିଆ ଫୋଲେରି ନାମକ ଏମିବା ଦ୍ବାରା ପିଲାଟିର ମୃତ୍ୟୁ ହୋଇଥିଲା। ପିଲାର ଶରୀରରେ ନଦୀରେ ଖେଳିବାରୁ ପ୍ରବେଶ କରିଥିଲା, ନହେଲେ ଘରକୁ ଆସୁଥିବା ସପ୍ଲାଏ ପାଣିର ଜରିଆରେ ମଧ୍ୟ ହୋଇଥିଲା।

ଅଗଷ୍ଟ ରେ ମଧ୍ୟ ମୁଣ୍ଡ ଖାଉଥିବା ଏମିବା ଦ୍ବାରା ୧୩ ବର୍ଷର ଜଣେ ବାଳକର ଫ୍ଲୋରିଡା ରେ ମୃତ୍ୟୁ ହୋଇଥିଲା। ଏବେ ଟେସ୍ୱାସ ର ଆଠଟି ସହରର ଲୋକମାନଙ୍କୁ ସତର୍କ କରାଯାଇଛି। ଲୋକମାନଙ୍କୁ କୁହାଯାଇଛି କି ଘରେ ସପ୍ଲାଏ ହଉଥିବା ପାଣି ର ବ୍ୟବହାର ନକରିବା ପାଇଁ, ପାଣିର ସଫା ପରେ ଅଧିକାଂଶ ସହରରେ ସତର୍କତା କୋହଳ କରିଦିଆଯାଇଛି।

ଆମେରିକାର ସିଡିସି ଅନୁସାରେ, ମାଟି, ପାଇପ ପାଣି, ନଦୀ, ଝରଣା ଓ ସ୍ଵିମିଙ୍ଗ ପୁଲ ର ଭଲ ଭାବରେ ଯତ୍ନ ନ ନେବାରୁ ମୁଣ୍ଡକୁ ଖାଉଥିବା ଏମିବା ବାହାରି ପାରେ। ସିଡ଼ିସି ର କହିବା କଥା ନିଗ୍ଲେରିଆ ଫୋଲେରି ଏମିବା ମୃତ୍ୟୁ ର ମାମଲା ଚାରିପାଖରୁ ଆସିଥାଏ। ସିଡ଼ିସି ଅନୁସାରେ,୨୦୦୯ ରୁ ୨୦୧୮ ଭିତରେ ଆମେରିକାରେ ଏହି ଏମିବା ର ସଂକ୍ରମଣ ଦ୍ବାରା ୩୪ ଟି ଘଟଣା ସାମ୍ନାକୁ ଆସିଥିଲା।୧୯୬୨ ରୁ ୨୦୧୮ ଭିତରେ ୧୪୫ ଜଣ ଲୋକ ସଂକ୍ରମିତ ହୋଇଥିଲେ ଆଉ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ବଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *