ବିବାଦିତ ଅଞ୍ଚଳକୁ ନେଇ ଦୁନିଆର ଦୁଇଟି ଦେଶ ପରସ୍ପର ମଧ୍ୟରେ ସଂଘର୍ଷ କରିଥିଲେ। ଅର୍ମେନିୟା ଏବଂ ଅଜରବେଜାନଙ୍କ ମଧ୍ୟରେ ରବିବାର ଦିନ ନାଗର୍ନୋ କରବାଖ (ବିବାଦିତ ସ୍ଥାନ)କୁ ନେଇ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଉଭୟ ପକ୍ଷରୁ ଚାଲିଥିବା ଆକ୍ରମଣରେ ୨୩ ଲୋକଙ୍କର ମୃତ୍ୟୁ ହୋଇଥିବାର ଖବର ରହିଛି। ସେହିପରି ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ସାଧାରଣ ନାଗରିକ ବୋଲି କୁହାଯାଉଛି।
ଅର୍ମେନିୟାର ପ୍ରତିରକ୍ଷା ମନ୍ତ୍ରାଳୟର ଦାବି ରହିଛି ଯେ ସେ ଅଜରବେଜାନର ତିନୋଟି ଟ୍ୟାଙ୍କ ଏବଂ ହେଲିକ୍ୟାପ୍ଟରକୁ ଆକ୍ରମଣରେ ନଷ୍ଟ କାଟି ଦେଇଛି। ସେପଟେ ଅଜରବେଜାନ ଏହି ଦାବିକୁ ଖାରଜ କରି ଦେଇଛି।
ତୁର୍କୀ କଲା ଅଜରବେଜାନର ସମର୍ଥନର ଘୋଷଣା:
ସେପଟେ ଅର୍ମେନିୟା ଏବଂ ଅଜରବେଜାନ ମଧ୍ୟରେ ଯୁଦ୍ଧରେ ତୁର୍କୀ ମଧ୍ୟ ଆସିଯାଇଛି। ତୁର୍କୀ ଯୁଦ୍ଧରେ ଅଜରବେଜାନକୁ ସହଯୋଗ କରିବାର ଘୋଷଣା କରିଦେଇଛି। ତୁର୍କୀର ରାଷ୍ଟ୍ରପତି ରେଜେପ ତୈୟପ ଏର୍ଦୋଆନ ଟ୍ୱିଟ କରି କହିଛନ୍ତି ଯେ, “ମୁଁ ଏବଂ ତୁର୍କୀର ସମସ୍ତ ନାଗରିକ ଅଜରବେଜାନଙ୍କ ସହିତ ଠିଆ ହୋଇଛୁ। ଅଜରବେଜାନ ଉପରେ ଆକ୍ରମଣ କରି ଅର୍ମେନିୟା ପ୍ରମାଣିତ କରିଦେଇଛି ଯେ ସେ ସେ ଦୁନିଆର ଶାନ୍ତି ପାଇଁ ବିପଦଜନକ ଅଟେ। ମୁଁ ଅର୍ମେନିୟାର ନାଗରିକ ମାନଙ୍କୁ ଆବେଦନ କରିବାକୁ ଚାହିଁବି ଯେ ସେ ନିଜର ଭବିଷ୍ୟତ ପାଇଁ ସରକାରଙ୍କର ବିରୋଧ କରନ୍ତୁ।
ଶାନ୍ତି ପାଇଁ ଆବେଦନ କଲା ରୁଷ:
ଆର୍ମେନିୟା ଏବଂ ଅଜରବେଜାନଙ୍କ ବିବାଦ ମଧ୍ୟରେ ରୁଷ ଶାନ୍ତିର ଆବେଦନ କରିଛି। ରୁଷ କହିଛି ଯେ ସେ ଏହି ବିବାଦରେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଉଭୟ ଦେଶ ଯୁଦ୍ଧକୁ ଅଟକାଇ ଦିଅନ୍ତୁ। ରୁଷ ଯୁଦ୍ଧ ବିରାମ ପାଇଁ ଉଭୟ ଦେଶ ସହିତ କଥାବାର୍ତ୍ତା କରୁଛି।
କଣ ଅଟେ ଏହି ବିବାଦର କାରଣ?
ଅର୍ମେନିୟା ଏବଂ ଅଜରବେଜାନଙ୍କ ମଧ୍ୟରେ ୪,୪୦୦ କିଲୋମିଟରରେ ବିସ୍ତାରିତ ନାଗର୍ନୋ-କରବାଖ ଅଞ୍ଚଳକୁ ନେଇ ଦୀର୍ଘ ସମୟ ହେବ ବିବାଦ ଚାଲୁଛି। ଏହି ଅଞ୍ଚଳ ଅଜରବେଜାନର ଅଂଶ ବୋଲି କୁହାଯାଉଥିଲା କିନ୍ତୁ ଅର୍ମେନିୟା ମଧ୍ୟ ଏହା ଉପରେ ଦାବି କରି ଆସୁଛି। ୧୯୯୪ରୁ ଏହି ଅଞ୍ଚଳରେ ଅଜରବେଜାନର ନିୟନ୍ତ୍ରଣ ଶେଷ ହୋଇଯାଇଥିଲା। ବର୍ତ୍ତମାନ ଏହି ଅଞ୍ଚଳରେ ଉଭୟ ଦେଶର ସେନା ମୁତୟନ ରହିଛି। ଉଭୟ ଦେଶର ସୈନ୍ୟ ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ସମ୍ନାସମ୍ନି ହୋଇଥିଲା। ଏହି ସଂଘର୍ଷରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।