ଏନସିବିକୁ ସ୍ପଷ୍ଟ ମିଛ କହିଛନ୍ତି ସାରା ଏବଂ ଶ୍ରଦ୍ଧା, କନିକା ଖୋଲିଲେ ରହସ୍ୟ, ସୁଶାନ୍ତଙ୍କୁ ମନେ ପକାଇ କାନ୍ଦି ପକାଇଲେ ରକୁଲ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଆଜି ପର୍ଯ୍ୟନ୍ତ ଅନେକ ଖୁଲାସା ହୋଇଛି।ଏଥିମଧ୍ୟରେ ଯେତେବେଳେ ମାମଲା ଡ୍ରଗ୍ସ ପାଖରେ ପହଞ୍ଚିଥିଲା ଏବଂ ବଲିଉଡର ନେକ ବଡ଼ ବଲିଉଡ ତାରକା ସାମ୍ନାକୁ ଆସିଲେ ସେତେବେଳେ ସୁଶାନ୍ତଙ୍କୁ ଭୁଲ କହିବାର, ସୁଶାନ୍ତଙ୍କ ଉପରେ ସବୁ ଦୋଷ ଦେବାର ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି। ଏମିତି ହିଁ କିଛି ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁର କରିଛନ୍ତି।

ତେବେ ସୁଶାନ୍ତଙ୍କ ମାମଲାରେ ସିବିଆଇ ଚୁପ ବସିଥିବା ବେଳେ ଏନସିବି କିଛି ନା କିଛି କରି ଆସୁଛି ଏବଂ ଏଥିମଧ୍ୟରେ ପଚରାଉଚରା ପାଇଁ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଡ଼କାଯାଇଥିଲା। ଏହି ତିନି ଜଣଙ୍କ ଉପରେ ଡ୍ରଗ୍ସକୁ ନେଇ ଆରୋପ ରହିଥିଲା। କିନ୍ତୁ ଦୀପିକାଙ୍କ ମାମଲା ସାମାନ୍ୟ ଭିନ୍ନ ଏଥିପାଇଁ ଥିଲା କାରଣ ଦୀପିକାଙ୍କର କୌଣସି ପ୍ରକାର ସୁଶାନ୍ତଙ୍କ ସହିତ ସିଧାସଳଖ ସମ୍ବନ୍ଧ ନଥିଲା, କିନ୍ତୁ ସାରା ଏବଂ ଶ୍ରଦ୍ଧାଙ୍କର ସୁଶାନ୍ତଙ୍କ ସହିତ ସିଧା ସମ୍ପର୍କ ଥିଲା।

ସାରା ପଚରାଉଚରା ସମୟରେ କହିଥିଲେ ଯେ, ଫେବୃଆରୀ ୨୦୧୮ରେ ସୁଶାନ୍ତ ଏବଂ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା। ସାରା କହିଛନ୍ତି ଯେ, ସେ କେବେହେଲେ ସୁଶାନ୍ତଙ୍କ ସହିତ ଡ୍ରଗ୍ସ ନେଇ ନାହାନ୍ତି କିନ୍ତୁ ସୁଶାନ୍ତ ସବୁବେଳେ ଡ୍ରଗ୍ସ ନେଉଥିଲେ ଏବଂ ଫିଲ୍ମର ଶୁଟିଙ୍ଗ ସ୍ଥାନରେ ମଧ୍ୟ ସେ ଡ୍ରଗ୍ସ ନେଉଥିଲେ। କେବଳ ଏତିକି ନୁହେଁ ସାରା କହିଲେ ସେ ସୁଶାନ୍ତଙ୍କ ସହିତ ଅନେକ ପାର୍ଟିରେ ଯାଇଛନ୍ତି ଏବଂ ସେ ସେଠାରେ ଡ୍ରଗ୍ସ ନେଇ ନଥିଲେ କିନ୍ତୁ ସୁଶାନ୍ତ ସେହି ପାର୍ଟିରେ ମଧ୍ୟ ଡ୍ରଗ୍ସ ନେଇଥିଲେ। ବର୍ତ୍ତମାନ କନିକା ଡିଲୋନ ଏସବୁ କଥାର ଉତ୍ତର ରଖିଛନ୍ତି। କନିକା ଡିଲୋନ ଯିଏକି ସୁଶାନ୍ତଙ୍କ ପାଇଁ କେଦାରନାଥ ଫିଲ୍ମର କାହାଣୀ ଲେଖିଥିଲେ।

ତେବେ କନିକା ଏକ ଖବରକାଗଜ ସହିତ କଥାବାର୍ତ୍ତା ସମୟରେ କହିଥିଲେ ଯେ, “ମୁଁ କେଦାରନାଥ ଫିଲ୍ମ ଶୁଟିଙ୍ଗ ସମୟରେ ଉପସ୍ଥିତ ରହୁଥିଲି ଏବଂ ମୋର ମନେ ଅଛି ସୁଶାନ୍ତଙ୍କୁ ଭ୍ୟାନିଟି ଭିତରକୁ ଯିବା ପାଇଁ ସାରା ଅଲ୍ଲୀ ଖାନ ଜିଦ କରୁଥିଲେ। ଆଗକୁ ମଧ୍ୟ କନିକା ସ୍ପଷ୍ଟ ଭାବରେ କହିଥିଲେ ଯେ, ଯେତେବେଳେ ଆମେ ଉତ୍ତରାଖଣ୍ଡରେ ଆମେ ଫିଲ୍ମର ଶୁଟିଙ୍ଗ କରୁଥିଲୁ ସେତେବେଳେ ସାରା ଅଲ୍ଲୀ ଖାନଙ୍କୁ କେବଳ ଡ୍ରଗ୍ସ ହିଁ ଦେଖାଯାଉଥିଲା। ସାରା ଆଗରୁ ହିଁ ଡ୍ରଗ୍ସ ନେଉଥିବା ବେଳେ କେଦାରନାଥର ସେଟରେ ତାଙ୍କର ଏହି ଅଭ୍ୟାସ ବହୁତ ବଢ଼ି ଯାଇଥିଲା କାରଣ ହିମାଳୟ ଅଞ୍ଚଳରେ ଯେଉଁଠାରେ ଶୁଟିଙ୍ଗ ଚାଲୁଥିଲା ସେଠାରେ ସହଜରେ ଡ୍ରଗ୍ସ ଉପଲବ୍ଧ ହେଉଥିଲା।

ସାରା ଅଲ୍ଲୀ ଖାନଙ୍କୁ ପଚରାଉଚରା ପରେ କନିକା ବଡ଼ ଖୁଲାସା କରିଛନ୍ତି ଯେ, ସୁଶାନ୍ତଙ୍କୁ ସାରା ବାଧ୍ୟ କରୁଥିଲେ ଭ୍ୟାନିଟି ଭ୍ୟାନକୁ ଯିବା ପାଇଁ ଯେଉଁଥିରେ ସେ ଡ୍ରଗ୍ସ ନେବା ସହିତ ସୁଶାନ୍ତଙ୍କୁ ମଧ୍ୟ ଡ୍ରଗ୍ସ ନେଇ ପାରିବେ ଆଉ ସାରାଙ୍କୁ ଡ୍ରଗ୍ସ ନେବା ପାଇଁ କମ୍ପାନୀ ମିଳିଯିବ। ତେବେ କେଦାରନାଥ ସାରା ଅଲ୍ଲୀ ଖାନଙ୍କର ପ୍ରଥମ ଫିଲ୍ମ ଥିଲା ଏବଂ ଫିଲ୍ମକୁ ଆସିବା ପୂର୍ବରୁ ହିଁ ତାଙ୍କର ଡ୍ରଗ୍ସର ଅଭ୍ୟାସ ଥିଲା।

ଶ୍ରଦ୍ଧା କପୁରଙ୍କ ବିଷୟରେ କହିବାକୁ ଗଲେ ସେ ସୁଶାନ୍ତଙ୍କ ସହିତ ଫିଲ୍ମ “ଛିଚୋରେ”ରେ କାମ କରିଥିଲେ ଏବଂ ଶ୍ରଦ୍ଧା ଏନସିବି ପଚରାଉଚରା ସମୟରେ କହିଥିଲେ ଯେ, ସୁଶାନ୍ତ ଫିଲ୍ମ ଶୁଟିଙ୍ଗ ସମୟରେ ଭ୍ୟାନିଟି ଭ୍ୟାନ ଭିତରେ ଡ୍ରଗ୍ସ ନେଉଥିଲେ ଏବଂ ଏହା କେବଳ ଥରେ ନୁହେଁ ବରଂ ଅଧିକାଂଶ ସମୟରେ ସୁଶାନ୍ତ ଏପରି କରୁଥିଲେ। ଶ୍ରଦ୍ଧା ଆହୁରି କହିଛନ୍ତି ଯେ, ସେ ସୁଶାନ୍ତଙ୍କ ଦ୍ଵାରା ଆୟୋଜିତ ସେହି ପାର୍ଟିରେ ନିଶ୍ଚିତ ଯାଇଥିଲେ ଯାହା ଛିଚୋରେ ରିଲିଜ ପରେ ହୋଇଥିଲା କିନ୍ତୁ ପାର୍ଟିରେ ଶ୍ରଦ୍ଧା କପୁର ଡ୍ରଗ୍ସ ନେଇ ନଥିଲେ। କିନ୍ତୁ ଏଠାରେ ମଧ୍ୟ ସୁଶାନ୍ତ ଏବଂ ତାଙ୍କ ବନ୍ଧୁ ଡ୍ରଗ୍ସ ନେଇଥିଲେ।

ତେବେ କନିକା ଡିଲୋନ ଶ୍ରଦ୍ଧା କପୁରଙ୍କୁ ନେଇ ମଧ୍ୟ କହିଛନ୍ତି ଯେ, କେଦାରନାଥ ଫିଲ୍ମ ସମୟରେ ମୋର ସୁଶାନ୍ତଙ୍କ ସହିତ ଭଲ ସମ୍ପର୍କ ସ୍ଥାପିତ ହୋଇଯାଇଥିଲା। କନିକା ହିଁ କହିଲେ ଯେ, ସୁଶାନ୍ତ “ଛିଚୋରେ” ଫିଲ୍ମର ସଫଳତା ପାଇଁ ପାର୍ଟି ଦେଇଥିଲେ କେଉଁଥିରେ ଅନେକ ଲୋକଙ୍କ ସହିତ ତାଙ୍କୁ ଅର୍ଥାତ କନିକାଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲେ। କନିକା କହିଥିଲେ ଯେ, ସେହି ପାର୍ଟିରେ ରିୟା ଚକ୍ରବର୍ତ୍ତୀ ଏବଂ ଶ୍ରଦ୍ଧା କପୁର ଉଭୟ ଖୋଲାଖୋଲି ଭାବରେ ଡ୍ରଗ୍ସ ନେଉଥିଲେ କାରଣ ନିଜେ ଶ୍ରଦ୍ଧା ଏତେ ନିଶାରେ ଥିଲେ ତାଙ୍କୁ ଚେତା ହିଁ ନଥିଲା ଯେ କଣ ହେଉଛି। ବର୍ତ୍ତମାନ ଏନସିବି ସାରା, ଶ୍ରଦ୍ଧା ଏବଂ ଦୀପିକା ପାଦୁକୋନଙ୍କର ମୋବାଇଲ ଫୋନ କସ୍ଟଡିରେ ନେଇ ଯାଇଛି।

୨୫ ସେପ୍ଟେମ୍ବରକୁ ରକୁଲଙ୍କୁ ମଧ୍ୟ ପଚରାଉଚରା ପାଇଁ ଏନସିବି ପାଖରେ ଅଧା ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ସାଢ଼େ ୧୦ଟା ସମୟରେ ପଚରାଉଚରା ପାଇଁ ପହଞ୍ଚି ଯାଇଥିଲେ। ରକୁଲଙ୍କ ପଚରାଉଚରାରେ KPS ମାଲହୋତ୍ରା ଏହାକୁ ଲିଡ କରୁଥିଲେ। ବର୍ତ୍ତମାନ ଏନସିବି ସୂତ୍ରରୁ ଯାହା ସୂଚନା ମିଳିଛି ଯେ, ପ୍ରଥମ ପ୍ରଶ୍ନ ରକୁଲଙ୍କୁ ପଚରା ଯାଇଥିଲା ଯେ, କଣ ଆପଣ କେବେ ଡ୍ରଗ୍ସ ନେଇଛନ୍ତି? ରକୁଲ କହିଥିଲେ ଯେ,”ହଁ, ମୁଁ ଡ୍ରଗ୍ସ ନେଇଥିଲି ଏବଂ ସେ କେବେ କେବେ ଏହାର ସେବନ କରୁଥିଲେ।

ଆଗକୁ ରକୁଲଙ୍କୁ ପଚରାଗଲା, କଣ ସେ କେବେ ଡ୍ରଗ୍ସ କିଣିଛନ୍ତି କି? ଉତ୍ତରରେ ସେ କେବେ ଡ୍ରଗ୍ସ କିଣି ନାହାନ୍ତି ଏବଂ ତାଙ୍କୁ କିଛି ପାର୍ଟିରେ ଡ୍ରଗ୍ସ ମିଳୁଥିଲା, ସେ ସେଠାରେ ହିଁ ଡ୍ରଗ୍ସ ସେବନ କରିଥିଲେ। ଏହାପରେ ପ୍ରଶ୍ନ ହୋଇଥିଲା ଯେ, ତାହେଲେ ତୁମେ ଅଧିକାଂଶ ସମୟରେ ଏପରି ପାର୍ଟିରେ ଯାଉଥିଲ? ରକୁଲ ଉତ୍ତର ଦେଇଥିଲେ, “ନା, ରିୟା ଚକ୍ରବର୍ତ୍ତୀ ଅନେକଥର ତାଙ୍କୁ ଜବରଦସ୍ତି କରି ଡକାଉଥିଲେ। ବନ୍ଧୁତ୍ବ ଦୃଷ୍ଟିରୁ ସେ ରିୟାଙ୍କ ସେହି ପାର୍ଟିକୁ ଯାଉଥିଲେ।”

ଏହାପରେ ପଚରା ଯାଇଥିଲା ତୁମେ ରିୟାଙ୍କ ପାର୍ଟିକୁ କେଉଁଠିକୁ ଯାଇଥିଲ? ରକୁଲ ଉତ୍ତର ଦେଇଥିଲେ ଯେ, ଅଧିକାଂଶ ସମୟରେ ସୁଶାନ୍ତଙ୍କ ପାୱନା ସ୍ଥିତ ଫାର୍ମହାଉସରେ ପାର୍ଟି ହେଉଥିଲା। ଏନସିବି ପଚାରିଥିଲେ କଣ ସୁଶାନ୍ତ ମଧ୍ୟ ଡ୍ରଗ୍ସ ନେଉଥିଲେ? ଉତ୍ତରରେ ରକୁଲ କହିଥିଲେ, କାନ୍ଦି କାନ୍ଦି ରକୁଲ କହିଥିଲେ ଯେ ସୁଶାନ୍ତ କେବେ କେବେ ମାତ୍ର ମାରୁଆନା ନେଉଥିଲେ। ଏକଥା ମଧ୍ୟ ରିୟା ନିଜେ ରକୁଲଙ୍କୁ କହିଥିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

 

Leave a Reply

Your email address will not be published. Required fields are marked *