ଉତ୍ତରପ୍ରଦେଶ ପୋଲିସ ଅପରାଧୀଙ୍କ ବିରୋଧରେ ଲଗାତର ଅଭିଯାନ ଚଳାଉଛି। ଲଗାତର ହେଉଥିବା ଏନକାଉଣ୍ଟର ଏବଂ ଅଭିଯାନ ଗୁଡିକ ଦ୍ୱାରା ଅପରାଧୀ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି। ଏହାର ଦୃଶ୍ୟ ସଂଭଲରେ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ପୁରସ୍କାର ଥିବା ଅପରାଧୀ ବେକରେ ବୋର୍ଡ ଝୁଲାଇ ଥାନାରେ ପହଞ୍ଚିଥିଲା। ଗୁଳି ନଚଳାଇବା ପାଇଁ ସେ ପୋଲିସକୁ ଗୁହାରି କରିଥିଲା। ତାକୁ ଗିରଫ କରିନିଆଯାଉ ବୋଲି ଅନୁରୋଧ କରିଥିଲା।
ପୋଲିସ ମୁତାବକ, ଏହି ଅପରାଧୀର ନଇମର ମୁଣ୍ଡ ଉପରେ ୧୫ ହଜାରରର ପୁରସ୍କାର ଥିବା ବେଳେ ସେ ବହୁତ ଦିନରୁ ଫେରାର ରହିଥିଲା। ତା’ ଉପରେ ପୋଲିସ ପୁରସ୍କାର ମଧ୍ୟ ରଖିଥିଲା। କିନ୍ତୁ ସେ ପୋଲିସ ଗିରଫରୁ ବାହାରେ ଥିଲା। ପୋଲିସ ନଇମକୁ ଧରିବା ପାଇଁ ତାଙ୍କ ଘର ଏବଂ ସମ୍ପର୍କୀୟଙ୍କ ଘରେ ଲଗାତର ପହରା ଦେଉଥିଲା। କିମତୁ ଦୁବୃତ୍ତ ପ୍ରତ୍ୟେକଥର ଜୀବନ ବଞ୍ଚାଇ ଖସି ଯାଇଥିଲା।ରବିବାରକୁ ସଂଭଲର ନଖାସା ଥାନାରେ ଗ୍ୟାଙ୍ଗଷ୍ଟାର ନଇମ ଏନକାଉଣ୍ଟର ଭୟରେ ନିଜେ ବେକରେ ବୋର୍ଡ ଝୁଲାଇ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲା।
ଏହି ବୋର୍ଡରେ ଲେଖା ଯାଇଥିଲା ଯେ, ମୁଁ ଅପରାଧୀ ଅଟେ, ପୋଲିସ ସାମ୍ନାରେ ଆତ୍ମସମର୍ପଣ କରୁଛି। ମୋତେ ଜେଲ ପଠାଇ ଦିଅ, ମୋତେ ଗୁଳି କରନ୍ତୁ ନାହିଁ। ଅପରାଧୀ ଜଣକ ନଖାସା ଏଏଚଓ ଧର୍ମପାଳଙ୍କ ଗୋଡ ତଳେ ପଡ଼ିଗଲା।
ସେ ଏସଏଚଓଙ୍କୁ ହାତ ଯୋଡି କାନ୍ଦି କାନ୍ଦି କହିବାକୁ ଲାଗିଲେ ଯେ ସାହାବ ମୋତେ ଗୁଳି ମାରନ୍ତୁ ନାହିଁ, ମୋତେ ଭୟ ଲାଗୁଛି।
ଏହାପରେ ପୋଲିସକର୍ମୀ ତାଙ୍କୁ ଉଠାଇ ଭିତରକୁ ନେଇଗଲେ। ପୋଲିସର କହିବା କଥା ଯେ, ଲଗାତର ପ୍ରଦର୍ଶନ କରାଯାଉଥିବା କୋଠରତା କାରଣରୁ ଅପରାଧୀ ଆତ୍ମସମର୍ପଣ କରବାକୁ ଚାହୁଁଛନ୍ତି। ସେହିପରି ଏହି ମାମଲାରେ ପୋଲିସ ଅଧ୍ୟକ୍ଷକ ଯମୁନା ପ୍ରସାଦଙ୍କ କହିବା କଥା ଯେ, ପୋଲିସ ଲଗାତର ଅପରାଧୀ ମାନଙ୍କ ବିରୋଧରେ ଅଭିଯାନ ଚଳାଉଛି। ଯେଉଁଥିପାଇଁ ନଇମ ଆତ୍ମସମର୍ପଣ କରିଥିଲା।