ଅନଲାଇନ୍ ପାଠ ପଢ଼ିବାପାଇଁ ଦିଆ ହୋଇଥିଲା ମୋବାଇଲ,୧୦ ବର୍ଷ ର ପୁଅ ଖେଳିଲା ଏମିତି ‘ ଖେଳ’ ଉଡିଗଲା ବାପା ର ହୋଶ

ଆଗ୍ରାର ପରିବହନ ବିଭାଗର ଏକ ଅଧିକାରୀଙ୍କ ପୁଅ ଛଅ ମାସରେ ଅନଲାଇନ ରେ ଖେଳ ଖେଳି ୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି। ଅଧିକାରୀ ଜଣକ ଖାତା ରେ ଥିବା ଟଙ୍କାର ପରିମାଣ ଚେକ୍ କରିବାରୁ ଟଙ୍କା ନଥିବାର ସୂଚନା ମିଳିଛି। ସେ ସାଇବର ଅପରାଧ ର ଆଶଙ୍କା ରେ ପୋଲିସ ଅଭିଯୋଗ କରିଛନ୍ତି। ଶନିବାର ଦିନ ଏହି କଥା ସାମ୍ନାକୁ ଆସିବାରୁ ତାଙ୍କର ହୋଶ ଉଡ଼ିଗଲା। ପୁଅ ଷଷ୍ଠ ଶ୍ରେଣୀରେ ପଢେ। ମୋବାଇଲ ରେ ଅନଲାଇନ ଖେଳ ଖେଳି ପେଟିଏମ ରୁ ବହୁତ ଟଙ୍କା ଖର୍ଚ୍ଚ କରିଦେଇଛି।

ସିଙ୍କଦରା ରେ ରହୁଥିବା ପରିବହନ ଅଧିକାରୀ ୨୨ ସେପ୍ଟେମ୍ବର ରେ ସାଇବର ସେଲ ରେ ନିଜର ବ୍ୟାଙ୍କ ଖାତାରୁ ୨.୫୦ ଲକ୍ଷ ଟଙ୍କା ନଥିବାରୁ ସେ ଅଭିଯୋଗ କରିଥିଲା। ଏହା ବି କହିଲେ କି ଯେଉଁ ଖାତାରେ ଟଙ୍କାର ପରିମାଣ ବାହାରିଛି, ସେ ସେହି ଖାତାରେ ଦେବା ନେବାର ବ୍ୟବହାର କରୁଥିଲେ। ଗୋଟେ ଦିନ ଟଙ୍କା ଟ୍ରାନ୍ସପର କରିବାପାଇଁ ଖାତାର ପରିମାଣ ଚେକ୍ କରିବାରୁ ଖାତାରେ ଦେଢ଼ ଲକ୍ଷ ଟଙ୍କା ନଥିଲା। ସେଥିରେ ୫୦୦ ଶହ ଟଙ୍କା ପଡ଼ିଥିଲା।

ସାଇବର ଅପରାଧର ଆଶଙ୍କା ଥିଲା। ସେ ପୋଲିସ ଙ୍କ ପାଖରେ ଅଭିଯୋଗ କଲେ। ଏହାପରେ ସାଇବର ସେଲ ତଲାସ କଲା। ତଲାସ ରେ ଜଣାପଡ଼ିଲା କି ଖାତା ରୁ ଟଙ୍କା ପେଟିଏମ୍ ଦ୍ବାରା ଅନଲାଇନ ଟ୍ରାନ୍ସପର ହୋଇଛି। ମାର୍ଚ୍ଚ ରୁ ଅଗଷ୍ଟ ଭିତରେ କେତେଥର ଖେଳ ଖେଳି ଏହି କମ୍ପାନୀରୁ ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁ ପେଟିଏମ ଟଙ୍କା ଖର୍ଚ୍ଚ କରାଯାଇଛି। ସେହି ପରିବହନ ଅଧିକାରୀ ଙ୍କ ନାମରେ ଥିଲା। ଏହା ବିଷୟରେ ପୋଲିସ ଅଧିକାରୀଙ୍କ ସହ କଥା ହୋଇଥିଲେ।

ସେ କହିଲେ କି ଦଶ ବର୍ଷର ପୁଅ ଷଷ୍ଠ ଶ୍ରେଣୀରେ ପଢୁଛି। ସେ ମୋବାଇଲ ରେ ଅନଲାଇନ ଖେଳ ଖେଳୁଥିଲା। ଏହି ପ୍ରକାର ଖେଳରେ ରିବାଇ ପାଇଣ୍ଟ, ବ୍ୟାଇନ ମୁଖ୍ୟ ହତିଆର ର ବିକଳ୍ପ ନେବାପାଇଁ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ବିଷୟରେ ଜଣା ପଡ଼ିବାରୁ ଅଧିକାରୀ ଜଣକ ଅଭିଯୋଗ ଫେରାଇନେଲେ। ସେ ପୁଅ କୁ ବୁଝାଇଲେ।

ଅନଲାଇନ ପଢା ପାଇଁ ଦିଆ ହୋଇଥିଲା ମୋବାଇଲ:

ପରିବହନ ବିଭାଗର ଅଧିକାରୀ କହିଲେ କି ପୁଅ କୁ ଖେଳ ଖେଳିବା ପାଇଁ ମୋବାଇଲ ଦେଇ ନଥିଲି। ତାକୁ ଅନଲାଇନ ପାଠ ପଢ଼ିବାପାଇଁ ଦେଇଥିଲି। ଏହି ମୋବାଇଲ ରେ ଅଧିକାରୀ ଙ୍କ ପେଟିଏମ ମଧ୍ଯ ଚାଲୁଥିଲା। ପେଟିଏମ ସହ ଖାତାର ମଧ୍ଯ ଲିଙ୍କ ଥିଲା। ପୁଅ ଖେଳ ଖେଳିବା ପାଇଁ ପେଟିଏମ ର ବ୍ୟବହାର କଲା ପେଟିଏମ ବନ୍ଦ ଟାଇମ ପାସବୁକ ଦେଖିବା ପରେ ସେ ହଟାଇ ଦେଉଥିଲା।

ପିଲାମାନେ ଯଦି ଖେଳ ଖେଳୁଛନ୍ତି ତାହେଲେ ଧ୍ୟାନ ରଖନ୍ତୁ:

ସାଇବର ସେଲ ଏକ୍ସପୋର୍ଟ ଅନୁସାରେ, ଯେଉଁ ମୋବାଇଲ ର ବ୍ୟବହାର ପିଲାମାନେ କରୁଛନ୍ତି, ସେଥିରେ ପେଟିଏମ ରଖନ୍ତୁ ନାହିଁ। ମୋବାଇଲ କୁ ସୁରକ୍ଷିତ ରଖନ୍ତୁ। ପେଟିଏମ ରୁ ଅନଲାଇନ ରେ ଟଙ୍କା ରଖିବା ପାଇଁ ଏଟିଏମ କାର୍ଡ ର ସୀମିତ ନମ୍ବର ମଗାଯାଇ ଥାଏ। ନମ୍ବର କୁ କାର୍ଡ ରୁ ଲିଭାଇ ଦିଅନ୍ତୁ। ଏହି ନମ୍ବର କୁ ନିଜର ଡାଇରୀ ରେ ସୁରକ୍ଷିତ ଭାବରେ ରଖନ୍ତୁ। ଯେଉଁଥିରେ ନିଜେ ଏହାର ବ୍ୟବହାର କରିପାରିବେ।

ପିଲାମାନେ ଖେଳ ଖେଳୁଛନ୍ତି ଯଦି ତାଙ୍କୁ ପଚାରନ୍ତୁ କି ସେ ଟଙ୍କା ଦେଇ ଖେଳ ଡାଉନଲୋଡ୍ କରୁଛନ୍ତି ନା ବିନା ମୂଲ୍ୟରେ। ଏହାସହ ଏହା ମଧ୍ଯ ପଚାରନ୍ତୁ କି ସେ ଖେଳରେ ଅତିରିକ୍ତ ବିକଳ୍ପ ନେଉଛନ୍ତି ତ କେମିତି? ଅଧିକାଂଶ ଖେଳ ଡାଉନ ଲୋଡ ବିନା ମୂଲ୍ୟରେ ହୋଇଥାଇ କିନ୍ତୁ ସେଥିରେ ଅତିରିକ୍ତ ବିକଳ୍ପ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *