ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ କେସରେ ଗତକାଲି ସବୁଠୁ ବଡ଼ ପଚରାଉଚରା ଏବଂ ବହୁତ ବଡ଼ ଖୁଲାସା ହୋଇଛି। ଆଜି ଦୀପିକା ପାଦୁକୋନଙ୍କୁ ପଚରାଉଚରା କରାଯିବାର ଥିଲା ଏବଂ ଦୀପିକା ସେସବୁ କହି ଦେଇଛନ୍ତି ଯାହା ତାଙ୍କୁ ଜଣାଥିଲା। ଦୀପିକା ଡ୍ରଗ୍ସ ଦେବା କଥା ମାନିବା ସହିତ ରିୟା ଏବଂ ରକୁଲ ପ୍ରୀତଙ୍କ ସହଜେଟ ଥିବା ଘନିଷ୍ଠତା ବିଷୟରେ ମଧ୍ୟ ସ୍ୱୀକାର କରି ନେଇଥିଲେ।
୨୬ ସେପ୍ଟେମ୍ବର ସକାଳ ଠିକ ୧୦ଟା ସମୟରେ ଦୀପିକା ପାଦୁକୋନ ଏନିସିବି ଗେଷ୍ଟ ହାଉସରେ ପହଞ୍ଚି ଯାଇଥିଲେ। ଏଠାରେ ହିଁ ଦୀପିକାଙ୍କୁ ପଚରାଉଚରା କରାଯିବାର ଥିଲା। ଗତକାଲି ପଚରାଉଚରା କରାଯିବା ପାଇଁ ଦୀପିକା ପ୍ରଥମ ଥିଲେ, ତାଙ୍କ ପରେ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କୁ ଆସିବାର ଥିଲା। ଏନିସିବି ପଚରାଉଚରା ଠିକ ପୂର୍ବରୁ ଦୀପିକାଙ୍କ ଉପରେ ଏକ କୌଶଳ ପ୍ରୟୋଗ କରିଥିଲେ।
ଏନସିବି ପଚରାଉଚରା ପୂର୍ବରୁ ଦୀପିକାଙ୍କୁ NDPS Act ଭଲ ଭାବରେ ବୁଝାଇ ଦିଆଗଲା ଏବଂ ଦୀପିକାଙ୍କୁ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ, ଡ୍ରଗ୍ସ ନେଉଥିବା ବ୍ୟକ୍ତିଙ୍କୁ ଏକ ବର୍ଷ ପାଇଁ ଜେଲ ହୋଇଥାଏ। କିନ୍ତୁ ଡ୍ରଗ୍ସ ବ୍ୟାପାର କରୁଥିବା ଏବଂ କିଣାବିକା କରୁଥିବା ଲୋକଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିଥାଏ। ଏଥିପାଇଁ ଦୀପିକାଙ୍କୁ କୁହାଯାଇଥିଲା ମିଛ କହିବ ନାହିଁ ଏନସିବି ପାଖରେ ସମସ୍ତ ପ୍ରମାଣ ରହିଛି, ମିଛ କହିଲେ ତୁମେ ନିଜେ ହିଁ ସମସ୍ୟାର ପଡିବ।
ଏନସିବିରୁ ମିଳିଥିବା ସୂଚନା ମୁତାବକ ଦୀପିକାଙ୍କୁ ୧୬ ଗୋଟି ପ୍ରଶ୍ନ ପଚରା ଯାଇଥିଲା। ଦୀପିକାଙ୍କୁ ପ୍ରଥମ ପ୍ରଶ୍ନ ପଚରା ଗଲା ଯେ, ଜୟା ଶାହାଙ୍କୁ ତୁମେ କେବେ ଠାରୁ ଜାଣିଛ? ଯାହାର ଉତ୍ତରରେ ଦୀପିକା କହିଥିଲେ ଯେ, ଜୟାଙ୍କୁ ୨୦୧୬ରୁ ଜାଣିଛି, ସେତେବେଳେ ଜୟା KWAN ସହିତ ଯୋଡି ନଥିଲେ, ତା’ପୂର୍ବରୁ ହିଁ ମୁଁ ଜୟା ଶାହାଙ୍କୁ ଜାଣିଥିଲି। ଏହାପରେ ଦ୍ଵିତୀୟ ପ୍ରଶ୍ନ ଥିଲା, ବର୍ତ୍ତମାନ ଆପଣଙ୍କର ଯେଉଁ ନମ୍ବର ଫୋନରେ ଅଛି ତାହା କେବେଠାରୁ ରହିଛି ଏବଂ ପୁରୁଣା ନମ୍ବର ତୁମେ କେବେ ବଦଳାଇଥିଲ? ଏହାର ଉତ୍ତର ଦେବାକୁ ଯାଇ ଦୀପିକା କହିଥିଲେ, ମାର୍ଚ୍ଚ ୨୦୧୮ରେ ସେ ନିଜର ପୁରୁଣା ଫୋନ ନମ୍ବର ବଦଳାଇ ଦେଇଥିଲେ ଏବଂ ସେବେଠାରୁ ସେ ଏହି ନମ୍ବର ଚଳାଉଛନ୍ତି।
ଏହାପରେ ଦୀପିକାଙ୍କୁ ପଚରାଗଲା କଣ ଡିପ୍ରେସନରେ ଶିକାର ହେବା ପରେ ତୁମେ ଡ୍ରଗ୍ସ ନେବା ଆରମ୍ଭ କରି ଦେଇଥିଲ? ଏଥିରେ ଦୀପିକା କହିଥିଲେ ,”ହଁ, କିନ୍ତୁ ମୁଁ କେବେହେଲେ କେମିକାଲ ଆଇଟମ ଗ୍ରହଣ କରିନାହିଁ, ମୁଁ ଆରୁଆନା ନେଇଥିଲି। ଆଗକୁ ପଚରା ଗଲା, କଣ ଡିପ୍ରେସନ ସମୟରେ ହିଁ ଆପଣ କ୍ୱାନର ମ୍ୟାନେଜର କରିସ୍ମାଙ୍କ ସମ୍ପର୍କରେ ଆସିଥିଲ? ଉତ୍ତରରେ ଦୀପିକା କହିଥିଲେ ଯେ, “ହଁ, ମୁଁ କ୍ୱାନରୁ ସେବା ନେଉଥିଲି, ଏହି ଅବସରରେ କରିସ୍ମାଙ୍କ ସହିତ ସମ୍ପର୍କରେ ଆସିଥିଲେ, କ୍ୱାନର ମ୍ୟାନେଜର ପ୍ରତ୍ୟେକ ପ୍ରକାରର ସେବା ଦେଇଥାନ୍ତି, ଯାହା ଚାହିଁବେ ସବୁକିଛି ମିଳିଥାଏ, କେବଳ ଟଙ୍କା ଦେବାକୁ ହୋଇଥାଏ ଏବଂ ଏହି କଥା ସମ୍ପୂର୍ଣ୍ଣ ଗୋପନ ରହିଥାଏ।
ଆଗକୁ ଦୀପିକାଙ୍କୁ ପଚରାଗଲା କଣ ସେ ସବୁବେଳେ କ୍ୱାନର ମ୍ୟାନେଜରଙ୍କ ଠାରୁ ହିଁ ଡ୍ରଗ୍ସ ମାଗାଇଥାନ୍ତି, କିମ୍ବା ତାଙ୍କ ପାଖରେ ଅନ୍ୟ କୌଣସି ମଧ୍ୟ ଜରିଆ ଥିଲା? ଏଥିରେ ଦୀପିକା ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ, କିଛି ଥର ସେ ରକୁଲ ପ୍ରୀତଙ୍କ ଠାରୁ ମଧ୍ୟ ଡ୍ରଗ୍ସ ନେଇଛନ୍ତି। ରକୁଲଙ୍କ ଘରେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ରଖାଉଥିଲେ ଏବଂ ରକୁଲ ସେହି ଡ୍ରଗ୍ସ ତାଙ୍କୁ ଅର୍ଥାତ ଦୀପିକାଙ୍କୁ ମଧ୍ୟ ଦେଉଥିଲେ।
ଦୀପିକାଙ୍କୁ ପଚରାଗଲା ଯେ, କଣ ତୁମେ କେବେ ବଲିଉଡ ପାର୍ଟି ଗୁଡିକରେ ମଧ୍ୟ ଡ୍ରଗ୍ସ ନେଇଛ? ଏଠାରେ ମଧ୍ୟ ଦୀପିକା ରକୁଲଙ୍କ ନାଁ ନେଇଥିଲେ ଏବଂ କହିଥିଲେ ଯେ, “ହଁ ରକୁଲଙ୍କ ଘରେ କିଛି ପାର୍ଟି ହୋଇଥିଲା, ସେଠାରେ ମୁଁ କେବେ କେବେ ଡ୍ରଗ୍ସ ନେଇଥିଲେ, ମୁଁ ମାତ୍ର କେବେ କେବେ ହିଁ ଡ୍ରଗ୍ସ ନେଉଥିଲି କିନ୍ତୁ ରକୁଲଙ୍କ ପାର୍ଟିରେ ମୁଁ ନିଜେ ରକୁଲ ଏବଂ ରିୟା ଚକ୍ରବର୍ତ୍ତୀ ଅଧିକାଂଶ ସମୟରେ ଡ୍ରଗ୍ସ ନେଉଥିଲେ। ସେହି ପାର୍ଟିରେ ଆହୁରି ମଧ୍ୟ ଅନେକ ବଡ଼ ଲୋକ ରହିଥିଲେ। ଦୀପିକାଙ୍କୁ ପଚରାଗଲା କଣ କୌଣସି ବ୍ୟାପାରୀଙ୍କ ସିଧାସଳଖ ସମ୍ପର୍କରେ ତୁମେ ଥିଲ କି? ଦୀପିକା ଏହାକୁ ସିଧାସଳଖ ମନା କରିଦେଇଥିଲେ ଏବଂ କହିଥିଲେ ଯେ ସେ କରିସ୍ମା କିମ୍ବା ରକୁଲଙ୍କ ଠାରୁ ହିଁ ଡ୍ରଗ୍ସ ନେଉଥିଲେ।
ଦୀପିକାଙ୍କୁ ତାଙ୍କ ଚାଟ ବିଷୟରେ ପଚାରିବାକୁ ଯାଇ କହିଥିଲେ ଯେ, ତାଙ୍କ ଚାଟରେ ମାଲର ଅର୍ଥ କଣ ଥିଲା? ଦୀପିକା କହିଥିଲେ ଯେ,”ହଁ, ଏହାର ଅର୍ଥ ଡ୍ରଗ୍ସ ଥିଲା ଏବଂ ହେଶ ଆର୍ଥ ହଶିଶ ଥିଲା। ସେହିପରି ୨୫ ସେପ୍ଟେମ୍ବରକୁ ରକୁଲଙ୍କୁ ମଧ୍ୟ ପଚରାଉଚରା ପାଇଁ ଏନସିବି ପାଖରେ ଅଧା ଘଣ୍ଟା ପୂର୍ବରୁ ଅର୍ଥାତ ସାଢ଼େ ୧୦ଟା ସମୟରେ ପଚରାଉଚରା ପାଇଁ ପହଞ୍ଚି ଯାଇଥିଲେ। ରକୁଲଙ୍କ ପଚରାଉଚରାରେ KPS ମାଲହୋତ୍ରା ଏହାକୁ ଲିଡ କରୁଥିଲେ। ବର୍ତ୍ତମାନ ଏନସିବି ସୂତ୍ରରୁ ଯାହା ସୂଚନା ମିଳିଛି ଯେ, ପ୍ରଥମ ପ୍ରଶ୍ନ ରକୁଲଙ୍କୁ ପଚରା ଯାଇଥିଲା ଯେ, କଣ ଆପଣ କେବେ ଡ୍ରଗ୍ସ ନେଇଛନ୍ତି? ରକୁଲ କହିଥିଲେ ଯେ,”ହଁ, ମୁଁ ଡ୍ରଗ୍ସ ନେଇଥିଲି ଏବଂ ସେ କେବେ କେବେ ଏହାର ସେବନ କରୁଥିଲେ।
ଆଗକୁ ରକୁଲଙ୍କୁ ପଚରାଗଲା, କଣ ସେ କେବେ ଡ୍ରଗ୍ସ କିଣିଛନ୍ତି କି? ଉତ୍ତରରେ ସେ କେବେ ଡ୍ରଗ୍ସ କିଣି ନାହାନ୍ତି ଏବଂ ତାଙ୍କୁ କିଛି ପାର୍ଟିରେ ଡ୍ରଗ୍ସ ମିଳୁଥିଲା, ସେ ସେଠାରେ ହିଁ ଡ୍ରଗ୍ସ ସେବନ କରିଥିଲେ। ଏହାପରେ ପ୍ରଶ୍ନ ହୋଇଥିଲା ଯେ, ତାହେଲେ ତୁମେ ଅଧିକାଂଶ ସମୟରେ ଏପରି ପାର୍ଟିରେ ଯାଉଥିଲ? ରକୁଲ ଉତ୍ତର ଦେଇଥିଲେ, “ନା, ରିୟା ଚକ୍ରବର୍ତ୍ତୀ ଅନେକଥର ତାଙ୍କୁ ଜବରଦସ୍ତି କରି ଡକାଉଥିଲେ। ବନ୍ଧୁତ୍ବ ଦୃଷ୍ଟିରୁ ସେ ରିୟାଙ୍କ ସେହି ପାର୍ଟିକୁ ଯାଉଥିଲେ।”
ଏହାପରେ ପଚରା ଯାଇଥିଲା ତୁମେ ରିୟାଙ୍କ ପାର୍ଟିକୁ କେଉଁଠିକୁ ଯାଇଥିଲ? ରକୁଲ ଉତ୍ତର ଦେଇଥିଲେ ଯେ, ଅଧିକାଂଶ ସମୟରେ ସୁଶାନ୍ତଙ୍କ ପାୱନା ସ୍ଥିତ ଫାର୍ମହାଉସରେ ପାର୍ଟି ହେଉଥିଲା। ଏନସିବି ପଚାରିଥିଲେ କଣ ସୁଶାନ୍ତ ମଧ୍ୟ ଡ୍ରଗ୍ସ ନେଉଥିଲେ? ଉତ୍ତରରେ ରକୁଲ କହିଥିଲେ, କାନ୍ଦି କାନ୍ଦି ଯେ ସୁଶାନ୍ତ କେବେ କେବେ ମାତ୍ର ମାରୁଆନା ନେଉଥିଲେ। ଏକଥା ମଧ୍ୟ ରିୟା ନିଜେ ରକୁଲଙ୍କୁ କହିଥିଲେ।