ସଲମାନଙ୍କୁ ବଞ୍ଚାଇବା ପାଇଁ ଚାପିଦିଆ ଯାଉଛି ସୁଶାନ୍ତଙ୍କ କେସ,୧୦୦ କୋଟିର ଡିଲ, ଚୀନଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ କଂନେକ୍ସନ।

ପିସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଯେତେବେଳେ ସିବିଆଇ ଯାଞ୍ଚ ଆରମ୍ଭ କରିଥିଲେ ସେତେବେଳେ ଲାଗିଥିଲା କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିଯିବ ଏବଂ ଲଗାତର ଭାବରେ ସିବିଆଇ ଅନେକ ବଡ଼ କଥାର ଖୁଲାସା ମଧ୍ୟ କରିଥିଲା। କିନ୍ତୁ ଯେତେବେଳେ ବହୁତ କିଛି ସାମ୍ନାକୁ ଆସିବାକୁ ଲାଗିଲା ବହୁତ କିଛି ରହସ୍ୟ ଖୋଲିବାକୁ ଲାଗିଲା ସେତେବେଳେ ଅଚାନକ ସୁଶାନ୍ତଙ୍କ ପୁରା ମାମଲା ଡ୍ରଗ୍ସ ଆଡକୁ ମୋଡି ହୋଇଗଲା।

ସୁଶାନ୍ତଙ୍କ ମାମଲାର ଯାଞ୍ଚ ପୁଣିଥରେ ବନ୍ଦ ହେବା ଆରମ୍ଭ ହୋଇଯାଇଥିଲା ଏବଂ ଡ୍ରଗ୍ସ ମାମଲାରେ ଏନସିବି ମଧ୍ୟ ମୁମ୍ବାଇ ପୋଲିସ ପରି ବଲିଉଡଙ୍କ ହିରୋ, ହିରୋଇନଙ୍କ ପ୍ୟାରେଡ କରାଇବାକୁ ଲାଗିଲେ ଯାହାଦ୍ୱାରା ସୁଶାନ୍ତଙ୍କ କେସରେ କୌଣସି ଲାଭ ହେବ ନାହିଁ। ଏମିତିକି ଶୁସାନ୍ତଙ୍କ ପରିବାର ଲୋକମାନେ ମଧ୍ୟ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ ସୁଶାନ୍ତ ମାମଲା ଦବି ଯିବା ପଛରେ ସିଧା ସିଧା ସଲମାନଙ୍କର ସମ୍ବନ୍ଧ ରହିଥିବାର ସନ୍ଦେହ କରାଯାଉଛି।

ତେବେ କଣ ସଲମାନଙ୍କୁ ବଞ୍ଚାଇବା ପାଇଁ ହିଁ ସୁଶାନ୍ତଙ୍କ କେସ ଡ୍ରଗ୍ସ ଆଡକୁ ମୋଡିଦିଆ ଯାଇଛି। କଣ ଥିଲା ସେହି ଶହେ କୋଟିର ଡିଲ ଯେଉଁଥିରେ ସୁଶାନ୍ତଙ୍କୁ ଶେଷ କରିଦିଆଯାଇଥିଲା। ସୁଶାନ୍ତଙ୍କ କେସରେ ବର୍ତ୍ତମାନ କିଛି ହେଉ ହିଁ ନାହିଁ ଯାହା ହେଉଛି କେବଳ ଡ୍ରଗ୍ସ କେସରେ। ବାସ୍ତବରେ ସୁଶାନ୍ତଙ୍କ କେସରେ ପ୍ରଥମେ ସଲମାନଙ୍କ ନାମ ସାମ୍ନାକୁ ଆସିଥିଲା ଏବଂ ଏହା ସତ ଯେ ସୁଶାନ୍ତଙ୍କୁ ବଲିଉଡରେ କାମ କରିବାକୁ ଦେଇ ନଥିଲେ ସଲମାନ। ସୁଶାନ୍ତଙ୍କ ଠାରୁ ଫିଲ୍ମ ଛଡାଇ ନିଆ ଯାଇଥିଲା। ସଲମାନ ନିଜ ପାର୍ଟିରେ ସୁଶାନ୍ତଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ। କିନ୍ତୁ ଯେତେବେଳେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଆରୋପ ଲାଗିଲା ସେତେବେଳେ ସଲମାନଙ୍କ କଥା କେଉଁଠି ଅପସରି ଯାଇଥିଲା।

ବାସ୍ତବରେ ବର୍ତ୍ତମାନ ସମୟରେ ସବୁଆଡେ ମୁମ୍ବାଇର ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି kwanର ଚର୍ଚ୍ଚା ହେଉଛି। ଏଥିମଧ୍ୟରେ କିଛି ଲୋକ କହିଥିଲେ ଯେ KWANରେ ସଲମାନଙ୍କର ମଧ୍ୟ ଭାଗିଦାରୀ ରହିଛି। କିନ୍ତୁ ପରେ ସଲମାନଙ୍କ ଟିମ ପକ୍ଷରୁ ଏହାକୁ ମନା କରିଦିଆଯାଇଥିଲା ଯାହା ସତ୍ୟ ନୁହେଁ। ପ୍ରକୃତରେ KWANରୁ ହିଁ ସବୁକିଛି ଆରମ୍ଭ ହୋଇଥିଲା। KWAN କମ୍ପାନୀର ସଂସ୍ଥାପକ ଅନିର୍ବାଣଙ୍କ ଉପରେ ୨୦୧୮ରେ Mee Tooର ଆରୋପ ଲହିଥିଲା ଏବଂ ଅନିର୍ବାଣଙ୍କୁ କମ୍ପାନୀ ଛାଡିବାକୁ ପଡିଲା, ନିଜ ସେୟାର ମଧ୍ୟ ବିକ୍ରି କରିବାକୁ ପଡିଲା। ଏହି ସମୟରେ KWANର ସେହି ସେୟାର ଗୁଡିକ ଆଉ ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ Uniworld Being Talented(UBT) କିଣି ନେଇଥିଲା। ଏଥିସହିତ KWANର ବଡ଼ ଭାଗିଦାରୀ ହୋଇଯାଇଥିଲେ।

ତେବେ ସଲମାନ ଖାନ Being Human ନାମରେ ଏକ ଫାଉଣ୍ଡେସନ ଚଳାଉଛନ୍ତି ସେଥିରେ ମଧ୍ୟ ସଲମାନ ଖାନଙ୍କର ସିଧା ସଳଖ ଭାଗିଦାରୀ ନାହିଁ। ସଲମାନଙ୍କ ପୂର୍ବତନ ବନ୍ଧବୀ ପାକିସ୍ତାନର ସୋମି ଅଲ୍ଲୀଙ୍କ ସହିତ ଆହୁରି କିଛି ଲୋକଙ୍କର ମଧ୍ୟ Being Humanର ଭାଗିଦାରୀ ରହିଛି। ଏହି କମ୍ପାନୀରେ ମଧ୍ୟ UTBର ରାଇଟ୍ସ ରହିଛି। ତେଣୁ ସଲମାନଙ୍କର ଯେମିତି ଦଖଲ UBTରେ ରହିଛି ସେହିପରି ଦଖଲ KWANରେ ମଧ୍ୟ ରହିଛି।

KWAN କମ୍ପାନୀ ମାଧ୍ୟମରେ ହିଁ ସଲମାନ ଚୀନ ପର୍ଯ୍ୟନ୍ତ ପହଞ୍ଚିଥିଲେ ଏବଂ ଚୀନରୁ ହିଁ ସୁଶାନ୍ତଙ୍କ ଉପରେ ଚାପ ପକାଯାଇଥିଲା। ଏଥିପାଇଁ ସଲମାନ KWAN ଜରିଆରେ ଚୀନର କମ୍ପାନୀ ଇ-ଷ୍ଟାର ଫିଲ୍ମ ସହିତ ହାତ ମିଳାଇଥିଲେ ଏବଂ ସୁଶାନ୍ତଙ୍କ ସହିତ ଡିଲ କରିବାକୁ କହିଥିଲେ। ଏହା ହିଁ ସେହି ୧୦୦ କୋଟି ଟଙ୍କାର ଡିଲ ଅଟେ, ଯାହାଦ୍ୱାରା ସୁଶାନ୍ତଙ୍କୁ ଶେଷ କରିବାର ଥିଲା। ତେବେ ଏହି ଡିଲ ପାଇଁ ସୁଶାନ୍ତ KWANକୁ ୧୦ ପ୍ରତିଶତ ଅର୍ଥାତ ୧୦ କୋଟି ଟଙ୍କା ଦେବାର ଥିଲା। KWAN ତରଫରୁ ସୁଶାନ୍ତଙ୍କୁ କୁହାଯାଇଥିଲା ଯେ, ତାଙ୍କୁ ପ୍ରଥମେ ୧୦ କୋଟି ଟଙ୍କା ଦିଆଯିବ। ସୁଶାନ୍ତଙ୍କୁ KWAN କମ୍ପାନୀ ଉପରେ ବହୁତ ବିଶ୍ୱାସ ଥିଲା କିନ୍ତୁ ତାଙ୍କୁ ଜଣାନଥିଲା ଯେ ଏସବୁ ପଛରେ ସଲମାନ ଖାନ ତାଙ୍କ ପାଇଁ ଏତେବଡ଼ ଷଡଯନ୍ତ୍ରର ଜାଲ ବିଛାଇଛନ୍ତି।

ଏହି ଡିଲ ପାଇଁ ସୁଶାନ୍ତ ୧୦ କୋଟି ଟଙ୍କା ଜୟା ଶାହାଙ୍କୁ ଟ୍ରାନ୍ସଫର କରାଇଦେଇଥିଲେ। ଯାହା ED ପଚରାଉଚରା ସମୟରେ ଜୟା ପ୍ରକାଶ ମଧ୍ୟ କରିଥିଲେ ଯେ, ନୂତନ ପ୍ରୋଜେକ୍ଟ ପାଇଁ ୧୦ କୋଟି ଟଙ୍କା ଦିଆଯାଇଥିଲା। KWANଙ୍କୁ ୧୦ କୋଟି ଟଙ୍କା ଟ୍ରାନ୍ସଫର କରିବା ପରେ ସୁଶାନ୍ତଙ୍କୁ ଗୋଟିଏ ଟଙ୍କା ମଧ୍ୟ ମିଳି ନଥିଲା। ସୁଶାନ୍ତଙ୍କୁ ଏହି ଡିଲରେ ଧୋକା ଦିଆଯାଇଥିଲା। ସୁଶାନ୍ତଙ୍କ ଠାରୁ ଫିଲ୍ମ ଛଡାଇ ନେଇ ଶେଷରେ ଏକ ଡିଲ ମାଧ୍ୟମରେ ତାଙ୍କ ଆକାଉଣ୍ଟ ମଧ୍ୟ ଖାଲି କରିଦିଆ ଯାଇଥିଲା। ଏଥିରେ ସୁଶାନ୍ତ ଭାଙ୍ଗି ପଡ଼ିଥିଲେ। ଏହାପରେ ରିୟା ଚକ୍ରବର୍ତ୍ତୀଙ୍କର ଖେଳ ଆରମ୍ଭ ହୋଇଯାଇଥିଲା।

ନିକଟରେ କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଏକ ଗେମ ଲଞ୍ଚ କରିବାର କଥା କହିବା ପରେ ତାଙ୍କ ଉପରେ ପ୍ରଶ୍ନର ବର୍ଷା ହେବାକୁ ଲାଗିଥିଲା। ତାଙ୍କ ଉପରେ ସୁଶାନ୍ତ ସିଂହ ରାଜପୁତଙ୍କ ଗେମିଙ୍ଗ ପ୍ଲାଟଫର୍ମ ଚୋରାଇ ନିଜ ନାମରେ ଲଞ୍ଚ କରିବାର ଆରୋପ ଲଗାଇଦିଆ ଯାଇଥିଲା। କାରଣ ସୁଶାନ୍ତ ଗେମିଙ୍ଗର କେତେ ବଡ଼ ଖେଳାଳି ଥିଲେ ଏବଂ ସେ ଗେମିଙ୍ଗ ପାଇଁ ଏକ କମ୍ପାନୀ ମଧ୍ୟ କରିଥିଲେ ବୋଲି ସମସ୍ତେ ଜାଣିଛନ୍ତି। ଏପରି ସ୍ଥିତିରେ ଅକ୍ଷୟ କୁମାରଙ୍କର ସୁଶାନ୍ତଙ୍କ ମାମଲାରେ କଣ ଭୂମିକା ରହିଛି ଏବଂ କେତେ ପରିମାଣର ସମ୍ପୃକ୍ତି ରହିଛି କି ନାହିଁ ତାହା ଏବେ ସନ୍ଦେହ ଘେରରେ।

ଅକ୍ଷୟ କୁମାରଙ୍କ ଫିଲ୍ମ “ଲକ୍ଷ୍ମୀ ବମ” ରିଲିଜ ହେବାର ଥିଲା ଏବଂ ଏହି ଅବସରରେ ସୁଶାନ୍ତଙ୍କ ମାମଲାରେ ଅକ୍ଷୟ ସିବିଆଇ ଯାଞ୍ଚ କରିବା ପାଇଁ ଟ୍ୱିଟ କରିଥିଲେ କିନ୍ତୁ ଅକ୍ଷୟଙ୍କ ଯୋଜନା ଓଲଟା ଫଳ ପ୍ରଦାନ କଲା ସୁଶାନ୍ତଙ୍କ ପ୍ରଶଂସକ ଅକ୍ଷୟଙ୍କୁ ଟ୍ରୋଲ କରିଥିଲେ। ଏଥିସହିତ ସଡକ-୨ର ସ୍ଥିତି ଦେଖି ଅକ୍ଷୟ ନିଜ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହେବାରୁ ଅଟକାଇ ଦେଇଥିଲେ। ତେବେ ଏହି ଅବସରରେ ଅକ୍ଷୟ FAU-G ନାମକ ଗେମ ଲଞ୍ଚ କରିଦେଇଥିଲେ ଯାହା ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧ ଲଗାଯାଇଥିବା ଗେମ PUBG ପରି ଥିଲା, ସେ ମଧ୍ୟ PUBG ପ୍ରତିବନ୍ଧ ଲାଗିବାର ମାତ୍ର ଗୋଟିଏ ଦିନ ପରେ। ଅକ୍ଷୟଙ୍କ ଏହି ଗେମକୁ ସୁଶାନ୍ତଙ୍କ ଗେମ ପ୍ଲାନର ନକଲ ବୋଲି କୁହାଯାଉଛି।

ବାସ୍ତବରେ ସୁଶାନ୍ତ ସିଂହ ରାଜପୁତ ତିନୋଟି ଗେମ ପେଟେଣ୍ଟ କରାଇଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ମଧ୍ୟ ଉପଯୋଗ କରାଯିବାର ଥିଲା। ସୁଶାନ୍ତ ଏଥିପାଇଁ ଇଣ୍ଡିଆ ଗେମର କୋ-ଫାଉଣ୍ଡର ସମୀର ବଙ୍ଗାରଙ୍କ ସହିତ କାମ କରୁଥିଲେ। ତେବେ ଆଶ୍ଚର୍ଯ୍ୟଜନକ କଥା ଯେ ସୁଶାନ୍ତ ମୃତ୍ୟୁର ମାତ୍ର କିଛି ଘଣ୍ଟା ପରେ ସମୀର ବଙ୍ଗାର ମଧ୍ୟ ଦୁନିଆ ଛାଡି ଚାଲି ଯାଇଥିଲେ। ଅକ୍ଷୟ FAU-G ଗେମ ଲଞ୍ଚ କରିବା ପରେ କେହି ଜଣେ ଟ୍ୱିଟରରେ ତାଙ୍କୁ ପଚାରିଥିଲେ ଆପଣଙ୍କ ଗେମିଙ୍ଗ ପ୍ରୋଜେକ୍ଟର ସବିଶେଷ ବିବରଣୀ କୁହନ୍ତୁ, ତେବେ ଅକ୍ଷୟ କୁମାର ଏହାକୁ ବିଶାଲ ଗୋଣ୍ଡାଲାଙ୍କୁ ଟ୍ୟାଗ କରିଦେଇଥିଲେ। ବିଶାଲ ଗୋଣ୍ଡାଲା ଆଙ୍କର ଗେମର କୋ-ଫାଉଣ୍ଡର ଅଟନ୍ତି ଏବଂ ଏହା ସେ ଏହାପୂର୍ବରୁ ସମୀର ବଙ୍ଗାରଙ୍କ ସହିତ ଇଣ୍ଡିଆ ଗେମରେ ଭାଗିଦାରୀ ଥିଲେ।

ଏଥିସହିତ ସୁଶାନ୍ତଙ୍କ ଘରେ ରିୟା ଯେଉଁ ହାର୍ଡ ଡିସ୍କ ନଷ୍ଟ କରିଥିଲେ ସେଥିରେ ସୁଶାନ୍ତଙ୍କ ଗେମିଙ୍ଗ ପ୍ରୋଜେକ୍ଟର ସମସ୍ତ ବିବରଣୀ ମଧ୍ୟ ରହିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଅକ୍ଷୟଙ୍କ FAU-G ସୁଶାନ୍ତଙ୍କ ଗେମିଙ୍ଗ ପ୍ରୋଜେକ୍ଟର ନକଲ କି ନାହିଁ। ତେବେ ସନ୍ଦେହ ଅଧିକ ହେବାର କାରଣ ହେଉଛି ଯେ PUBG ପତିବାନ୍ଧିତ ହେବାର ମାତ୍ର ଗୋଟିଏ ଦିନ ପରେ କିପରି ଅକ୍ଷୟ FAU-G ଲଞ୍ଚ କରି ପାରିଲେ କଣ ସେ ଆଗରୁ ଏବିଷୟରେ ଜାଣିଥିଲେ କି?

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *