ତୀବ୍ର ଜ୍ୱର, ଶୁଖୁଲା କାଶ, ଗଳାରେ ଫୁଲା, ଥକାପଣ ଏବଂ ନିଶ୍ୱାସ ନେବାରେ ସମସ୍ୟା ହେଉଛି କରୋନା ଭାଇରସର ପ୍ରମୁଖ ଲକ୍ଷଣ। କୋଭିଡ-୧୯ର ରୋଗୀଙ୍କ ଠାରେ ନିକଟରେ ହିଁ କନଫ୍ୟୁଜନ, ଗନ୍ଧ ବାରି ନପାରିବା, ବ୍ୟବହାରିକ ପରିବର୍ତ୍ତନ ପରି କିଛି ସ୍ନାୟୁ ଜନିତ ଲକ୍ଷଣ (Neurological symptoms)ମଧ୍ୟ ଦେଖିବାକୁ ମିଳିଛି। ଭାଇରସର କବଳରେ ଆସିଥିବା ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି ରୋଗୀଙ୍କର ମାନସିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପଡିଛି।
ଷ୍ଟ୍ରୋକ, ବ୍ରେନ ହ୍ୟାମରେଜ ଏବଂ ମେମୋରୀ ହ୍ରାସ ପରି ଅନେକ ଭୟାନକ ପ୍ରଭାବ ବର୍ତ୍ତମାନ କରୋନା ଭାଇରସର ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି। ଜନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟର MD ରାବର୍ଟ କହିଛନ୍ତି ଯେ,”କୋଭିଡ-୧୯ ୟୁନିଟିରେ ସେ ପାଖାପାଖି ଅଧା ରୋଗୀଙ୍କୁ ନ୍ୟୁରୋଲୋଜିକଲ ଲକ୍ଷଣ ଦେଖିଛନ୍ତି। ବୈଜ୍ଞାନିକ ବର୍ତ୍ତମାନ ଏହା ବୁଝିବାର ଚେଷ୍ଟା କରୁଛନ୍ତି ଯେ ଭାଇରସର ମସ୍ତିସ୍କ ଉପରେ ଖରାପ ପ୍ରଭାବ କାହିଁକି ପଡୁଛି।”
ଜନ୍ସ ହାପକିନ୍ସରେ ଲୁଚି ରହିଥିବା ନିଜର ଏକ ଆର୍ଟିକଲରେ ରାବର୍ଟ ସ୍ଟିବଂସ ସେହି ବୈଜ୍ଞାନିକଙ୍କ ସିଂଦ୍ଧାନ୍ତ ଗୁଡ଼ିକୁ ସୁଚିବଦ୍ଧ କରିଛନ୍ତି ଯିଏ ଏହି ବିଷୟରେ ଅନୁସନ୍ଧାନ କରୁଛନ୍ତି। ଆର୍ଟିକଲ ମୁତାବକ,”ସମଗ୍ର ଦୁନିଆରେ କୋଭିଡ-୧୯ର ମାମଲାରେ ମସ୍ତିସ୍କ ସହ ଜଡିତ ସମସ୍ତ ସ୍ଥିତି ଦେଖିବାକୁ ମିଳିପାରେ। ଏମାନଙ୍କ ମଧ୍ୟରେ କନଫ୍ୟୁଜନ, ଗନ୍ଧ ବାରି ନପାରିବା, ଚେତନା ହରାଇବା, ଷ୍ଟ୍ରୋକ, ସ୍ୱାଦ ଜାଣି ନପାରିବା, ମୁଣ୍ଡବିନ୍ଧା, ଫୋକସ ନକରିପାରିବା ଏବଂ ବ୍ୟବହାରରେ ପରିବର୍ତ୍ତନ ପରି ଅନେକ ସମସ୍ୟା ଶାମିଲ ରହିଛି।
ରିପୋର୍ଟ ମୁତାବକ, କୋଭିଡ-୧୯ର କିଛି ରୋଗୀଙ୍କ ଠାରେ “କମନ ପେରାଲାଇଜ ନର୍ଭ”ସହ ଜଡିତ ସମସ୍ୟା ମଧ୍ୟ ଦେଖା ଯାଇଥିଲା, ଯାହା ପାରାଲାଇଜ ଏବଂ ରେସ୍ପିରେଟୋରୀ ନଷ୍ଟ ହୋଇଯିବାର କାରଣ ହୋଇପାରେ। “ଲିଡିଙ୍ଗ ସାଇନ୍ସ ଜର୍ଣ୍ଣାଲ”ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, କରୋନା ଭାଇରସ କାରଣରୁ ସଂକ୍ରମିତ ହୋଇଥିଲା SARS ଏବଂ MERSର ପ୍ରକୋପରେ ମଧ୍ୟ ଏମିତି ହିଁ ଲକ୍ଷଣ ଦେଖିବାକୁ ମିଳିଥିଲା। କୋଭିଡ-୧୯ର ରୋଗରେ ମଣିଷର ମସ୍ତିସ୍କ ସହିତ କଣ ସମ୍ବନ୍ଧ ରହିଛି? ଏହାକୁ ନେଇ ଜନ୍ସ ହୋପାକିନ୍ସଙ୍କ ଗବେଷଣାରେ ଚାରୋଟି ପ୍ରମୁଖ କଥା କୁହାଯାଇଛି।
ରିପୋର୍ଟ ମୁତାବକ ଯଦି ଭାଇରସ ମସ୍ତିସ୍କରେ ପ୍ରବେଶ ହେବାରେ ସକ୍ଷମ ହେଉଛି ତେବେ ଗମ୍ଭୀର ଏବଂ ଅଚାନକ ସଂକ୍ରମଣର ବିପଦ ବହୁତ ବଢିଯାଇପାରେ। ଚୀନ ଏବଂ ଜାପାନରେ କିଛି ଏପରି ମାମଲା ଦେଖା ଯାଇଛି, ଯେଉଁଠାରେ ଭାଇରସକୁ ଜେନେଟିକ ମେଟେରିୟଲ ସ୍ପାଇନାଲ ଫ୍ଲୁଡରେ ମିଳିଥାଏ।ସେହିପରି ଫ୍ଲୋରିଡାରେ ଏକ କେସ ଏପରି ମଧ୍ୟ ଦେଖାଯାଇଥିଲା ଯେ, ଯେଉଁଠାରେ ମସ୍ତିଷ୍କର କୋଶିକା ଗୁଡିକରେ ଭାଇରାଲ କଣିକା ମିଳିଥିଲା। ଏମିତିରେ କେବଳ ରକ୍ତ ପ୍ରବାହ ଏବଂ ତନ୍ତ୍ରିକାରେ ଭାଇରସର ପ୍ରବେଶ ହେବାରେ ସମ୍ଭାବନା ରହିଥାଏ।
କରୋନା ଭାଇରସ ସହିତ ଲଢ଼ିବା ଦ୍ୱାରା ଶରୀରରେ ଇମ୍ୟୁନ ସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଇଂଫ୍ଲମେଂଟରୀ ରେସ୍ପନ୍ସ ସମୟରେ “ମଲାଡେପ୍ଟିବ”ର ପ୍ରଡ୍ୟୁସର ହେବାରୁ ରୋଗଟେ ଶରୀର ଦୁର୍ବଳ ଏବଂ ନଷ୍ଟ ହୋଇଯାଇଥାଏ।
କୋଭିଡ-୧୯ର ଶିକାର ହେବା ଦ୍ୱାରା ଅନେକ ପ୍ରକାରର ମାନସିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ତୀବ୍ର ଜ୍ୱର ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ଅଙ୍ଗରେ ଅମ୍ଳଜାନର ଅଭାବର କାରଣ ହୋଇପାରେ। କୋଭିଡ-୧୯ର ଅନେକ ମାମଲାରେ ରିଗୀଙ୍କର ଚେତାଶୂନ୍ୟତା ହୋଇଯିବା କିମ୍ବା କୋମାକୁ ଚାଲିଯିବା ପରି ବିପଦ ମଧ୍ୟ ଦେଖାଯାଇଛି।
କୋଭିଡ-୧୯ ରୋଗରେ ରକ୍ତ ଜମାଟ ବାନ୍ଧିବା ପ୍ରଣାଳୀ ପରି ସମସ୍ୟା ମଧ୍ୟ ବହୁତ ଅସାମାନ୍ୟ ଅଟେ। ଅବଶ୍ୟ, ଜଣେ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ କୋଭିଡ-୧୯ ରୋଗୀଙ୍କଠାରେ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ଅଧିକ ରହିଥାଏ। ରକ୍ତ ଜମାଟ ବାନ୍ଧିବାରେ ମଣିଷର ଫୁସଫୁସ ଏବଂ ଶରୀରର ଗଭୀର ଶିରାରେ ହୋଇପାରେ, ଯାହାଦ୍ୱାରା ରକ୍ତ ପ୍ରବାହ ବନ୍ଦ ହୋଇଯାଇପାରେ। ଯଦି ରକ୍ତ ଜମାଟ ବାନ୍ଧିବା ଦ୍ୱାରା ମସ୍ତିଷ୍କ ପର୍ଯ୍ୟନ୍ତ ଯାଉଥିବା ଧମନୀଗୁଡ଼ିକର ରାସ୍ତା ବନ୍ଦ କରିଦିଏ ତେବେ ଷ୍ଟ୍ରୋକର ସମସ୍ୟା ହୋଇପାରେ।