ଚାଲୁଥିବା ବସରେ ରାତି ସାରା ଗଣଦୁଷ୍କର୍ମ କରିବା ପରେ ଆଉ ଯାହା କଲେ ତାହା ଥିଲା ଅତ୍ୟନ୍ତ ଲଜ୍ଜାଜନକ

ଗୋଟିଏ ପକ୍ଷରେ ଯେଉଁଠାରେ ପ୍ରତ୍ୟେକଦିନ କରୋନାର ମାମଲା ତୀବ୍ରତାର ସହିତ ବଢୁଛି, ସେପଟେ ଅନ୍ୟ ପକ୍ଷରେ ମହିଳାଙ୍କ ସହିତ ଦୁଷ୍କର୍ମ ମାମଲା ମଧ୍ୟ ସାମ୍ନାକୁ ଅସୁଛି। ଏମତି ହିଁ ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ମେରଠ ଜନପଦରେ ଜଣେ ମହିଳାଙ୍କ ସହିତ ହୋଇଛି। ଯେଉଁଠାରେ ତାଙ୍କ ସହିତ ଚଳନ୍ତା ବସରେ ପୁରା ରାତି ସାମୂହିକ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଚେତାହୀନ ଅବସ୍ଥାରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ।

ସଡକ ମଝିରେ ଫୋପାଡି ଦେଇଗଲେ ଆରୋପୀ:

uttar pradesh meerut crime up news sexual assault attacked on woman in meerut KPR

ବାସ୍ତବରେ ଅମାନବିକତାର ଏହି ଘଟଣା ମେରଠ ଜନପଦରୁ ଶୁକ୍ରବାର ଦିନ ରାତିରେ ହୋଇଥିଲା। ଏଠାକାର ଭେନ୍ସାଲୀ ବସ୍ ଅଡ୍ଡେରୁ ମହିଳା ଜଣଙ୍କ କେଉଁଠାକୁ ଯିବା ପାଇଁ ବସରେ ବସିଥିଲେ। ଯାହାପରେ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଯୁବତୀଙ୍କୁ ଥଣ୍ଡା ପାନୀୟ ରେ ନିଶାସକ୍ତ ପଦାର୍ଥ ମିଶାଇ ପିଇବାକୁ ଦେଇ ତାଙ୍କୁ ବେହୋଶ କରାଇ ଦେଇଥିଲେ। ପୁଣି ଆରୋପୀ ତାଙ୍କ ସହିତ ଲଗାତର ଗଣବଳାତ୍କାର କରୁଥିଲେ। ଶନିବାର ଦିନ ପୀଡିତାଙ୍କୁ ଚେତାହୀନ ଅବସ୍ଥାରେ ଏବଂ ଦେହରେ ଫଟା ପୋଷାକ ସହିତ ରାସ୍ତାରେ ଫୋପାଡି ଫେରାର ହୋଇଯାଇଥିଲେ ଆରୋପୀ ।

Sexual Assault - The Gagliardi Law Firm, PLLC

ମହିଳାଙ୍କ ସ୍ଵାମୀଙ୍କୁ କରାଯାଉଛି ପଚରାଉଚରା:

ରାସ୍ତାରେ ଯାଉଥିବା ଲୋକମାନେ ଯେତେବେଳେ ଯୁବତୀଙ୍କୁ ଏହି ସ୍ଥିତିରେ ଦେଖିଲେ ସେତେବେଳେ ସେମାନେ ପୋଲିସକୁ ସୂଚନା ଦେଇ ଘଟଣାସ୍ଥଳକୁ ଡକାଇଥିଲେ। ଯାହାପରେ ପୀଡିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କର ଚେତା ଫେରିବା ପରେ ତାଙ୍କ ବୟାନ ରେକର୍ଡ କରି ଆରୋପୀ ମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିନିଆଯାଇଛି। ଏହାଛଡା ତାଙ୍କ ସ୍ବାମୀଙ୍କୁ ଡକାଯାଇଛି ଯେଉଁଠାରେ ଦୁଇଜଣ ଆରୋପୀଙ୍କ ବିଷୟରେ ପଚରାଉଚରା କରାଯାଉଛି। ସେହିପରି ପୋଲିସ ଏହି ନର ରାକ୍ଷସଙ୍କର ସନ୍ଧାନ ଆରମ୍ଭ କରି ଦେଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *