ଅକ୍ଟୋବର ୧ରୁ ଆଉ ପାଖରେ ରଖିବାକୁ ପଡିବନି ଗାଡି କାଗଜ, ଟ୍ରାଫିକ ପୋଲିସ ନିଜ ଡିଭାଇସରେ କରିବ ଚେକିଂ

ବର୍ତ୍ତମାନ ଯାନବାହନ ଚଳାଇବା ବେଳେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି), ଇଂସୁରାନ୍ସ, ପୋଲ୍ୟୁସନ ସାର୍ଟିଫିକେଟ ପରି କାଗଜ ଗୁଡ଼ିକୁ ରଖିବାର ଆବଶ୍ୟକତା ପଡିବ ନାହିଁ। କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ଏବିଷୟରେ ଏକ ଆଇନ ପ୍ରସ୍ତୁତ କରି ନୋଟିଫିକେଶ ଜାରି କରି ଦେଇଛି ଯାହା ଅକ୍ଟୋବର ୧ରୁ ଲାଗୁ ହୋଇଯିବ। କେନ୍ଦ୍ର ସରକାର କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ସମେତ ଯମବାହନ ଦସ୍ତାବିଜର ରକ୍ଷଣାବେକ୍ଷଣ ଅକ୍ଟୋବର ୧ରୁ ସୂଚନା ପ୍ରଯୁକ୍ତିବିଦ୍ୟା ପୋର୍ଟାଲ ମାଧ୍ୟମରେ କରାଯାଇ ପାରିବ।

ମନ୍ତ୍ରଣାଳୟ ରାଜ୍ୟ ପରିବହନ ବିଭାଗ ଏବଂ ଟ୍ରାଫିକ ପୋଲିସକୁ ଡ୍ରାଇଭରଙ୍କ ଠାରୁ କାଗଜପତ୍ର ନ ମାଗିବାକୁ କହିଛନ୍ତି। ଏହା ପରିବର୍ତ୍ତେ ଏକ ସଫ୍ଟୱେର ବିକଶିତ କରାଯାଉଛି ଯାହା ମାଧ୍ୟମରେ ଟ୍ରାଫିକ ପୋଲିସକର୍ମୀ କିମ୍ବା ଭାରତୀୟ ପରିବହନ ଅଧିକାରୀଙ୍କୁ ଗାଡିର ନମ୍ବର ନିଜ ମେସିନରେ ପକାଇ ନିଜକୁ ହିଁ ସମସ୍ତ କାଗଜପତ୍ରର ଯାଞ୍ଚ କରିବାକୁ ହେବ।

ସଡକ ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ ଏଥିପାଇଁ ଏକ ନୂତନ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି। ଏହି ସଫ୍ଟୱେୟାର ନିର୍ଦ୍ଧାରିତ ତାରିଖରୁ ପରିବହନ ସଫ୍ଟୱେୟାର ସହିତ ଯୋଡି ଦିଆଯିବ। ଏଥିରେ ଗାଡିର ରେଜିଷ୍ଟ୍ରେସନ ନମ୍ବର ପକାଇବା ଦ୍ୱାରା ଯାନବାହନର ସମସ୍ତ କାଗଜ ପତ୍ର ଯାଞ୍ଚ କରାଯାଇ ପାରିବ।

-ଆକ୍ଟ ଅନୁଯାୟୀ ଯଦି କୌଣସି ପୋଲିସକର୍ମୀଙ୍କ ପାଖରେ ଯାଞ୍ଚ ମେସିନ ନାହିଁ ତାହେଲେ ସେ ସ୍ମାର୍ଟଫୋନରେ ଉକ୍ତ ସଫ୍ଟେଓ୍ଵୟାରକୁ ଡାଉନଲୋଡ କରି ଗାଡି କାଗଜପତ୍ରକୁ ଯାଞ୍ଚ କରିପାରିବେ। ଯଦି ଏପରି ହେଉନାହିଁ ତାହେଲେ ଏହାର ଦାୟୀ ନିଜେ ପୋଲିସକର୍ମୀ ରହିବେ। ଏଥିରେ ଟ୍ରାଫିକ କର୍ମଚାରୀ କିମ୍ବା ପୋଲିସ ଗାଡି ମାଲିକଙ୍କୁ କାଗଜପତ୍ରକୁ ନେଇ କୌଣସି ପ୍ରଶ୍ନ କରିପାରିବେନାହିଁ।

-ଯଦି ଗାଡିର ଚାଲାଣ କଟାଯାଇଛି ଏବଂ ଗାଡି ମାଲିକ ଚାଲାଣର ପେମେଣ୍ଟ କରିନାହାଁନ୍ତି ତାହେଲେ ପରିବହନ ସମ୍ବନ୍ଧୀୟ ଟ୍ୟାକ୍ସ ଜମା କରିବାକୁ ହେବ।

-ଟ୍ୟାକ୍ସ ନ ଭରିବା ସ୍ଥିତିରେ ଗାଡି ମାଲିକ ନା ନିଜ ଗାଡି ବିକ୍ରି କରିପାରିବେ ଏବଂ ନା ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ରିନ୍ୟୁ କରିପାରିବେ।

-ଚାଲାଣ ପରେ ଚାଲାଣ ଜମା କରିବା ବିନା ପରିବହନ କାର୍ଯ୍ୟାଳୟ ସମ୍ବନ୍ଧୀୟ କୌଣସି ବି କାମ ହେବନାହିଁ। କାହିଁକିନା ଏହାଦ୍ୱାରା ବାହାର ଗାଡି ଗୁଡିକରେ ସମସ୍ୟା ହୋଇଥାଏ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ରେ ବିଭିନ୍ନ ସଂଶୋଧନ କରିଥିଲେ। ଏହି ସଂଶୋଧନ ପରେ ପୋର୍ଟାଲ ଜରିଆରେ ଇ-ଚାଲାଣ ଏବଂ ଯାନବାହନ ରକ୍ଷଣାବେକ୍ଷଣକୁ ଉପରେ କାର୍ଯ୍ୟ କରାଯିବ। ଏହି ପରିବର୍ତ୍ତନ ମୋଟର ସାଇକେଲ ନିୟମ ଗୁଡ଼ିକର ଉନ୍ନତ କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣ ପାଇଁ କରାଯାଇଛି। ଆଇଟି ସେବା ଏବଂ ବୈଦ୍ୟୁତିକ ରକ୍ଷଣାବେକ୍ଷଣର ବ୍ୟବହାର ଦ୍ୱାରା ଦେଶରେ ଟ୍ରାଫିକ ନିୟମ ଗୁଡ଼ିକୁ ଉନ୍ନତ ଭାବରେ ଲାଗୁ କରିବାରେ ସାହଯ୍ୟ ମିଳିବ। ଏଥିସହିତ ଡ୍ରାଇଭରଙ୍କ ଉତ୍ପିଡନକୁ କମ ମଧ୍ୟ କରାଯାଇ ପାରିବ।

Leave a Reply

Your email address will not be published. Required fields are marked *