ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୦୦ ଦିନରୁ ଅଧିକ ସମୟ ହୋଇଗଲାଣି। ଏଥିମଧ୍ୟରେ ଅନେକ ଖୁଲାସା ହୋଇଛି ଅନେକ ତଥ୍ୟ ସାମ୍ନାକୁ ଆସିଛି, କିନ୍ତୁ ସମସ୍ତଙ୍କୁ ସିବିଆଇର ଅନ୍ତିମ ନିଷ୍ପତ୍ତି ପାଇଁ ଅପେକ୍ଷା ରହିଛି। ଏଥିମଧ୍ୟରେ ସିବିଆଇ ଟିମ ପାଇଁ କାମ କରୁଥିବା ଏମ୍ସ ହସ୍ପିଟାଲର ଏକ ଫରେନସିକ ରିପୋର୍ଟ ଭାଇରାଲ ହେବାରେ ଲାଗିଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ସୁଶାନ୍ତଙ୍କ ସହିତ କେହି କିଛି କରି ନାହାନ୍ତି ସେ ଯାହା କରିଛନ୍ତି ନିଜେ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଗୋଟିଏ ସପ୍ତାହ ପୂର୍ବରୁ ସୁଶାନ୍ତଙ୍କ ସହିତ କିଛି ଭୁଲ କରାଯାଇଛି ବୋଲି କହୁଥିବା ଏମ୍ସ ଫରେନସିକ ଟିମ ଅଚାନକ ଫାଇନାଲ ରିପୋର୍ଟରେ କିପରି ଓଲଟା ଲେଖିଥିଲା। ତେବେ ଏଠାରେ ମଧ୍ୟ କିଛି ଗଡ଼ବଡ଼ ରହିଥିବାର ସନ୍ଦେହ କରାଯାଉଛି।
ଗତ ଏକ ଦିନ ହେବ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଫରେନସିକ ରିପୋର୍ଟ ଭାଇରାଲ ହେଉଛି। ଯେଉଁଥିରେ କୁହାଯାଇଛି ଯେ, ସୁଶାନ୍ତ ନିଜେ ନିଜକୁ ଶେଷ କରି ନେଇଥିଲେ, ଅର୍ଥାତ ସୁଶାନ୍ତଙ୍କୁ ଆଉକେହି ମାରି ନାହାନ୍ତି, ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ସୁଶାନ୍ତଙ୍କୁ ଶେଷ କରିବାରେ କାହାର ମଧ୍ୟ ହାତ ନଥିଲା। ତେବେ ଅଚାନକ ଫରେନସିକ ରିପୋର୍ଟ ବଦଳିଯାଇଥିବାରୁ ଏହାକୁ ନେଇ ସନ୍ଦେହ ବଢୁଛି।
ଏହି ଫରେନସିକ ରିପୋର୍ଟ ଅନୁସାରେ ସ୍ପଷ୍ଟ ହୋଇଯିବ ଯେ, ସୁଶାନ୍ତଙ୍କ ସହିତ ବହୁତ କିଛି ହୋଇଥିଲା। ପ୍ରଥମ କଥା, ଫରେନସିକ ରିପୋର୍ଟରେ କୁହାଯାଇଛି ଯେ, ସୁଶାନ୍ତ ସିଂହ ରାଜପୁତ ନିଜ ବାମ ହାତରେ ସବୁଜ ରଙ୍ଗର କପଡ଼ା ଧରିଥିଲେ, ଡାହାଣ ହାତରେ କପଡ଼ାରେ ଗଣ୍ଠି ପକାଇଥିଲେ ଅର୍ଥାତ ସବୁକିଛି ନିଜେ ହିଁ କରିଥିଲେ। ତେବେ ସୁଶାନ୍ତ ସିଂହ ରାଜପୁତ ଗୋଟିଏ ସମୟରେ ନିଜ ଦୁଇଟି ହାତରେ ସମାନ ହିସାବରେ କାମ କରି ପାରୁଥିଲେ ଏପରି ଲୋକଙ୍କୁ ଏବିଡ୍ରୋକ୍ସରସ କୁହାଯାଇଥାଏ। ସୁଶାନ୍ତ ଦୁଇଟି ହାତରେ ଏକାସାଙ୍ଗରେ ଲେଖି ପାରୁଥିଲେ। ସେ କ୍ରିକେଟରେ ଗୋଟିଏ ହାତରେ ବୋଲିଙ୍ଗ କରୁଥିବା ବେଳେ ଅନ୍ୟ ହାତରେ ବ୍ୟାଟିଙ୍ଗ କରିପାରୁଥିଲେ।
ତେବେ ବର୍ତ୍ତମାନ ଯଦି ସୁଶାନ୍ତ ଦୁଇହାତରେ କାମ କରିପାରୁଥିଲେ ତାହେଲେ ବାମ ହାତରେ ଧରିବା ପରେ ଡାହାଣ ହାତରେ କାହିଁକି ଗଣ୍ଠି ବାନ୍ଧିବେ। ଅଚାନକ ସୁଶାନ୍ତଙ୍କୁ ହାତ ବଦଳାଇବାର କଥା କାହିଁକି ମନକୁ ଆସିବ, ଯେତେବେଳେ ତାଙ୍କ ଦୁଇଟି ହାତ ସମାନ କାର୍ଯ୍ୟ କରିପାରିଥାଏ, ଅର୍ଥାତ ରିପୋର୍ଟ ପରେ ସ୍ୱହି ଆଧାରରେ ବନଯାଇଥିଲା, ଯେଉଁଥିରେ ଏହା ମଧ୍ୟ ସ୍ୱୀକାର କରାଯାଇଥିବ ଯେ ସୁଶାନ୍ତ ରାଇଟ ହେଣ୍ଡେଡ ଥିଲେ।
ଦ୍ଵିତୀୟ କଥା ଫରେନସିକ ରିପୋର୍ଟର କହିବା କଥା ଯେ, ସେହି ସବୁଜ ରଙ୍ଗର କପଡ଼ାରେ ସୁଶାନ୍ତ ନିଜକୁ ଶେଷ କରିନେଇଥିଲେ ଏବଂ ଫରେନସିକ ରିପୋର୍ଟରେ ଏହାର ଆଧାର ଦିଆଯାଇଛି ଯେତେବେଳେ କପଡାର ଷ୍ଟ୍ରେନଥ ପରୀକ୍ଷଣ କରାଗଲା ସେତେବେଳେ ଜଣା ପଡିଲା ଯେ ସେହି କପଡାଟି ୨୦୦ କିଲୋ ପର୍ଯ୍ୟନ୍ତ ଓଜନ ଉଠାଇ ପାରିବ। ଏହାଛଡା କପଡାକୁ ନେଇ ଅନ୍ୟ କୌଣସି ପ୍ରମାଣ ନାହିଁ। ତେବେ ଆପଣଙ୍କର ମନେ ଥିବ ଯେତେବେଳେ ସୁଶାନ୍ତଙ୍କ ରୁମର ସେହି ଭିଡ଼ିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଅଧା କପଡା ପଙ୍ଖାରେ ଥିବା ବେଳେ ଅଧା କପଡା ତଳେ ବେଡ଼ ଉପରେ ପଡିଥିଲା |
ଏବଂ ଏହାକୁ ନେଇ ସିଦ୍ଧାର୍ଥ ପୀଠାନି କହିଥିଲେ ଯେ, ସେ ଛୁରୀ ସାହାଯ୍ୟରେ କପଡାଟିକୁ କାଟି ଦେଇଥିଲେ। କିନ୍ତୁ ଯେତେବେଳେ କପଡାଟିକୁ ଯାଞ୍ଚ କରାଗଲା ସେତେବେଳେ ସେଥିରେ କେବଳ ଗୋଟିଏ କୋଣରେ କଟା ଚିହ୍ନ ରହିଥିଲା ଏବଂ ଅବଶିଷ୍ଟ କପଡା ଆପେ ଆପେ ଫାଟି ଯାଇଥିଲା। ୨୦୦ କିଲୋ ଉଠାଇବାର କ୍ଷମତା ଥିବା କପଡା ମାତ୍ର ସ୍ୱଳ୍ପ କଟାରେ ଫାଡିଯିବା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। କେବଳ ଏତିକି ନିହେଁ ସୁଶାନ୍ତଙ୍କ ବେକରେ ଥିବା ଦାଗ ମଧ୍ୟ ସେହି କପଡ଼ାରେ ନଥିଲା।
ବର୍ତ୍ତମାନ ତୃତୀୟ ଏବଂ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଫରେନସିକ ରିପୋର୍ଟ ମୁତାବକ ଯେତେବେଳେ ସୁଶାନ୍ତ ଫାସୀ ଲଗାଇଥିଲେ ସେତେବେଳେ ତାଙ୍କ ପାଦ ବିଛଣା ଉପରକୁ ଛୁଇଁଥିଲା। ରିପୋର୍ଟର କହିବା କଥା ଯେ, ଏହା ଏକ ଅସମ୍ପୂର୍ଣ୍ଣ ଫାସୀ ଅଟେ, ଯାହାକୁ ପାର୍ସିଆଲ ହ୍ୟାଙ୍ଗିଙ୍ଗ କୁହାଯାଏ ଏବଂ ଏହି ଅଧା ଫାସୀରେ ହିଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ସାଧାରଣତଃ ଫାସୀ ପାଇଁ ଲୋକମାନେ ଟେବୁଲ କିମ୍ବା ଷ୍ଟୁଲର ବ୍ୟବହାର କରିଥାନ୍ତି ଏବଂ ପରେ ଟେବୁଲକୁ ଗୋଡ଼ରେ ହଟାଇ ଦେଇଥାନ୍ତି। କିନ୍ତୁ ପାର୍ସିଆଲ ହ୍ୟାଙ୍ଗିଙ୍ଗରେ ବିନା କୌଣସି ଷ୍ଟୁଲ କିମ୍ବା ଟେବୁଲରେ କାମ ହୋଇଥାଏ। ପାର୍ସିଆଲ ହ୍ୟାଙ୍ଗିଙ୍ଗର ୯୮ ପ୍ରତିଶତ ମାମଲାରେ ବ୍ୟକ୍ତିକୁ ଆଉ କେହି ହତ୍ୟା କରିଥିବାର ପ୍ରମାଣିତ ହୋଇଥାଏ।
ଚତୁର୍ଥ କଥା ହେଉଛି ଫରେନସିକ ଟିମର କହିବା କଥା ଯେ, ସୁଶାନ୍ତ ମୃତ୍ୟୁର ଠିକ ପୂର୍ବରୁ ଚିତ୍କାର କରିଥିଲେ ଏବଂ ତାଙ୍କ ବେକର ହାଡ଼ ଦୁଇଥର ଭାଙ୍ଗିଥିଲେ, ବର୍ତ୍ତମାନ ଏଠାରେ ମଧ୍ୟ ଦୁଇଟି କଥା ରହିଛି, ଯାହା ସ୍ପଷ୍ଟ କରୁଛି ଯେ ହୁଏତ ଏପରି ହୋଇନାହିଁ ନହେଲେ ଯଦି ଏପରି ହୋଇଛି ତେବେ ଏଥିରେ ବହୁତ ବଡ଼ ଗଡ଼ବଡ଼ ରହିଛି। ଯଦି ଫରେନସିକ ରିପୋର୍ଟ ମୁତାବକ ସୁଶାନ୍ତ ଚିତ୍କାର କରିଥିଲେ ତେବେ ସୁଶାନ୍ତଙ୍କ କୋଠରୀର ଠିକ ବାହାରେ ଚାରିଜଣ ଲୋକ ବସିଥିଲେ ତେବେ ତାଙ୍କୁ କାହିଁକି ଏହି ଶବ୍ଦ ଶୁଣାଯାଇ ନଥିଲା।
ସିଦ୍ଧାର୍ଥ, ନୀରଜ, ଦିପେଶ, ଏବଂ କେଶବ ସେଦିନ ଲଗାତର ଭାବରେ ସୁଶାନ୍ତଙ୍କ ରୁମର ଠିକ ବାହାରେ ବସିଥିଲେ। ସେମାନେ କହିଥିଲେ ଯେ ଭିତରୁ କୌଣସି ଶବ୍ଦ ଆସିନଥିଲା। ଏହାଛଡା ଫରେନସିକ ରିପୋର୍ଟ କହିଛି ଯେ ସୁଶାନ୍ତଙ୍କ ବେକ ହାଡ଼ ଦୁଇଥର ଭାଙ୍ଗି ଯାଇଥିଲା କିନ୍ତୁ ଯଦି ସୁଶାନ୍ତଙ୍କର ପାର୍ସିଆଲ ହ୍ୟାଙ୍ଗିଙ୍ଗ ଥିଲା ତେବେ ବେକ ହାଡ଼ ଭାଙ୍ଗିବାର ମଧ୍ୟ କୌଣସି ସମ୍ଭାବନା ନାହିଁ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।