ବଡ଼ ରାକେଟ ର ପର୍ଦାଫାସ, ଫ୍ୟାକ୍ଟ୍ରି ରେ ଧୁଆ ଚାଲିଥିଲା ବ୍ୟବହୁର୍ତ କଣ୍ଡମ

କରୋନା ଭାଇରସ କାରଣରୁ ସମଗ୍ର ଦୁଅନିଆର ସମସ୍ତ ଦେଶରେ ଯେତେବେଳେ ତାଲାବନ୍ଦ ଲାଗି ରହିଥିଲା ସେତେବେଳେ ଅନେକ ଦେଶରୁ କଣ୍ଡମକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିଲା। ଏଥିମଧ୍ୟରେ ବର୍ତ୍ତମାନ ଭିଏତନାମରୁ ଏପରି ଏକ ମାମଲା ସାମ୍ନାକୁ ଆସୁଛି ଯେଉଁଠାରେ ପୋଲିସ ଏକ ଫ୍ୟାକ୍ଟ୍ରିରୁ ଅଖାରେ ଭରି ରହିଥିବା ଅଧିକ ମାତ୍ରାରେ ବ୍ୟବହୃତ କଣ୍ଡମ ଧରାଯାଇଛି। ଏସବୁ କଣ୍ଡମ ଧୁଆ ହୋଇ ରଖାଯାଇଥିଲା  |

ରାୟଟର୍ସର ଏକ ରିପୋର୍ଟ ମୁତାବକ, ଭିଏତନାମ ଟେଲିଭିଜନ ଏହି ଫୁଟେଜ ଚଳାଇଥିଲା, ଯେଉଁଥିରେ ଦେଖା ଯାଉଥିଲା ଯେ ଅଖାରେ ଭରି ରହିଥିବା କଣ୍ଡମ ଚଟାଣରେ ଖେଳାଇ ରଖାଯାଇଥିଲା । ଏହି କଣ୍ଡମ ଭିଏତନାମର ବିନ ଡାଗ୍ନ ଅଞ୍ଚଳର ଏକ ୱେୟାରହାଉସରେ ହୋ ଚି ମିହ୍ନ ସିଟି ପାଖରେ ମିଳିଛି।

ପୋଲିସ ପାଖାପାଖି ସାଢେ ତିନି ଲକ୍ଷ ବ୍ୟବହୃତ କଣ୍ଡମ ଜବତ କରିଥିଲା । ଏଗୁଡ଼ିକୁ ପାଣିରେ ଧୋଇ ନୂତନ କଣ୍ଡମ ରୂପରେ ବିକ୍ରି କରାଯିବାର ଥିଲା। ଏସବୁ ଏକ ଗୋଦାମରେ ପାଖାପାଖି ଏକ ଡର୍ଜନ ଅଖା ପରି ପ୍ରସ୍ତୁତ ବ୍ୟାଗରେ ଭରି ରଖାଯାଇଥିଲା। ଭିଏତନାମର ସରକାରୀ ଟେଲିଭିଜନ ଚ୍ୟାନେଲର ରିପୋର୍ଟ ମୁତାବକ କଣ୍ଡମ ଭରା ଏହି ବ୍ୟାଗର ଓଜନ ପାଖାପାଖି ୩୬୦ କିଲୋଗ୍ରାମ ରହିଥିଲା।

ଗୋଦାମର ମାଲିକ କହିଥିଲେ ଯେ, ତାଙ୍କୁ ଅଜ୍ଞାତ ବ୍ୟକ୍ତିଙ୍କ ଠାରୁ ପ୍ରତ୍ୟେକ ମାସରେ ବ୍ୟବହୃତ କଣ୍ଡମର ବ୍ୟାଗ ମିଳୁଥିଲା। ପୋଲିସ ରେଡ ସମୟରେ ହେପାଜତରେ ନିଆଯାଇଥିବା ଜଣେ ମହିଳା କହିଥିଲେ ଯେ, ଏହି ବ୍ୟବହୃତ କରାଯାଇଥିବା କଣ୍ଡମକୁ ପ୍ରଥମେ ଫୁଟୁଥିବା ପାଣିରେ ପକାଇ ଦିଆଯାଇଥାଏ। ଏହାପରେ ତାକୁ ଶୁଖାଇ ଦିଆଯାଇଥାଏ ।

ଏହାପରେ ଶ୍ରମିକ ମାନେ ଏହାକୁ ଦ୍ଵିତୀୟଥର ପ୍ୟାକ କରିବା ପୂର୍ବରୁ ତାହାକୁ ସଫା କରିବାର କାମ କରାଯାଇଥାଏ । ଯେତେବେଳେ ଏହା ପୁଣିଥରେ ପ୍ରସ୍ତୁତ ହୋଇଯାଇଥାଏ ସେତେବେଳେ ତାହାକୁ ଆଉଥରେ ବିକିବା ପାଇଁ ଭଲ ଭାବରେ ପ୍ୟାକ କରିଦିଆ ଯାଇଥାଏ । ସୂଚନା ମୁତାବକ, ହଜାର ହଜାର କଣ୍ଡମ ପୂର୍ବରୁ ହିଁ ବିକ୍ରି କରିବା ପାଇଁ ପଠାଯାଇ ସାରିଛି।

ତେବେ ଟେଲିଭିଜନ ଚ୍ୟାନେଲ କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କେତେ ପରିମାଣର ବ୍ୟବହୃତ କଣ୍ଡମ ବିକ୍ରି କରାଯାଇ ସାରିଛି। ମହିଳା ଜଣକ ନିଶ୍ଚିତ ରୂପରେ ଏହା କହିଛନ୍ତି ଯେ ତାଙ୍କୁ ଯେତେ କିଲୋ ବ୍ୟବହୃତ କଣ୍ଡମ ପ୍ରସ୍ତୁତ କରୁଥିଲେ, ସେହି ହିସାବରେ ତାଙ୍କୁ ଟଙ୍କା ମିଳୁଥିଲା।

ସ୍ଥାନୀୟ ରିପୋର୍ଟ ମୁତାବକ ଏହି ଗୋଦାମ ପାଖରେ ହିଁ ହୋଟେଲ ଏବଂ ମାର୍କେଟରେ ଏହି କଣ୍ଡମର ସପ୍ଲାଇ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ପୋଲିସର ଏହି ରେଡ ପରେ ଏଠାରୁ ମିଳିଥିବା ପାଖାପାଖି ସାଢ଼େ ତିନି ଲକ୍ଷ ବ୍ୟବହୃତ କଣ୍ଡମକୁ ଜବତ କରିନିଆଯାଇଛି।

ଅଧିକାରୀମାନେ କହିଛନ୍ତି ଯେ, ମାଲିକ ଜଣକ ଅନେକ ନିୟମ ଭାଙ୍ଗିଛନ୍ତି । ତା’ଉପରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାର ଯାଞ୍ଚ ଆରମ୍ଭ କରିଦିଆ ଯାଇଛି । ଏହା ମଧ୍ୟ ଅନୁସନ୍ଧାନ କରାଯିବ ଯେ ଏହାର ଲିଙ୍କ ଅନ୍ୟ କେଉଁଠି ରହିଛି କି ନାହିଁ, କଣ ଏମିତି ହିଁ ଅନ୍ୟ କୌଣସି ଫ୍ୟାକ୍ଟ୍ରି ଚାଲୁଛି କି ନାହିଁ, ଏହାର ମଧ୍ୟ ଯାଞ୍ଚ କରାଯିବ ।

କହିରଖୁଛୁ ଯେ, କଣ୍ଡମ ଗୋଟିଏଥର ବ୍ୟବହୃତ ପାଇଁ ନିର୍ମିତ ହୋଇଥାଏ । ଦ୍ଵିତୀୟଥର ବ୍ୟବହୃତ କରିବାରୁ ସଂକ୍ରମଣର ବିପଦ ରହିଥାଏ। ବିଶେଷଜ୍ଞଙ୍କ ମୁତାବକ, କଣ୍ଡମକୁ ବ୍ୟବହାର କରିବା ପରେ ନଷ୍ଟ କରିବାକୁ ପଡିଥାଏ କାରଣ ଏହାକୁ ବିପଦଜନକ ମେଡ଼ିକାଲ ଆବର୍ଜନା ବୋଲି କୁହାଯାଇଥାଏ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *