ମେରଠର ଥାନା ଟିପି ନଗରର ମଳିୟାନା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ପ୍ରତ୍ୟେକ ଦିନ ରାତିରେ ନିଜ ସ୍ୱାମୀ ଏବଂ ତିନୋଟି ପିଲାଙ୍କୁ ନିଦ ଔଷଧ ଖାଇବାକୁ ଦେଇ ନିଜ ପ୍ରେମୀଙ୍କୁ ଘରୁ ଡକାଉଥିଲେ। ଏହି ପ୍ରକ୍ରିୟା ଦୀର୍ଘ ସମୟରୁ ଚାଲି ଆସୁଥିଲା। ମହିଳାଙ୍କର ଉପରେ ତାଙ୍କ ସ୍ୱାମୀଙ୍କ ପରିବାର ଦ୍ୱାରା ଆରୋପ ଲଗାଯାଇଛି ଯେ, ସେ ନିଜର ସ୍ୱାମୀଙ୍କ ଗୁପ୍ତାଙ୍ଗରେ କୌଣସି ପଦାର୍ଥ ମଧ୍ୟ ଲଗାଉଥିଲେ। ଯାହା କାରଣରୁ ତାଙ୍କ ଗୁପ୍ତାଙ୍ଗର କିଛି ଅଂଶ ଜଳି ଯାଇଛି।
ପୋଲିସଙ୍କ କହିବା ମୁତାବକ, ସ୍ୱାମୀ ଶାଦାବଙ୍କ ପକ୍ଷରୁ ଅଭିଯୋଗ ଫାଇଲ କରାଯାଇଛି ଯେ, ପତ୍ନୀ ତାଙ୍କୁ ଏବଂ ତାଙ୍କ ପିଲା ମାନଙ୍କୁ କୌଣସି ନିଶାସକ୍ତ ପଦାର୍ଥ ଦେଇ ଶୁଆଇ ଦେଉଥିଲେ। ପୁଣି ନିଜ ପ୍ରେମୀ ଡାକ୍ତର ବସୀମଙ୍କୁ ଘରକୁ ଡାକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ପୋଲିସକୁ ପିଲାମାନେ ମଧ୍ୟ ଚେତାଶୂନ୍ୟ ଅବସ୍ଥାରେ ମିଳିଥିଲେ।
ପଡ଼ୋଶୀର କିଛି ଲୋକ ଡାକ୍ତର ବସୀମଙ୍କୁ ଶାଦାବଙ୍କ ଘରକୁ ଯିବାର ଦେଖିଥିଲେ। ପରେ ଏହାର ସୂଚନା ତାଙ୍କ ସାନ ଭାଇ ମୋହସିତଙ୍କୁ ଦେଇଥିଲେ ଏବଂ ସେହି ଅଞ୍ଚଳର କିଛି ଲୋକଙ୍କୁ ନେଇ ନିଜ ଭାଇ ଶାଦାବଙ୍କ ଘରେ ପହଞ୍ଚି ଯାଇଥିଲେ।
ସ୍ୱାମୀଙ୍କ ଗୁପ୍ତାଙ୍ଗରେ ଜ୍ବଳନଶୀଳ ପଦାର୍ଥ ଲଗାଇବାକୁ ନେଇ ପୋଲିସ କିଛି କହି ନାହିଁ। କିନ୍ତୁ ଜିଲ୍ଲା ହସ୍ପିଟାଲର ଡାକ୍ତରଙ୍କ କହିବା କଥା ଯେ, ଏହାକୁ ନେଇ ଯାଞ୍ଚ କରାଯାଉଛି। ରିପୋର୍ଟ ଆସିବା ପରେ ଏହାକୁ ନେଇ କୌଣସି ଖୁଲାସା କରାଯାଇ ପାରିବ। ଚାନ୍ଦିନୀ ନିଜ ପୋଲ ଖୋଲୁଥିବାର ଦେଖି ପ୍ରେମୀ ଡାକ୍ତର ବସୀମଙ୍କୁ ଘରର ଶୌଚାଳୟରେ ଲୁଚାଇ ଦେଇଥିଲେ ଏବଂ ହାତର ସିର କାଟିବାକୁ ନେଇ ଧମକ ଦେବାକୁ ଲାଗିଥିଲେ। ଏହି ଅବସରରେ ସେ ନିଜେ ନିଜକୁ ବଞ୍ଚାଇବା ପାଇଁ ନିଜ ସ୍ୱାମୀଙ୍କ ଗୁପ୍ତାଙ୍ଗ ଉପରେ ଜ୍ବଳନଶୀଳ ପଦାର୍ଥ ମଧ୍ୟ ପକାଇ ଦେଇଥିଲେ।
ପୋଲିସ ପତ୍ନୀ ଚାନ୍ଦିନୀଙ୍କୁ ଏବଂ ତାଙ୍କ ପ୍ରେମୀ ଡାକ୍ତର ବସୀମଙ୍କୁ ହେପାଜତରେ ନେଇ ଯାଇଛନ୍ତି ଏବଂ ସ୍ୱାମୀ ଶାଦାବ ଓ ତିନୋଟି ପିଲାଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଇ ଦେଇଛି। ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହିତ ଯାଞ୍ଚ କରୁଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।