ବନ୍ଧୁଗଣ ଆପଣ ଥଣ୍ଡା କାଶ ଓ କଫ ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଡରିବାର କୌଣସି ଆବଶ୍ୟକତା ନାହି | ଆମେ ଆପଣାକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା ଆପଣଙ୍କର ଏହି ସମସ୍ୟାକୁ ସାଙ୍ଗେ ସାଙ୍ଗ ଦୂର କରିଦେବ | ଥଣ୍ଡା ଯୋଗୁ ଯଦି ଆପଣଙ୍କର କାଶ ହେଉଥାଏ ତେବେ ଏହି ଉପଚାର ପ୍ରୟୋଗ ଦ୍ଵାରା ଆପଣାଙ୍କୁ କାଶ ହେବ ନାହି | ଏବଂ ଯଦି ଥଣ୍ଡା ଭଳି ସମସ୍ୟା ପାଇଁ ଆପଣଙ୍କ ଛାତିରେ କଫ ଜମି ଯାଇଛି ଏବଂ ଅଳ୍ପ ଅଳ୍ପ କଫ ପଡୁଛି ତେବେ ଏହି ଉପଚାର ଦ୍ଵାରା ଥଣ୍ଡା ଯୋଗୁ ଆପଣଙ୍କ ଶରୀରରେ ଜମି ରହିଥିବା କଫ ସମ୍ପୂର୍ଣ ଭାବେ ବାହାରକୁ ବାହାରି ଯିବ | ଏବେ ଆମେ ଜାଣିବା ଏହି ଉପଚାରକୁ କେମିତି ବନେଇବେ ଏବଂ ଏହାର ସେବନ କେମିତି କରିବେ |
ବନ୍ଧୁଗଣ ଏହାକୁ ବନେଇବା ପାଇଁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଅଦା | ଆପଣ 2 ଇଞ୍ଚ ଲମ୍ବର ଏକ ଅଦା ନିଅନ୍ତୁ |ଏହାକୁ ଭଲ ଭାବେ ଧୋଇଡଦିଅନ୍ତୁ ତାପରେ ଏହାର ରସ ବାହାର କରିନିଅନ୍ତୁ | ଆପଣ ଚାହିଲେ ଏହାକୁ ଛେଲି ଏହାର ରସ ବହର କରିପାରିବେ |
ଦିତୀୟ ସାମଗ୍ରୀ ଆମକୁ ଏଥିପାଇଁ ଆବଶ୍ୟକ କଳା ଲୁଣ | କଳା ଲୁଣ ବା ଯାହାକୁ ଆମେ ବିଟ ଲୁଣ ମଧ୍ୟ କହିଥାଉ | ବଜାରରେ ମିଳୁଥିବା ବିଟ ଲୁଣର ବ୍ୟବହାର ନକରି ଆପଣ ଏଥିରେ କଳା ଲୁଣ ଖଣ୍ଡର ପ୍ରୟୋଗ କରନ୍ତୁ | ଏହା ଆପଣାକୁ କୌଣସି ପୁଟୁଳି ବଣିଆ ଦୋକାନରୁ ବହୁ ସହଜରେ ମିଳିଯିବ | ବନ୍ଧୁଗଣ କଳା ଲୁଣ ଆପଣଙ୍କ କାଶକୁ ତୁରନ୍ତ ଶେଷ କରିଥାଏ | ଏବଂ ଅପନକ କଫକୁ ତରଳାଇ ବାହାର କରିବାରେ ସାହାଯ୍ୟ କରିଥାଏ | ଆପଣ ଅଳ୍ପ ମାତ୍ରାରେ କଳା ଲୁଣ ନେଇ ଏହାକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ | ବନ୍ଧୁଗଣ ଯଦି ଆପଣାକୁ ଖାଲି କାଶ ହେଉଛି ତେବେ ଆପଣ ଖଣ୍ଡେ କଳା ଲୁଣ ନେଇ ଚୁସୀ ଦିଅନ୍ତୁ ଦେଖିବେ ଆପଣଙ୍କ କାଶ ସାଙ୍ଗେ ସାଙ୍ଗ ଭଲ ହୋଇଯିବ | ଆପଣ କଳା ଲୁଣ ଗୁଣ୍ଡକୁ ଅଦା ରସରେ ମିଶାଇ ଦିଅନ୍ତୁ |
ତାପରେ ଆପଣ ତୃତୀୟ ବା ଶେଷ ସାମଗ୍ରୀ ଏକ ଚାମଚ ମହୁ ସେଥିରେ ମିଶାନ୍ତୁ | ତାପରେ ଏହି ସବୁ ମିଶ୍ରଣକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ | ବନ୍ଧୁଗଣ ଏହାକୁ ଆପଣ ସମସ୍ତେ ସେବନ କରିପାରିବେ | ଚଲାନ୍ତୁ ଜାଣିବା ଆପଣ ଏହାର ସେବନ କେମିତି କରିବେ | ଆପଣ ଯଦି କୌଣସି ଛୋଟ ପିଲାକୁ ଏହାର ସେବନ କରାଉଛନ୍ତି ତେବେ ଅଧା ଚାମଚ ସକାଳୁ ଦୁଇପ୍ରହର ଓ ସନ୍ଧ୍ୟା ସମୟରେ ଏହାର ସେବନ କରାନ୍ତୁ |
ଯଦି କେହି ବଡ ଲୋକ ଏହାର ସେବନ କରୁଛନ୍ତି ତେବେ ଆପଣ ଏହାର ପୁରା ଏକ ଚାମଚ ସେବନ କରନ୍ତୁ ସକାଳୁ ,ଦୁଇପ୍ରହର ଏବଂ ସନ୍ଧ୍ୟା ତିନି ଟାଇମ ଆପଣ ଏହାର ସେବନ କରନ୍ତୁ | ଏହାର ସେବନ କରିବା ଦ୍ଵାରା ଥଣ୍ଡା ,କାଶ ଓ କଫ ଯେତେ ବି ପୁରୁଣା ହେଇଥାଉ ତାହା ସାଙ୍ଗେ ସାଙ୍ଗ ଦୂର ହେଇଯିବ | ଅଧିକରୁ ଅଧିକ ଆପଣ ଏହାର 5 ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ |ଦେଖିବେ ଥଣ୍ଡା ,କାଶ ଓ କଫ ଭଳି ସମସ୍ୟାରୁ ଆପଣଙ୍କୁ ବହୁତ ଶୀଘ୍ର ଆରମ ମିଳିବ |