ସୁଶାନ୍ତଙ୍କ ଡ୍ରଗ୍ସ କେସରେ ବର୍ତ୍ତମାନ କ୍ରିକେଟ ଖେଳାଳି ଏବଂ ତାଙ୍କ ପତ୍ନୀ, ବିଶ୍ୱାସ କରିବା ଏବେ ମଧ୍ୟ କଷ୍ଟସାଧ୍

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଲଗାତର ଭାବରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ସୁଶାନ୍ତଙ୍କ କେସର ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲା ବର୍ତ୍ତମାନ ବଲିଉଡରୁ ଯାଇ ଭାରତୀୟ କ୍ରିକେଟ ଟିମ ପାଖରେ ପହଞ୍ଚି ଯାଇଛି। ଡ୍ରଗ୍ସ ମାମଲାରେ କେବଳ ବଲିଉଡ ତାରକା ନୁହନ୍ତି ବରଂ କ୍ରିକେଟ ଖେଳାଳି ଧୋନୀ, ବିରାଟ, ରୋହିତଙ୍କର ମଧ୍ୟ ମେଗାଏଣ୍ଟ୍ରି ହୋଇଛି ଏବଂ ଏମାନଙ୍କର ପତ୍ନୀମାନେ ଯେଉଁ ଖେଳ ଖେଳିଛନ୍ତି ତାହା ମଧ୍ୟ ସାମ୍ନାକୁ ଆସିଯାଇଛି। ଏକ ବହୁତ ବଡ଼ ଖୁଲାସା ଏକ ନ୍ୟାସନାଲ ଟିଭି ଟେଲିଭିଜନରେ ହୋଉଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସକୁ ନେଇ ହଙ୍ଗମା ସୃଷ୍ଟି ହୋଇଛି। ପ୍ରଥମେ ରିୟା ଚକ୍ରବର୍ତ୍ତୀ ଏହି ମାମଲାରେ ଅନେକ ନାମ କହିଥିବା ବେଳେ ବର୍ତ୍ତମାନ ଜୟା ଶାହା ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି ଏବଂ ଅନେକ ବଡ଼ ବଡ଼ ସେଲିବ୍ରେଟିଙ୍କ ନାମ କହିଛନ୍ତି। ବର୍ତ୍ତମାନ ଏହି ଡ୍ରଗ୍ସ ରାକେଟର କଂନେକ୍ସନ କ୍ରିକେଟ ଜଗତ ସହିତ ରହିଥିବାର ଜଣାପଡିଛି। ଏକ ବଡ଼ ନ୍ୟୁଜ ଚ୍ୟାନେଲ ଏହାକୁ ନେଇ ବହୁତ ବଡ଼ ଖୁଲାସା କରିଛି। ଯେଉଁଥିରେ ସର୍ଲିନ ଚୋପ୍ରା କ୍ରିକେଟ ଖେଳାଳିଙ୍କ ସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ଏହି ମାମଲାରେ ଘୋଷାଡି ଆଣିଛନ୍ତି।

 

ସର୍ଲିନଙ୍କ ମୁତାବକ, ସେ IPL ସମୟରେ KKRର ମ୍ୟାଚ ଦେଖିବା ପାଇଁ କୋଲକାତାର ଇଡେର୍ନ ଗାର୍ଡେନ ଷ୍ଟାଡିୟମକୁ ଯାଇଥିଲେ। ଶାହରୁଖ ଖାନଙ୍କ ଟିମ KKR ହୋଇଥିବାରୁ ଅଧିକାଂଶ ସମୟରେ KKR ମ୍ୟାଚ ଦେଖିବା ପାଇଁ ସେଲିବ୍ରେଟିମାନେ ଆସିଥାନ୍ତି। ତେବେ ସର୍ଲିନ କହିଛନ୍ତି ଯେ, ମ୍ୟାଚ ପରେ ସମସ୍ତ କ୍ରିକେଟ ଖେଳାଳି ପାର୍ଟି ପାଇଁ ପହଞ୍ଚିଯାଇଥିଲେ ଏବଂ ସମସ୍ତଙ୍କ ହାତରେ ଜାମ ଥିଲା, କ୍ରିକେଟ ତାରକାଙ୍କର ପତ୍ନୀମାନେ ମଧ୍ୟ ସେଠାରେ ଥିଲେ। ସର୍ଲିନଙ୍କର ସିଧାସଳଖ ଇଶାରା ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଥିଲା। କାରଣ ମ୍ୟାଚ KKR ଏବଂ CSK ମଧ୍ୟରେ ଥିଲା। ସେହି ମ୍ୟାଚ ପରେ ହିଁ ଏହି ପାର୍ଟି ଚାଲିଥିଲା।

ଆଗକୁ ସର୍ଲିନ କହିଥିଲେ ଯେ, ଏସବୁ ପରେ ସେ ୱାସରୁମକୁ ଯାଇଥିଲେ, ସେଠାରେ ପୂର୍ବରୁ ହିଁ କିଛି କ୍ରିକେଟ ତାରକାଙ୍କର ସ୍ତ୍ରୀ ଉପସ୍ଥିତ ଥିଲେ। ସାକ୍ଷୀ ଧୋନୀ ମଧ୍ୟ ସେଠାରେ ଥିଲେ। ସେମାନେ ସେଠାରେ ଧଳା ରଙ୍ଗର ପାଉଡର ନେଉଥିଲେ। ଏହି ଧଳା ପାଉଡର ଡ୍ରଗ୍ସ ଥିଲା। ତେବେ ଧୋନୀଙ୍କ ସହିତ ସୁଶାନ୍ତଙ୍କର କେତେ ଭଲ ସମ୍ପର୍କ ଥିଲା ତାହା ସମସ୍ତେ ଜାଣିଛନ୍ତି। ସର୍ଲିନ ତାହା କେଉଁ ସିଜିନ ଥିଲା କହିନଥିଲେ ମଧ୍ୟ କହିଛନ୍ତି ଯେ ସେହି ସିଜିନରେ ପୁଣିଥରେ ସେ ମୁମ୍ବାଇରେ ମ୍ୟାଚ ଦେଖିବାକୁ ଯାଇଥିଲେ। ସେଠାରେ ମଧ୍ୟ ସର୍ଲିନ ସେହୁ ସବୁକିଛି ଦେଖିଥିଲେ, କ୍ରିକେଟ ଖେଳାଳିଙ୍କର ପତ୍ନୀ ଯିଏ ନିଜେ ଜଣେ ବଲିଉଡ ତାରକା ସେ ମଧ୍ୟ ସେଥିରେ ଶାମିଲ ଥିଲେ। ଏଠାରେ ସର୍ଲିନ ଚୋପ୍ରା ସିଧାସଳଖ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କାଙ୍କ ଉପରେ ଆକ୍ଷେପ କରିଥିଲେ। ତେବେ ମୁମ୍ବାଇରେ ମ୍ୟାଚ ଥିଲା ଏହା ସାଧାରଣ କଥା ଯେ, ରୋହିତ ଶର୍ମା ଏବଂ ତାଙ୍କ ପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ମୁମ୍ବାଇ ପାର୍ଟିରେ ମଧ୍ୟ ଖେଳାଳି ପାର୍ଟି କରୁଥିବା ସମୟରେ ତାଙ୍କ ପତ୍ନୀମାନେ ଡ୍ରଗ୍ସ ଗ୍ରହଣ କରିଥିଲେ। ସର୍ଲିନ କହିଥିଲେ କ୍ରିକେଟ ଖେଳାଳିଙ୍କ ପତ୍ନୀଙ୍କ ମଧ୍ୟରେ ଏସବୁ ସାଧାରଣ ହୋଇଯାଇଛି। ସର୍ଲିନଙ୍କ କଥାରେ କେତେ ସତ୍ୟତା ରହିଛି ତାହା ଦାବି କରାଯାଇ ପାରିବ ନାହିଁ କିନ୍ତୁ ଏତିକି ସ୍ପଷ୍ଟ ରହିଛି ଯେ, କ୍ରିକେଟ ଖେଳାଳିମାନେ ଡ୍ରଗ୍ସ ନେଇ ପାରିବେ ନାହିଁ କାରଣ ଏପରି କଲେ ସେମାନେ ଡୋଭ ଟେଷ୍ଟରେ ଫସିଯିବେ।

ତେବେ ଜେଲ ସୂତ୍ର ମୁତାବକ, ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ଜେଲରେ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି | ସେ କେବଳ ଗୋଟିଏ ଜିଦ କରୁଛନ୍ତି ଏବଂ ସେହି ଜିଦକୁ ନେଇ ହଙ୍ଗାମା ସୃଷ୍ଟି କରି ଦେଇଛନ୍ତି | ୨୨ ସେପ୍ଟେମ୍ବରକୁ ରିୟା ଚକ୍ରବର୍ତ୍ତୀଙ୍କର ନ୍ୟାୟିକ ହୀରସତ ଶେଷ ହେଉଥିଲା ଏବଂ ସମସ୍ତଙ୍କର ନଜର ପୁଣିଥରେ ମୁମ୍ବାଇର ସେକ୍ସନ କୋର୍ଟ ଉପରେ ରହିଥିଲା| ତେବେ ଜେଲ ସୂତ୍ର ମୁତାବକ ଶୁଣାଣି ପୂର୍ବରୁ ହିଁ ରିୟା ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ| କାରଣ ଶୁଣାଣି ଭିଡିଓ କଣ କଁଫେରେନ୍ସ ମାଧ୍ୟମରେ ସ୍ଥିର କରିଦିଆଯାଇଥିଲା | ସବୁ ଓକିଲ ମାନେ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଯୋଡି ହେବାର ଥିଲା | ତେବେ ପୂର୍ବରୁ ହିଁ ରିୟା କୋର୍ଟରେ ହାଜର ହେବା ବାହାନାରେ ବାହାରକୁ ଯିବାକୁ ଚାହୁଁଥିଲେ| ସେ ପ୍ରଥମେ ଜିଦ ଧରିଥିଲେ ଯେ କୋର୍ଟକୁ ଯାଇ ସାଧାରଣ ଉପାୟରେ ଶୁଣାଣି କରାଯାଉ, କିନ୍ତୁ ରିୟାଙ୍କ କଥା ଶୁଣାଯାଇ ନଥିଲା ଏବଂ ଦ୍ୱିପ୍ରହର ୧୨ ଘଣ୍ଟା ସମୟରେ ଭିଡିଓ କନଫରେନ୍ସ ସାହାଯ୍ୟରେ ଶୁଣାଣି ଆରମ୍ଭ କରାଯାଇଥିଲା|

NCB ଦାବି କରିଥିଲା ଯେ ରିୟାଙ୍କୁ ପୁଣିଥରେ ଜେଲକୁ ପଠାଇଦିଆଯାଉ| କୋର୍ଟ ମଧ୍ୟ ଏହାକୁ ତୁରନ୍ତ ମାନି ନେଇଥିଲା ଏବଂ ପୁଣିଥରେ ରିୟାଙ୍କୁ ୧୪ ଦିନ ପାଇଁ ଜେଲ ପଠାଇବାକୁ ଆଦେଶ ଜାରି କରିଦେଇଥିଲେ| ତେବେ ଏହିସବୁ କିଛି ମାତ୍ର ୧୫ ମିନିଟ ଭିତରେ ହୋଇଯାଇଥିଲା| କିନ୍ତୁ ଏହାପରେ ଆଗାମୀ ଅଧା ଘଣ୍ଟା ପର୍ଯ୍ୟନ୍ତ ରିୟା ଚକ୍ରବର୍ତ୍ତୀ ହଙ୍ଗାମା କରି ଦେଇଥିଲେ| କୋର୍ଟର ଆଉଥରେ ଜେଲ ପଠାଇବାର ଆଦେଶ ଶୁଣିବା ମାତ୍ରେ ରିୟା ଚିତ୍କାର କରିବା ଆରମ୍ଭ କରିଦେଇଥିଲେ|

ଜେଲ ଅଧିକାରୀଙ୍କର କହିବା କଥା ଯେ, ରିୟା ଚକ୍ରବର୍ତ୍ତୀ ଦୁଇଦିନ ହେବ ଖାଇବା ପିଇବା ଛାଡି ଦେଇଛନ୍ତି | ରିୟାଙ୍କୁ ବାଇକୁଲା ଜେଲରେ ଭିନ୍ନ ଭାବରେ ରଖା ଯାଇଛି ଏବଂ ରିୟା ଖାଇବା ପାଇଁ ନିଜ ସେଲ ବାହାରକୁ ଆସୁନାହାନ୍ତି | ରିୟା ୨୧ ସେପ୍ଟେମ୍ବର ସନ୍ଧ୍ୟାରୁ ଖାଇବା ବନ୍ଦ କରି ଦେଇଛନ୍ତି, ଶେଷଥର ୨୧ ସେପ୍ଟେମ୍ବର ଦ୍ଵିପ୍ରହରରେ ମଧ୍ୟାହ୍ନ ଭୋଜନ କରିଥିଲେ | ମଧ୍ୟାହ୍ନ ଭୋଜନରେ ରିୟା ଗୋଟିଏ ରୋଟି, ତରକାରୀ ଏବଂ ଡାଲି ଖାଇଥିଲେ| ତାପରେ ସନ୍ଧ୍ୟାଠାରୁ ରିୟା ଭୋଜନ କରି ନାହାନ୍ତି | ୨୨ ସେପ୍ଟେମ୍ବର ସକାଳୁ ଜଳଖିଆ ଖାଇନଥିଲେ, ଦ୍ଵିପ୍ରହରରେ ମଧ୍ୟାହ୍ନ ଭୋଜନ ମଧ୍ୟ କରି ନଥିଲେ |

ଏଥିସହିତ ୨୨ ସେପ୍ଟେମ୍ବର ସନ୍ଧ୍ୟାରେ ମଧ୍ୟ କୌଣସି ଖାଦ୍ୟ ଗ୍ରହଣ କରି ନଥିଲେ| ଜେଲ ପ୍ରଶାସନ ରିୟାଙ୍କୁ ଖାଇବା ପାଇଁ ଦ୍ଵିତୀୟଥର ମଧ୍ୟ କହିଥିଲେ କିନ୍ତୁ ରିୟା ଖାଇବା ପାଇଁ ମନା କରିଦେଇଥିଲେ| ଏଠାରେ ଜେଲ କର୍ମଚାରୀ ଭାବିଥିଲେ ଯେ କୋର୍ଟର ନିଷ୍ପତ୍ତି କାରଣରୁ ରିୟା ଦୁଃଖରେ ଖାଇବାକୁ ଇଚ୍ଛା କରୁ ନାହାନ୍ତି ଏବଂ ଆସନ୍ତା ଦିନ ସବୁଠିକ ହୋଇଯିବ, କିନ୍ତୁ ତାପର ଦିନ ଠିକ ତାହାର ବିପରୀତ ହୋଇଥିଲା |

୨୩ ସେପ୍ଟେମ୍ବର ସକାଳୁ ମଧ୍ୟ ରିୟା କିଛି ଖାଇ ନଥିଲେ ତେବେ ଏହାକୁ ନେଇ ଜେଲରେ ହଙ୍ଗାମା ହୋଇଯାଇଥିଲା କାରଣ ଏଥର ରିୟା ଖାଇବା ଫେରାଇ ନଥିଲେ ସିଧା ଫୋପାଡ଼ି ଦେଇଥିଲେ | ରିୟା କହିଥିଲେ ଯେ, ସେ ସେପର୍ଯ୍ୟନ୍ତ ଖାଇବେ ନାହିଁ ଯେପର୍ଯ୍ୟନ୍ତ ତାଙ୍କର ଠିକ ଭାବରେ ଚିକିତ୍ସା କରାଯିବ ନାହିଁ | ଜେଲ ସୂତ୍ର ମୁତାବକ, ରିୟାଙ୍କୁ ସୁଶାନ୍ତଙ୍କ ସହିତ ରହିଥିବା ବେଳେ ଯେପରି ଏନଜାଇଟିକ ଆଟାକ ହେଉଥିଲା ସେହିପରି ବର୍ତ୍ତମାନ ହେବା ଆରମ୍ଭ ହୋଇଯାଇଛି | ଜେଲ ଭିତରେ ଏକ ଡାକ୍ତରଙ୍କୁ ଦେଖା ଯାଇଥିଲା କିନ୍ତୁ ରିୟା ତାଙ୍କ କଥା ମାନିବାକୁ ମନା କରିଦେଇଥିଲେ ଏବଂ ମୁମ୍ବାଇର ବଡ଼ ଡାକ୍ତରଙ୍କ ପାଖରେ ଚିକିତ୍ସା ପାଇଁ ଦାବି ରଖିଥିଲେ | ବର୍ତ୍ତମାନ ଚିକିତ୍ସା ପାଇଁ ବାହାରକୁ ଯିବାର ଜିଦ କରି ଖାଇବା ପିଇବା ଛାଡି ଦେଇଛନ୍ତି |

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *