ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ବଡ଼ ବଡ଼ ନାମ ଏକ୍ସପୋଜ ହେବାରେ ଲାଗିଛି| ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହା ପଚାରଉଚରା ସମୟରେ ଲଗାତାର ବଡ ଖୁଲାସା କରୁଛନ୍ତି| ଜୟା ଶାହାଙ୍କ ସହିତ ରିୟା ଚକ୍ରବର୍ତ୍ତୀଙ୍କର ମଧ୍ୟ ଘନିଷ୍ଠ ସମ୍ପର୍କ ରହିଥିଲା ଏବଂ ଜୟା ଶାହାଙ୍କ ଦ୍ୱାରା ମଧ୍ୟ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଇଥିଲେ ରିୟା|
ତୃତୀୟ ପର୍ଯ୍ୟାୟ ଯାବସହରାଉଚରା ସମୟରେ ଜୟା ଶାହା ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି| ଏନସିବି ସାମ୍ନାରେ ଜୟା ଶାହା ଏମିତି କିଛି ନାମ କହିଛନ୍ତି ଯାହାକୁ ଶୁଣିଲେ ବିଶ୍ୱାସ କରିବା ମଧ୍ୟ କଷ୍ଟକର ଲାଗୁଛି| ଏମିତିକି ମାମଲା କରୀନା କପୁର ଏବଂ ଐଶର୍ଯ୍ୟା ରାୟ ପର୍ଯ୍ୟନ୍ତ ପହଂଚୁ ଥିବାର ମଧ୍ୟ ନଜର ଆସୁଛି| ଡ୍ରଗ୍ସ ମାମଲାରେ ବଡ଼ ବଡ଼ ନାମ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଖବର ଆସୁଛି ଯେ, ଦୀପିକା ପାଦୁକୋନ ଦେଶ ଚଡି ଦେଇଛନ୍ତି| ସେ ଗୋଆରୁ ସିଧା ବିଦେଶ ଚାଲିଯାଇଥିବାର ଖବର ରହିଛି|
ଗୋଆରୁ ସବୁଠୁ ବଡ ଖବର ଆସୁଛି ଯେ ବଲିଉଡର ନାମିଦାମୀ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ଦେଶ ଛାଡି ବିଦେଶ ଚାଲିଯାଇଛନ୍ତି| ବାସ୍ତବରେ ସଗୁନ ବତ୍ରାଙ୍କର ଅନଟାଇଟଲ୍ଡ ଫିଲ୍ମର ଶୁଟିଂ ଗୋଆରେ କରୁଥିଲେ ଦୀପିକା ଏବଂ ତାଙ୍କ ସହିତ ସେହି କରିସ୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଯାହାଙ୍କ ଜରିଆରେ ଦୀପିକା ଡ୍ରଗ୍ସ ମଗାଇଥିଲେ| ତେବେ ୨୨ ସେପ୍ଟେମ୍ବର ରାତି ପର୍ଯ୍ୟନ୍ତ ଏହି ଶୁଟିଂ ଚାଲୁଥିଲା କିନ୍ତୁ ଅଚାନକ ୨୩ ସେପ୍ଟେମ୍ବର ସକାଳୁ ପେକଅପ କରିଦିଆ ଯାଇଥିଲା| ଦୀପିକା ପାଦୁକୋନ ସେହି କରିସ୍ମାଙ୍କ ସହିତ ବିଦେଶ ଫେରାର ହୋଇଯାଇଛନ୍ତି| ଦୀପିକା ଗୋଆରୁ ସିଧା ଲଣ୍ଡନ ଯାଇଛନ୍ତି| ଦୀପିକାଙ୍କୁ ନେଇ ଏନସିବି ପାଖରେ ପ୍ରମାଣ ରହିଥିଲା ଏବଂ ତାଙ୍କ ଗିରଫ ଧାର୍ଯ୍ୟ ଥିଲା| ସେଥିପାଇଁ ବୋଧହୁଏ ଦୀପିକା ବିଦେଶ ଫେରାର ହୋଇଯାଇଛନ୍ତି|
ଡ୍ରଗ୍ସ ମାମଲାରେ ଜୟା ଶାହା କରୀନା କପୁର ଏବଂ ଐଶ୍ୱର୍ଯ୍ୟା ରାୟଙ୍କର ମଧ୍ୟ ନାମ କହିଛନ୍ତି| ଏନସିବିର ତୃତୀୟ ପର୍ଯ୍ୟାୟ ପଚରାଉଚରାରେ ଜୟା ଶାହା ୪୦ ବର୍ଷର ଅଧିକ ବୟସର ଦୁଇଜଣ ଅଭିନେତ୍ରୀଙ୍କର ନାମ କହିଛନ୍ତି| ଏହି ଦୁଇଜଣ ଅଭିନେତ୍ରୀ ସେମାନଙ୍କ ସମୟର ଆଗଧାଡିର ଅଭିନେତ୍ରୀ ରହିଛନ୍ତି ଏବଂ ଏବେ ମଧ୍ୟ ସକ୍ରିୟ ରହିଛନ୍ତି|
ଏହି ଦୁଇଜଣଙ୍କର ନାମ କରୀନା କପୁର ଏବଂ ଐଶର୍ଯ୍ୟା ରାୟ ବୋଲି ମଧ୍ୟ କୁହାଯାଉଛି| ଏନସିବି ସୂତ୍ରରୁ ଜଣାପଡିଛି ଯେ, ଏହି ଦୁଇଜଣଙ୍କୁ ମଧ୍ୟ ଜୟା ଶାହା ଡ୍ରଗ୍ସ ବିତରଣ କରିଥିଲେ| ଏଥିସହିତ ରିୟା ଚକ୍ରବର୍ତ୍ତୀ ମଧ୍ୟ ୨୫ ଗୋଟି ନାମ କହିଥିଲେ| ତେବେ ବର୍ତ୍ତମାନ ବଲିଉଡରେ ଡ୍ରଗ୍ସ ମାମଲା ଗମ୍ଭୀର ହେଉଥିବା ବେଳେ ରିୟା ଚକ୍ରବର୍ତ୍ତୀଙ୍କୁ ଏବେ ଜାମିନ ମିଳିବା ପାଖାପାଖି ଅସମ୍ଭବ ଅଟେ| ରିୟାଙ୍କ ସମସ୍ୟା ଆହୁରି ବଢିଯାଇଛି ତାଙ୍କୁ ଆହୁରି ୧୪ ଦିନ ଜେଲରେ ରହିବାକୁ ପଡିବ|
ସୁଶାନ୍ତ ସିଂହ ରାଜପୁତ ନିଜ ଜୀବନର ଶେଷ ବର୍ଷର ଅଧିକତର ସମୟ ପାୱନା ସ୍ଥିତ ଫାର୍ମ ହାଉସରେ ବିତାଇଥିଲେ। ଏହି ଫାର୍ମ ହାଉସରେ ଅଧିକାଂଶ ସମୟରେ ପାର୍ଟି ଆୟୋଜନ କରାଯାଇଥିଲା। ସୁଶାନ୍ତଙ୍କ ଫାର୍ମ ହାଉସ ମ୍ୟାନେଜର ପବନ ଗୋଟିଏ ବଡ଼ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ଫାର୍ମ ହାଉସରେ ଅଧିକାଂଶ ସମୟରେ ପାର୍ଟି କରାଯାଉଥିଲା। ଜୁଲାଇ ୨୦୧୯ରେ ରିୟା ଏବଂ ଶୃତି ମୋଦୀଙ୍କର ଫାର୍ମ ହାଉସକୁ ଆସିବା ଆରମ୍ଭ ହୋଇଯାଇଥିଲା, ଜୁଲାଇ ୨୦୧୯ ପୂର୍ବରୁ ସୁଶାନ୍ତ କେବେ କେବେ ଫାର୍ମ ହାଉସକୁ ଆସୁଥିଲେ, କିନ୍ତୁ ତା’ପରେ ସୁଶାନ୍ତ ନିଜ ଟିମ ସହିତ ଫାର୍ମକୁ ଆସିବା ବଢି ଯାଇଥିଲା। ଏମିତିକି ପ୍ରତ୍ୟେକ ସପ୍ତାହରେ ଫାର୍ମ ହାଉସରେ ପାର୍ଟି ହେବା ଆରମ୍ଭ ହୋଇଯାଇଥିଲା।
ଆଗକୁ ପବନ କହିଲେ ଯେ, ରିୟାଙ୍କ ସହିତ ତାଙ୍କ ଭାଇ ଶୋବିକ ମଧ୍ୟ ଆସୁଥିଲେ ଏବଂ ପବନଙ୍କ ମୁତାବକ ସେ ସବୁବେଳେ ଶୋବିକଙ୍କୁ ନିଶା ଗ୍ରସ୍ତ ଅବସ୍ଥାରେ ହିଁ ଦେଖିଛନ୍ତି। ପବନ କହିଥିଲେ ଯେ, ଶୋବିକ ଡ୍ରଗ୍ସ ନିଶା ଅଧିକ ମାତ୍ରାରେ କରୁଥିଲେ। ପବନଙ୍କ ମୁତାବକ ଫାର୍ମ ହାଉସରେ ରିୟାଙ୍କ ସମସ୍ତ ଖର୍ଚ୍ଚ ସୁଶାନ୍ତଙ୍କ ଟଙ୍କାରେ ହେଉଥିଲା। ଫାର୍ମ ହାଉସକୁ ମେକଅପ ଆର୍ଟିସ୍ଟ, ଡିଜାଇନର, ଷ୍ଟାଇଲିଷ୍ଟ ମଧ୍ୟ ଆସୁଥିଲେ ଏବଂ ଏସବୁର ଖର୍ଚ୍ଚ ସୁଶାନ୍ତ କରୁଥିଲେ।
ପବନ କହିଥିଲେ ଯେ, ସୁଶାନ୍ତଙ୍କ CA ରଜତ ମେୱାତୀ ଥରେ ରିୟାଙ୍କ ଅତ୍ୟଧିକ ଖର୍ଚ୍ଚ ବିଷୟରେ ସୁଶାନ୍ତଙ୍କୁ କହିଥିଲେ ଏବଂ ତା’ପରେ ଫାର୍ମ ହାଉସରେ ହିଁ ରିୟାଙ୍କ ଉପରେ ରାଗି ଯାଇଥିଲେ ସୁଶାନ୍ତ। ସୁଶାନ୍ତ ବହୁତ ଅଧିକ କ୍ରୋଧିତ ରହିଲେ ଏବଂ ରିୟାଙ୍କ ସହିତ ଖର୍ଚ୍ଚକୁ ନେଇ ପ୍ରଶ୍ନ ମଧ୍ୟ କରିଥିଲେ। ଏହି ସମୟରେ ରିୟା ତାଙ୍କ ଭାଇ ଶୋବିକଙ୍କୁ ପାଣି ଆଣିବା ପାଇଁ ପଠାଇଥିଲେ। ଶୋବିକ ସେହି ପାଣିରେ କିଛି ମିଶାଇ ଆଣିଥିଲେ। ସୁଶାନ୍ତଙ୍କୁ ପାଣି ସହିତ ରିୟା ଡ୍ରଗ୍ସ ଦେଇଥିଲେ। କେବଳ ଏତିକି ନୁହେଁ ଏହାପରେ ମଧ୍ୟ ଯେତେବେଳେ ସୁଶାନ୍ତ ଶାନ୍ତ ହେଉ ନଥିଲେ ସେତେବେଳେ ରିୟା, ଶୋବିକ ଏବଂ ସୃତି ମୋଦୀ ସୁଶାନ୍ତଙ୍କୁ ଡ୍ରଗ୍ସର ଆଉ ଏକ ଡୋଜ ଦେଇଥିଲେ ଏବଂ ଏହା ଓଭର ଡୋଜ ଥିଲା।
ପବନ କହିଲେ ଯେ ଏହାପରେ ଏହି ତିନିଜଣ ସୁଶାନ୍ତଙ୍କ ସହିତ ଜବରଦସ୍ତି କରିବା ସହିତ ମାରପିଟ ମଧ୍ୟ କରିଥିଲେ ଏବଂ ସେତେବେଳକୁ ସୁଶାନ୍ତଙ୍କ ଉପରେ ଡ୍ରଗ୍ସର ପ୍ରଭାବ ହୋଇ ସାରିଥିଲା। ତେବେ ଏସବୁକିଛି ମାତ୍ର ୨୫ ମିନିଟ ଭିତରେ ହୋଇଯାଇଥିଲା। ପବନ ଏହା ମଧ୍ୟ କହିଲେ ଯେ, ରିୟାଙ୍କ ସହିତ ତାଙ୍କ ପରିବାର ମଧ୍ୟ ଅନେକଥର ଫାର୍ମ ହାଉସକୁ ପାର୍ଟି ପାଇଁ ଆସୁଥିଲେ, ଏବଂ ତାଙ୍କ ପରିବାରକୁ ଏହାଦ୍ବାରା କୌଣସି ଫରକ୍ ପଡୁ ନଥିଲା। ଏମିତିକି ଉଭୟ ଭାଇ ଭଉଣୀ ଶୋବିକ ଏବଂ ରିୟା ନିଜର ମାତାପିତାଙ୍କ ସାମ୍ନାରେ ମଧ୍ୟ ନିଶା କରୁଥିଲେ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।