ମଧୁମେହ ହେଲେ ଶରୀରରେ ଦେଖାଯାଏ ପାଞ୍ଚ ଗୋଟି ପରିବର୍ତ୍ତନ, ଅଣଦେଖା କରନ୍ତୁ ନାହିଁ ଏହି ଲକ୍ଷଣ

ମଧୁମେହ ଦ୍ୱାରା ଦୁନିଆର ୪୨ କୋଟିରୁ ଅଧିକ ଲୋକ ଗ୍ରସ୍ତ ଅଛନ୍ତି | ଏହି ରୋଗକୁ ବହୁତ ଘାତକ ଭାବରେ ଗ୍ରହଣ କରାଯାଇଥାଏ, ଏହାର କୌଣସି ମଧ୍ୟ ଚିକିତ୍ସା ନାହିଁ | ଅର୍ଥାତ ପୁରା ଜୀବନ ଏହି ରୋଗ ସହିତ ବଞ୍ଚିବାକୁ ପଡିଥାଏ | ଏଥିପାଇଁ ବହୁତ ହିଁ ଆବଶ୍ୟକ ରହିଛି ଯେ ଆପଣ ଡାଇବେଟିସର କବଳରେ ନଆସନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ |

କେମିତି ହୋଇଥାଏ ମଧୁମେହ?

ମଧୁମେହ ହେବାର ମୁଖ୍ୟ କାରଣ ଅଧିକ ମିଠା ଖାଇବା ହୋଇଥାଏ | ଯେଉଁ ଲୋକମାନେ ଅଧିକ ମିଠା ଖାଇଥାନ୍ତି ସେ ଲୋକଙ୍କୁ ମଧୁମେହ ହୋଇଯାଇଥାଏ | ସାଧାରତଃ ୩୦ ବର୍ଷ ବୟସ ପରେ ରୋଗ ଗ୍ରସ୍ତ ହେବାର ବିପଦ ଅଧିକ ବଢ଼ିଯାଇଥାଏ | ତେବେ ଆଜିକାଲି ପିଲାମାନଙ୍କ ଠାରେ ମଧ୍ୟ ଏହି ରୋଗ ବହୁତ ପରିମାଣରେ ଦେଖିବାକୁ ମିଳୁଛି |

କଣ ଅଟେ ଏହାର ଚିକିତ୍ସା?

ଡାଇବେଟିସର କୌଣସି ମଧ୍ୟ ଚିକିତ୍ସା ନାହିଁ| ଥରେ ଡାଇବେଟିସ ହେଲେ ରୋଗୀଙ୍କୁ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ ଏବଂ ମିଠା ଜିନିଷର ସେବନ ବନ୍ଦ କରିବାକୁ ପଡିଥାଏ| ଏଥିସହିତ ପ୍ରତ୍ୟେକଦିନ ଔଷଧର ସେବନ ମଧ୍ୟ କରିବାକୁ ପଡିଥାଏ| ଅଧିକ ଡାଇବେଟିସ ହେଲେ ଟୀକା ମଧ୍ୟ ନେବାକୁ ପଡିଥାଏ|

ହୋଇଯାଇଥାଏ ଆହୁରି ଅନେକ ରୋଗ:

ଡାଇବେଟିସ ହେବା କାରଣରୁ ଅନ୍ୟ ପ୍ରକାରର ରୋଗ ହେବାର ମଧ୍ୟ ବିପଦ ବଢ଼ିଯାଇଥାଏ | ଯଦି ଏହାକୁ ନିୟନ୍ତ୍ରଣ କରି ରଖା ନଯାଏ ତେବେ ତ୍ୱଚା, ଆଖି, ମସ୍ତିଷ୍କ ଆଦି ସମସ୍ୟାର ସାମ୍ନା କରିବାକୁ ପଡିଥାଏ | ଡାଇବେଟିସ ହେବାରୁ ଅନେକଥର ଲୋକଙ୍କୁ ସଠିକ ସମୟରେ ଏବିଷୟରେ ଜଣାପଡ଼ିନଥାଏ | ଯେଉଁ କାରଣରୁ ତାଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ ଖରାପ ହୋଇଯାଇଥାଏ |ଆଜି ଆମେ ଆପଣଙ୍କୁ ଡାଇବେଟିସ ହେବା ପୂର୍ବରୁ କଣ ଲକ୍ଷଣ ଦେଖିବାକୁ ମିଳିଥାଏ ଏବଂ କିପରି ଏହାକୁ ନିୟନ୍ତ୍ରଣ ରଖାଯାଇ ପାରିବ ସେବିଷୟରେ କହିବାକୁ ଯାଉଛୁ |

ଡାଇବେଟିସ ହେଲେ ଦେଖାଯାଇଥାଏ ଏହି ଲକ୍ଷଣ-
ବହୁତ ଅଧିକ ଶୋଷ ଲାଗିବା:

ଅଚାନକ ଭାବରେ ଅଧିକ ଶୋଷ ଲାଗିବାର ମାତ୍ରା ବଢିଯିବା ଏବଂ ବାରମ୍ବାର ପାଣି ପିଇବା ଡାଇବେଟିସର ଲକ୍ଷଣ ବୋଲି କୁହାଯାଇଥାଏ | ବାରମ୍ବାର ପାଣି ପିଇଲେ ଲଗାତାର ଭାବରେ ପରିସ୍ରା ମଧ୍ୟ ଯିବାକୁ ପଡିଥାଏ | ଏଥିପାଇଁ ଆପଣଙ୍କୁ ଯଦି ଅଧିକ ଶୋଷ ଲାଗିଥାଏ ଏବଂ ବହୁତ ପରିସ୍ରା ଲାଗେ ତେବେ ନିଜର ଡାଇବେଟିସ ଯାଞ୍ଚ କରାଇ ନିଅନ୍ତୁ| କାରଣ ଏହା ଟାଇପ-୨ ଡାଇବେଟିସର ଲକ୍ଷଣ ହୋଇପାରେ |

ଲାଗିଥିବା କ୍ଷତ ଠିକ ନହେବା:

ଉଁ ଲୋମାନଙ୍କୁ ଡାଇବେଟିସ ହୋଇଥାଏ ତାଙ୍କର କ୍ଷତ ସହଜରେ ଥିଲା ହୋଇ ନଥାଏ | ବାସ୍ତବରେ ଏହି ରୋଗ ହେଲେ ଘା’ର କ୍ଷତ ଶୀଘ୍ର ଠିକ ହୋଇ ନଥାଏ | ଏଥିପାଇଁ ଆଘାତ ଲାଗିଲେ ଯଦି ତାହା ଠିକ ହୋଇ ନଥାଏ ତେବେ ଡାକ୍ତରଙ୍କୁ ଦେଖାଇ ନିଜର ଡାଇବେଟିସ ଯାଞ୍ଚ ନିଶ୍ଚିନ୍ତ ଭାବରେ କରାଇ ନିଅନ୍ତୁ |

ଝିମଝିମ ଅନୁଭୂତ ହେବା:

ହାତ ଏବଂ ପାଦରେ ଅଧିକ ଝିମଝିମ ହେବା ମଧ୍ୟ ଡାଇବେଟିସର ଲକ୍ଷଣ ହୋଇଥାଏ | ଯଦି କୌଣସି ବ୍ୟକ୍ତିଙ୍କର ହାତ କିମ୍ବା ପାଦରେ ବାରମ୍ବାର ଝିମଝିମ ଅନୁଭୂତ ହେଉଛି ତେବେ ଏହା ଡାଇବେଟିସର ସଂକେତ ହୋଇପାରେ |

ଓଜନ କମିବା:

ଅଚାନକ ଭାବରେ ଓଜନ କମ ହୋଇଯିବା ମଧ୍ୟ ଡାଇବେଟିସ ହେବାର ଲକ୍ଷଣ ହୋଇଥାଏ | ଏଥିପାଇଁ ଓଜନ କାମ ହେଲେ ତାହାକୁ ନଦେଖା କରନ୍ତୁ ନାହିଁ ଏବଂ ଡାଇବେଟିସର ଯାଞ୍ଚ କରାଇ ନିଅନ୍ତୁ |

ଆଖିକୁ ଅସ୍ପଷ୍ଟ ଦେଖାଯିବା:

ଡାଇବେଟିସ କାରଣରୁ ଆଖି ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡିଥାଏ ଏବଂ ଅନେକ ସମୟରେ ଅସ୍ପଷ୍ଟ ଦେଖାଯାଇଥାଏ | ଯଦିଆପଣଙ୍କର ଆଖି ସାମ୍ନାରେ କଲା ରଙ୍ଗର ଝାପ୍ସା ଝାପ୍ସା ଦେଖଉଥାଏ ତେବେ ଆପଣ ଥରେ ନିଜର ଡାଇବେଟିସ ପରୀକ୍ଷଣ କରାଇ ନିଅନ୍ତୁ |

ଡାଇବେଟିସ ନିୟନ୍ତ୍ରଣ କରିବାର ଉପାୟ:

* ଡାଇବେଟିସ ହେଲେ ଏହାଉପରେ ସହଜରେ ନିୟନ୍ତ୍ରଣ ରଖାଯାଇ ପାରିବ | ଡାଇବେଟିସକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ମିଠା ଖାଇବା ବନ୍ଦ କରି ଦିଅନ୍ତୁ | * ମଝିରେ ମଝିରେ ଯଥା ସମୟରେ ଡାଇବେଟିସ ଯାଞ୍ଚ କରାଇ ନିଅନନ୍ତୁ ଏବଂ ଡାକ୍ତରଙ୍କ ଦ୍ୱାରା କୁହାଯାଇଥିବା ଔଷଧ ସେବନ କରିବା ଛାଡ଼ନ୍ତୁ ନାହିଁ | * ନିମ ପତ୍ର ଖାଇବା ଦ୍ୱାରା ଶରୀରରେ ସୁଗାରର ସ୍ତର ସଠିକ ରହିଥାଏ | ଏଥିପାଇଁ ପ୍ରତ୍ୟେକ ଦିନ ତିନୋଟିରୁ ପାଞ୍ଚୋଟି ନିମ୍ବ ପତ୍ର ସେବନ କରନ୍ତୁ | * ମଧୁମେହ ହେଲେ ସବୁଜ ପନିପରିବାର ସେବନ ଅଧିକ ମାତ୍ରାରେ କାରଙ୍କୁ ଏବଂ ପ୍ରତ୍ୟେକ ଦିନ ଦଳି ଖାଆନ୍ତୁ | * ଯୋଗ କରନ୍ତୁ ଅଥବା ପ୍ରତ୍ୟେକ ଦିନ ପାର୍କ ଯାଇ ଅତିକମରେ ୨ କିଲୋମିଟର ଚାଲନ୍ତୁ |

କଦାପି କରନ୍ତୁ ନାହିଁ ଏପରି ଭୁଲ:

ମଧୁମେହ ହେବା ପରେ ଅନେକ ଲୋକ କିଛିଦିନ ପର୍ଯ୍ୟନ୍ତ ମିଠା ଖାଇବା ବାଣ୍ଡ କରିଦେଇଥାନ୍ତି, କିନ୍ତୁ ଯେମିତି ହିଁ ସୁଗାରର ସ୍ତର ଠିକ ହେବାକୁ ଲାଗିଯାଏ ସେମିତି ପୁଣିଥରେ ମିଠା ଖାଇବା ଆରମ୍ଭ କରିଦେଇଥାନ୍ତି | ଯାହା ସମ୍ପୂର୍ଣ ଭୁଲ ଅଟେ | କାରଣ ମଧୁମେହ ଏପରି ଏକ ରୋଗ ଯାହା ଥରେ ଆକ୍ରାନ୍ତ କଲେ ଜୀବନ ସାରା ମଣିଷ ସହିତ ରହିଥାଏ | ଏହି କାରଣରୁ ସୁଗାରର ସ୍ତର କାମ ହେବା ପରେ ମଧ୍ୟ ଆପଣ ମିଠା ସେବନ ଠାରୁ ଦୁରେଇ ରୁହନ୍ତୁ |

ତେବେ ମଝିରେ ମଝିରେ ନିଜର ଯାଞ୍ଚ କରାଇ ନେବା ଆବଶ୍ୟକ ହୋଇଥାଏ | ମଧୁମେହ ହେଲେ ପ୍ରତ୍ୟେକ ୩ ସପ୍ତାହ ମଧ୍ୟରେ ନିଜର ଡାଇବେଟିସ ପରୀକ୍ଷଣ କରାଇ ନିଅନ୍ତୁ | ଅନେକ ଲୋକ ମଧୁମେହ ହେବା ପରେ ପରୀକ୍ଷଣ କରନ୍ତି ନାହିଁ| ଯାହା ସମ୍ପୂର୍ଣ ଭୁଲ ଅଟେ |

Leave a Reply

Your email address will not be published. Required fields are marked *