ଡ୍ରଗ୍ସ ମାମଲାରେ ଫସିଲେ ଟେଲିଭିଜନ ତାରକା ସନମ-ଅବିଗେଲ, ଡ୍ୟାନ୍ସ ରିୟାଲିଟି ଶୋ’ରୁ ହୋଇଥିଲେ ଲୋକପ୍ରିୟ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଡ୍ରଗ୍ସର ତଥ୍ୟ ସାମ୍ନାକୁ ଆସିବା ପରେ ଜଣଙ୍କ ପରେ ଜଣେ ତାରକାଙ୍କର ଡ୍ରଗ୍ସକୁ ନେଇ ରହସ୍ୟ ଖୋଲିବାରେ ଲାଗିଛି | ଏହି ତାଲିକାରେ ବଲିଉଡର ଅନେକ ବଡ଼ ନାମ ଶାମିଲ ରହିଛି | ଏଥିମଧ୍ୟରେ ଟେଲିଭିଜନ ଅଭିନେତ୍ରୀ ଅବିଗେଲ ପାଣ୍ଡେ ଏବଂ ଡ୍ୟାନ୍ସର ସନମ ଜୋହରଙ୍କୁ ଏନସିବି ପଚରାଉଚରା ପାଇଁ ଡ଼କାଇଛି |

ଖବର ରହିଛି ଯେ, ଏନସିବିକୁ ଅବିଗେଲ ଏବଂ ସନମଙ୍କ ବିରୋଧରେ ପକ୍କା ପ୍ରମାଣ ମିଳିଥିଲା | ସକାଳ ସମୟରେ ଏନସିବିର ଏକ ଦଳ ଉଭୟଙ୍କ ଘର ଉପରେ ରେଡ କରିଥିଲେ, ଆସନ୍ତୁ ଜାଣିବା କିଏ ଅଟନ୍ତି ଏହି ଦୁଇଜଣ |

ଅବିଗେଲ ଏବଂ ସନମ ନଚ ବଲିୟେ ୮ରେ ଗୋଟିଏ ଯୋଡି ଭାବରେ ନଜର ଆସିଥିଲେ | ଦୁଇଜଣ ଶୋ’ର ପ୍ରଥମ ରନର୍ସଅପ ଥିଲେ| ଶୋ’ରେ ଉଭୟଙ୍କର କେମେଷ୍ଟ୍ରି ପ୍ରଶଂସକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା | ଅବିଗେଲ ଏବଂ ସନମ ଦୀର୍ଘ ସମୟରୁ ସମ୍ପର୍କରେ ଅଛନ୍ତି |

ତାଙ୍କ ଇନଷ୍ଟାଗ୍ରାମ ଏହି କଥାର ପ୍ରମାଣ ଯେ, ଉଭୟଙ୍କର ସମ୍ପର୍କ ବହୁତ ଭଲ ରହି ଆସିଛି | ତାଙ୍କ ମଧ୍ୟରେ ଥିବା ବଡିଙ୍ଗ ପ୍ରଶଂସକମାନେ ବହୁତ ପସନ୍ଦ କରିଥାନ୍ତି| ଉଭୟ ବିବାହ କରିବାର ଯୋଜନା ମଧ୍ୟ କରୁଥିଲେ |

ସନମ ଜୋହରଙ୍କୁ ତାଙ୍କ ନୃତ୍ୟ ପାଇଁ ସମସ୍ତେ ଜାଣନ୍ତି | ସନମ ଜୋହର ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ନିଜର ଡ୍ୟାନ୍ସ ମାଧ୍ୟମରେ ପ୍ରଶଂସକନ୍କ ହୃଦୟ ଜିତିଥିଲେ | ଏହାପରେ ସେ ଅନେକ ଶୋ’ରେ କୋରିୟୋଗ୍ରାଫି ମଧ୍ୟ କରି ସାରିଛନ୍ତି |

ନଚ ବଲିଏ ୯ରେ ସନମ ଜୋହର ମଧୁରିମା ତୁଲୀ ଏଏବଂ ଆଦିତ୍ୟ ବିଶାଲ ସିଂହଙ୍କୁ କୋରିୟୋଗ୍ରାଫ କରିଥିଲେ |ସେହିପରି ଅବିଗେଲ ପାଣ୍ଡେଙ୍କ କଥା କହିବାକୁ ଗଲେ ତାଙ୍କୁ ଶୋ’ ହମସେ ହେ ଲାଇଫ ପାଇଁ ଜଣାଯାଇଥାଏ | ଏହି ଶୋ’ରୁ ତାଙ୍କୁ ପରିଚୟ ମିଳିଥିଲା | ଏହାଛଡା ସେ କ୍ୟା ଦିଲ ମେ ହେ ଏବଂ ଜିନ୍ଦେଗି ବିନ୍ସ ରେ ନଜର ଆସିଥିଲେ |

ଅବିଗେଲ ପାଣ୍ଡେ ମୁମ୍ବାଇର ବାସିନ୍ଦା ଅଟନ୍ତି | ସେ ଡ୍ୟାନ୍ସ ରିୟାଲିଟି ଶୋ’ କୌନ ଜିତେଗା ବଲିଉଡ କା ଟିକେଟ ଏବଂ ନଚଲେ ୱେ ସରୋଜ ଖାନରେ ମଧ୍ୟ ନଜର ଆସିଥିଲେ | ଅବିଗେଲଙ୍କ ଡ୍ୟାନ୍ସ ମଧ୍ୟ ପ୍ରଶଂସକ ବହୁତ ପସନ୍ଦ କରିଥାନ୍ତି |

୨୦୧୬ରେ ଅବିଗେଲ ସୌଭାଗ୍ୟ ଲକ୍ଷ୍ମୀ, ୨୦୧୮ରେ ସିଲସିଲା ବଦଲତେ ରିସ୍ତୋ କା ଏବଂ ୨୦୧୯ରେ ଶକ୍ତି: ଅସ୍ତିତ୍ୱ କେ ଏହେସାସ ରେ ନଜର ଆସିଥିଲେ | ସେ ସାବଧାନ ଇଣ୍ଡିଆରେ ମଧ୍ୟ ଅନେକଥର ଅଭିନୟ କରିଥିବାର ନଜର ଆସି ସାରିଛନ୍ତି |

Leave a Reply

Your email address will not be published. Required fields are marked *