ଗୋଲୁ ମୋଲୁ “ଗଙ୍ଗୁବାଈ” ଏବେ ହୋଇଯାଇଛନ୍ତି ସ୍ଲିମ-ଟ୍ରିମ, ଫୋଟୋ ଦେଖିଲେ କରିପାରିବେ ନାହିଁ ବିଶ୍ୱାସ

ନିକଟରେ ହିଁ ବିଗ ବସ ଫେମ ଶହନାଜ ଗିଲ(Shehnaaz Gill) ୬ ମାସରେ ୧୨ କିଲୋ ଓଜନ କାମ କରିବାକୁ ନେଇ ଚର୍ଚ୍ଚାରେ ରହିଥିଲେ| ଏହି ଧାରାରେ ଟେଲିଭିଜନର ଶିଶୁ କଳାକାର ଗଙ୍ଗୁବାଈ ଓରଫ ସନୋଳି ଡେନି (Saloni Daini) ମଧ୍ୟ ନିଜର ପରିବର୍ତ୍ତନ ଦ୍ୱାରା ଲୋକଙ୍କର ହୋଶ ଉଡାଇ ଦେଇଛନ୍ତି|

ସଲୋନୀ ୩ ବର୍ଷର ଥିଲେ ସେତେବେଳ ଠାରୁ ଅଭିନୟ କରି ଆସୁଛନ୍ତି| ବର୍ତ୍ତମାନ ସେ ୧୯ ବର୍ଷର ହୋଇସାରିଲେଣି| ତାଙ୍କର “କମେଡି ସର୍କସ ମହାସଂଗମ”ରେ ଗଙ୍ଗୁବାଈ ଭୂମିକା ଲୋକଙ୍କୁ ଆଜି ପର୍ଯ୍ୟନ୍ତ ମାନେ ରହିଛି| ଏଥିରେ ସେ ନିଜର ଜବରଦସ୍ତ କମିକ୍ସ ଟାଇମିଙ୍ଗ ଦ୍ୱାରା ସମସ୍ତଙ୍କୁ ବହୁତ ହସିଥିଲେ|

ସଲୋନୀ ପ୍ରଥମେ ବହୁତ ମୋଟି ଥିଲେ କିନ୍ତୁଇ ବର୍ତ୍ତମାନ ସେ ମାତ୍ର କିଛି ମାସ ମଧ୍ୟରେ ୮ରୁ ୧୦ କିଲୋ ଓଜନ କମ କରାଇ ନେଇଛନ୍ତି| ତାଙ୍କର ଏହି ଦମଦାର ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି| ନିଜର ଏହି ନୂତନ ସ୍ଲିମ ଅବତାରରେ ସଲୋନୀ ବହୁତ ସୁନ୍ଦର ଲାଗୁଛନ୍ତି| ପ୍ରଶଂସକ ତାଙ୍କର ନୂତନ ଲୁକର ବହୁତ ପ୍ରସଂଶା କରୁଛନ୍ତି|

ସଲୋନୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରହିଥାନ୍ତି| ନିକଟରେ ହିଁ ସେ ଏକ ଜନ୍ମଦିନ ପାର୍ଟିର କିଛି ଫୋଟୋ ସେୟାର କରିଥିଲେ| ଏହି ଫୋଟୋ ଗୁଡିକରେ ସେ ବହୁତ ସୁନ୍ଦର ଲାଗୁଥିଲେ| ଏଥିରେ ତାଙ୍କ ଫିଗର ମଧ୍ୟ ଫିଟ ହୋଇଯାଇଥିଲା| ବର୍ତ୍ତମାନ ସଲୋନୀଙ୍କ ପ୍ରଶଂସକ ତାଙ୍କର ଏହି ନୂତନ ଅବତାରକୁ ଦେଖି ଆଶ୍ଚର୍ଯ୍ୟ ଚକିତ ରହିଯାଇଛନ୍ତି|

ସୂଚନାଯୋଗ୍ୟ ଯେ,”କମେଡି ସର୍କସ ମହାସଂଗମ”ରେ ଗଙ୍ଗୁବାଈର ନହୁମିକାରେ ଅଭିନୟ କରିବା ପରେ ବହୁତ ସମୟ ପର୍ଯ୍ୟନ୍ତ ଟେଲିଭିଜନ ଦୁନିଆରୁ ଗାୟବ ରହିଥିଲେ ସଲୋନୀ| ଓଉନି ସେ “ୟେ ଜାଦୁ ହେ ଜିନ୍ନ କା”ରେ ଫେରିଥିଲେ| ଏହାପରେ ୨୦୧୬ରେ ସେ “ବଡେ ଭେୟା କି ଦୁଲହନୀଆ”ରେ ମଧ୍ୟ ନଜର ଆସିଥିଲେ|

https://www.instagram.com/p/CFcD-8TDcFc/?utm_source=ig_web_copy_link

ଟେଲିଭିଜନକୁ ଛାଡିଦେଲେ ସେ “ନୋ ପ୍ରବ୍ଲେମ” ପରି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସି ସାରିଛନ୍ତି| ସେ ମରାଠୀ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଛନ୍ତ|

https://www.instagram.com/p/CFZynC4DwoM/?utm_source=ig_web_copy_link

ସଲୋନୀ କମ ବୟସରୁ ହିଁ କମେଡି କରିବାରେ ଉସ୍ତାଦ ଥିଲେ| ଅର୍ଣ୍ଣବ ଗୋସ୍ୱାମୀଙ୍କ ଠାରୁ ଆରମ୍ଭ କରି କାଜଲ ଏବଂ ସୋନମ କପୁର ପର୍ଯ୍ୟନ୍ତ ସମସ୍ତଙ୍କର ମିମିକ୍ରି କରିଛନ୍ତି| ଏତେ କମ ବୟସରୁ ଏତେ ପ୍ରତିଭାଶାଳୀ ହୋଇଥିବାରୁ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲେ|

View this post on Instagram

Baap pe jana nahi

A post shared by Saloni (@salonidaini_) on

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *