ସିବିଆଇକୁ ମିଳିଲା କ୍ଲୁ, ମିଳିଯାଇଛି କାରଣ ଏବଂ ହତିଆର, ଖୋଲିଲା ପୁରା କେସ।

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବହୁତ ବଡ଼ ଖୁଲାସା ସାମ୍ନାକୁ ଆସିଛି କାରଣ ଆଜି ପର୍ଯ୍ୟନ୍ତ ବହୁତ ଦିଗରୁ ତଦନ୍ତ ଚାଲିଥିଲା। ତେବେ ସିବିଆଇକୁ ବହୁତ ବଡ଼ ସୁରାଗ ମିଳି ଯାଇଛି। ମୁମ୍ବାଇରୁ ଦିଲ୍ଲୀ ଚାଲିଯାଇଥିବା ସିବିଆଇ ଟିମ ବର୍ତ୍ତମାନ ପୁଣିଥରେ ମୁମ୍ବାଇ ଫେରି ଆସିଛି। ସୁଶାନ୍ତଙ୍କୁ ହତ୍ୟା କରାଯିବା ସହିତ ଏହା ପଛରେ ଥିବା ଉଦ୍ଦେଶ୍ୟ ଏବଂ ହତ୍ୟା ପାଇଁ ବ୍ୟବହୃତ ଉପକରଣ ମଧ୍ୟ ସ୍ପଷ୍ଟ ହୋଇଯାଇଛି। ଯାହାପରେ ସିବିଆଇ ଏହି ନିଷ୍ପତ୍ତିରେ ପହଞ୍ଚିଛି ଯେ ୬ ଦିନ ପୂର୍ବରୁ ହିଁ ସୁଶାନ୍ତଙ୍କୁ ନେଇ ଯୋଜନା କରାଯାଇଥିଲା। କାରଣ ସୁଶାନ୍ତ ଏହି ଅବସରରେ ହିଁ ଆପତ୍ତକାଳୀନ ଅର୍ଥାତ SOS କଲ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ପାଖରେ ଆଉ ମାତ୍ର କିଛି ଦିନ ରହିଛି। ମୁଁ ବଞ୍ଚିବି ନାହିଁ ମୋତେ ବଞ୍ଚାଇ ନିଅ।

ମୁମ୍ବାଇରେ ବହୁତ ଦିନ ତଦନ୍ତ କରିବା ପରେ ମଧ୍ୟ ସିବିଆଇ ଟିମ ଶେଷ ନିଷ୍ପତ୍ତି କରିପାରୁ ନଥିଲା। କାରଣ ସୁଶାନ୍ତଙ୍କୁ ମାରିଥିବା ଲୋକ ଏତେ ଚାଲାକ ଥିଲେ ଯେ ସେ କିଛି ହେଲେ ପ୍ରମାଣ ଛାଡି ନଥିଲେ। ଏଥିପାଇଁ ସୁଶାନ୍ତଙ୍କ ଫରେନସିକ ରିପୋର୍ଟର ଅପେକ୍ଷା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ହୋଇଥିବା ସୁଶାନ୍ତଙ୍କ ଫରେନସିକ ରିପୋର୍ଟକୁ ନେଇ ବଡ଼ ଖବର ରହିଛି ଯେ ଫରେନସିକ ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ରହିଛି। ତେବେ ପରୀକ୍ଷଣ ପାଇଁ ସୁଶାନ୍ତଙ୍କର କେବଳ ୨୫ ପ୍ରତିଶତ ବିସରା ଫରେନସିକ ଟିମକୁ ମିଳିଥିଲା ଏବଂ ଏହି ପରୀକ୍ଷଣ ସଫଳ ହେବାର ବହୁତ କମ ସମ୍ଭାବନା ରହିଥିଲା। କିନ୍ତୁ ଏହି ୨୫ ପ୍ରତିଶତ ବିସରା ୧୦୦ ପ୍ରତିଶତର ରେଜଲ୍ଟ ଦେଇଛି।

ଏହି ରିପୋର୍ଟ ଦ୍ୱାରା ବହୁତ ବଡ଼ ସୁରାଗ ପାଇ ଦିଲ୍ଲୀ ଫେରିଯାଇଥିବା ସିବିଆଇ ଟିମ ବର୍ତ୍ତମାନ ଦ୍ଵିତୀୟ ରାଉଣ୍ଡ ମୁମ୍ବାଇ ଫେରି ଆସିଛି। ତେବେ କୌଣସି ହତ୍ୟା ମାମଲାରେ ହତିଆର ହିଁ ସବୁଠୁ ବଡ଼ ପ୍ରମାଣ ହୋଇଥାଏ। ଏମ୍ସ ରିପୋର୍ଟ ପରେ ସିବିଆଇ ମାନିଛି ଯେ ସବୁଜ ରଙ୍ଗର କପଡ଼ାରେ ସୁଶାନ୍ତଙ୍କ ସହିତ କିଛି କରାଯାଇ ନାହିଁ ବରଂ ଏକ ପତଳା ପଟ୍ଟା କିମ୍ବା ଗୋଟିଏ ମୋଟା ରଶି ଦ୍ୱାରା ସୁଶାନ୍ତଙ୍କୁ ହତ୍ୟା କରାଯାଇଛି କାରଣ ତାଙ୍କ ବେକରେ ଯେଉଁ ଚିହ୍ନ ଥିଲା ତାହା ପୁରା ଗୋଲ ଏବଂ ମୋଟା ଥିଲା। ଏହାପରେ ସବୁଠୁ ବଡ଼ ପ୍ରଶ୍ନ ଏହା ରହିଥିଲା ଯେ, ସୁଶାନ୍ତଙ୍କୁ ଯଦି କେହି ହତ୍ୟା କରିଛନ୍ତି ତେବେ ଏହାର କାରଣ କଣ?

ସିବିଆଇ ମୁତାବକ ହତ୍ୟାର ଉଦ୍ଦେଶ୍ୟକୁ ନଜରରେ ରଖି ଦୁଇଟି ଦିଗରୁ ତଦନ୍ତ କରାଯାଉଛି। ପ୍ରଥମଟି ଦିଶା ସଲିୟନଙ୍କ ମୃତ୍ୟୁ ଅର୍ଥାତ ଦିଶାଙ୍କୁ ଶେଷ କରାଯିବାର ସୁଶାନ୍ତଙ୍କ ସହିତ ସିଧା ସମ୍ବନ୍ଧ ରହିଛି। ଦିଶାଙ୍କ କେସକୁ ସୁଶାନ୍ତଙ୍କ କେସ ସହିତ ଯୋଡି ତଦନ୍ତ କରାଯାଉଛି। ହତ୍ୟାର ଦ୍ଵିତୀୟ ଦିଗଟି ହେଉଛି ଡ୍ରଗ୍ସ। ଏହି କଥାର ସ୍ପଷ୍ଟ ପ୍ରମାଣ ମିଳି ସାରିଛି ଯେ, ସୁଶାନ୍ତଙ୍କୁ ଅନେକ ଲୋକ ଟଙ୍କା ନିଷ୍କାସନର ଏଟିଏମ ପରି ବ୍ୟବହାର କରୁଥିଲେ। ଏଥିରେ ରିୟା ଚକ୍ରବର୍ତ୍ତୀ, ଶୋବିକ ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନିଙ୍କ ସହିତ ଆହୁରି ଅନେକ ଲୋକ ଶାମିଲ ଥିଲେ। ଯେତେବେଳେ ସୁଶାନ୍ତ ସେମାନଙ୍କୁ ଡ୍ରଗ୍ସ ପାଇଁ ଟଙ୍କା ଦେବାକୁ ମନା କରିଦେଇଥିବେ ହୁଏତ ସେତେବେଳେ ସୁଶାନ୍ତଙ୍କୁ ଶେଷ କରିଦିଆ ଯାଇଥିବ। ତୃତୀୟ କଥା ହେଉଛି ତତ୍କାଳିକ କାରଣ, ଏମିତି କୌଣସି କାରଣ ରହିଥିବ ଯେଉଁଥିପାଇଁ ସେହି ସମୟରେ ହତ୍ୟା କରାଯିବାର ଯୋଜନା କରାଯାଇଥିବ।

ବାସ୍ତବରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଚାରିଗୋଟି ତାରିଖ ବହୁତ ମହତ୍ତ୍ୱପୂର୍ଣ୍ଣ ରହିଛି। ଏଗୁଡିକ ହେଉଛି ୮ ଜୁନ, ୯ ଜୁନ , ୧୩ ଜୁନ ଏବଂ ୧୪ ଜୁନ । ୮ ଜୁନରେ ଦିଶା ସଲିୟନଙ୍କୁ ଶେଷ କରାଯାଇଥିଲା, ସେହିଦିନ ପ୍ରଥମେ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ ରିୟା ଚକ୍ରବର୍ତ୍ତୀ। ୯ ଜୁନକୁ ଦିଶା ସଲିୟନଙ୍କ ମାମଲାରେ ରିୟାଙ୍କ ନାମ ଆସିଥିଲା ଏବଂ ସେହିଦିନ ହିଁ ସୁଶାନ୍ତଙ୍କୁ ବ୍ଲକ କରିଦେଇଥିଲେ ରିୟା। ୯ ଜୁନରେ ହିଁ ସୁଶାନ୍ତ ନିଜ ଭଉଣୀ ମିତୁ ସିଂହଙ୍କୁ SOS ଅର୍ଥାତ ଆପତ୍ତକାଳୀନ କଲ କରିଥିଲେ ଏବଂ କହିଥିଲେ ମୋତେ ବଞ୍ଚାଅ, ସେ ଲୋକମାନେ ମୋତେ ମାରିଦେବେ ମୋ ପାଖରେ ଆଉ ମାତ୍ର କିଛିଦିନ ରହିଛି।

୧୩ ଜୁନ ସେହି ତାରିଖ ଅଟେ ଯାହାକୁ ନେଇ ସୁଶାନ୍ତଙ୍କ ପଡୋଶୀ କହି ସାରିଛନ୍ତି ଯେ, ରାତିକୁ ୧୦ରୁ ସାଢ଼େ ୧୦ ସମୟରେ ସୁଶାନ୍ତଙ୍କ ଘରର ଲାଇଟ ବନ୍ଦ ହୋଇଯାଇଥିଲା। ସିବିଆଇ ମଧ୍ୟ ମାନି ସାରିଛି ଯେ ୧୩ ଜୁନକୁ ଦ୍ବିପ୍ରହର ୨ଟା ସମୟ ପରେ ସୁଶାନ୍ତ ସବୁଦିନ ପାଇଁ ନିରବ ହୋଇ ଯାଇଥିଲେ। ତେବେ ୧୪ ଜୁନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁର ଦିନ ୧୪ ଜୁନ ବୋଲି କୁହାଯାଇ ଆସୁଛି। ଏଥିରେ ମଧ୍ୟ ସନ୍ଦେହ ରହିଛି।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *