କରୋନା ଭାଇରସ ଜନିତ ମହାମାରୀଠାରୁ ହୁଏତ ରକ୍ଷା ମିଳିପାରିଥାନ୍ତା ଯଦି ଚୀନ ଭାଇରସ ସଂକ୍ରମଣର ପ୍ରାରମ୍ଭିକ ଦିନରେ ଏହାକୁ ଲୁଚାଇ ନଥାନ୍ତା। ଆମେରିକୀୟ ସଂସଦର ବୈଦେଶିକ ବ୍ୟାପାର କମିଟିର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ଏହି ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଇଛି।
ନ୍ୟୁୟର୍କ ପୋଷ୍ଟରେ ଥିବା ରିପୋର୍ଟ ମୁତାବକ, ଆମେରିକୀୟ ସଂସଦ କମିଟି ୯୬ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟରେ ଦାବି କରାଯାଇଛି ଯେ ଚୀନର ସତ୍ତାରେ ଥିବା କମ୍ୟୁନିଷ୍ଟ ପାର୍ଟି ଭାଇରସ ସହ ଜଡିତ ପ୍ରମାଣ ଏବଂ ତଥ୍ୟ ନଷ୍ଟ କରିଦେଇଛି।କେବଳ ଏତିକି ନୁହେଁ, ଚୀନ ନିଜ ଦେଶର ସପ୍ଲାଇ ଚେନକୁ ଉନ୍ନତ ରଖିବା ପାଇଁ ଆମେରିକୀୟ କମ୍ପାନୀକୁ ମଧ୍ୟ ସୀମିତ କରିଦେଇଥିଲା।
ରିପୋର୍ଟରେ କୁହାଯାଇଛି ଯେ, ଚୀନର କମ୍ୟୁନିଷ୍ଟ ପାର୍ଟି ସକ୍ରିୟତା ସହିତ ସ୍ୱାସ୍ଥ୍ୟ ସହ ଜଡିତ ସୂଚନା ଲୁଚାଇଥିଲା, ଏଥିସହିତ ଡାକ୍ତର ଏବଂ ପତ୍ରକାରଙ୍କ ସ୍ୱରକୁ ମଧ୍ୟ ଦବାଇ ରଖିଥିଲା ଯେଉଁମାନେ ସମାଦର ଦୁନିଆକୁ ଚେତାବନୀ ଦେଇ ସଚେତନ କରାଇବାକୁ ଚେଷ୍ଟା କରିଥିଲେ। ସେହିପରି ରିପୋର୍ଟରେ ଚୀନ ସହିତ WHOର ମଧୁ ଚନ୍ଦ୍ରିକା ମଧ୍ୟ ଆରୋପ ଲଗାଯାଇଛି। ଏଥିପାଇଁ WHO ପ୍ରମୁଖ ଟେଡ୍ରୋସ ଆଡାନମ ଏଡ଼ହେନମ ଘେବ୍ରିୟେସୁସଙ୍କର ଇସ୍ତଫା ଦାବି କରିଛି।
ଆମେରିକୀୟ ସଂସଦର ବୈଦେଶିକ ବ୍ୟାପାର କମିଟି ଉପରେ ଗଣତାନ୍ତ୍ରିକ ସଂସଦର ନିୟନ୍ତ୍ରଣ ରହିଛି, କିନ୍ତୁ ଏହି ରିପୋର୍ଟକୁ ରିପବ୍ଲିକନ ସଂସଦ ଲେଖିଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ଚୀନ ଅଧିକ ପାରଦର୍ଶୀ ଏବଂ ସକ୍ରିୟ ରହିଥାନ୍ତା ତେବେ ୨୦୧୯ର ଶେଷ ବେଳକୁ କରୋନା ଆରମ୍ଭ ହେବା ପରେ ହିଁ ଏହାର ସଂକ୍ରମଙ୍କୁ ଅଟକା ଯାଇପାରିଥାନ୍ତା। ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବଞ୍ଚି ଯାଇଥାନ୍ତା।
ସୂଚନାଯୋଗ୍ୟ ଯେ, ଦୁନିଆରେ କରୋନା ଭାଇରସ ସଂକ୍ରମଣଙ୍କର ମୋଟ ସଂଖ୍ୟା ୩.୧୫ କୋଟିରୁ ଅଧିକ ହୋଇସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୯.୭ ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇସାରିଛି। ଆମେରିକା ଏବଂ ଭାରତ, କରୋନାର ସବୁଠୁ ଅଧିକ ସଂକ୍ରମଣ ସହିତ ଲଢ଼ୁଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |