କଥାରେ ଅଛି ପତି ପତ୍ନୀର ସମ୍ପକ ସାତଜନ୍ମ ର ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି ଦିନେ ଏହି ସମ୍ପର୍କରେ ଏତେ ବଡ଼ ଫାଟକ ସୃଷ୍ଟି କି ଜଣେ ଆଉଜଣ କୁ ହତ୍ୟା କରିବାକୁ ପଛାନ୍ତିନି । ଉତ୍ତର ପ୍ରଦେଶ ର ଆରେୟା ଜିଲ୍ଲା ରେ ଏମିତି ଏକ ମନକୁ ଦୋହଲାଇଲା ଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏକ ଯୁବକ ପ୍ରଥମେ ପତ୍ନୀକୁ ହତ୍ୟା କରିଦେଲା । ତାହାପରେ ପୁରା ରାତି ପତ୍ନୀର ଶବ କୁ କୋଳରେ ରଖି କାନ୍ଦୁଥିଲା ।
ପୁଅକୁ ଅନାଥ କରିଦେଲା ବାପା:
ବାସ୍ତବରେ ଏ ଘଟଣା ଆରେୟା ଜିଲ୍ଲାର, ଯେଉଁଠି ଦେଶରାଜ ନାମକ ଜଣେ ବ୍ୟକ୍ତି ପତ୍ନୀ ଉମାର ହତ୍ୟା କରି ନିଜର ଚାରିବର୍ଷର ପୁଅର ମୁଣ୍ଡ ଉପରୁ ମାଆ ର ସାୟା ଛଡେଇ ନେଲା । ପୋଲିସ ହତ୍ୟାକାରୀକୁ ଗିରଫ କରିସାରିଛି। ଯେଉଁଠି ସିଏ ନିଜର ଦୋଷ ମାନିଛି, ବର୍ତ୍ତମାନ ପୋଲିସ ତାକୁ ହତ୍ୟା ପଛରେ ଥିବା କାରଣ ବିଷୟରେ ପଚାରୁଛି ।
ପତ୍ନୀର ହତ୍ୟା କରିବାପାଇଁ ଛୁଟି ନେଇ ଆସିଥିଲା ଅଫିସରୁ:
କୁହାଯାଉଛି କି ଦେଶରାଜ ଗୁଜରାଟର ଏକ ନୀଜି କମ୍ପାନୀରେ କାମ କରେ ସେ ରବିବାର ଦିନ ସେଠୁ ଛୁଟି ନେଇ ନିଜର ଘର ଉତ୍ତର ପ୍ରଦେଶ ଆସିଥିଲା । ଯେଉଁଠି ସେ ବହୁତ ରାତି ଯାଏ ମଦ ପିଇଲା ତାହାପରେ ପତ୍ନୀର ହତ୍ୟା କରିଦେଲା। ହତ୍ୟାକାରୀ ପରେ ଅନୁତାପ କଲା ସେ ପତ୍ନୀର ଶବକୁ ନିଜ କୋଳରେ ରଖି ପୁରା ରାତି କାନ୍ଦୁଥିଲା । ସକାଳେ ଯେବେ ପଡୋଶୀମାନେ ତା କାନ୍ଦିବାର ଶବ୍ଦ ଶୁଣିଲେ ସେ ତା ଘରକୁ ଯାଇ ଯାହା ଦେଖିଲେ ତାଙ୍କର ହୋସ ଉଡିଗଲା । ତାହାପରେ ପଡୋଶୀମାନେ ପୋଲିସ ପାଖକୁ ଯାଇ ଘଟଣା ବିଷୟରେ ଅଭିଯୋଗ କଲେ ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |