ଗଛରେ ଫାଶୀ ଲଗାଇ ଆତ୍ମ-ହତ୍ୟା କଲେ ଦୁଇ ସାଙ୍ଗ, ପରିବାର ଲୋକଙ୍କୁ ପସନ୍ଦ ନଥିଲା ତାଙ୍କର ଏ ବନ୍ଧୁତା

ଗଛରେ ଫାଶୀ ଦେଇ ଦୁଇ ସାଙ୍ଗଙ୍କ ଆତ୍ମ-ହତ୍ୟା, ପରିବାରଙ୍କୁ ପସନ୍ଦ ନଥିଲା ତାଙ୍କର ବନ୍ଧୁତା ଉତ୍ତର ପ୍ରଦେଶର ବହରାଇଚ୍ ରେ ଗତକାଲି ସନ୍ଧ୍ୟାରେ ଗୋଟିଏ ଗାଁ ର ଦୁଇଜଣ ନାବାଳିକା ଡିମିର ଗଛରେ ଓନିରେ ଫାଶୀ ଦେଇ ଆତ୍ମ-ହତ୍ୟା କରିଛନ୍ତି ।

ଉପର ପୋଲିସ ଅଧ୍ୟକ୍ଷକ ଙ୍କ କହିବା କଥା ଏମାନଙ୍କର ବୟସ ୧୭ ଓ ୧୫ ବର୍ଷ ଥିଲା । ଏ ଦୁଇଜଣ ଝିଅ ଙ୍କ ମିଶିବା ବସିବା ସେମାନଙ୍କ ପରିବାର ଲୋକଙ୍କୁ ପସନ୍ଦ ନଥିଲା । ଯେଉଁଥିରେ ଆଘାତ ପାଇ ଏ ଦୁଇଜଣ ବାଳିକା ଆତ୍ମ-ହତ୍ୟା କରିଲେ ।

ପୋଲିସ ଶବ କୁ ନିଜ ଅଧିନରେ ନେଇଛନ୍ତି ଆଉ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ଡାକ୍ତରଖାନା କୁ ପଠାଇଛନ୍ତି । ଏହି ଘଟଣା ପରେ ଗାଁ ରେ ବହୁତ କୋଳାହଳ ହୋଇଛି । କାନ୍ଦି କାନ୍ଦି ପରିବାର ଲୋକଙ୍କର ଖରାପ ଅବସ୍ଥା। ଗାଁ ଲୋକଙ୍କ କହିବା କଥା କି ଲକ୍ଷ୍ମୀ ଆଉ ପ୍ରେମା ଭିତରେ ବହୁତ ଗଭୀର ବନ୍ଧୁତା ଥିଲା ।

ମୃତ ଲକ୍ଷ୍ମୀଙ୍କ ବାପା ରାମ ସୁରତଙ୍କ କହିବା କଥା ଆମ ଗାଁ ରେ କାହା ସହ କିଛି ଶତ୍ରୁତା ନାହିଁ ତାଙ୍କୁ ଏ କଥା ବି ଜଣାନାହିଁ କି ଏ ମାମଲା କେମିତି ଆଉ କଣ ପାଇଁ ହୋଇଛି । ଏକାସହ ଗୋଟିଏ ଗାଁ ରେ ଦୁଇଜଣ ନାବାଳିକା କଣ ପାଇଁ ଏମିତି ଫାଶୀ ଦେଇ ଆତ୍ମ-ହତ୍ୟା କରିଛନ୍ତି ।

ଉପର ପୋଲିସ ଅଧ୍ୟକ୍ଷକ ଙ୍କୁ ଗ୍ରାମୀଣ ଅଶୋକ କୁମାର ଙ୍କ କହିବା କଥା କି ଦୁଇଜଣ ଝିଅ ଙ୍କ ଭିତରେ ବହୁତ ଗଭୀର ବନ୍ଧୁତା ଥିଲା । ଦୁଇଜଣ ସାଙ୍ଗ ହୋଇ କାମ କରନ୍ତି କିନ୍ତୁ ସେମାନଙ୍କ ଘର ଲୋକଙ୍କୁ ତାଙ୍କର ମିଶିବା ପସନ୍ଦ ନଥିଲା । ଦୁଇଜଣ ଙ୍କ ବାପା ମନା କରୁଥିଲେ । ଜଣଙ୍କର ବାପା ଏବେ ତାଙ୍କ ଝିଅ କୁ ତା ସାଙ୍ଗ ସହ ମିଶିବାକୁ ମନାକରୁଥିଲେ ।

ପରିବାର ଲୋକଙ୍କ କହିବା କଥା କି ଆତ୍ମ-ହତ୍ୟା ପୂର୍ବରୁ ଗୋଟେ ଝିଅ ଘରେ ଖାଇବା ରାନ୍ଧିଲା କିନ୍ତୁ ନିଜେ ଖାଇଲା ନାହିଁ ଆଉ ଦୁଇଜଣ ଏକାସହ ଘାସ କାଟିବାକୁ ଗଲେ । ପରେ ଦୁଇଜଣ ଙ୍କ ଶବ ଗୋଟିଏ ଡିମିରି ଗଛରେ ଝୁଲୁଥିବାର ସୂଚନା ପୋଲିସ କୁ ମିଳିଲା । ପୋଲିସ ଏ ମାମଲା ବିଷୟରେ ଖୋଳତାଡ଼ ଆରମ୍ଭ କରିସାରିଲେଣି ।

Leave a Reply

Your email address will not be published. Required fields are marked *