ରାଜସ୍ଥାନର ଧୌଲପୁରରେ ୧୪ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯିବା ପରେ ଝିଅଟି ଲଜ୍ଜାରେ ଫାଶି ଲଗାଇ ନିଜର ଜୀବନ ଦେଇଛନ୍ତି। କୁହାଯାଉଛି ଯେ, ଗାଁର ହିଁ ଦୁଇଜଣ ଯୁବକ ବନ୍ଧୁକ ମୁଣ୍ଡରେ ରଖି ଝିଅଟିର ବଳାତ୍କାର କରିଥିଲେ। ତାଙ୍କର ଚିତ୍କାରର ସ୍ୱର ଶୁଣି ପରିବାର ଲୋକ ପହଞ୍ଚିଥିଲେ, ତେବେ ଆରୋପୀ ଧମକାଇ ସେଠାରୁ ପଳାଇବାକୁ ଲାଗିଲେ। ଗାଁ ଲୋକେ ଜଣେ ଆରୋପୀଙ୍କୁ ଧରି ନେଇଥିଲେ। ପୁଣି ତାଙ୍କ ହାତ ଗୋଡ଼ ବାନ୍ଧି ବହୁତ ପିଟି ଥିଲେ ଗ୍ରାମବାସୀ। ଏହାପରେ ରଶିରେ ବାନ୍ଧି ତାଙ୍କୁ ଗଛରେ ଓଲଟା ଝୁଲାଇ ଦେଇଥିଲେ।
ରାଜସ୍ଥାନର ଧୌଲପୁରରେ ଜଣେ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମର ଘଟଣା ସାମ୍ନାକୁ ଆସିଛି। ୧୪ ବର୍ଷର ଏହି ପୀଡିତା ଗଣ ଦୁଷ୍କର୍ମ ପରେ ଲଜ୍ଜାରେ ଫାଶି ଲଗାଇ ଆତ୍ମହତ୍ୟା କରି ନେଇଛନ୍ତି। ଅଭିଯୁକ୍ତ ମାନେ ଗାଁର ହିଁ ଦୁଇଜଣ ଯୁବକ ଅଟନ୍ତି। ସେମାନେ ବନ୍ଧୁକ ମୁଣ୍ଡରେ ରଖି ଝିଅଟିର ବଳାତ୍କାର କରିଥିଲେ। ଝିଅର ଚିତ୍କାରର ସ୍ୱର ଶୁଣି ଦୌଡ଼ି ଆସିଥିଲେ ପରିବାର ଲୋକ, କିନ୍ତୁ ଆରୋପୀ ମାନେ ଧମକାଇ ସେଠାରୁ ପଳାଇ ଯାଉଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଧରି ନେଇଥିଲେ ଗ୍ରାମବାସୀ। ପୁଣି ତାଙ୍କ ହାତ ଗୋଡ଼ ବାନ୍ଧି ଲୋକମାନେ ଅଭିଯୁକ୍ତ ଜଣଙ୍କୁ ନିର୍ଧୁମ ଛେଚିଥିଲେ। ଏହାପରେ ରଶିରେ ବାନ୍ଧି ଗଛରେ ଓଲଟା ଝୁଲାଇ ଦେଇଥିଲେ। ଘଟଣାଟି ବିସେଡି ଥାନା ଅଞ୍ଚଳରେ ରବିବାର ଦିନ ରାତିରେ ଘଟିତ ହୋଇଥିଲା।
ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ ନାବାଳିକା:
ପୋଲିସ ଅନୁସାରେ, ଅଭିଯୁକ୍ତ ମାନଙ୍କ ପରିଚୟ ଖଟିୟାନେର ପୁରା ନିବାସୀ ବଣ୍ଟି ଓରଫ ମନୋଜ ଏବଂ ହରିକେଶ ରୂପରେ ହୋଇଛି। ଗାଁ ଲୋକମାନେ ମନୋଜକୁ ଧରି ନିର୍ଧୁମ ଛେଚିଥିଲେ। ତାଙ୍କୁ ରଶିରେ ବାନ୍ଧି ଗଛରେ ଝୁଲାଇ ଦେଇଥିଲେ। ପରେ ଆରୋପୀଙ୍କୁ ନେଇ ପୋଲିସକୁ ହସ୍ତାନ୍ତର କରି ଦିଆଯାଇଥିଲା। ଅନ୍ୟ ଜଣେ ଆରୋପୀ ଫେରାର ରହିଛନ୍ତି। ଯେମିତିକି କୁହାଯାଉଛି ଯେ, ରବିବାର ରାତି ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ଆରୋପୀ ଦୁଇଜଣ ନାବାଳିକାଙ୍କ ଘର ଭିତରକୁ ପଶି ଆସିଥିଲେ। ସେ ନାବାଳିକାଙ୍କୁ ବଳାତ୍କାର କରିଥିଲେ।
ଝିଅର ଚିତ୍କାର ଶୁଣି ଘର ଲୋକେ ପହଞ୍ଚିଥିଲେ, ତେବେ ଅଭିଯୁକ୍ତ ମାନେ ବନ୍ଧୁକ ଦେଖାଇ ଧମକାଇ ସେଠାରୁ ପଳାଇବାକୁ ଲାଗିଥିଲେ। ହେଲେ ଦୁଇଜଣଙ୍କ ମଧ୍ୟରୁ ଜଣେ ଆରୋପୀଙ୍କୁ ଧରିନିଆଯାଇଥିଲା। ଝିଅଟି କୋଠରୀ ଭିତରେ ବେହୋଶ ହୋଇ ପଡ଼ିଥିଲେ। ଅନ୍ୟଜଣେ ଆରୋପୀଙ୍କୁ ଧରିବା ପାଇଁ ଘର ଲୋକେ ତାଙ୍କ ପଛରେ ଗୋଡ଼ାଇଥିଲେ, କିନ୍ତୁ ସେ ଧରାପଡି ନଥିଲା। ଏଥିମଧ୍ୟରେ ଯେତେବେଳେ ପରିବାର ଲୋକ ଘରକୁ ଫେରିଲେ, ସେତେବେଳେ ଦେଖିଲେ ଯେ ଝିଅଟି ଫାଶି ଲଗାଇ ନେଇଛି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |